ଭୁବନେଶ୍ୱର,୯।୯(ଅନୁରାଧା ମହାରଣା): ରାଜ୍ୟର ସରକାରୀ ବିଦ୍ୟାଳୟଗୁଡ଼ିକରେ ଗୁଣାତ୍ମକ ଶିକ୍ଷାଦାନ ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା କରାଯାଉଛି। ବିଦ୍ୟାଳୟ ରୂପାନ୍ତରୀକରଣରେ ଆଖିବୁଜା ଅର୍ଥ ଖର୍ଚ୍ଚ ହେଉଛି। ହେଲେ ଖୋଦ୍ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ଅଧିକାଂଶ ବିଦ୍ୟାଳୟରେ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ଖାଲି ପଡ଼ୁଥିବାରୁ ପାଠପଢ଼ାରେ ଗୁରୁତର ବ୍ୟାଘାତ ସୃଷ୍ଟି ହେଉଛି। ଭୁବନେଶ୍ୱର ୟୁନିଟ-୯ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ନ ଥିବାବେଳେ ଜଣେ ମାତ୍ର ହିନ୍ଦୀ ଶିକ୍ଷକ ଉଭୟ ବିଦ୍ୟାଳୟରେ ପାଳିକରି ପଢ଼ାଉଛନ୍ତି। ସପ୍ତାହର ୩ଦିନ ଗୋଟିଏ ବିଦ୍ୟାଳୟରେ ଏବଂ ଅନ୍ୟ ୩ଦିନ ଆଉ ଗୋଟିଏ ବିଦ୍ୟାଳୟରେ ହିନ୍ଦୀ ପଢ଼ାଉଥିବା ଜଣାପଡିଛି। ଚଳିତବର୍ଷ ୟୁନିଟ-୯ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୭୫୦ରୁ ଅଧିକ ଛାତ୍ରୀଛାତ୍ର ପାଠ ପଢ଼ୁଥିବାବେଳେ ବାଳିକା ଉଚ୍ଚ ବିଦ୍ୟାଳୟରେ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୪୦୦ ଛାତ୍ରୀ ଅଛନ୍ତି। ବାଳିକା ଉଚ୍ଚ ବିଦ୍ୟାଳୟରେ ହିନ୍ଦୀ ଶିକ୍ଷକଙ୍କ ସମେତ ୧୭ଜଣ ଶିକ୍ଷକ କାର୍ଯ୍ୟ କରୁଛନ୍ତି। ବାଳକ ବିଦ୍ୟାଳୟରେ ୨୦୨୦ରେ ୨୯ଜଣ ଶିକ୍ଷକଶିକ୍ଷୟିତ୍ରୀ ଥିବାବେଳେ ବର୍ତ୍ତମାନ ଏହି ସଂଖ୍ୟା ୧୭କୁ ଖସିଆସିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ ଆହୁରି ୧୮ ଶିକ୍ଷକଙ୍କ ଆବଶ୍ୟକତା ରହିଛି। ଅନ୍ୟାନ୍ୟ ବିଷୟରେ ଜଣେ ଦୁଇଜଣ ଶିକ୍ଷକ ରହିଥିବାବେଳେ କ୍ରୀଡା ଓ ହିନ୍ଦୀ ଶିକ୍ଷକ ପଦ ଖାଲିପଡିଛି। ଏନେଇ ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ବାରମ୍ବାର ଚିଠି ଲେଖାଯିବା ପରେ ଅସ୍ଥାୟୀ ଭାବେ ବାଳିକା ଉଚ୍ଚ ବିଦ୍ୟାଳୟର ହିନ୍ଦୀ ଶିକ୍ଷକଙ୍କୁ ଉଭୟ ବିଦ୍ୟାଳୟରେ ହିନ୍ଦୀ ପାଠପଢ଼ା ଦାୟିତ୍ୱ ଦିଆଯାଇଛି। ଦୀର୍ଘଦିନ ଧରି ଏହି ପଦବୀ ଖାଲିପଡ଼ିବା ପରେ ଏକ ମାସ ହେବ ଏହି ହିନ୍ଦୀ ଶିକ୍ଷକଙ୍କୁ ନିଯୁକ୍ତ କରାଯାଇଛି। ଅକ୍ଟୋବର ପ୍ରଥମ ସପ୍ତାହରୁ ଦଶମ ପିଲାଙ୍କ ଷାଣ୍ମାସିକ ପରୀକ୍ଷା ଆରମ୍ଭ ହେବାକୁଥିବାବେଳେ ପାଠ୍ୟକ୍ରମ ସାରିବାକୁ ମାସେରୁ କମ୍ ସମୟ ରହିଛି। ଉଭୟ ବିଦ୍ୟାଳୟର ୧୫ଟି ଶ୍ରେଣୀରେ ଜଣେ ହିନ୍ଦୀ ଶିକ୍ଷକ ପାଠ ପଢ଼ାଇବା ଦ୍ୱାରା ପିଲାମାନେ ଗୁଣାମତ୍କ ଶିକ୍ଷାରୁ ବଞ୍ଚତ୍ତ ହେଉଥିବା ୟୁନିଟ୍-୯ ବାଳିକା ଉଚ୍ଚ ବିଦ୍ୟାଳୟର କେତେଜଣ ଛାତ୍ରୀ କହିଛନ୍ତି। ସେହିପରି ସରକାରୀ ଉଚ୍ଚ ବିଦ୍ୟାଳୟରେ ଦୀର୍ଘଦିନ ଧରି ହିନ୍ଦୀ ଶିକ୍ଷକଙ୍କ ବିନା ପିଲାମାନେ ପାଠପଢ଼ୁଥିବାବେଳେ ଏବେ ପାଳିରେ ଜଣେ ଶିକ୍ଷକ ପାଠପଢ଼ାଇବାକୁ ଆସୁଥିଲେ ମଧ୍ୟ ସମସ୍ୟାରେ ବିଶେଷ ପରିବର୍ତ୍ତନ ଆସି ନ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀଛାତ୍ର ଓ ଅଭିଭାବକ କହିଛନ୍ତି। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୂର୍ଯ୍ୟନାରାୟଣ ଦାଶଙ୍କ କହିବାନୁସାରେ, ହିନ୍ଦୀ ଶିକ୍ଷକ ନିଯୁକ୍ତି ନେଇ ବାରମ୍ବାର ପତ୍ର ଲେଖାଯାଉଥିବାବେଳେ ଶିକ୍ଷକ ପଦବୀ ପୂରଣର ସ୍ଥାୟୀ ସମାଧାନ କରାଯାଉନାହିଁ। ବିଦ୍ୟାଳୟରୁ ପୂର୍ବରୁ କେତେଜଣ ଶିକ୍ଷକଙ୍କୁ ଅନ୍ୟ ବିଦ୍ୟାଳୟକୁ ପଠାଯାଇଛି। ସେମାନଙ୍କୁ ତୁରନ୍ତ ଫେରାଇଆଣିବା କିମ୍ବା ନୂଆ ଶିକ୍ଷକ ନିଯୁକ୍ତି ପାଇଁ ବିଦ୍ୟାଳୟ ପକ୍ଷରୁ ବାରମ୍ବାର ପତ୍ର ଲେଖାଯାଉଥିଲେ ମଧ୍ୟ ସୁଫଳ ମିଳିନାହିଁ। ସପ୍ତାହର ୩ଦିନରେ ଏତେ ସଂଖ୍ୟକ ପିଲାଙ୍କୁ ପାଳିରେ ଆସୁଥିବା ହିନ୍ଦୀ ଶିକ୍ଷକ ଉପଯୁକ୍ତ ଶିକ୍ଷା ପ୍ରଦାନ କରିବା ସହଜ ନୁହେଁ। ପୁଣି ହିନ୍ଦୀ ପରୀକ୍ଷା ଖାତାଦେଖା ମଧ୍ୟ ତାଙ୍କ ପାଇଁ କଷ୍ଟକର ହୋଇପଡିବ।
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ
ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…
ଭୁବନେଶ୍ୱର ଫୁଲ ଦୋକାନ
ଫର୍ନସ ଏନ୍ ପେଟାଲ୍ସ ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ
କଳିଙ୍ଗ ଫିଟନେସ୍ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍ରେ ସବୁ ପ୍ରକାର…
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ
ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…
କଟକ ଦହିବରା ଆଳୁଦମ
ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ
ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…
ଶ୍ରେଷ୍ଠ ପାଞ୍ଚ ପୁରୀର ମଠ
ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…
ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ
ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

