ଥାନା ଆଗରେ କିରୋସିନ ଢାଳି ମହିଳାଙ୍କ ଆତ୍ମାହୂତି ଉଦ୍ୟମ

ବାସୁଦେବପୁର,୧ା୫: ପୋଲିସ ଉପରେ ଅସନ୍ତୋଷ ପ୍ରକାଶ କରି ଭଦ୍ରକ ଜିଲା ଅରଣ୍ଡୁଆ ପଞ୍ଚାୟତ ନରେନ୍ଦ୍ରପୁର ଗ୍ରାମର ତାରାମଣି ବିଶ୍ୱାଳ ବାସୁଦେବପୁର ଥାନା ସମ୍ମୁଖରେ ଦେହରେ କିରୋସିନ ଢାଳି ଶନିବାର ଆତ୍ମାହୂତି ଉଦ୍ୟମ କରିଛନ୍ତି। ଉପସ୍ଥିତ କିଛି ବ୍ୟକ୍ତି ତାଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଛନ୍ତି। ସେ ଦେହରେ କିରୋସିନ ଢାଳି ଥିଲେ ମଧ୍ୟ ନିଅଁା ଲଗାଇ ପାରି ନ ଥିଲେ।
ମହିଳାଙ୍କ କହିବା ଅନୁଯାୟୀ, ତାଙ୍କ ପଡୋଶୀଙ୍କ ସହ ଜମିବାଡି ଓ ଘରବାଡିକୁ ନେଇ ବିବାଦ ଲାଗି ରହିଥିଲା। ସେ ଶୁକ୍ରବାର ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ଏହାକୁ ଗୁରୁତ୍ୱ ଦେଇ ନ ଥିଲା। ପୋଲିସର ନୀରବତା ପ୍ରତିବାଦରେ ଏଭଳି ପଦକ୍ଷେପ ନେବାକୁ ବାଧ୍ୟ ହୋଇଥିବା ତାରାମଣି କହିଛନ୍ତି। ଏହି ସମ୍ପର୍କରେ ଆଇଆଇସି ଗୌରାଙ୍ଗ ସାହୁ କହିଛନ୍ତି, ମହିଳା ଓ ତାଙ୍କ ପଡୋଶୀଙ୍କ ମଧ୍ୟରେ ପୂର୍ବରୁ ଜମି ବିବାଦ ଲାଗି ରହିଥିଲା। ଥାନାରେ ଏନେଇ ଏକ ମାମଲା ରୁଜୁ ହୋଇଛି। ଏହା ଜମିଜମା ମାମଲା ହୋଇଥିବାରୁ ପୋଲିସ ଅଧିକ କିଛି ପଦକ୍ଷେପ ନେଇପାରୁନାହିଁ। ମହିଳାଙ୍କ ଅଭିଯୋଗକୁ ଆଧାର କରି ତଦନ୍ତ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ବଢ଼ୁଛି ବନ୍ୟପ୍ରାଣୀ ଅପରାଧ : ଭବାନୀପାଟଣାରୁ ହାତୀଦାନ୍ତ ଜବତ, ୩ ଗିରଫ

ଭୁବନେଶ୍ୱର,୮ା୧୧(ବ୍ୟୁରୋ) : ଦିନକୁ ଦିନ ଓଡ଼ିଶାରେ ବଢ଼ିଚାଲିଛି ବନ୍ୟପ୍ରାଣୀ ଅପରାଧ। ଏହି କ୍ରମରେ ଗୁରୁବାର କ୍ରାଇମବ୍ରାଞ୍ଚ୍‌ ଏସ୍‌ଟିଏଫ୍‌ ଭବାନୀପାଟଣାରୁ ଏକ ହାତୀଦାନ୍ତ ଓ ବାଘଛାଲ ଜବତ...

ନିରାଶ ହେଲେ ଭାଜପା ଏମ୍‌ପି ଅନନ୍ତ ନାୟକଙ୍କ ସମର୍ଥକ

ଆନନ୍ଦପୁର,୨୫ା୫(ସ୍ବ.ପ୍ର.): ମୋଦି ଲହର ସାଙ୍ଗକୁ ବିଜୟୀ ହେବାର ଆଶା କେନ୍ଦୁଝର ଜିଲା ଭାଜପା ଏମ୍‌ପି ପ୍ରାର୍ଥୀ ଅନନ୍ତ ନାୟକଙ୍କ ସପକ୍ଷରେ ରହି ଆସିଥିବାବେଳେ ଭୋଟଗଣତି ପରେ...

ପ୍ରତିବର୍ଷ ମରୁଛନ୍ତି ୨୦ ବୟସ୍କ ହାତୀ

ଭୁବନେଶ୍ୱର, ୬।୮(ବ୍ୟୁରୋ): ରାଜ୍ୟରେ ବୃଦ୍ଧି ପାଉଛି ହାତୀ ଶିକାର। ଏଥିସହ ଦୁର୍ଘଟଣା ଓ ରୋଗରେ ମଧ୍ୟ ବହୁ ହାତୀଙ୍କ ମୃତ୍ୟୁ ଘଟୁଛି। ବିଶେଷକରି ବୟସ୍କ ପ୍ରଜନନକ୍ଷମ...

ଚାଷୀଙ୍କୁ ଭରସା ପବନଚାଳିତ ଶବ୍ଦଯନ୍ତ୍ର

ମହାକାଳପଡ଼ା,୨୨ା୩(ଡି.ଏନ୍‌.ଏ.):କେନ୍ଦ୍ରାପଡ଼ା ଜିଲା ଉପକୂଳ ବ୍ଲକ ମହାକାଳପଡ଼ା ଅଞ୍ଚଳର ରାମନଗର ପଞ୍ଚାୟତ ସ୍ଥାନୀୟ ବରଜ ବାହାକୁଦ ଗ୍ରାମର ଆମ୍ବଷୋଳଠାରେ କେତେଜଣ ଚାଷୀ ଖରାଦିନିଆ ଡାଳୁଅ ଧାନ ସହ...

ଉଚ୍ଛେଦ ହେଲା ଏମାର ମଠ

ପୁରୀ ଅଫିସ, ୨୬ା୨: ବହୁଚର୍ଚ୍ଚିତ ତଥା ପୁରୀର ସବୁଠୁ ବିତ୍ତଶାଳୀ ମଠ ଭାବେ ପରିଚିତ ଏମାର ମଠର ଉଚ୍ଛେଦ ପୁଣି ଆରମ୍ଭ ହୋଇଛି। ଶ୍ରୀମନ୍ଦିର ଐତିହ୍ୟ...

୨୦ରୁ ଭଦ୍ରକରେ ଧାନକ୍ରୟ ଆରମ୍ଭ: ପ୍ରଚାର ଗାଡ଼ି ଉଦ୍‌ଘାଟନ କଲେ ବିଧାୟକ

ଭଦ୍ରକ ଅଫିସ,୧୬।୧୨: ଆସନ୍ତା ୨୦ ତାରିଖରୁ ଜିଲାରେ ଧାନକ୍ରୟ ପ୍ରକ୍ରିୟା ଆରମ୍ଭ ହେବ। ଏଥିପାଇଁ ଜିଲାରେ ସଚେତନତା ପାଇଁ ୭ଟି ପ୍ରଚାର ଗାଡ଼ିକୁ ସୋମବାର ବିଧାୟକ...

ନୂଆ ରୂପ ନେବ ରଘୁନନ୍ଦନ ଲାଇବ୍ରେରି

ପୁରୀ ଅଫିସ, ୨୯।୮: ନୂଆ ରୂପ ନେବ ରଘୁନନ୍ଦନ ଲାଇବ୍ରେରି। ଏହାକୁ ବିଶ୍ୱସ୍ତରୀୟ ପାଠାଗାରରେ ପରିଣତ କରାଯିବ। ଏଥିରେ ଥିବା ଦୁର୍ମୂଲ୍ୟ ପୁସ୍ତକ, ପୋଥି ଓ...

ମାସ୍କ ନ ପିନ୍ଧି ଜରିମାନା ଗଣିଲେ

ଖୋର୍ଦ୍ଧା ଅଫିସ,୧୪ା୪: ଲକଡାଉନ ବେଳେ ସାମାଜିକ ଦୂରତା ରକ୍ଷା ସହ ବାହାରକୁ ଆସିଲେ ମାସ୍କ ପିନ୍ଧିବାକୁ ସରକାର ଗତ ୯ତାରିଖରୁ ବାଧ୍ୟତାମୂଳକ କରିଛନ୍ତି। ତଥାପି କେତେଜଣ...

Advertisement
Archives

Model This Week