କମିଶନରେଟ ପୋଲିସରେ ଖୋଲିବ ସ୍ବତନ୍ତ୍ର ଅପରାଧ ଅନୁସନ୍ଧାନ ଶାଖା

ଭୁବନେଶ୍ୱର, ୧୬।୧୨(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱର ଓ ବ୍ୟବସାୟିକ ରାଜଧାନୀ କଟକରେ ଦିନକୁ ଦିନ ଅପରାଧ ବଢିବାରେ ଲାଗିଛି। ଏହା କମିଶନରେଟ ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରୁଥିବାବେଳେ ଅପରାଧ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ଅପରାଧ ଅନୁସନ୍ଧାନ ଶାଖା ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏ ସଂକ୍ରାନ୍ତ ପ୍ରସ୍ତାବକୁ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁରୀ ଦେଇଛନ୍ତି। ଏହି ଅପରାଧ ଶାଖା ଦାୟିତ୍ୱରେ ଜଣେ ସ୍ବତନ୍ତ୍ର ଡିସିପିଙ୍କୁ ନିଯୁକ୍ତି ଦିଆଯିବ। ଏଥିସହ ଜଣେ ଅତିରିକ୍ତ ଡିସିପି, ୩ ଏସିପି, ୯ ଇନ୍ସପେକ୍ଟର, ୧୨ ସବ୍‌ଇନ୍ସପେକ୍ଟର, ୩ ଏଏସ୍‌ଆଇ, ୩ କନ୍‌ଷ୍ଟେବଳ (ଯୋଗାଯୋଗ) ଏବଂ ୨୭ଜଣ କନ୍‌ଷ୍ଟେବଳଙ୍କୁ ମିଶାଇ ମୋଟ ୫୯ଜଣ କାର୍ଯ୍ୟ କରିବେ। ବିଶେଷକରି ସଂଗଠିତ ଅପରାଧ, ଅର୍ଥନୈତିକ ଅପରାଧ ଓ ନିଶାଦ୍ରବ୍ୟ ସମ୍ପର୍କିତ ବିଭିନ୍ନ ଅପରାଧ ରୋକିବା କ୍ଷେତ୍ରରେ କମିଶନରେଟ ପୋଲିସର ଏହି ସ୍ବତନ୍ତ୍ର ଅପରାଧ ଶାଖା ତଦନ୍ତ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିବ।
ସେହିପରି କମିଶନରେଟ ପୋଲିସ ଅଞ୍ଚଳରେ ଜନସଂଖ୍ୟା ବୃଦ୍ଧିକୁ ନଜରରେ ରଖି ଓ ଲୋକଙ୍କୁ ଉତ୍ତମ ପୋଲିସ ସେବା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ୩ ନୂତନ ଥାନାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସେହି ନୂଆ ଥାନାଗୁଡ଼ିକ ହେଲା ପାହାଳ, ଇନ୍‌ଫୋଭ୍ୟାଲି ଓ ବୟାଳିଶମୌଜା/ବେଣ୍ଟକାର। ଏଥିପାଇଁ ଭୁବନେଶ୍ୱର ଅର୍ବାନ ପୋଲିସ ଅନ୍ତର୍ଗତ ବାଲିଅନ୍ତା ଥାନା ଅଧୀନରେ ଥିବା ପାହାଳ ଫାଣ୍ଡି, ଜଟଣୀ ଥାନା ଅଧୀନରେ ଥିବା ଇନ୍‌ଫୋଭ୍ୟାଲି ଫାଣ୍ଡି ଓ କଟକ ଅର୍ବାନ ପୋଲିସ ଅନ୍ତର୍ଗତ କଟକ ସଦର ଥାନା ଅଧୀନରେ ଥିବା ବେଣ୍ଟକାର ଫାଣ୍ଡିକୁ ଥାନାରେ ଉନ୍ନୀତ କରାଯାଇଛି।
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏକ ଖବରଦାତା ସମ୍ମିଳନୀ କରି କହିଛନ୍ତି, କମିଶନରେଟ ପୋଲିସ ଅଞ୍ଚଳରେ ଜନସଂଖ୍ୟା, ଯାନବାହାନ ଏବଂ କଳେବର ବୃଦ୍ଧି ଦୃଷ୍ଟିରୁ ଦିନକୁ ଦିନ ଚ୍ୟାଲେଞ୍ଜିଂ ହୋଇରହିଛି। ଏହାକୁ ରୋକିବାକୁ ହେଲେ କ୍ୱାଲିଟି ପୋଲିସିଂର ଆବଶ୍ୟକତା ଥିଲା। ମୁଖ୍ୟମନ୍ତ୍ରୀଙ୍କ ଦୟାରୁ ଏହି ଆବଶ୍ୟକତା ଆଜି ପୂର୍ଣ୍ଣ ହୋଇଛି। ଯେଉଁ ଘୋଷାଣା କରାଯାଇଛି, ଆମେ ତାକୁ ଅତିଶୀଘ୍ର ରୂପରେଖ ଦେବୁ। ଖୋଲିବାକୁ ଥିବା ୩ଟି ଥାନାକୁ ତୁରନ୍ତ୍ର କାର୍ଯ୍ୟକ୍ଷମ କରାହେବ। ଏଥିସହ ସାଇବର କ୍ରାଇମ୍‌ ଓ ଇକୋନୋମିକ୍‌ ଅଫେନ୍ସ ଥାନାକୁ କାର୍ଯ୍ୟକ୍ଷମ କରିବୁ ଏବଂ ଅତିଶ୍ରୀଘ୍ର କ୍ରାଇମ୍‌ ଡିସିପିଙ୍କୁ ନିଯୁକ୍ତି ଦିଆଯିବ। ଏହାଦ୍ୱାରା ଅପରାଧ ଦମନ କ୍ଷେତ୍ରରେ ବହୁ ମାତ୍ରାରେ ଉନ୍ନତି ହେବ ବୋଲି ଦୃଢବିଶ୍ୱାସ ରହିଛି। ଟୁଇନ୍‌ ସିଟିରେ ଜନସାଧାରଣ ଅଧିକ ସୁରକ୍ଷିତ ହେବେ ବୋଲି କମିଶନର କହିଛନ୍ତି।
ସୂଚନାଯୋଗ୍ୟ, ବର୍ତ୍ତମାନ ଦ୍ୱୈତନଗରୀରେ ଆପରାଧିକ କାର୍ଯ୍ୟାକଳାପ ବୃଦ୍ଧିପାଉଛି। ଛୋଟ ଅପରାଧୀଙ୍କଠାରୁ ଗ୍ୟାଙ୍ଗଷ୍ଟର୍‌ କଟକ ଓ ଭୁବନେଶ୍ୱରକୁ ଆଡ୍ଡାସ୍ଥଳ କରିଥିବା ପୂର୍ବରୁ ନଜିର ରହିଛି। ଯୁବଗୋଷ୍ଠୀ ବ୍ରାଉନ୍‌ସୁଗାର ଭଳି ନିଶା କାରବାରରେ ଲିପ୍ତ ରହି ଅପରାଧ ଘଟାଉଛନ୍ତି। ବସ୍ତି ଅଞ୍ଚଳରେ କଥା କଥାରେ ଖଣ୍ଡା, ଭୁଜାଲି ବୁଲିବା ସହ ଗୁଳି ଫୁଟୁଛି। ଦିନରାତି ଲୁଟେରାମାନେ ଆତଙ୍କ ଖେଳାଉଛନ୍ତି। ଲୁଟ୍‌ ପାଇଁ ରକ୍ତପାତ ସହ ଜୀବନ ନେଉଛନ୍ତି। ଆଇନଶୃଙ୍ଖଳା, ସଂଗଠିତ ଅପରାଧ, ଟ୍ରାଫିଟ୍‌ ଜାମ୍‌ ଓ ଆନ୍ଦୋଳନ ଆଦି ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରୁଛି। ଏବେ ଦୁଇ ସହରରେ ୨ଜଣ ଡିସିପି କାର୍ଯ୍ୟ ତୁଲାଉଛନ୍ତି। ତେବେ ବଡ଼ ଅପରାଧର ବଳିଷ୍ଠ ତଦନ୍ତ ଏହି ସ୍ବତନ୍ତ୍ର ଅପରାଧ ଶାଖା କରିବ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

ଆଜିଠୁ ଖରାଛୁଟି

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ରାଜ୍ୟରେ ଗୁରୁବାରଠାରୁ ସ୍କୁଲରେ ଗ୍ରୀଷ୍ମଛୁଟି ଆରମ୍ଭ ହେବ। ପାଠପଢ଼ା ବନ୍ଦ ରହିବ। କିନ୍ତୁ ଏହି ଛୁଟି ସମୟରେ ସମସ୍ତ ସରକାରୀ ଓ ସରକାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri