ଧର୍ମେନ୍ଦ୍ରଙ୍କୁ ଭେଟିଲେ କ୍ଷୁଦ୍ର ଗ୍ରହ ଆବିଷ୍କାରକ ବନୀତା

ନବରଙ୍ଗପୁର, ୨୬।୧୦(ବି.ପ୍ର.): କ୍ଷୁଦ୍ର ଗ୍ରହର ଆବିଷ୍କାରକ ନବରଙ୍ଗପୁରର ଓଡିଆ ଝିଅ ବନୀତା ଦାସ ମଙ୍ଗଳବାର ନୂଆ ଦିଲ୍ଲୀରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ କରିଛନ୍ତି। ମନ୍ତ୍ରୀ ପ୍ରଧାନ ବନୀତାଙ୍କୁ ସାଧୁବାଦ ଜଣାଇଛନ୍ତି। କ୍ଷୁଦ୍ର ଗ୍ରହ ଆବିଷ୍କାର କରି ବନୀତା ଓଡିଆ ମାଟିକୁ ଗର୍ବିତ କରିଛନ୍ତି ବୋଲି ଧର୍ମେନ୍ଦ୍ର କହିଛନ୍ତି। ଭବିଷ୍ୟତରେ ଜଣେ ମହାକାଶ ବିଜ୍ଞାନୀ ହୋଇ ମାନବ ସେବା କରିବାକୁ ଧର୍ମେନ୍ଦ୍ର ତାଙ୍କୁ ପରାମର୍ଶ ଦେଇଛନ୍ତି। ପ୍ରକାଶ ଯେ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତାଙ୍କ ନିମନ୍ତ୍ରଣକ୍ରମେ ବନୀତା ନୂଆଦିଲ୍ଲୀସ୍ଥିତ ଡିଆର୍‌ଡିଓ ତଥା ବିଭିନ୍ନ ଗବେଷଣା ସଂସ୍ଥାକୁ ଗସ୍ତ କରିଛନ୍ତି। ସୂଚନାଯୋଗ୍ୟ ଯେ, ନବରଙ୍ଗପୁର ଝିଅ ବନୀତା ମଧ୍ୟପ୍ରଦେଶର ଅନୁପୁରର ଜବାହର ନବୋଦୟ ବିଦ୍ୟାଳୟରେ ପଢୁଛନ୍ତି। ଚଳିତ ବର୍ଷ ଜାନୁଆରୀ ୨୦୨୧ରେ ଖାଗୋଲାଲା ଆଷ୍ଟ୍ରଏଡ୍‌ ସର୍ଚ୍ଚ ଅଭିଯାନ (କେଏଏସ୍‌ସି)ରେ ସେ ଯୋଗ ଦେଇଥିଲେ। ଯେଉଁଠାରେ ଜବାହର ନବୋଦୟ ବିଦ୍ୟାଳୟର ପିଲମାନଙ୍କୁ ଆଷ୍ଟ୍ରଏଡ୍‌ ଚିହ୍ନଟ ତାଲିମ ଦିଆଯାଇଥିଲା। ସେ ହାୱାଇରେ ଅବସ୍ଥିତ ଏକ ଟେଲିସ୍କୋପ ବ୍ୟବହାର କରି ଆଷ୍ଟ୍ରଏଡ୍‌ ଆବିଷ୍କାର କରିଥିଲେ। ନାସା, ହାର୍ଡିନ୍‌-ସିମନ୍ସ ୟୁନିଭରସିଟି ଏବଂ ଆନ୍ତର୍ଜାତୀୟ ଜ୍ୟୋର୍ତିବିଜ୍ଞାନ ସନ୍ଧାନ ସହଯୋଗରେ ଉକ୍ତ ଗ୍ରହକୁ ସ୍ବୀକୃତି ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍‌ଡାଉନ୍‌ରୁ ଲାଭ ଉଠାଉଛନ୍ତି ଯୁବ ଇଞ୍ଜିନିୟର

ଜଗତ୍‌ସିଂହପୁର ଅଫିସ,୧୧।୭: କରୋନା ଭୂତାଣୁ ଓ ଲକ୍‌ଡାଉନ୍‌, ଶଟ୍‌ଡାଉନଜନିତ ପରିସ୍ଥିତି ଯୋଗୁ ଅନେକେ ଚାକିରି ହରାଇ ବେରୋଜଗାର ହୋଇଯାଇଛନ୍ତି। ହଜାର ହଜାର ଲୋକ ହାତବାନ୍ଧି ହତାଶ...

ଫେକ୍‌ ସିମ୍‌କାର୍ଡ ମାମଲା: ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ

ଭୁବନେଶ୍ୱର,୨।୫(ବ୍ୟୁରୋ): ଫେକ୍‌ ସିମ୍‌କାର୍ଡ ଜାଲିଆତି ମାମଲାରେ ଗିରଫ ହୋଇଥିବା ତିନି ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ। ଏଥିପାଇଁ କୋର୍ଟ ଅନୁମତି ଦେଇଛନ୍ତି। ବୁଧବାରଠାରୁ...

ଭାଗୀଦାରିରେ ଲୋକଙ୍କୁ ମିଳି ପାରିବ ନ୍ୟାୟୋଚିତ ସେବା

ଜଳେଶ୍ୱର,୧୨।୧୧(ଡି.ଏନ.ଏ.)-ପ୍ରଶାସନ ଓ ଲୋକ ପ୍ରତିନିଧିଙ୍କ ଭାଗୀଦାରିରେ ସମସ୍ତ ଉନ୍ନୟନ କାର୍ଯ୍ୟ ସୂଚାରୁ ରୂପେ ହୋଇପାରିବ ବୋଲି କେନ୍ଦ୍ର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ, ମତ୍ସ୍ୟ,...

ଏଏସ୍‌ଆଇ ପକ୍ଷରୁ ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ

ପୁରୀ ଅଫିସ, ୬।୭: ଘୋଷଯାତ୍ରା ଯାଇଁ ଏବେ ଆଡ଼ପମଣ୍ଡପରେ ମହାପ୍ରଭୁ। ନଅଦିନ ବ୍ୟାପୀ ଜନ୍ମବେଦିରେ ଅବସ୍ଥାନ କରିବେ। ଏହି ଅବସରରେ ଶ୍ରୀମନ୍ଦିରର ଗର୍ଭଗୃହ ଯାଞ୍ଚ ଆରମ୍ଭ...

ମହାପ୍ରଭୁଙ୍କ ରାଜରାଜେଶ୍ୱର ବେଶ ଅନୁଷ୍ଠିତ: ସ୍ବର୍ଣ୍ଣ ଅଳଙ୍କାରରେ ସଜେଇ ହୋଇଛନ୍ତି ଦାରୁଦିଅଁ

ପୁରୀଅଫିସ,୨୬।୧୦:ଶ୍ରୀମନ୍ଦିରରେ ସୋମବାର ପବିତ୍ର ଦଶହରାରେ ମହାପ୍ରଭୁଙ୍କ ସୁନାବେଶ ବା ରାଜରାଜେଶ୍ୱର ବେଶ ଅନୁଷ୍ଠିତ ହୋଇଛି। ବିଭିନ୍ନ ପ୍ରକାର ସ୍ବର୍ଣ୍ଣ ଅଳଙ୍କାରରେ ସଜେଇ ହୋଇଛନ୍ତି ଦାରୁଦିଅଁ। ଏହି...

ଜଳୁଛି ଲକ୍ଷ୍ମୀ ମାର୍କେଟ୍‌ କମ୍ପ୍ଲେକ୍ସ: ନିଆଁ ଲିଭାଇବାକୁ ନାକେଦମ୍‌ ହେଲେଣି ୧୨ ଅଗ୍ନିଶମ ଟିମ୍‌

ପୁରୀ ଅଫିସ,୯ା୩: ଶ୍ରୀମନ୍ଦିରଠାରୁ ପ୍ରାୟ ପାଞ୍ଚଶହ ମିଟର ଦୂର ମରିଚିକୋଟ ଛକ ନିକଟସ୍ଥ ବଡ଼ଦାଣ୍ଡରେ ଥିବା ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ନିଆଁ ଲାଗିଛି। ବୁଧବାର ରାତିରୁ...

ତାତି ବଢ଼ିବ, ସୋନପୁରରେ ୩୭.୭ ଡିଗ୍ରୀ

ଭୁବନେଶ୍ୱର,୧ା୩(ବ୍ୟୁରୋ)-ରାଜ୍ୟରେ ଗତ ୪ ମାସ ହେବ ବର୍ଷା ନାହିଁ। ଗତ କିଛିଦିନ ହେବ ସମୁଦ୍ରଆଡୁ ରାଜ୍ୟକୁ ପ୍ରବାହିତ ବାୟୁ ଯୋଗୁ ତାତି ନିୟନ୍ତ୍ରଣରେ ରହିଛି। ତେବେ...

ପ୍ରସବ ଭ୍ୟାନ୍‌ରେ ଗର୍ଭବତୀଙ୍କୁ ମାଡ଼

ଫୁଲବାଣୀ ଅଫିସ,୨୬।୮: କନ୍ଧମାଳ ଜିଲାରେ ଆନୁଷ୍ଠାନିକ ପ୍ରସବ ପାଇଁ ଜିଲାପାଳ ଡା.ବୃନ୍ଦା ଡି ପଦକ୍ଷେପ ନେଉଛନ୍ତି। ଘରେ ପ୍ରସବ ନ କରାଇ ଡାକ୍ତରଖାନାରେ କରାଇବା ନିମନ୍ତେ...

Advertisement
Archives

Model This Week