କମିଶନରେଟ ପୋଲିସରେ ଖୋଲିବ ସ୍ବତନ୍ତ୍ର ଅପରାଧ ଅନୁସନ୍ଧାନ ଶାଖା

ଭୁବନେଶ୍ୱର, ୧୬।୧୨(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱର ଓ ବ୍ୟବସାୟିକ ରାଜଧାନୀ କଟକରେ ଦିନକୁ ଦିନ ଅପରାଧ ବଢିବାରେ ଲାଗିଛି। ଏହା କମିଶନରେଟ ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରୁଥିବାବେଳେ ଅପରାଧ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ଅପରାଧ ଅନୁସନ୍ଧାନ ଶାଖା ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏ ସଂକ୍ରାନ୍ତ ପ୍ରସ୍ତାବକୁ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁରୀ ଦେଇଛନ୍ତି। ଏହି ଅପରାଧ ଶାଖା ଦାୟିତ୍ୱରେ ଜଣେ ସ୍ବତନ୍ତ୍ର ଡିସିପିଙ୍କୁ ନିଯୁକ୍ତି ଦିଆଯିବ। ଏଥିସହ ଜଣେ ଅତିରିକ୍ତ ଡିସିପି, ୩ ଏସିପି, ୯ ଇନ୍ସପେକ୍ଟର, ୧୨ ସବ୍‌ଇନ୍ସପେକ୍ଟର, ୩ ଏଏସ୍‌ଆଇ, ୩ କନ୍‌ଷ୍ଟେବଳ (ଯୋଗାଯୋଗ) ଏବଂ ୨୭ଜଣ କନ୍‌ଷ୍ଟେବଳଙ୍କୁ ମିଶାଇ ମୋଟ ୫୯ଜଣ କାର୍ଯ୍ୟ କରିବେ। ବିଶେଷକରି ସଂଗଠିତ ଅପରାଧ, ଅର୍ଥନୈତିକ ଅପରାଧ ଓ ନିଶାଦ୍ରବ୍ୟ ସମ୍ପର୍କିତ ବିଭିନ୍ନ ଅପରାଧ ରୋକିବା କ୍ଷେତ୍ରରେ କମିଶନରେଟ ପୋଲିସର ଏହି ସ୍ବତନ୍ତ୍ର ଅପରାଧ ଶାଖା ତଦନ୍ତ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିବ।
ସେହିପରି କମିଶନରେଟ ପୋଲିସ ଅଞ୍ଚଳରେ ଜନସଂଖ୍ୟା ବୃଦ୍ଧିକୁ ନଜରରେ ରଖି ଓ ଲୋକଙ୍କୁ ଉତ୍ତମ ପୋଲିସ ସେବା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ୩ ନୂତନ ଥାନାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସେହି ନୂଆ ଥାନାଗୁଡ଼ିକ ହେଲା ପାହାଳ, ଇନ୍‌ଫୋଭ୍ୟାଲି ଓ ବୟାଳିଶମୌଜା/ବେଣ୍ଟକାର। ଏଥିପାଇଁ ଭୁବନେଶ୍ୱର ଅର୍ବାନ ପୋଲିସ ଅନ୍ତର୍ଗତ ବାଲିଅନ୍ତା ଥାନା ଅଧୀନରେ ଥିବା ପାହାଳ ଫାଣ୍ଡି, ଜଟଣୀ ଥାନା ଅଧୀନରେ ଥିବା ଇନ୍‌ଫୋଭ୍ୟାଲି ଫାଣ୍ଡି ଓ କଟକ ଅର୍ବାନ ପୋଲିସ ଅନ୍ତର୍ଗତ କଟକ ସଦର ଥାନା ଅଧୀନରେ ଥିବା ବେଣ୍ଟକାର ଫାଣ୍ଡିକୁ ଥାନାରେ ଉନ୍ନୀତ କରାଯାଇଛି।
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏକ ଖବରଦାତା ସମ୍ମିଳନୀ କରି କହିଛନ୍ତି, କମିଶନରେଟ ପୋଲିସ ଅଞ୍ଚଳରେ ଜନସଂଖ୍ୟା, ଯାନବାହାନ ଏବଂ କଳେବର ବୃଦ୍ଧି ଦୃଷ୍ଟିରୁ ଦିନକୁ ଦିନ ଚ୍ୟାଲେଞ୍ଜିଂ ହୋଇରହିଛି। ଏହାକୁ ରୋକିବାକୁ ହେଲେ କ୍ୱାଲିଟି ପୋଲିସିଂର ଆବଶ୍ୟକତା ଥିଲା। ମୁଖ୍ୟମନ୍ତ୍ରୀଙ୍କ ଦୟାରୁ ଏହି ଆବଶ୍ୟକତା ଆଜି ପୂର୍ଣ୍ଣ ହୋଇଛି। ଯେଉଁ ଘୋଷାଣା କରାଯାଇଛି, ଆମେ ତାକୁ ଅତିଶୀଘ୍ର ରୂପରେଖ ଦେବୁ। ଖୋଲିବାକୁ ଥିବା ୩ଟି ଥାନାକୁ ତୁରନ୍ତ୍ର କାର୍ଯ୍ୟକ୍ଷମ କରାହେବ। ଏଥିସହ ସାଇବର କ୍ରାଇମ୍‌ ଓ ଇକୋନୋମିକ୍‌ ଅଫେନ୍ସ ଥାନାକୁ କାର୍ଯ୍ୟକ୍ଷମ କରିବୁ ଏବଂ ଅତିଶ୍ରୀଘ୍ର କ୍ରାଇମ୍‌ ଡିସିପିଙ୍କୁ ନିଯୁକ୍ତି ଦିଆଯିବ। ଏହାଦ୍ୱାରା ଅପରାଧ ଦମନ କ୍ଷେତ୍ରରେ ବହୁ ମାତ୍ରାରେ ଉନ୍ନତି ହେବ ବୋଲି ଦୃଢବିଶ୍ୱାସ ରହିଛି। ଟୁଇନ୍‌ ସିଟିରେ ଜନସାଧାରଣ ଅଧିକ ସୁରକ୍ଷିତ ହେବେ ବୋଲି କମିଶନର କହିଛନ୍ତି।
ସୂଚନାଯୋଗ୍ୟ, ବର୍ତ୍ତମାନ ଦ୍ୱୈତନଗରୀରେ ଆପରାଧିକ କାର୍ଯ୍ୟାକଳାପ ବୃଦ୍ଧିପାଉଛି। ଛୋଟ ଅପରାଧୀଙ୍କଠାରୁ ଗ୍ୟାଙ୍ଗଷ୍ଟର୍‌ କଟକ ଓ ଭୁବନେଶ୍ୱରକୁ ଆଡ୍ଡାସ୍ଥଳ କରିଥିବା ପୂର୍ବରୁ ନଜିର ରହିଛି। ଯୁବଗୋଷ୍ଠୀ ବ୍ରାଉନ୍‌ସୁଗାର ଭଳି ନିଶା କାରବାରରେ ଲିପ୍ତ ରହି ଅପରାଧ ଘଟାଉଛନ୍ତି। ବସ୍ତି ଅଞ୍ଚଳରେ କଥା କଥାରେ ଖଣ୍ଡା, ଭୁଜାଲି ବୁଲିବା ସହ ଗୁଳି ଫୁଟୁଛି। ଦିନରାତି ଲୁଟେରାମାନେ ଆତଙ୍କ ଖେଳାଉଛନ୍ତି। ଲୁଟ୍‌ ପାଇଁ ରକ୍ତପାତ ସହ ଜୀବନ ନେଉଛନ୍ତି। ଆଇନଶୃଙ୍ଖଳା, ସଂଗଠିତ ଅପରାଧ, ଟ୍ରାଫିଟ୍‌ ଜାମ୍‌ ଓ ଆନ୍ଦୋଳନ ଆଦି ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରୁଛି। ଏବେ ଦୁଇ ସହରରେ ୨ଜଣ ଡିସିପି କାର୍ଯ୍ୟ ତୁଲାଉଛନ୍ତି। ତେବେ ବଡ଼ ଅପରାଧର ବଳିଷ୍ଠ ତଦନ୍ତ ଏହି ସ୍ବତନ୍ତ୍ର ଅପରାଧ ଶାଖା କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?