Odisha Elections 2024

ଘରେ ବସି କେବଳ ନିଜ କେଶ ଧୋଇ ମହିଳା ହୋଇଗଲେ କୋଟିପତି, ଦେଖନ୍ତୁ ଭାଇରାଲ ଭିଡିଓ…

ଇଡେନବର୍ଗ,୧୨।୧୧ : କେବଳ ଘରେ ବସି ନିଜର କେଶ ଧୋଇ କେହି ଜଣେ କୋଟିପତି ହେବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଏହା ସ୍କଟଲାଣ୍ଡର ଜଣେ ମହିଳାଙ୍କ କ୍ଷେତ୍ରରେ ସମ୍ଭବ ହୋଇଛି। ସେ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ୟୁଜରଙ୍କ ସହିତ ଯୋଡି ହୋଇ ଏପରି କରିପାରିଛନ୍ତି। ଏହି ମହିଳାଙ୍କ ନାମ ହେଉଛି ଜିୟା ଓସଙ୍ଗନେସି। ଦିନେ ସେ ଗରିବ ଥିଲେ। ତାଙ୍କ ଉପରେ ୮ ଲକ୍ଷ ଟଙ୍କାର ଋଣଭାର ଥିଲା। ସେଥିପାଇଁ ସେ ଚିନ୍ତାରେ ପଡ଼ିଥିଲେ। ମାତ୍ର ପରିସ୍ଥିତିର ସାମନା କରିବାକୁ ସାହସ ବାନ୍ଧିଥିଲେ।

ଏହାପରେ ସେ ସୋସିଆଲ ମିଡ଼ିଆ ମାଧ୍ୟମରେ ଟଙ୍କା ରୋଜଗାର ପାଇଁ ଉଦ୍ୟମ କରିଥିଲେ। ସେ ଇନଷ୍ଟାଗ୍ରାମ ଏବଂ ଟିକଟକ୍‌ରେ କେଶ ଧୋଇବାର ଭିଡିଓ ଅପଲୋଡ କରିଥିଲେ। ଧୀରେ ଧୀରେ ତାଙ୍କର ଫଲୋୟର୍ସଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିଲା। ତାଙ୍କର କେଶ ଧୋଇବା ଭିଡିଓକୁ ୪ କୋଟିରୁ ଅଧିକ ଲୋକ ଦେଖିଥିଲେ। ଏହା ପରେ ପରିସ୍ଥିତି ବଦଳି ଯାଇଥିଲା। ତାଙ୍କ ପାଖରେ ସୋସିଆଲ ମିଡିଆରୁ ଟଙ୍କା ପହଞ୍ଚିବାରେ ଲାଗିଛି।

ଫଳରେ ସେ ମାତ୍ର ୨୯ ବର୍ଷ ବୟସରେ ୧.୮ କୋଟି ଟଙ୍କାର ଏକ ବିଳାସପୂର୍ଣ୍ଣ ଘର କିଣି ପାରିଥିଲେ। ଦୁଇ ସନ୍ତାନଙ୍କ ଜନନୀ ଜିୟା ସୋସିଆଲ ମିଡିଆରେ ଏବେ ଟ୍ରେଣ୍ଡିଂରେ ରହିଛନ୍ତି। ଗୋଟିଏ ଭିଡିଓ ପାଇଁ ସେ ପ୍ରାୟ ଏକ ଘଣ୍ଟା ସମୟ ନେଇଥାନ୍ତି । ଏହା ପରେ ଏହାକୁ ସେ ଅପଲୋଡ କରିଥାନ୍ତି ବୋଲି କହିଛନ୍ତି। ତାଙ୍କ ଭିଡିଓକୁ ୟୁଜର ପସନ୍ଦ କରିବାରେ ଲାଗିଛନ୍ତି। ଜିୟା ଏବେ ଅନ୍ୟ ମହିଳାମାନଙ୍କ ଲାଗି ପ୍ରେରଣାର ଉତ୍ସ ପାଲଟିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ରାଷ୍ଟ୍ରପତିଙ୍କ ସମ୍ମାନାର୍ଥେ ଆଜି ଭାରତରେ ଶୋକ: ଅର୍ଦ୍ଧନମିତ ରହିବ ଜାତୀୟ ପତାକା

ନୂଆଦିଲ୍ଲୀ,୨୧।୫: ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କର ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସୋମବାର ଦୁର୍ଘଟଣାସ୍ଥଳରୁ ରଇସିଙ୍କ ମୃତଦେହ ମିଳିଥିବା ସରକାରୀ ଗଣମାଧ୍ୟମରେ ସ୍ପଷ୍ଟ କରାଯାଇଛି। ରବିବାର...

ଚାଇନାକୁ ନାଲିଆଖି ଦେଖାଇଲେ ତାଇଓ୍ବାନ୍‌ର ନୂଆ ରାଷ୍ଟ୍ରପତି

ତାଇପେଇ ,୨୧ା୫: ତାଇଓ୍ବାନ୍‌ର ନୂଆ ରାଷ୍ଟ୍ରପତି ଭାବେ ଲାଇ ଚିଙ୍ଗ୍‌-ଟେ ଶପଥ ଗ୍ରହଣ କରିଛନ୍ତି। ସ୍ବୟଂଶାସିତ ତାଇଓ୍ବାନକୁ ଚାଇନା ସେନା ଧମକ ଦେବା ବନ୍ଦ କରିବାକୁ...

ଆସ୍ଥାଭୋଟ ଜିତିଲେ ପ୍ରଚଣ୍ଡ

କାଠମାଣ୍ଡୁ ,୨୧ା୫:ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ‘ପ୍ରଚଣ୍ଡ’ ସୋମବାର ପାର୍ଲାମେଣ୍ଟରେ ଆସ୍ଥାଭୋଟ ଜିତିଛନ୍ତି। ଦେଶରେ କ୍ଷମତା କନ୍ଦଳ ଲାଗିରହିଥିବାବେଳେ ପ୍ରଚଣ୍ଡଙ୍କ ପାଇଁ ରାଜନୈତିକ ସ୍ଥିରତା...

ଶାନ୍ତି, ସୌହାର୍ଦ୍ଦ୍ୟ ରକ୍ଷା ଜରୁରୀ

ଆତଙ୍କବାଦ ବିରୋଧୀ ଦିବସ ପ୍ରତିବର୍ଷ ମେ’ ୨୧ରେ ଭାରତରେ ପାଳନ କରାଯାଏ। ଆତଙ୍କବାଦ ବିଷୟରେ ଲୋକଙ୍କୁ ସଚେତନ କରାଇବା ଏବଂ ଆତଙ୍କବାଦ ବିରୋଧରେ ଏକତାର ବାର୍ତ୍ତା...

ଇଭିଏମକୁ ଫୁଲମାଳ ପିନ୍ଧାଇଲେ ସ୍ବାଧୀନ ପ୍ରାର୍ଥୀ

ନାସିକ: ଚଳିତ ଲୋକ ସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ମତଦାନ ସୋମବାର ଅନୁଷ୍ଠିତ ହୋଇ ଯାଇଛି। ତେବେ ଏହି ନିର୍ବାଚନ ଚାଲିଥିବାବେଳେ ମହାରାଷ୍ଟ୍ରର ନାସିକରୁ ଏକ...

ପ୍ରତ୍ୟର୍ପଣକୁ ଚ୍ୟାଲେଞ୍ଜ କରିପାରିବେ ଅସାଞ୍ଜ

ଲଣ୍ଡନ,୨୧ା୫: ଆମେରିକାକୁ ପ୍ରତ୍ୟର୍ପଣ ବିରୋଧରେ ଓ୍ବିକିଲିକ୍ସ ଓ୍ବେବ୍‌ସାଇଟ୍‌ର ପ୍ରତିଷ୍ଠାତା ଜୁଲିଅନ୍‌ ଅସାଞ୍ଜ ଅପିଲ୍‌ କରିପାରିବେ ବୋଲି ଲଣ୍ଡନର ଏକ ଅଦାଲତ ସୋମବାର ଅନୁମତି ପ୍ରଦାନ କରିଛନ୍ତି। ଫଳରେ...

ନେତାନ୍ୟାହୁ, ହମାସ୍‌ ନେତାଙ୍କ ନାଁରେ ଗିରଫ ପରଓ୍ବାନା ଜାରି କରିବ ଆଇସିସି

ହେଗ୍‌,୨୧ା୫: ଯୁଦ୍ଧ ଅପରାଧରେ ସମ୍ପୃକ୍ତ ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ, ପ୍ରତିରକ୍ଷା ମନ୍ତ୍ରୀ ୟୋଆଭ୍‌ ଗାଲାଣ୍ଟ, ହମାସ୍‌ ନେତା ୟାହୟା ସିନ୍‌ଓ୍ବାର, ମହମ୍ମଦ ଡିଆବ ଇବ୍ରାହିମ ଅଲ୍‌-ମସ୍ରି...

ମହମ୍ମଦ ମୋଖବେର ଇରାନର କାର୍ଯ୍ୟକାରୀ ରାଷ୍ଟ୍ରପତି

ଦୁବାଇ,୨୦ା୫: ହେଲିକପ୍ଟର ଦୁର୍ଘଟଣାରେ ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କର ମୃତ୍ୟୁ ଘଟିବା ପରେ ଦେଶର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମନେଇ ସୋମବାର ପ୍ରଥମ ଉପରାଷ୍ଟ୍ରପତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri