ଦୁର୍ଘଟଣାରେ ଦୁଇଖଣ୍ଡ ହେଲା ରଡ୍‌ ବୋଝେଇ ଟ୍ରକ, ଚାଳକଙ୍କ ଜୀବନ ଗଲା

କେନ୍ଦୁଝର,୨୬ା୧୨(ସ୍ବ.ପ୍ର.): କେନ୍ଦୁଝର ସଦର ଥାନା ୨୦ ନମ୍ବର ଜାତୀୟ ରାଜପଥ ନେକଡ଼ା ଘର ପୋଲ ନିକଟରେ ନିକଟରେ ଶନିବାର ଏକ ଲୁହା ରଡ୍‌ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଟ୍ରକଟି ଦୁଇଖଣ୍ତ ହୋଇଯାଇଥିବାବେଳେ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ କଟକ ଜିଲା ଆଠଗଡ଼ ନରସିଂହପୁର ଗ୍ରାମର ଉମେଶ ନାଏକ(୪୦)।
ସୂଚନାନୁଯାୟୀ, ଉମେଶ (ଓଡି-୩୩-ଏମ୍‌-୧୦୫୩) ନମ୍ବର ବିଶିଷ୍ଟ ଟ୍ରକ ଯୋଗେ କେନ୍ଦୁଝରରୁ ଲୁହାରଡ୍‌ ନେଇ ଯାଉଥିଲେ। ଅପରାହ୍ନରେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିଲା। ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରାଯାଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ଶିକ୍ଷା ବ୍ୟବସ୍ଥାରେ ବିଚିତ୍ର ନୀତି : ଛୁଟିଦିନରେ ବି ପିଲାଙ୍କୁ ମଧ୍ୟାହ୍ନଭୋଜନ ଦିଆଯାଇଥିବା ଦର୍ଶାଯାଇଛି

ମାଲକାନଗିରି,୬ା୭(ଡି.ଏନ୍‌.ଏ.): ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କ ପାଇଁ ସରକାର ମଧ୍ୟାହ୍ନଭୋଜନର ବ୍ୟବସ୍ଥା କରିଛନ୍ତି। କିନ୍ତୁ ସରକାରୀ ଛୁଟି ଦିନଗୁଡ଼ିକରେ ଏହି ବ୍ୟବସ୍ଥା ନ ଥିଲେ...

ସାନିଟାଇଜର ଷ୍ଟାଣ୍ଡ ତିଆରି କଲେ ଶୁଭ୍ରଜ୍ୟୋତି

ପୁରୀ ଅଫିସ,୨୯ା୭: ଉଗ୍ରରୂପ ଧାରଣ କରିଛି ମହାମାରୀ କରୋନା। ପ୍ରତିଦିନ ହଜାର ହଜାର ଲୋକ ଏହି ପ୍ରାଣଘାତୀ ଭୂତାଣୁର ଶିକାର ହେଉଛନ୍ତି। ମୃତ୍ୟୁ ସଂଖ୍ୟା ବି...

କମୁଛନ୍ତି ମାଟ୍ରିକ୍‌ ପରୀକ୍ଷାର୍ଥୀ

ବରଗଡ଼ ଅଫିସ୍‌,୭।୩: ମାଧ୍ୟମିକ ଶିକ୍ଷା ପରିଷଦ (ବିଏସ୍‌ଇ) ପରିଚାଳିତ ହାଇସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷା (ଏଚ୍‌ଏସ୍‌ସି) ତଥା ମାଟ୍ରିକ ପରୀକ୍ଷା ଆସନ୍ତା ୧୦ତାରିଖରୁ ଆରମ୍ଭ ହେବ। ଏହା...

ଖାଦ୍ୟ ପାଇଁ ଡହଳବିକଳ ଗୋରୁ, କୁକୁର

କଟକ ଅଫିସ,୧୪ା୪: ଜନଶୂନ୍ୟ ରାସ୍ତାରେ ବୁଲୁଛନ୍ତି ଗୋରୁ ଓ କୁକୁର। ଖାଦ୍ୟ ପାଇଁ ଏମାନେ ଡହଳ ବିକଳ ହେଉଛନ୍ତି। ଏପରି କି ଖାଦ୍ୟାଭାବ ଯୋଗୁ କେତେକ...

ମିଲର୍ସଙ୍କ ପାଇଁ ମଣ୍ଡି ଖୋଲିବାରେ ବିଳମ୍ବ

ସମ୍ବଲପୁର,୬।୧୧(ବ୍ୟୁରୋ): ସମ୍ବଲପୁର ଜିଲାରେ ନଭେମ୍ବର ୨୫ରୁ ଧାନ ସଂଗ୍ରହ ଆରମ୍ଭ ହେବା ନେଇ ପ୍ରଶାସନ ନିଷ୍ପତ୍ତି ନେଇଛି। ହେଲେ ଚାଷୀଙ୍କ ସମସ୍ୟାକୁ ଚିନ୍ତା ନ କରି...

ବର୍ଷାରେ ବେହାଲ ଅନୁଗୋଳ ଜିଲା

ଅନୁଗୋଳ ଅଫିସ, ୮।୯ – ଅନୁଗୋଳ ଜିଲାରେ ଶୁକ୍ରବାର ରାତିରୁ ବର୍ଷା ଲାଗି ରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଶନିବାର ଅପରାହ୍ନ ପର୍ଯ୍ୟନ୍ତ ଜୋରଦାର ବର୍ଷା...

କୋଇଲା ବୋଝେଇ ଟ୍ରେନ୍‌ରେ ନିଆଁ

ରାୟଗଡ଼ା ଅଫିସ, ୩୧।୭ (ଡି.ଏନ୍‌.ଏ.): ରାୟଗଡ଼ା ରେଳ ଷ୍ଟେଶନର ୭ ନଂ. ପ୍ଲାଟଫର୍ମରେ ଠିଆ ହୋଇଥିବା ଏକ କୋଇଲା ବୋଝେଇ ଟ୍ରେନ୍‌ରେ ବୁଧବାର ଘଟିଛି ଅଗ୍ନିକାଣ୍ଡ।...

୩୨ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ: ବାଇକ୍‌ ଛାଡ଼ି ଅଭିଯୁକ୍ତ ଫେରାର

ଭଦ୍ରକ ଅଫିସ,୮ା୪: ବନ୍ତ ଛକ ପୋଲ ନିକଟରୁ ବୁଧବାର ପୂର୍ବାହ୍ନରେ ପୋଲିସ ଯାଞ୍ଚ କରୁଥିବା ବେଳେ ବାଇକ୍‌ ଡିକିରୁ ୩୨୦ ଗ୍ରାମର ବ୍ରାଉନ ସୁଗାର ଜବତ...

Advertisement
Archives

Model This Week