ସଫଳ ପିଜୁଳି ଚାଷୀ କୁଅଁର ଦମ୍ପତି, କରୁଛନ୍ତି ଲକ୍ଷାଧିକ ଟଙ୍କା ଆୟ

ସମ୍ବଲପୁର,୨୩ା୯ (ଶୁଭାଶିଷ ପାଢ଼ୀ): ଦୃଢ଼ ଇଚ୍ଛାଶକ୍ତି ଥିଲେ ସଫଳତା ମିଳେ। ସଂଘର୍ଷ କରି ଏଭଳି ସଫଳତା ପାଇଛନ୍ତି ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକ ଫଟାମୁଣ୍ଡା ଗାଁର ଚାଷୀ ଦମ୍ପତି ଯଜ୍ଞଶିନୀ କୁଅଁର ଓ ସ୍ବାମୀ ମହେନ୍ଦ୍ର। ଏମାନେ ପିଜୁଳି ଚାଷ କରି ଲକ୍ଷାଧିକ ଟଙ୍କା ଆୟ କରୁଛନ୍ତି। ସ୍ଥାନୀୟ ଅଞ୍ଚଳର ଚାଷୀଙ୍କ ପାଇଁ ଏହି ଦମ୍ପତି ଏବେ ପ୍ରେରଣା ପାଲଟିଛନ୍ତି। ମହେନ୍ଦ୍ର କହନ୍ତି, ପୂର୍ବରୁ ପାରମ୍ପରିକ ପ୍ରଣାଳୀରେ ଧାନଚାଷ କରିଆସୁଥିଲେ। ଏହି ଚାଷରେ ବିଶେଷ ଲାଭ ହେଉ ନ ଥିଲା। କିଛି ଭିନ୍ନ ଚାଷ କରିବା ପାଇଁ ମନରେ ଭାବିଥିଲେ। ଚାଷରେ ସଫଳତା ପାଇବା ପାଇଁ ସୋସିଆଲ ମିଡିଆ ୟୁଟ୍ୟୁବ ଦେଖିଥିଲେ। ତାଇ- ୭ ପ୍ରଜାତିର ପିଜୁଳି ଓ କାଜୁ ଚାଷ କିପରି ହୋଇଥାଏ ସେ ନେଇ ଏକ ଭିଡ଼ିଓ ଦେଖିଥିଲେ। ଏହାପରେ ପାରମ୍ପରିକ ପୁରୁଣା ଚାଷ ପଦ୍ଧତି ଛାଡି ଜୈବିକ ପଦ୍ଧତିରେ ପିଜୁଳି ଓ କାଜୁ ଚାଷ କରିବା ପାଇଁ ଆଗ୍ରହ ବଢିଥିଲା। ଶେଷରେ ଜୈବିକ ପ୍ରଣାଳିରେ ପିଜୁଳି ଓ କାଜୁ ଚାଷ ଆରମ୍ଭ କରିଥିଲେ। ନିଜର ୨ ଏକର ଜମିରେ ସେ ୨ ହଜାର ଗୋଟି ତାଇ-୭ ପ୍ରଜାତି ପିଜୁଳି ଚାରା ଲଗାଇଥିଲେ। ଏଥିରେ ସେ ସୋରିଷ ଓ ଲିମ୍ବ ପିଡିଆର ଜୈବିକ ଖତ ପ୍ରୟୋଗ କରିଥିଲେ। ଗୋଟିଏ ଚାରାକୁ ସେ ୨୫୦ ଟଙ୍କାରେ କିଣିଥିଲେ। ଏଥିରେ ତାଙ୍କର ମୋଟ ୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ସେହିପରି ୩ ଏକର ଜମିରେ ସେ ଜୈବିକ ପଦ୍ଧତିରେ କାଜୁ ଚାଷ ମଧ୍ୟ କରିଛନ୍ତି। ଏବେ ଗଛଗୁଡିକ ବଡ ହୋଇ ଫଳ ଧରିବା ଆରମ୍ଭ କଲାଣି। ମହେନ୍ଦ୍ରଙ୍କ ଏହି ଚାଷ କାମରେ ସ୍ତ୍ରୀ ଯଜ୍ଞଶିନୀଙ୍କ ସମ୍ପୂର୍ଣ୍ଣ ସହଯୋଗ ରହିଛି। ଯଜ୍ଞଶିନୀ ସ୍ଥାନୀୟ ସମିତିସଭ୍ୟା ହୋଇଥିବା ବେଳେ ନିଜ କାମରୁ ଟିକିଏ ଅବସର ମିଳିଲେ ସ୍ବାମୀଙ୍କୁ ସହଯୋଗ କରନ୍ତି। ଏହି ତାଇ- ୭ ପିଜୁଳି ଚାଷର ବିଶେଷତ୍ୱ ହେଉଛି ଏହା ବର୍ଷକରେ ୩ଥର ଫଳ ଅମଳ ଦେଇଥାଏ। ଏଭଳି ଅର୍ଥକରୀ ଚାଷ କରି ସେ ନିଜେ ଲାଭବାନ ହେବାସହ ସ୍ଥାନୀୟ ଅଞ୍ଚଳର ୧୦ ଜଣ ଲୋକଙ୍କୁ ରୋଜଗାର ଦେଇଛନ୍ତି। ଚାଷୀ ଦମ୍ପତିଙ୍କ ଏହି ଉଦ୍ୟମକୁ ସ୍ଥାନୀୟ ଅଞ୍ଚଳରେ ବେଶ୍‌ ପ୍ରଶଂସା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?