‘ମୋର କିଛି ହେଲେ ସ୍ବାମୀ ଓ ବିଧାୟକ ଦାୟୀ’

ଚାନ୍ଦବାଲି,୯ା୫(କିଷାନ ପାତ୍ର): ଭଦ୍ରକ ଜିଲା ଚାନ୍ଦବାଲି ରାଜନୀତି ଘଡ଼ିକେ ଘୋଡ଼ା ଛୁଟୁଛି। ନିର୍ବାଚନ ପରିବେଶ ସରଗରମ ଥିବା ବେଳେ ଚାନ୍ଦବାଲିର ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷା ମାନସୀ ସାହୁଙ୍କର ଏକ ଭିଡିିଓ ଭାଇରାଲ ହେବା ଓ ବିଧାୟକ ବ୍ୟୋମକେଶ ରାୟଙ୍କ ଫେସ୍‌ବୁକ ପୋଷ୍ଟକୁ ନେଇ ହଟଚମଟ ସୃଷ୍ଟି ହୋଇଛି। ତାଙ୍କର କିଛି ହେଲେ ସ୍ବାମୀ ଓ ବିଧାୟକ ଦାୟୀ ରହିବେ ବୋଲି ମାନସୀ କହୁଥିବା ଉକ୍ତ ଭିଡିଓରୁ ଜଣାପଡ଼ିଛି।

ମାନସୀ କହିଛନ୍ତି ଯେ, ସେ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଯଦି ତାଙ୍କର କିଛି ହୋଇଯାଏ ତେବେ ସେଥିପାଇଁ ଚାନ୍ଦବାଲି ବିଧାୟକ ଏବଂ ସ୍ବାମୀ ରଞ୍ଜନ ସାହୁ ଦାୟୀ ରହିବେ। ଅନ୍ୟପକ୍ଷେ ଚାନ୍ଦବାଲି ବ୍ଲକ୍‌ ଧାମରା ଅଞ୍ଚଳରେ ୪ ଯୁବନେତା ବିଜେଡି ଛାଡି ବୁଧବାର ଭାଜପାରେ ଯୋଗ ଦେଇଛନ୍ତି। ତେବେ ବିଧାୟକ ରାୟ ନିଜର ଫେସବୁକ୍‌ ପୋଷ୍ଟରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ଚାନ୍ଦବାଲି ବ୍ଲକ୍‌ ୨ନଂ. ଜୋନ୍‌ର ଜିଲା ପରିଷଦ ସଦସ୍ୟା ତଥା ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷା ମାନସୀଙ୍କ ସ୍ବାମୀ ରଞ୍ଜନ ସାହୁଙ୍କ ଫଟୋ ଛାଡ଼ିଥିବା ନେଇ ରାଜନୀତି ସରଗରମ ହେବାରେ ଲାଗିଛି। କିଛିଦିନ ହେବ ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷା ମାନସୀ ଓ ତାଙ୍କ ସ୍ବାମୀ ରଞ୍ଜନ ଭାଜପାରେ ଯୋଗ ଦେବେ ବୋଲି ଚର୍ଚ୍ଚା ଜୋର ଧରିଥିଲା। ଏହା ପରେ ରଞ୍ଜନ ଘରୁ ପଳାଇଯାଇଥିବା ବେଳେ ଏବେ ବିଧାୟକଙ୍କ ଫେସ୍‌ବୁକ୍‌ ପୋଷ୍ଟରେ ପ୍ରଣବଙ୍କ ସହ ତାଙ୍କ ସ୍ବାମୀଙ୍କ ଫଟୋ ରହିଥିବା ଦେଖିବା ପରେ ମନସୀ ଏଭଳି ପ୍ରତିକ୍ରିୟା ରଖିଥିବା ଦେଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ ପଛରେ ପିଟିହେଲା ପିକ୍‌ଅପ୍‌, ୨ ଗୁରୁତର

ଛତ୍ରପୁର,୨୬ା୬(ଦିଲ୍ଲୀପ ସାମଲ): ଛତ୍ରପୁର ଅଗସ୍ତି ନୂଆଗାଁ ଛକ ନିକଟ ଜାତୀୟ ରାଜପଥରେ ଶୁକ୍ରବାର ଟ୍ରକ୍‌ ପଛରେ ଏକ ପିକ୍‌ଅପ୍‌ ପିଟି ହେବାରୁ ୨ ଗୁରୁତର ହୋଇଛନ୍ତି। ଫଳରେ…

ବଜ୍ରପାତରେ ଚାଲିଗଲା ୨ ଜୀବନ

ବୌଦ୍ଧ,୨୬।୬: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲା ବିଶେଷ କରି ଦକ୍ଷିଣ ଓଡ଼ିଶାରେ ବର୍ଷା ଲାଗି ରହିଛି। ଏପରିକି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ…

ଅନଶନକାରୀଙ୍କ ସହ ଜିଲାପାଳ-ଏସ୍‌ପିଙ୍କ ରୁଦ୍ଧଦ୍ୱାର ବୈଠକ, ଫଳାଫଳ ଉପରେ ସମସ୍ତଙ୍କ ନଜର

ପଟ୍ଟାମୁଣ୍ଡାଇ,୨୬ା୬(କଳ୍ପତରୁ ନାୟକ): ପଟ୍ଟାମୁଣ୍ଡାଇ ଜଳସମ୍ପଦ ବିଭାଗ ଅଳଭା-୨ ଅଧୀନ ୧୬ନଂ କେନାଲ ରାସ୍ତା କାର୍ଯ୍ୟ ପାଇଁ ଆସିଥିବା ଅର୍ଥ ଆଦୌ ବିନିଯୋଗ ନ ହୋଇ ମିଥ୍ୟା ବିଲ୍‌…

ସ୍କୁଲ ବହି ତ୍ରୁଟିକୁ ନେଇ ଆକ୍ସନରେ ମୁଖ୍ୟମନ୍ତ୍ରୀ: ୪ ଅଧିକାରୀ ନିଲମ୍ବିତ

ଭୁବନେଶ୍ୱର,୨୬।୬: ସ୍କୁଲ ବହି ତ୍ରୁଟିକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। କମିଟି ସୁପାରିସ ଅନୁଯାୟୀ ମୁଖ୍ୟମନ୍ତ୍ରୀ ୪ଜଣ…

ରାଶନ ଚାଉଳ ଆଣିବାକୁ ଯିବାବେଳେ ହେଲା ବଜ୍ରାଘାତ: ବଡ଼ଭାଇ ମୃତ, ସାନ ଭାଇ ଗୁରୁତର

ମୋହନା, ୨୬।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଆର ଉଦୟଗିରି ଥାନା ଅନ୍ତର୍ଗତ ଅନୁଗୁର ପଞ୍ଚାୟତର କଟାମା ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।…

କାର୍‌ରେ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ସରକାରୀ ଶିକ୍ଷକ

ଟିଟିଲାଗଡ଼,୨୬।୬: ୨୬ ନମ୍ବର ଜାତୀୟ ରାଜପଥ ବରଗାଁ ଛକରୁ ଏକ ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି। ଗଞ୍ଜେଇ ଚାଲାଣ ବେଳେ ଧରାପଡ଼ିଛନ୍ତି ୨ଜଣ ସରକାରୀ ଶିକ୍ଷକ। ଏହି…

ନିଶାମୁକ୍ତ ସମାଜ ଗଠନ ପାଇଁ ସାମୂହିକ ସଂକଳ୍ପ: ସାମିଲ ହେଲେ…

ଛତ୍ରପୁର, ୨୬।୬ (ଦିଲ୍ଲୀପ ସାମଲ): ଅନ୍ତର୍ଜାତୀୟ ନିଶା ନିବାରଣ ଓ ଅବୈଧ ତସକରି ବିରୋଧ ଦିବସ-୨୦୨୬ ଅବସରରେ ଗଞ୍ଜାମ ଗିଲାରେ ଗତ ୧୭ ଜୁନରୁ ଆରମ୍ଭ ହୋଇଥିବା…

ଅତିରିକ୍ତ ତହସିଲଦାରଙ୍କୁ ଆକ୍ରମଣ ଉଦ୍ୟମ

ରାଜନଗର,୨୬ା୬(ଭାସ୍କର ରାଉତରାୟ): ସମଗ୍ର ରାଜ୍ୟରେ କେଉଁଠି କେଉଁଠି ବେଆଇନ ବାଲି ଚାଲାଣକୁ ନେଇ ପୋଲିସ ପ୍ରଶାସନଙ୍କ ସହିତ ମାଫିଆଙ୍କର ମୁକାବିଲା ଏପରକି ଆକ୍ରମଣ ଭଳି ଅନେକ ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri