ନିଶାକୁ ଦେଖିବାକୁ କରିଥିଲେ ମୋଟାଅଙ୍କର ଟିକେଟ୍‌, ନ ଆସିବାରୁ ଗୋଟିଏ ପରେ ଗୋଟିଏ…

ଭୁବନେଶ୍ୱର,୪।୬: ଅପେକ୍ଷା ଥିଲା ଆଇଟମ ଡ୍ୟାନ୍ସର ନିଶା ମହାରଣାଙ୍କୁ। ଦର୍ଶକ କରିଥିଲେ ଅପେକ୍ଷା। ନିଶା ଆସିବେ କହି ଭିଡ ମଧ୍ୟ ହୋଇଥିଲା। ହେଲେ ଆସି ପହଞ୍ଚିଲେନି ନିଶା। ଅପେକ୍ଷା କରି କରି ଶେଷରେ ରାଗିଗଲେ ଦର୍ଶକ। ଆଉ ମଞ୍ଚ ଉପରକୁ ଫୋପାଡ଼ିଥିଲେ ଗୋଟିଏ ପରେ ଗୋଟିଏ ଚେୟାର।
ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଆଙ୍କୁଶପୁର ନିକଟସ୍ଥ ବୁଢ଼ିଘରାରେ । ବୁଢିଘରା ଛକଠାରେ ଲାଗିଥିବା ମାଁ ଦଣ୍ଡକାଳୀ ଯାତ୍ରାରେ ଦର୍ଶକଙ୍କ ମନୋରଞ୍ଜନ ପାଇଁ କମିଟି ତରଫରୁ ଅପେରା ପ୍ରଦର୍ଶନ ପାଇଁ ବ୍ୟବସ୍ଥା ହୋଇଛି। ସୋମବାର ରାତିରେ ଏହି ଅପେରା ଷ୍ଟେଜରେ ନିଶା ମହାରଣା ଆସିବେ ବୋଲି ପ୍ରଚାର ହୋଇଥିଲା। ନିମନ୍ତ୍ରଣ ରକ୍ଷା କରି ନିଶା ମହାରଣା ଯାତ୍ରାକୁ ଆସିଥିଲେ ସତ । କି ନ୍ତୁ ମଞ୍ଚ ଉପରକୁ ନଯାଇ ନିଜ ଗାଡିରେ ବସିଥିବା ଦେଖିବାକୁ ମିଳିଥିଲା ।
ନିଶା ମହାରଣାଙ୍କୁ ଦେଖିବା ପାଇଁ ବହୁ ଦୂରରୁ ବହୁ ଦର୍ଶକ ୪୦୦ ଟଙ୍କା ଲେଖାଏଁ ଟିକେଟ କାଟି ଯାତ୍ରା ଦେଖିବା ପାଇଁ ଆସିଥିଲେ। ମଞ୍ଚ ଉପରକୁ ନିଶା ମହାରଣା ନ ଆସିବାରୁ ଲୋକେ କ୍ଷୁବ୍ଧ ହୋଇଥିବା ଦେଖିବାକୁ ମିଳିଥିଲା । ଯେଉଁଥିପାଇଁ ମଞ୍ଚ ଉପରେ ଉଡିଲା ଚେୟାର । ଲୋକେ ଚେୟାର ଫୋପାଡ଼ିବା ସହ ପାଟିତୁଣ୍ଡ କଲେ । ଖବର ପାଇ ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବା ସହ ଉତ୍ତ୍ୟକ୍ତ ଲୋକଙ୍କୁ ସେଠାରୁ ଘଉଡାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଜୁନ ୨୫ରେ ବିଜେଡି ଛାତ୍ର ସଂଗଠନର ରାଜ୍ୟବ୍ୟାପୀ ପ୍ରତିବାଦ, ମହିଳା…

ଭୁବନେଶ୍ୱର,୨୩।୬: ଓଡ଼ିଶାରେ ମହିଳାଙ୍କ ବିରୁଦ୍ଧରେ ବଢୁଥିବା ଅପରାଧ ଘଟଣାକୁ ନେଇ ବିଜୁ ଜନତା ଦଳ (ବିଜେଡି)ର ଛାତ୍ର ସଂଗଠନ ଆସନ୍ତା ଜୁନ ୨୫ ତାରିଖରେ ରାଜ୍ୟବ୍ୟାପୀ...

ଇରାନକୁ ନିରାଶ କଲା ରୁଷିଆ, ଖାମେନେଇ ଆମେରିକା ବିରୁଦ୍ଧରେ ଅଧିକ ସମର୍ଥନ ପାଇଁ ପୁଟିନଙ୍କୁ ଲେଖିଲେ ଚିଠି

ନୂଆଦିଲ୍ଲୀ,୨୩।୬: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇ ଆମେରିକାର ସାମ୍ପ୍ରତିକ ସାମରିକ କାର୍ଯ୍ୟାନୁଷ୍ଠାନ ପରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଅଧିକ ସମର୍ଥନ ପାଇଁ...

ମାଡ଼ି ଆସୁଛି କି ଭୟଙ୍କର ବିପଦ! ଭାଙ୍ଗିଲା ମହିମା ଗାଦିର ଦଧିନଉତି,ରାତି ଅଧରେ ଶୁଭିଲା…

ଢେଙ୍କାନାଳ,୨୩।୬(ରତନ ନାୟାର): ଢେଙ୍କାନାଳ ଜିଲା ବିଶ୍ୱ ପ୍ରସିଦ୍ଧ ମହିମା ଧର୍ମରପୀଠ ମହିମାଗାଦି ଯୋରନ୍ଦାରେ ରବିବାର ବିଳମ୍ବିତ ରାତିରେ ଭାଙ୍ଗିଯାଇଛି। ବଜ୍ରପାତରେ ଗାଦି ମନ୍ଦିର ପୂର୍ବ ମୁଖଶାଳା...

ଦାରିଙ୍ଗବାଡି ଅଞ୍ଚଳରେ ପ୍ରବଳ ବର୍ଷା, ଫୁଲିଲାଣି ଗୁମାଡ଼ି , ଯୋଗାଯୋଗ ବିଚ୍ଛିନ୍ନ

ଦାରିଙ୍ଗବାଡି,୨୩।୬(ଅରୁଣ ସାହୁ):  କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ସୋମବାର ଭୋର ସମୟରୁ ପ୍ରବଳ ବର୍ଷା ଜାରିରହିଛି। ଫଳରେ ଅଞ୍ଚଳରେ ବୋହିଯାଉଥିବା ଏକାଧିକ ନଦୀରେ ଜଳସ୍ତର...

ଯୁବପିଢ଼ିଙ୍କୁ ପଛରେ ପକାଇଦେବେ ୮୦ ବର୍ଷୀୟା ବୃଦ୍ଧା, ଶାଢ଼ି ପିନ୍ଧି ଚଲାଇଲେ ଟ୍ରାକ୍ଟର, ଭିଡିଓ ଦେଖିଲେ…

ସୋସିଆଲ ମିଡିଆ ପୁଣିଥରେ ଏକ ହୃଦୟସ୍ପର୍ଶୀ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଜଣେ ୮୦ ବର୍ଷୀୟା ବୃଦ୍ଧା ତାଙ୍କ ବୟସକୁ ପଛରେ ପକାଇବା ସହ ଆଜିର...

ଅପରେଶନ ପରେ କେମିତି ଅଛନ୍ତି ନବୀନ: ବଡ଼ ଭାଇ ପ୍ରେମ ପଟ୍ଟନାୟକ କହିଲେ…

ଭୁବନେଶ୍ୱର,୨୩।୬: ସୁସ୍ଥ ଅଛନ୍ତି ନବୀନ ପଟ୍ଟନାୟକ, କହିଲେ ନବୀନଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକ। ଅପରେଶନ ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ନେଇ ପ୍ରତିକ୍ରିୟା ରଖିଛନ୍ତି ପ୍ରେମ୍‌।...

ଯୁଦ୍ଧ ମଧ୍ୟରେ ତେଲ ଉପରେ ନିର୍ଭରଶୀଳତା ହ୍ରାସ କରିବା ପାଇଁ ବଡ଼ ନିଷ୍ପତି ନେଲା ମଧ୍ୟପ୍ରାଚ୍ୟର ଏହି ଦେଶ…

ନୂଆଦିଲ୍ଲୀ,୨୩ା୬: ଓମାନ ଉପସାଗରୀୟ ରାଷ୍ଟ୍ରମାନଙ୍କ ମଧ୍ୟରେ ପ୍ରଥମ ଦେଶ ଭାବେ ଆୟକର ଲାଗୁ କରିବାକୁ ଯାଉଛି, ଯାହା ତେଲ ଉପରେ ନିର୍ଭରଶୀଳତା ହ୍ରାସ କରି ସରକାରୀ...

ପୁରାତନ କଳା-ସଂସ୍କୃତି-ପରମ୍ପରାରେ ହେବ ରଥଯାତ୍ରା, ୨୭ରେ ରଥଟଣା

ଧର୍ମଶାଳା,୨୩ା୬(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଭାଲୁଖାଇ ଜଗନ୍ନାଥ ମନ୍ଦିରରେ ଆସନ୍ତା ୨୭ ତାରିଖରେ ଏକାଦଶ ବାର୍ଷିକ ଶ୍ରୀ ଗୁଣ୍ଡିଚା ରଥଯାତ୍ରା ମହାଆଡ଼ମ୍ବର ସହକାରେ ପାଳିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri