ଅଶାନ୍ତ ଦେଶ

ବ୍ରହ୍ମ ଚେଲ୍ଲାନି

ଆଫଗାନିସ୍ତାନ ଓ ପାକିସ୍ତାନ ଘୋର ଅବ୍ୟବସ୍ଥା ମଧ୍ୟକୁ ଫସିଯାଉଛନ୍ତି । ଆମେରିକା ହିଁ ଏହର ମୁଖ୍ୟ କାରଣ। ଦୀର୍ଘ ସମସ୍ୟା ସହ ଜଡ଼ିତ ଏହି ଦୁଇ ଦେଶରେ ଯେପର୍ଯ୍ୟନ୍ତ ଅଶାନ୍ତି ରହିଥିବ ସେଯାଏ ଇସ୍‌ଲାମିକ ସନ୍ତ୍ରାସବାଦ ଲାଗିରହିବ ଏବଂ ଅନ୍ତର୍ଜାତୀୟ ସୁରକ୍ଷା ଉପରେ ଏହାର ଗମ୍ଭୀର ପ୍ରଭାବ ପଡ଼ିବ। ପ୍ରଥମେ ଆଫଗାନିସ୍ତାନ ସ୍ଥିତିକୁ ଲକ୍ଷ୍ୟ କରିବା। ଆମେରିକା ତାଲିବାନ୍‌ ମୌଳବାଦୀଙ୍କୁ ଆଫଗାନିସ୍ତାନ ଶାସନ ଭାର ଦେବା ପାଖାପାଖି ୨୨ ମାସ ହୋଇଗଲାଣି। ତା’ ପରଠାରୁ ଏହା ଏକ ସନ୍ତ୍ରାସବାଦ ଗଡ଼ ଭାବେ ସାମ୍‌ନାକୁ ଆସିଛି। ଆଫଗାନ ଲୋକଙ୍କ ବିରୋଧରେ ନିର୍ଯାତନା ଦେବା ଏବଂ ମଧ୍ୟଯୁଗୀୟ ପରମ୍ପରାଗୁଡ଼ିକୁ ପୁନର୍ବାର ଲାଗୁକରିଛି। ଏହାବାଦ୍‌ ଆଫଗାନ୍‌ ମହିଳାଙ୍କ ଅଧିକାର କ୍ଷୁଣ୍ଣ କରିଛି। ଅନ୍ୟପକ୍ଷରେ ଅଲ୍‌କାଏଦା ଓ ଅନ୍ୟସବୁ ସନ୍ତ୍ରାସବାଦ ଗୋଷ୍ଠୀ ସହ ତାଲିବାନ୍‌ ନିବିଡ଼ ସମ୍ପର୍କ ରଖିଛି। ପେଣ୍ଟାଗନରୁ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ଅଲ୍‌କାଏଦା ଏବଂ ଇସ୍‌ଲାମିକ ଷ୍ଟେଟ୍‌ (ଆଇଏସ୍‌) ସନ୍ତ୍ରାସବାଦୀ ଗୋଷ୍ଠୀଙ୍କ ପାଇଁ ଆଫଗାନିସ୍ତାନ ଏକ ସୁରକ୍ଷିତ ସ୍ଥାନ । ସେଠାରୁ ଏସିଆ, ୟୁରୋପ ଏବଂ ଆମେରିକା ଉପରେ ଆକ୍ରମଣ କରିବା ପାଇଁ ସେମାନେ ଯୋଜନା କରୁଛନ୍ତି। ବାସ୍ତବରେ ଏଥିରେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ। କାରଣ ତାଲିବାନ୍‌ ସରକାର ତା’ କ୍ୟାବିନେଟରେ ଅନ୍ତର୍ଜାତୀୟ ସନ୍ତ୍ରାସବାଦୀ ଓ ନିଶାଦ୍ରବ୍ୟ ଚୋରାଚାଲାଣ କରୁଥିବା ବ୍ୟକ୍ତମାନଙ୍କୁ ସାମିଲ କରିଛି। ଗତବର୍ଷ କାବୁଲରେ ଆମେରିକାର ଡ୍ରୋନ୍‌ ଆକ୍ରମଣରେ ଅଲ୍‌କାଏଦା ନେତା ଆୟମାନ ଅଲ ଜଓ୍ବାହିରିଙ୍କର ମୃତ୍ୟୁ ଘଟିଥିଲା ଏବଂ ତାଙ୍କୁ ଜାତିସଂଘ ଅନ୍ତଃରାଷ୍ଟ୍ରୀୟ ସନ୍ତ୍ରାସବାଦ ଭାବେ ଘୋଷଣା କରିଥିଲା।
ଇସ୍‌ଲାମିକ ଷ୍ଟେଟ୍‌ ଆଫଗାନିସ୍ତାନରୁ ଏହାର ସନ୍ତ୍ରାସବାଦ କାର୍ଯ୍ୟକଳାପ ସମ୍ପ୍ରସାରଣ କରିବାକୁ ଚେଷ୍ଟା କରିପାରେ। ତାଲିବାନ୍‌ ସହ ଏହାର ମେଣ୍ଟ ଯୋଗୁ ଅନ୍ତର୍ଜାତୀୟ ସ୍ତରରେ ଦୀର୍ଘମିଆଦୀ ଭୟଙ୍କର ବିପଦ ସୃଷ୍ଟି ହେବାର ସମ୍ଭାବନା ରହିଛି। ଯେତେବେଳେ ଆମେରିକା ଆଫଗାନିସ୍ତାନ ଛାଡ଼ିଲା ସେତେବେଳେ ତାହାର ସହଯୋଗୀ ମେଣ୍ଟକୁ ବି ଏକୁଟିଆ କରି ଚାଲିଆସିଲା। ଏହାବ୍ୟତୀତ ସେଠାରେ ବିଲିୟନ ଡଲାର ମୂଲ୍ୟର ଅତ୍ୟାଧୁନିକ ଆମେରିକୀୟ ସେନା ଉପକରଣ ଓ ରଣନୀତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଗ୍ରାମ୍‌ ଏୟାରବେସ୍‌ ସମେତ ଅନେକ ମିଲିଟାରି ବେସ୍‌ ଛାଡ଼ି ଆସିଲା। ଏଣୁ ବିଶ୍ୱର ଏକମାତ୍ର ସନ୍ତ୍ରାସବାଦୀ ଗେଷ୍ଠୀ ଭାବେ ତାଲିବାନ୍‌ ପାଖରେ ଏବେ ତାହାର ନିଜସ୍ବ ବାୟୁ ସେନା ଅଛି। ଗତ ମାସରେ ଜୋ ବାଇଡେନ ପ୍ରଶାସନ ଦ୍ୱାରା ୧୨ ପୃଷ୍ଠା ତଥ୍ୟ ସମ୍ବଳିତ ରିପୋର୍ଟ ଜାରି କରାଯାଇଥିଲା। ଏଥିରେ ଆଫଗାନିସ୍ତାନରେ ସମ୍ପୂର୍ଣ୍ଣ ବିଫଳତା ପାଇଁ ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଦୋଷ ଦେବାକୁ ପ୍ରୟାସ କରିଛି ବାଇଡେନ୍‌ ପ୍ରଶାସନ। କେବଳ ତାଙ୍କ ପୂର୍ବ ପ୍ରଶାସନ ଦ୍ୱାରା ସୃଷ୍ଟି କରାଯାଇଥିବା ସ୍ଥିତି ଆଫଗାନିସ୍ତାନରୁ ସେନା ପ୍ରତ୍ୟାହାର କରାଯିବା ଲାଗି ବାଇଡେନ ପ୍ରଶାସନକୁ ନିଷ୍ପତ୍ତି ନେବାକୁ ବାଧ୍ୟ କରିଥିଲା ବୋଲି ରିପୋର୍ଟ ଦାବି କରିଛି। କିନ୍ତୁ ଏହା ନିଃସନ୍ଦେହ ଯେ, ଟ୍ରମ୍ପ୍‌ ପ୍ରଶାସନ ତାଲିବାନ୍‌ଙ୍କ ସହ ଏକ ବିପଜ୍ଜନକ ଚୁକ୍ତିକୁ ବନ୍ଦ କରିଥିଲା। କିନ୍ତୁ ବାଇଡେନ ତାଙ୍କର ଶୀର୍ଷ ସେନାଧ୍ୟକ୍ଷମାନଙ୍କ ମତକୁ ନ ମାନି ସେଠାରୁ ସେନା ପ୍ରତ୍ୟାହର କରିବା ନିିଷ୍ପତ୍ତି ନେଇଥିଲେ। ଫଳରେ ଆଫଗାନିସ୍ତାନରେ ସ୍ଥିତି ଖରାପ ହେବା ସହ ଅରାଜକତା ବଢ଼ିଗଲା ଏବଂ ତାଲିବାନ୍‌ ଶୀଘ୍ର କ୍ଷମତାକୁ ଫେରିବା ସହଜ ହୋଇଗଲା।
ଆମେରିକାର ନୀତି ପାକିସ୍ତାନକୁ ଭୁଲ୍‌ ବାଟରେ ନେଇଆସିଛି। ପାକିସ୍ତାନ ସହ ଆମେରିକାର ସମ୍ପର୍କ ଯୋଗୁ ପାକିସ୍ତାନର ମିଲିଟାରି ଏବଂ ଏହାର ଇଣ୍ଟର ସର୍ଭିସେସ୍‌ ଇଣ୍ଟେଲିଜେନ୍ସ (ଆଇଏସ୍‌ଆଇ) ଏଜେନ୍ସି ପଡ଼ୋଶୀ ଦେଶଗୁଡ଼ିକ ବିରୋଧରେ ସନ୍ତ୍ରାସବାଦକୁ ଏକ ଅସ୍ତ୍ର ଭାବେ ପ୍ରୟୋଗ କରିବାରେ ସକ୍ଷମ ହୋଇଛନ୍ତି। ଟ୍ରମ୍ପ୍‌ ପ୍ରଶାସନ ଏହି ବିଷୟକୁ ଠିକ୍‌ ଜାଣିପାରିଥିଲା ଏବଂ ପାକିସ୍ତାନ ଯେ ପର୍ଯ୍ୟନ୍ତ ସନ୍ତ୍ରାସବାଦ ସଂଗଠନଗୁଡ଼ିକ ସହ ସମ୍ପର୍କ ଶେଷ ନ କରିଛି ସେଯାଏ ତା’ଠାରୁ ଦୂରେଇ ରହିବାକୁ ପ୍ରତିଶ୍ରୁତିବଦ୍ଧ ଥିଲା। କିନ୍ତୁ ବାଇଡେନ୍‌ ପ୍ରଶାସନ ଏହି ନୀତିକୁ ପୂରା ଓଲଟାଇଦେଲା। ଏପରି କି ପାକିସ୍ତାନ ୧୯୯୦ ଦଶନ୍ଧିରେ ତାଲିବାନ୍‌କୁ ଶକ୍ତିଶାଳୀ କରିବା ଫଳରେ ଆଇଏସ୍‌ଆଇ ସାହାଯ୍ୟରେ ତାହା ଆଫଗାନିସ୍ତାନରେ ଆମେରିକାକୁ ହରାଇପାରିଥିଲା। ଏହା ସତ୍ତ୍ୱେ ଗତବର୍ଷ ବାଇଡେନ୍‌ ପ୍ରଶାସନ ପାକିସ୍ତାନ ସରକାରକୁ ଋଣ ଖିଲାପ ସ୍ଥିତିକୁ ଟାଳିବାରେ ସାହାଯ୍ୟ କରିଥିଲା। ଏହାର ଠିକ୍‌ ପରେ ଏଫ୍‌-୧୬ ବିମାନର ଆଧୁନିକୀକରଣ ପାଇଁ ୪୫୦ ମିଲିୟନ ଡଲାର ଦେବା ଲାଗି ଚୁକ୍ତି କରିଥିଲା। ଏହା ପରେ ସନ୍ତ୍ରାସବାଦୀଙ୍କୁ ପାଣ୍ଠି ଯୋଗାଣ ବିରୋଧରେ ଲଢେଇ କରୁଥିବା ପ୍ୟାରିସ ସ୍ଥିତ ଆନ୍ତଃ ସରକାରୀ ସଂସ୍ଥା ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସ ଦ୍ୱାରା କରାଯାଇଥିବା ‘ଗ୍ରେ ଲିଷ୍ଟ’ରୁ ପାକିସ୍ତାନକୁ ବାହାର କରି ଆଣିବାରେ ଆମେରିକା ସାହାଯ୍ୟ କରିଥିଲା।
ପାକିସ୍ତାନ ଏବେ ଏକ ବଡ଼ ରାଜନୈତିକ ଅସ୍ଥିରତା ବା ଅଶାନ୍ତ ସ୍ଥିତିକୁ ସାମ୍ନା କରୁଛି। ବେସାମରିକ ଓ ସାମରିକ ମଧ୍ୟରେ ଥିବା ସମ୍ପର୍କରେ ହଠାତ୍‌ ପରିବର୍ତ୍ତନ ଯୋଗୁ ଏହା ଉପୁଜିଛି । ପାକିସ୍ତାନର ମିଲିଟାରି ପ୍ରତ୍ୟକ୍ଷ ଭାବେ ୩୩ ବର୍ଷ ଶାସନ କରିଛି। ଯେତେବେଳେ ଏହା କ୍ଷମତାରେ ନ ଥାଏ ସେତେବେଳେ ସହଜରେ ନିୟନ୍ତ୍ରିତ ହେଉଥିବା ନିର୍ବାଚିତ ସରକାର ଉପରେ ଏଭଳି ଚାପ ପକାଏ ଯେ, ତାହା ଜେନେରାଲଙ୍କ ବାସ୍ତବ ନେତୃତ୍ୱକୁ ସମର୍ଥନ କରେ। ଅନ୍ୟପକ୍ଷରେ ୨୦୧୭ ଠାରୁ ମିଲିଟାରିକୁ ସମର୍ଥନ କରିବାରେ ବିଫଳ ହୋଇ ଦୁଇ ଜଣ ପ୍ରଧାନମନ୍ତ୍ରୀ ତଡ଼ାଖାଇଛନ୍ତି। ସେହି ପ୍ରଧାନମନ୍ତ୍ରୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଇମ୍ରାନ ଖାନ୍‌। ପାକିସ୍ତାନ ପ୍ରତିଷ୍ଠା ହେବାର ୭୫ ବର୍ଷ ପରେ ପ୍ରଥମଥର ପାଇଁ ତାଙ୍କ ସମର୍ଥକମାନେ ମିଲିଟାରି କ୍ଷମତାକୁ ସିଧାସଳଖ ଆହ୍ବାନ ଦେଇଛନ୍ତି। ଚଳିତ ମାସରେ ଦୁର୍ନୀତି ଅଭିଯୋଗରେ ଖାନ୍‌ ଗିରଫ ହେବା ପରେ ପାକିସ୍ତାନରେ ଗଣ ପ୍ରତିବାଦ ଦେଖାଯାଇଥିଲା। ପ୍ରତିବାଦକାରୀମାନେ ମିଲିଟାରି ହେଡ୍‌କ୍ୱାର୍ଟର୍ସ ଓ ଏକ ମୁଖ୍ୟ ଆଇଏସ୍‌ଆଇ କ୍ଷେତ୍ରରେ ପ୍ରବେଶ କରି କ୍ଷତି କରିବା ସହ ଜଣେ ଟପ୍‌ ସେନା କମାଣ୍ଡରଙ୍କ ଘରେ ନିଆଁ ଲଗାଇ ଦେଇଥିଲେ। ପୁନର୍ବାର ରାଜନୈତିକ ସଙ୍କଟ ପ୍ରକାଶ ପାଇଥିବାରୁ ପାକିସ୍ତାନ ଋଣ ପରିଶୋଧ ଖିଲାପର ଦ୍ୱାରଦେଶରେ ଦୋଦୁଲ୍ୟମାନ ସ୍ଥିତିରେ ରହିଛି। ସହଯୋଗୀଙ୍କ ସ୍ବଳ୍ପମିଆଦୀ ଋଣଗୁଡ଼ିକ ଦ୍ୱାରା ଏହାକୁ ବଞ୍ଚାଇ ରଖାଯାଉଛି।
ବିଶେଷକରି ପାକିସ୍ତାନରେ ମିଲିଟାରି ବିରୋଧୀ ପ୍ରତିବାଦରୁ ଦେଖାଯାଉଛି ଯେ ସେଠାରେ କିଛି ଉନ୍ନତି ଘଟିଛି। ଏଭଳି ପ୍ରତିବାଦ ଏବେ ନାଗରିକ ଓ ମିଲିଟାରି ସମ୍ପର୍କର ପୁନଃ ସମନ୍ବୟ ପ୍ରତିଷ୍ଠା ପାଇଁ ବାଧ୍ୟ କରିବାର ଅଧିକ ସମ୍ଭାବନା ରହିଛି। କିନ୍ତୁ ବିନା ଲଢ଼େଇରେ ମିଲିଟାରି ନରମିବ ନାହଁି। ମିଲିଟାରି ଶାସନ ଏବେ ଗଣ ଗିରଫ ପାଇଁ ଧୀରେ ଧୀରେ ଆଗେଇଲାଣି। ଏହାସହ ଘଟିଥିବା ହିଂସାରେ ଗିରଫ ନାଗରିକମାନଙ୍କ ବିଚାର ମିଲିଟାରି ଆଇନ ଅନୁଯାୟୀ ହେବ ବୋଲି ସେନା ମୁଖ୍ୟ ଘୋଷଣା କରିଛନ୍ତି। ମିଲିଟାରି ଦେଶରେ ଜରୁରୀ ସ୍ଥିତି ଘୋଷଣା କରିପାରେ କିମ୍ବା ଏହା ଜବରଦସ୍ତ କ୍ଷମତା ଦଖଲ କରିପାରେ। ନାଗରିକ ଓ ମିଲିଟାରି ସଂଘର୍ଷରୁ ଗୃହଯୁଦ୍ଧର ସମ୍ଭାବନା ଅଛି। ଏଭଳି ସ୍ଥିତି ଅନ୍ତଃରାଷ୍ଟ୍ରୀୟ ସନ୍ତ୍ରାସବାଦୀ ଶକ୍ତିଗୁଡ଼ିକୁ ତିଷ୍ଠି ରହିବା ଲାଗି ସୁହାଇବ। ସମ୍ପ୍ରତି ପାକିସ୍ତାନ ଏକ ସନ୍ତ୍ରାସବାଦ କେନ୍ଦ୍ର ପାଲଟିଛି ଓ ଏହା ଆଫଗାନିସ୍ତାନରେ ଅସ୍ଥିରତା ସୃଷ୍ଟି କରୁଛି। ପାକିସ୍ତାନର ମିଲିଟାରି ଏବଂ ସନ୍ତ୍ରାସବାଦୀ ଗୋଷ୍ଠୀଗୁଡ଼ିକ ମଧ୍ୟରେ ଥିବା ସମ୍ପର୍କ ଯେ ପର୍ଯ୍ୟନ୍ତ ନ କଟିଛି, ସେଯାଏ ଆଫଗାନିସ୍ତାନ ସ୍ଥିତିରେ କୌଣସି ଉନ୍ନତି ଆସିବ ନାହିଁ କି ଅନ୍ତଃରାଷ୍ଟ୍ରୀୟ ସନ୍ତ୍ରାସବାଦ ବିରୋଧୀ ଲଢେଇରେ ବିଜୟ ଲାଭ କରିହେବ ନାହିଁ।
ପ୍ରାଧ୍ୟାପକ, ଷ୍ଟ୍ରାଟେଜିକ ଷ୍ଟଡ଼ିଜ,
ସେଣ୍ଟର ଫର୍‌ ପଲିସି ରିସର୍ଚ୍ଚ, ନୂଆଦିଲ୍ଲୀ


Enter your email to get our daily news in your inbox.

All Right Reserved By Dharitri.Com

କଠିନ ପଥ

ଏବେ ଦେଶ ସମ୍ମୁଖରେ କ’ଣ ସମସ୍ୟା ଅଛି, ସ୍ୱାଧୀନତାର ମୌଳିକ ଲକ୍ଷ୍ୟ ପୂରଣ ହୋଇଛି କି ନା ତାହା ଆଲୋଚନା ହେବା ଉଚିତ। ରାଜନୈତିକ ସ୍ୱାଧୀନତା ସତରେ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

ଏଇ ଭାରତରେ

ଜମ୍ମୁକଶ୍ମୀରରେ ଆର୍ଦ୍ରଭୂମି ଓ ବହିରାଗତ ପକ୍ଷୀଙ୍କ ସୁରକ୍ଷାରେ ଲାଗିପଡ଼ିଛନ୍ତି ଏକ ମହିଳା ଟିମ୍‌। ଏହି ଟିମ୍‌ରେ ୧୫ ଜଣ ମହିଳା ଓ ବାଳିକା ରହିଛନ୍ତି। ସେମାନେ ସଲିମ…

ସମାଜର ବିଫଳତା ନା ସମୟର ଆବଶ୍ୟକତା

ଗଛର ମୂଳ ଯେତେ ଦୃଢ଼, ଗଛ ସେତେ ସୁଦୃଢ଼। ସେହିପରି ବୟୋଜ୍ୟେଷ୍ଠମାନେ ହେଉଛନ୍ତି ପରିବାର ଓ ସମାଜର ମୂଳଦୁଆ। ସେମାନଙ୍କ ଅନୁଭବ, ତ୍ୟାଗ ଓ ଜୀବନବୋଧ ସମାଜକୁ…

ଚାଇନା ପାଇଁ ଆହ୍ବାନ

ନିକଟରେ ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀ ଝୁ ରୋଙ୍ଗ୍‌ଜିଙ୍କର ୯୭ ବର୍ଷ ବୟସରେ ମୃତ୍ୟୁହେବା ପରେ ତାଙ୍କ ପାଇଁ ଚତୁର୍ଦ୍ଦିଗରୁ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଥିଲା। ସେ ଥିଲେ ଆର୍ଥିକ…

ଡିଜିଟାଲ ସାର୍ବଭୌମତ୍ୱ

ଆଜିକାଲି ଭୌଗୋଳିକ ସୀମା ସରହଦକୁ ଅତିକ୍ରମକରି ମଣିଷ ଆଭାସିକ ଡିଜିଟାଲ ପୃଥିବୀରେ ଦୈନିକ ଜୀବନଯାପନ କଲାଣି। ଇଣ୍ଟରନେଟ୍‌ ଆସିବା ପରେ ଭୌଗୋଳିକ ସୀମା ପ୍ରତିରକ୍ଷା ପାଇଁ ରହିଲା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri