Posted inଜାତୀୟ

ଅଯୋଧ୍ୟାରେ ମସ୍‌ଜିଦ୍‌ ନିର୍ମାଣ ପାଇଁ ଗଠନ ହେଲା ଟ୍ରଷ୍ଟ

ଅଯୋଧ୍ୟା,୨୯।୭: ଆଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଆସନ୍ତା ଅଗଷ୍ଟ ୫ରେ ଭୂମିପୂଜା ଅନୁଷ୍ଠିତ ହେବ। ଇତିମଧ୍ୟରେ ମସ୍‌ଜିଦ୍‌ ନିର୍ମାଣ ପାଇଁ ବୁଧବାର ଟ୍ରଷ୍ଟର ଗଠନ କରାଯାଇଛି। ଉତ୍ତରପ୍ରଦେଶ ସୁନ୍ନି ସେଣ୍ଟ୍ରାଲ ଓ୍ବାକଫ ବୋର୍ଡର ସଂସ୍ଥାପକଙ୍କୁ ଏହାର ଟ୍ରଷ୍ଟି କରାଯାଇଥିବା ବେଳେ ଏଥିରେ ୧୫ଜଣ ସଦସ୍ୟ ରହିବେ। ଏହି ଟ୍ରଷ୍ଟର ନାମ ଇଣ୍ଡୋ-ଇସ୍‌ଲାମିକ କଲ୍‌ଚୁରାଲ ଫାଉଣ୍ଡେସନ ରଖାଯାଇଛି ବୋଲି ଟ୍ରଷ୍ଟର ଅଧ୍ୟକ୍ଷ ଜୁଫାର ଅହମଦ ଫାରୁକି ସୂଚନା ଦେଇଛନ୍ତି। ବର୍ତ୍ତମାନ ଏଥିରେ ୯ଜଣଙ୍କୁ ସାମିଲ କରାଯାଇଛି ପରେ ବାକି ଅନ୍ୟମାନଙ୍କୁ ସାମିଲ କରାଯିବ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଅଯୋଧ୍ୟାର ଧନିପୁର ଗାଁରେ ମସ୍‌ଜିଦ୍‌ ନିର୍ମାଣ ପାଇଁ ରାଜ୍ୟ ସରକାର ଓ୍ବାକଫ ବୋର୍ଡକୁ ୫ ଏକର ଜମି ପ୍ରଦାନ କରିଥିଲେ। ଏହି ଜମିରେ ମସ୍‌ଜିଦ୍‌ ନିର୍ମାଣ ହେବ। ତେବେ ଫାଉଣ୍ଡେସନ ପକ୍ଷରୁ ୫ ଏକର ଜମିରେ ଏକ ମସ୍‌ଜିଦ୍‌, ଏକ ଲାଇବ୍ରେରୀ ଓ ଏକ ହସ୍ପଟାଲ ନିର୍ମାଣ କରାଯିବ ବୋଲି ସୂଚନା ରହିଛି। ଗତ ୨୦୧୯ ନଭେମ୍ବର ୯ରେ ସୁପ୍ରିମକୋର୍ଟର ଏକ ୫ ଜଣିଆ ଖଣ୍ଡପୀଠ ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣି କରିଥିଲେ। ଏହି ଶୁଣାଣିରେ ବିବାଦୀୟ ସ୍ଥାନରେ ରାମ ମନ୍ଦିର ନିର୍ମାଣ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ମୁସ୍‌ଲିମ ପକ୍ଷଙ୍କୁ ଅନ୍ୟ ଏକ ସ୍ଥାନରେ ମସ୍‌ଜିଦ୍‌ ନିର୍ମାଣ ପାଇଁ ୫ ଏକର ଜମି ପ୍ରଦାନ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭ୍ରଷ୍ଟାଚାରୀଙ୍କୁ ବଞ୍ଚାଇବାକୁ ବିରୋଧି ହେଉଛନ୍ତି ଏକଜୁଟ: ମୋଦି

କୋଚି,୧ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ କେରଳ ଗସ୍ତରେ ଅଛନ୍ତି । ଗୁରୁବାର ପ୍ରଧାନମନ୍ତ୍ରୀ କୋଚିରେ ଭାରତୀୟ ଜନତା ପାର୍ଟି(ଭାଜପା) କର୍ମୀମାନେ କୋଚିରେ...

ଫସାଇବା ପାଇଁ ନାବାଳିକାର ବ୍ୟବସ୍ଥା କରିଥିଲେ ପୁନିଆ: ବ୍ରିଜ୍‌ ଭୂଷଣ

ନୂଆଦିଲ୍ଲୀ, ୨।୫: ରେସଲିଂ ଫେଡେରେସନ ଅଫ ଇଣ୍ଡିଆ (ଡବ୍ଲୁଏଫଆଇ) ମୁଖ୍ୟ ତଥା ଯୌନ ଉତ୍ପୀଡ଼ନର ଅଭିଯୁକ୍ତ ବ୍ରିଜ୍‌ ଭୂଷଣ ସିଂ ରେସଲର୍‌ମାନଙ୍କ ବିରୋଧରେ ଏକ ନୂଆ...

ସିଦ୍ଦରାମାୟାଙ୍କ କ୍ୟାବିନେଟର ୯ ମନ୍ତ୍ରୀଙ୍କ ବିରୋଧରେ ମାମଲା…

ବେଙ୍ଗାଲୁରୁ,୨୨।୫ : କର୍ନାଟକର ମୁଖ୍ୟମନ୍ତ୍ରୀ ସିଦ୍ଦରାମାୟାଙ୍କ କ୍ୟାବିନେଟରେ ଶପଥ ଗ୍ରହଣ କରିଥିବା ସମସ୍ତ ୯ ମନ୍ତ୍ରୀଙ୍କ ବିରୋଧରେ ଅପରାଧିକ ମାମଲା ରହିଛି। ସମସ୍ତ ମନ୍ତ୍ରୀ ମଧ୍ୟ...

ସମ୍ବିଧାନ ଦାୟିତ୍ୱବୋଧ ଇଞ୍ଜିନକୁ ବନ୍ଦ କରି ଚାବି ଫିଙ୍ଗି ଦେଇଛନ୍ତି ଭାଜପା ସରକାର: ଚିଦାମ୍ବରମ…

ନୂଆଦିଲ୍ଲୀ,୨।୮ : ମଣିପୁର ହିଂସାକୁ ନେଇ ପୂର୍ବତନ ଗୃହମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଚିଦାମ୍ବରମ...

ଗ୍ରୀଷ୍ମରେ ଦୁର୍ବିଷହ ହେବ ଜୀବନ

ନୂଆଦିଲ୍ଲୀ, ୨୯l୩: ଗତ ଫେବୃୟାରୀର ତାପମାତ୍ରା ୧୯୦୧ରୁ ସବୁଠାରୁ ଉତ୍ତପ୍ତମାସ ଭାବେ ରେକର୍ଡ କରାଯାଇଛି। ତେବେ ଆସନ୍ତା ସପ୍ତାହରୁ ଦେଶରେ ଗ୍ରୀଷ୍ମ ଲହରି ଆରମ୍ଭ ହେବା...

କ୍ରିମିୟା ବିଜ୍‌ ବିସ୍ଫୋରଣ ପାଇଁ ୟୁକ୍ରେନ୍‌କୁ ଦାୟୀ କଲା ରୁଷିଆ, କହିଲା ଏହା ଆତଙ୍କବାଦୀ କାର୍ଯ୍ୟ…

ମସ୍କୋ,୧୦।୧୦ : ରୁଷିଆ-କ୍ରିମିୟାକୁ ସଂଯୋଗ କରୁଥିବା କର୍ଚ ରେଳ-ରୋଡ ବ୍ରିଜ ବିସ୍ଫୋରଣକୁ ନେଇ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଅନୁସନ୍ଧାନକାରୀ ଦଳଙ୍କ ସହ ଏକ ବୈଠକ କରିଛନ୍ତି।...

ସ୍ୱାଧିନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଐତିହାସିକ ଟାଇମ୍ସ ସ୍କୋୟାରରେ ଉଡିବ ସବୁଠାରୁ ବଡ ତ୍ରିରଙ୍ଗା

ୱାଶିଂଟନ/ନୂଆଦିଲ୍ଲୀ,୧୨ ।୮: ଅଗଷ୍ଟ ୧୫ରେ ଭାରତ ପାଳନ କରିବାକୁ ଯାଉଛି ୭୫ ତମ ସ୍ୱାଧିନତା ଦିବସ । ଏହି ଅବସରରେ ଆମେରିକାର ଏକ ପ୍ରମୁଖ ପ୍ରବାସୀ...

ଭିଜା ବାତିଲ ଯୋଗୁ କ୍ଷତି ହେବ ୮୫୦୦ କୋଟି

ନୂଆଦିଲ୍ଲୀ,୧୩।୩(ପି.ଟି.): କରୋନା ମହାମାରୀ ଭାରତୀୟ ପର୍ଯ୍ୟଟନ, ବିମାନ ଚଳାଚଳ ସେକ୍ଟରକୁ ବଡ଼ ଧରଣର କ୍ଷତି ପହଞ୍ଚାଇବାକୁ ଯାଉଛି। ସଂକ୍ରମଣ ଭୟରେ ସରକାର ମାସେ ପାଇଁ ଭିଜା ସ୍ଥଗିତ...

Advertisement
Archives

Model This Week