ଜୀବିକା ପ୍ରଶିକ୍ଷଣ ତାଲିମ କାର୍ଯ୍ୟକ୍ରମ

ଭୁବନେଶ୍ୱର,୨୭।୨: ଟାଟା ଷ୍ଟିଲ୍‌ ଫାଉଣ୍ଡେଶନ (ଟିଏସ୍‌ଏଫ୍‌) ସହଯୋଗରେ ସୁବର୍ଣ୍ଣରେଖା ବନ୍ଦର ପ୍ରାଇଭେଟ୍‌ ଲିମିଟେଡ୍‌(ଏସ୍‌ପିପିଏଲ୍‌) ବାଲେଶ୍ୱର ଜିଲାର ବାଲିଆପାଳର ଡଗରା ଗ୍ରାମ ପଞ୍ଚାୟତରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)ର ସଦସ୍ୟଙ୍କ ପାଇଁ ସବାଇ ଘାସ ହସ୍ତତନ୍ତ ସାମଗ୍ରୀ ଉପରେ ଏକ ତାଲିମ କାର୍ଯ୍ୟକ୍ରମ ଆରମ୍ଭ କରିଛି। ଉକ୍ତ କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଅଧିବେଶନରେ ଡଗରା ସରପଞ୍ଚ ସତ୍ୟାନନ୍ଦ ମହାନ୍ତି,ଏସ୍‌ପିପିଏଲ୍‌ର ପ୍ରଶାନିକ ବିଭାଗର ବରିଷ୍ଠ ଡିଭିଜନାଲ ମ୍ୟାନେଜର ପ୍ରମୋଦ କୁମାର ଏବଂ ଟାଟା ଷ୍ଟିଲ୍‌ ଫାଉଣ୍ଡେଶନର ଅଧିକାରୀ ପ୍ରମୋଦ କୁମାର ପାତ୍ର ପ୍ରମୁଖ ଯୋଗଦେଇଥିଲେ। ବିଶେଷକରି ୨ମାସର ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ୨ଜଣ ସରକାରୀ ସାର୍ଟିଫାଏଡ୍‌ ଟ୍ରେନରଙ୍କ ଦ୍ୱାରା ଟ୍ରେନିଂ ଅଫ୍‌ ଟ୍ରେନର ମଡେଲରେ ଶିକ୍ଷାଦାନ କରାଯିବ। ଏପରିକି ଉକ୍ତ କାର୍ଯ୍ୟକ୍ରମଟି ସବାଇଘାସ ହସ୍ତତନ୍ତ ସାମଗ୍ରୀ କାରବାର କରୁଥିବା ଅନ୍ୟ ଏସ୍‌ଏଚ୍‌ଜିମାନଙ୍କୁ ତାଲିମ ଦେବା ପାଇଁ ଏହା ବେଶ୍‌ ସହାୟକ ହେବ। କାରଣ ଏହା ଜରିଆରେ ତାଲିମପ୍ରାପ୍ତ ବ୍ୟକ୍ତିଙ୍କ ଦକ୍ଷତା ବୃଦ୍ଧି କରିବାକୁ ଉଭୟ ସରକାର ଓ କମ୍ପାନୀ କର୍ତ୍ତୃପକ୍ଷ ଲକ୍ଷ୍ୟ ରଖିଛନ୍ତି। ସେହିଭଳି ଏସ୍‌ଏଚ୍‌ଜି ଦ୍ୱାରା ପ୍ରସ୍ତୁତ ଉତ୍ପାଦଗୁଡ଼ିକର ଗୁଣବତ୍ତା ଏବଂ ପରିମାଣ ବୃଦ୍ଧି କରିବା ସହ ତାଲିମ ପ୍ରୋଗ୍ରାମ ବେଶ୍‌ ଉପଯୋଗୀ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ତଃ ଜିଲା ପେନ୍‌ସନ ଅଦାଲତ ଉଦ୍‌ଘାଟିତ ୬୯୨ ପେନ୍‌ସନ, ଭବିଷ୍ୟନିଧି ଅଭିଯୋଗର ଶୁଣାଣି

କୋରାପୁଟ,୨୨ା୫(ଅମିତାଭ ବେହେରା)-କୋରାପୁଟ ସଦ୍‌ଭାବନା ଗୃହରେ ୨ଦିନିଆ ଆନ୍ତଃ ଜିଲା ପେନ୍‌ସନ ଅଦାଲତ ଗୁରୁବାର ଉଦ୍‌ଘାଟିତ ହୋଇଯାଇଛି। ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପେନ୍‌ସନ ଓ ଭବିଷ୍ୟନିଧି ସମ୍ବନ୍ଧୀୟ ବକେୟା…

କଳାବୈଶାଖୀର ତାଣ୍ଡବ: ଦାରିଙ୍ଗବାଡିରେ ଉପୁଡିଲା ବଡ଼ ବଡ଼ ଗଛ, ଭାଙ୍ଗିଲା ଘର

ଦାରିଙ୍ଗବାଡି, ୨୨।୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଏକାଧିକ ସ୍ଥାନରେ ଶୁକ୍ରବାର ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ଗୋପାଳପୁରରୁ ରାଇପୁରକୁ ସଂଯୋଗ…

ଗାଈଗୋଠରେ ବଜ୍ରାଘାତ, ଆଉ ତା’ପରେ…

ଗୁଣୁପୁର,୨୨।୫(ସୁଜାତା ପାଢ଼ୀ): କାଳବୈଶାଖୀ ପ୍ରଭାବରେ ରାୟଗଡ଼ା ଜିଲା ଗୁଣପୁର ଅଞ୍ଚଳରେ ଶୁକ୍ରବାର ଝଡ଼ତୋଫାନ ସହ ପ୍ରବଳ ବର୍ଷା ହୋଇଛି। ସେତିକିବେଳେ ଗୁଣପୁର ଓଭର ବ୍ରିଜ କୃଷି ବିଭାଗ…

ବଦଳିଲା OTET ପରୀକ୍ଷା ତାରିଖ: ଜୁନ୍ ୨୧ ପରିବର୍ତ୍ତେ ଏହି ତାରିଖରେ ହେବ ପରୀକ୍ଷା, ଜାଣନ୍ତୁ କେବେ…

କଟକ,୨୨।୫:  ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET) ଦେବାକୁ ଥିବା ପରୀକ୍ଷାର୍ଥୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା OTET ପରୀକ୍ଷା…

ଜିଲା ଆଇନ ସେବା ପ୍ରାଧିକରଣ: ସୁରକ୍ଷିତ ବାଲ୍ୟକାଳ, ସୁରକ୍ଷିତ ଭବିଷ୍ୟତ କାର୍ଯ୍ୟକ୍ରମ

ଛତ୍ରପୁର,୨୨ା୫ (ଦିଲ୍ଲୀପ ସାମଲ): ଜିଲା ଆଇନସେବା ପ୍ରାଧିକରଣ ପକ୍ଷରୁ ସୁରକ୍ଷିତ ବାଲ୍ୟକାଳ, ସୁରକ୍ଷିତ ଭବିଷ୍ୟତ ଶୀର୍ଷକ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଶୁକ୍ରବାର ଛତ୍ରପୁର ସ୍ଥିତ ବିଜ୍ଞାନ…

ଆହୁରି ଗାଡ଼ି ସଂଖ୍ୟା କମାଇଲେ ମୁଖ୍ୟମନ୍ତ୍ରୀ,ଏଣିକି ୭ ବଦଳରେ…

ଭୁବନେଶ୍ୱର,୨୨।୫: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାଧାରଣ ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପୁଣି ଏକ ବଡ଼ ଏବଂ ପ୍ରଶଂସନୀୟ ପଦକ୍ଷେପ ନେଇଛନ୍ତି। ନିଜ କାର୍‌କେଡ୍‌ (କାର୍‌…

ଗଞ୍ଜେଇ ଲିଙ୍କରେ ପୂର୍ବତନ ସରପଞ୍ଚଙ୍କୁ ବାନ୍ଧିଲା ପୋଲିସ

ମୋହନା,୨୨ା୫ (ମନ୍ମଥ ମିଶ୍ର): ଗଞ୍ଜେଇ ଚୋରା ଚାଲାଣ ଓ ପ୍ରୋତ୍ସାହନ ମାମଲାରେ ଅଡ଼ବା ଥାନା ବିରିକୋଟ ପଞ୍ଚାୟତର ପୂର୍ବତନ ସରପଞ୍ଚ ମାଶା ମାଝୀଙ୍କୁ ଗିରଫ କରି କୋର୍ଟ…

ସିଏସ୍‌କେ ଅଧିନାୟକ ଋତୁରାଜଙ୍କୁ ଜରିମାନା, କାହିଁକି ଜାଣନ୍ତୁ…

ଅହମଦାବାଦ,୨୨ା୫: ଗୁଜରାଟ ଟାଇଟନ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ ଓଭର-ରେଟ୍‌ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ) ଅଧିନାୟକ ଋତୁରାଜ ଗାଏକ୍ୱାଡଙ୍କୁ ଜରିମାନା କରାଯାଇଛି। ଗୁଜରାଟ ଟାଇଟାନ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri