Posted inଫୁରସତ

ବର୍ଷା ହେଉ ନ ଥିବା ଗାଁ

ଧରାପୃଷ୍ଠରେ ବର୍ଷାର ଆବଶ୍ୟକତା କେତେ ତାହା ସମସ୍ତେ ଜାଣନ୍ତି। ତେଣୁ ବର୍ଷାର ଅପେକ୍ଷା ସମସ୍ତଙ୍କର ଥାଏ। ଆଉ ରିମ୍‌ଝିମ୍‌ ବର୍ଷା ବର୍ଷିଗଲେ କୀଟପତଙ୍ଗ, ତରୁଲତାଠୁ ଆରମ୍ଭ କରି ମଣିଷ ସମସ୍ତେ ଖୁସିରେ ଝୁମି ଯାଆନ୍ତି। ହେଲେ ଏଇ ଧରାପୃଷ୍ଠରେ ହିଁ ଏମିତି ଏକ ସ୍ଥାନ ଅଛି, ଯେଉଁଠି ଆଜିଯାଏ ବର୍ଷା ହୋଇ ନାହିଁ। ଲାଗେ ସତେ ଯେମିତି ଇନ୍ଦ୍ର ଦେବତାଙ୍କ ନଜର ଆଢୁଆଳରେ ରହିଯାଇଛି ଗାଁଟି। ତେବେ ଆଶ୍ଚର୍ଯ୍ୟର କଥା କେବେ ବର୍ଷା ହେଉ ନ ଥିଲେ ହେଁ, ଏଠାକାର ଜୀବଜଗତ ବେଶ୍‌ ଆରାମରେ ଜୀବନ ଯାପନ କରୁଛନ୍ତି। ଏହି ବିଚିତ୍ର ସ୍ଥାନଟି ହେଉଛି ମଧ୍ୟ ପୂର୍ବ ଏସିଆର ୟମନରେ ଥିବା ‘ଅଲ୍‌-ହୁତୈବ’ ଗାଁ। ଏହି ଗାଁରେ ଆଜି ପର୍ଯ୍ୟନ୍ତ ଗୋଟିଏ ବୁନ୍ଦା ବି ବର୍ଷା ହୋଇ ନାହିଁ। ଏହା ପଛର ମୁଖ୍ୟ କାରଣ ହେଉଛି ଗାଁଟି ସମୁଦ୍ରପତନଠାରୁ ବହୁ ଉଚ୍ଚରେ ପ୍ରାୟ ୩୨୦୦ ମିଟର ଉଚ୍ଚତାରେ ଅବସ୍ଥିତ। ଆଉ ବାଦଲ ହେବାର ପ୍ରକ୍ରିୟା ସାଧାରଣତଃ ୨୦୦୦ ମିଟର ଉଚ୍ଚତା ପର୍ଯ୍ୟନ୍ତ ହିଁ ସମ୍ଭବ ହୋଇଥାଏ। ଏହି ଦୃଷ୍ଟିରୁ ଦେଖିଲେ ବାଦଲ ଏହି ଗାଁଠାରୁ ବହୁ ତଳେ ଗଠିତ ହୋଇଥାଏ। ତେଣୁ ଏଠାରେ ବର୍ଷା ହୋଇ ନ ଥାଏ। ତଥାପି ଏଠାକାର ଅଧିବାସୀ ବେଶ୍‌ ଆରାମରେ ରୁହନ୍ତି। ତାଙ୍କ ଉପରେ ବର୍ଷା ନ ହେବାର କୌଣସି ପ୍ରଭାବ ପଡ଼ି ନ ଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଠିକ୍‌ ୪ଟା ବାଜିଲେ କାହିଁକି ହୁଏ ବର୍ଷା? ରହସ୍ୟ ଜାଣି ଚମକି ପଡିଲେ ବୈଜ୍ଞାନିକ

ବିଶ୍ୱ ଅନେକ ଅନନ୍ୟ ଏବଂ ଆଶ୍ଚର୍ଯ୍ୟଜନକ ପାଣିପାଗ ଘଟଣା ଦେଖିଥାଏ, କିନ୍ତୁ ବିଷୁବ ରେଖା ନିକଟରେ ଘଟୁଥିବା ଏକ ଘଟଣା ବୈଜ୍ଞାନିକ ଏବଂ ସାଧାରଣ ଲୋକଙ୍କୁ ଉଭୟଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri