Posted inଖେଳ

ଆଇପିଏଲ୍‌ ପରେ ଏସିଆ କପ୍‌ ଭେନ୍ୟୁ ସମ୍ପର୍କରେ ନିଷ୍ପତ୍ତି

ନୂଆଦିଲ୍ଲୀ, ୨୫ା୫: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଫାଇନାଲ ପରେ ଏସିଆ କପ୍‌ କ୍ରିକେଟର ଭେନ୍ୟୁ ସମ୍ପର୍କରେ ନିଷ୍ପିତ୍ତି ନିଆଯିବ। ଫାଇନାଲକୁ ଏସିଆନ କ୍ରିକେଟ କାଉନ୍‌ସିଲ (ଏସିସି)ର ଉଚ୍ଚପଦଧିକାରୀମାନଙ୍କୁ ଆମନ୍ତ୍ରିତ କରାଯାଇଥିବା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସମ୍ପାଦକ ଜୟ ଶାହା ପ୍ରକାଶ କରିଛନ୍ତି। ଚଳିତବର୍ଷର ଏସିଆ କପ୍‌ ଆୟୋଜନ ଅଧିକାର ପାକିସ୍ତାନକୁ ମିଳିଛି। ମାତ୍ର ସରକାରଙ୍କ ବିନା ଅନୁମତିରେ ପଡ଼ୋଷୀ ଦେଶକୁ ଏହାର ଦଳ ନ ପଠାଇବା ଲାଗି ବିସିସିଆଇ ନିଷ୍ପତ୍ତି ନେଇଛି। ଅନ୍ୟପକ୍ଷରେ ବିକଳ୍ପ ପ୍ରସ୍ତାବ ସ୍ବରୂପ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଚେୟାରମ୍ୟାନ ନଜମ ସେଠୀ ଏକ ‘ହାଇବ୍ରିଡ୍‌ ମଡେଲ’ ପ୍ରସ୍ତାବ ରଖିଛନ୍ତି। ତଦନୁସାରେ ପାକିସ୍ତାନ ନିଜ ମାଟିରେ ଅତି କମ୍‌ରେ ୪ଟି ଗେମ୍‌ ଆୟୋଜନ କରିବ। ଭାରତ ଏହାର ମ୍ୟାଚଗୁଡ଼ିକ ନିରପେକ୍ଷ ଭେନ୍ୟୁରେ ଖେଳିବ। ତେବେ ଆଇପିଏଲ୍‌ ଫାଇନାଲକୁ ସେଠୀଙ୍କୁ ଆମନ୍ତ୍ରଣ କରାଯାଇଛି କି ନା ତାହା ସ୍ପଷ୍ଟ ହୋଇନାହିଁ। ଏଣେ ଜୟ ଶାହା କହିଛନ୍ତି ବର୍ତ୍ତମାନ ସୁଦ୍ଧା ଏସିଆ କପ୍‌ ଆୟୋଜନ ସଂକ୍ରାନ୍ତରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ। ଆଇପିଏଲ ଫାଇନାଲ ଦେଖିବାକୁ ଶ୍ରୀଲଙ୍କା, ବାଂଲାଦେଶ ଓ ଶ୍ରୀଲଙ୍କାର ଉଚ୍ଚ ପଦାଧିକାରୀମାନେ ଆସିବେ। ସେମାନଙ୍କ ସହ ଆଲୋଚନା ପରେ ଯାହା ନିଷ୍ପତ୍ତି ନିଆଯିବ। ଏସିସି ତରଫରୁ କୌଣସି ଆନୁଷ୍ଠାନିକ ବିବୃତ୍ତି ଦିଆଯଇ ନ ଥିଲେ ମଧ୍ୟ ସେଠୀଙ୍କ ‘ହାଇବ୍ରିଡ୍‌ ମଡେଲ’ ପ୍ରସ୍ତାବ ସମାଧାନର ପନ୍ଥା ବୋଲି ମନେ କରାଯାଉଛି। ଏହି ପ୍ରସ୍ତାବ ଅନୁସାରେ ଶ୍ରୀଲଙ୍କା, ବାଂଲାଦେଶ, ନେପାଳ ଓ ଆଫଗାନିସ୍ତାନ ସେମାନଙ୍କର ୪ ପ୍ରିଲିମିନାରୀ ମ୍ୟାଚ ପାକିସ୍ତାନରେ ଖେଳିବେ। ପାକିସ୍ତାନ ଓ ଭାରତ ସେମାନଙ୍କ ଗେମ୍‌ଗୁଡ଼ିକ ନିରପେକ୍ଷ ଭେନ୍ୟୁରେ ଖେଳିବେ। ଭାରତ ଓ ପାକିସ୍ତାନ ମଧ୍ୟରେ ଦୁଇଟି ମ୍ୟାଚ ୟୁଏଇରେ ଖେଳାଯାଉ ବୋଲି ପିସିବି ଚାହୁଥିବା ବେଳେ ତାହା ଶ୍ରୀଲଙ୍କାରେ ହୋଇପାରେ। କାରଣ ସେପ୍ଟେମ୍ବର ବେଳକୁ ୟୁଏଇରେ ପାଗ ଅନୁକୂଳ ନ ଥିବ। ଏସିସି ମୁଖ୍ୟ ଜୟ ଶାହା ଆନୁଷ୍ଠାନିକ ଭାବେ ଏସିସି ବୈଠକ ଡକାଇବେ। ଏଥିରେ ଏସିଆକପ୍‌ ଭେନ୍ୟୁ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯବ। ଭାରତ ନିରପେକ୍ଷ ଭେନ୍ୟୁରେ ଖେଳିଲେ ପିସିବିର କୌଣସି ଆପତ୍ତି ନ ଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ ପାଇଁ ଆଗୁଆ ଶେଷ ହୋଇପାରେ ସିପିଏଲ

ନୂଆଦିଲ୍ଲୀ, ୩୦।୫: ଆଇପିଏଲର ବଳକା ମ୍ୟାଚ୍‌କୁ ସୁଚାରୁ ରୂପେ ଆୟୋଜନ କରିବା ପାଇଁ ବିସିସିଆଇ କାରିବିଅନ ପ୍ରିମିୟ ଲିଗ୍‌ (ସିପିଏଲ)କୁ ଏକ ସପ୍ତାହ କିମ୍ବା ୧୦...

ଟସ ଜିତିଲା ଡିସି, ପ୍ରଥମେ ବୋଲିଂ…

ବେଙ୍ଗାଲୁରୁ,୧୫।୪ : ଆଇପିଏଲ ସିରିଜ ୧୬ର ୨୦ତମ ମ୍ୟାଚ ଶନିବାର ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ମଧ୍ୟରେ ବେଙ୍ଗାଲୁରୁର ଏମ୍‌....

ବାଂଲାଦେଶ ବିପକ୍ଷରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନେଲା ଭାରତ

ବର୍ମିଂହାମ, ୨।୭: ବିଶ୍ୱକପରେ ଏଜବାଷ୍ଟନରେ ଚାଲିଥିବା ଭାରତ ଓ ବାଂଲାଦେଶ ମ୍ୟାଚରେ ଭାରତ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ଭାରତୀୟ ଦଳରେ ଦୁଇଟି...

ଦ୍ରୁତତମ ଓପନର ରୋହିତ

ରାଜକୋଟ,୧୭।୧- ଭାରତୀୟ ଓପନର ରୋହିତ ଶର୍ମା ଶୁକ୍ରବାର ଦ୍ରୁତତମ ଓପନର ଭାବେ ୭ ହଜାର ରନ୍‌ ପୂରଣ କରିଛନ୍ତି। ହାସିମ ଆମଲା, ସଚିନ ତେନ୍ଦୁଲକରଙ୍କ ଭଳି...

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ରୋମାଞ୍ଚ କ୍ରମେ ବଢ଼ିବାରେ ଲାଗିଛି। ଏହି ଚାମ୍ପିୟନଶିପ୍‌ ଅନ୍ତର୍ଗତ ବର୍ତ୍ତମାନ ସୁଦ୍ଧା ୩ଟି ସିରିଜ ଖେଳାଯାଇ ସାରିଛି। ସେଥିରୁ ନ୍ୟୁଜିଲାଣ୍ଡ-ଶ୍ରୀଲଙ୍କା ଓ...

ବିନା ଡିଆର୍‌ଏସ୍‌ରେ ଖେଳାଗଲା

ମୁମ୍ବାଇ,୧୨।୫: ଓ୍ବାଙ୍ଖଡେ ଷ୍ଟାଡିୟମରେ ବିଦ୍ୟୁତ ବିଭ୍ରାଟ ଯୋଗୁ ଚେନ୍ନାଇ ସୁପର କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌ରେ ପ୍ରାରମ୍ଭିକ ୨ ଓଭରରେ...

କିଟ୍‌ର ପ୍ରଜ୍ଞା ପ୍ରଶାନ୍ତି, ବିକ୍ରାନ୍ତଙ୍କ ମିଟ୍‌ ରେକର୍ଡ

ଭୁବନେଶ୍ୱର, ୩୧ା୫(ସ୍ପୋଟର୍‌ସ ବ୍ୟୁରୋ): ଉତ୍ତର ପ୍ରଦେଶରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସର ୬ଷ୍ଠ ଦିବସରେ କିଟ୍‌ ୟୁନିଭର୍ସିଟିର ପ୍ରତିଯୋଗୀମାନେ ୪ ସ୍ବର୍ଣ୍ଣ ପଦକ ହାସଲ...

ଓଡ଼ିଶାର ୨୧ ଜଣଙ୍କୁ ଜାତୀୟ ଯୋଗ୍ୟତା

ଭୁବନେଶ୍ବର, ୨୩ା୯,(ସ୍ପୋଟର୍‌ସ ବ୍ୟୁରୋ):ପଶ୍ଚିମବଙ୍ଗର ଆସାନସୋଲରେ ଚାଲିଥିବା ଷଷ୍ଠ ପୂର୍ବାଞ୍ଚଳ ବନ୍ଧୁକଚାଳନା ପ୍ରତିଯୋଗିତାରେ ଓଡିଶାର ପ୍ରତିଯୋଗୀ ଅଦ୍ଭୂତପୂର୍ବ ସଫଳତା ହାସଲ କରିଛନ୍ତି। ଏହି ପ୍ରତିଯୋଗିତାରେ ଓଡ଼ିଶାରୁ ୫୩...

Advertisement
Archives

Model This Week