Posted inଜାତୀୟ

କଳ୍ପନାଜଳ୍ପନା ଭିତରେ ସ୍ବତନ୍ତ୍ର ଅଧିବେଶନ

ନୂଆଦିଲ୍ଲୀ,୧ା୯(କୁଲଦୀପ ସିଂ):ସେପ୍ଟେମ୍ବର ୧୮ରୁ ୨୨ ପର୍ଯ୍ୟନ୍ତ ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନ ଚାଲିବ ବୋଲି ଗୁରୁବାର କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଏହି ଘୋଷଣା ପରେ ମୋଦି ସରକାରଙ୍କ ଏଭଳି ଅପ୍ରତ୍ୟାଶିତ ପଦକ୍ଷେପ ପଛର କାରଣକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇବାରେ ଲାଗିଛି। ‘ଅମୃତ କାଳରେ’ ଆଲୋଚନା ଓ ବିତର୍କ ପାଇଁ ଏହି ଅଧିବେଶନ ଡକାଯାଇଥିବା ବିଷୟ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଷୀ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଏକ୍ସ’ରେ ଉଲ୍ଲେଖ କରିଛନ୍ତି। ଜୋଷୀ ଯାହା କହିଛନ୍ତି, ସେଥିରୁ ଅଧିକ ସୂଚନା ସରକାରଙ୍କ କୌଣସି ଅଧିକାରୀ ଦେଇନାହାନ୍ତି। ତେବେ ସୂତ୍ରରୁ ଜଣାପଡ଼ିଛି ଯେ, ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ତେଲଙ୍ଗାନା ଓ ମିଜୋରାମ ବିଧାନସଭା ନିର୍ବାଚନ ପୂର୍ବରୁ ସରକାର ଏହି ଅଧିବେଶନକୁ ନିଜ ସଫଳତା ପ୍ରଚାର ପାଇଁ ବ୍ୟବହାର କରିପାରନ୍ତି। ଅଧିବେଶନର ୫ଟି କାର୍ଯ୍ୟଦିବସରେ ସରକାର ଚନ୍ଦ୍ରୟାନ-୩ ଏବଂ ଜି୨୦ ସମ୍ମିଳନୀର ସଫଳତା ବତାଇବା ସହ ଅମୃତକାଳ ପାଳନ ସମ୍ପର୍କରେ ଜଣାଇବେ। ଗୁରୁତ୍ୱପୂର୍ଣ୍ଣ ବିଧାନସଭା ନିର୍ବାଚନ ପୂର୍ବରୁ ଚନ୍ଦ୍ର ମିଶନ ଏବଂ ଜି୨୦ ସମିଟ୍‌ର ସଫଳତାକୁ ପ୍ରୋତ୍ସାହିତ କରିବା ପାଇଁ ଏହି ସ୍ବତନ୍ତ୍ର ଅଧିବେଶନ ସରକାରଙ୍କ ପାଇଁ ଏକ ପ୍ଲାଟ୍‌ଫର୍ମ ପାଲଟିବାକୁ ଯାଉଛି।
ସରକାରଙ୍କ ପକ୍ଷରୁ କୌଣସି ବିଲ୍‌ ଆଗତ ନେଇ ଘୋଷଣା କରାଯାଇ ନ ଥିଲେ ସୁଦ୍ଧା ‘ଏକ ଦେଶ, ଏକ ନିର୍ବାଚନ’ କରାଇବା ପାଇଁ ଏହି ଅଧିବେଶନ ଡକାଯାଇଥିବା ଆଲୋଚନା ହେଉଛି। ଦେଶବ୍ୟାପୀ ଏକକାଳୀନ ଲୋକ ସଭା ଓ ବିଧାନସଭା ନିର୍ବାଚନ କରାଇବା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୋର୍‌ ଦେଇଆସୁଛନ୍ତି। ଏକସଙ୍ଗେ ନିର୍ବାଚନ କରାଯିବା ଦ୍ୱାରା ଖର୍ଚ୍ଚ ଓ ପ୍ରଶାସନିକ ବୋଝ କମିଯିବ ବୋଲି ମୋଦି ଅନେକ ସମୟରେ କହିଥାନ୍ତି। ଏହାଦ୍ୱାରା ବିକାଶ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ମୋଦି ଗତ ବର୍ଷ ଜାନୁୟାରୀରେ କହିଥିଲେ।
ସେହିପରି ମହିଳା ସଂରକ୍ଷଣ ବିଲ୍‌କୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି। ଲୋକ ସଭା ଓ ବିଧାନସଭାଗୁଡ଼ିକରେ ମହିଳାମାନଙ୍କୁ ୩୩% ସଂରକ୍ଷଣ ଦେବା ପାଇଁ ଉଦ୍ଦିଷ୍ଟ ଏହି ବିଧେୟକକୁ ସରକାର ଲୋକ ସଭାରେ ଆଗତ କରିପାରନ୍ତି। କାରଣ ଏହା ଉପରେ ପ୍ରାୟ ସବୁ ଦଳର ଆଭିମୁଖ୍ୟ ସମାନ ରହିଛି। ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ନିର୍ବାଚନରେ ମହିଳାଙ୍କ ଯୋଗଦାନକୁ ସରକାର ଅଣଦେଖା କରିପାରିବେ ନାହିଁ। ଭାରତର ନିର୍ବାଚନ କମିଶନ(ଇସିଆଇ)ଙ୍କ ସୂତ୍ରରୁ ମିଳିଥିବା ତଥ୍ୟାନୁସାରେ ୨୦୧୯ ଲୋକ ସଭା ନିର୍ବାଚନରେ ମହିଳା ଭୋଟରଙ୍କ ମତଦାନ ବଢ଼ିଥିଲା। ମହିଳାମାନେ ୬୭.୧୮% ମତଦାନ କରିଥିବାବେଳେ ପୁରୁଷ ମତଦାତାଙ୍କ ସଂଖ୍ୟା ୬୭.୦୧% ରହିଥିଲା। ନିର୍ବାଚନରେ ମହିଳାମାନେ ଅଧିକରୁ ଅଧିକ ଭାଗନେଉଥିବାରୁ ନିମ୍ନ ସଦନରେ ମହିଳା ବିଲ୍‌ ଆଗତ କରିବା ସରକାରଙ୍କ ପାଇଁ ଜରୁରୀ ହୋଇପଡ଼ିଛି। ଏହି ବିଲ୍‌ ରାଜ୍ୟ ସଭାରେ ପାରିତ ହୋଇଛି। ସେହିପରି ଜମ୍ମୁ-କଶ୍ମୀରରେ ନିର୍ବାଚନ କରାଇବା ପାଇଁ ସରକାର ପ୍ରସ୍ତୁତ ଥିବା ବିଷୟ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ସୁପ୍ରିମକୋର୍ଟଙ୍କୁ ଜଣାଇଥିବାବେଳେ ଏହା ଉପରେ ମଧ୍ୟ କିଛି ନିଷ୍ପତ୍ତି ହୋଇପାରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଶିଳ୍ପପତି ଗୌତମ ଆଦାନୀ (ମୋଦାନୀ)ଙ୍କ ସମ୍ପର୍କକୁ ନେଇ ସଦ୍ୟ ପ୍ରଘଟ ପରେ ଏହି ଖବର ସାମ୍ନାକୁ ଆସିଛି। ମୁମ୍ବାଇରେ ବିରୋଧୀ ବ୍ଲକ୍‌ ଇଣ୍ଡିଆର ବୈଠକ ଚାଲିଥିବାବେଳେ କିପରି ଏହାର ମୁକାବିଲା କରାଯିବ। ତେଣୁ ୫ ଦିନିଆ ଅଧିବେଶନ ଡକାଯାଇଥିବା ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ସମାଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?