ଜର୍ମାନୀରେ ଭାରତ-ମୋଦି ବିରୋଧୀ ରାଲି କରୁଥିଲେ ପାକିସ୍ତାନୀ: ହାତରେ ତ୍ରିରଙ୍ଗା ଧରି ଏକା ଲଢ଼ିଲେ ଜଣେ ଭାରତୀୟ, ଆଉ ତା ପରେ…

ଫ୍ରାଙ୍କଫର୍ଟ,୧୮।୮: ପାକିସ୍ତାନ ବିଦେଶରେ ଭାରତ ବିରୋଧୀ ପ୍ରଚାର ପାଇଁ ଲଗାତାର ଭାବେ ଅର୍ଥ ପ୍ରଦାନ କରୁଛି। କଶ୍ମୀର ପ୍ରସଙ୍ଗରେ ହାର୍‌ ମିଳିବା ପରେ ପାକିସ୍ତାନ ଏବେ ଖଲିସ୍ତାନ ସମର୍ଥକଙ୍କ ସହ ମିଶି ବିଶ୍ୱର ବିଭିନ୍ନ ଦେଶରେ ଭାରତ ବିରୋଧରେ ରାଲି କରୁଛିି। ଏହି କ୍ରମରେ ଅଗଷ୍ଟ ୧୫ରେ ଶହ ଶହ ପାକିସ୍ତାନୀ ଏବଂ ଖଲିସ୍ତାନୀ ଜର୍ମାନୀର ଫ୍ରାଙ୍କଫର୍ଟରେ ଏକ ରାଲି କରିଥିଲେ। ହେଲେ ଜଣେ ଭାରତୀୟ ସେମାନଙ୍କୁ ଉପଯୁକ୍ତ ଜବାବ ଦେଇଛନ୍ତି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ପ୍ରଶାନ୍ତ ଭେଙ୍ଗୁରଲେକର ନାମକ ଉକ୍ତ ବ୍ୟକ୍ତି ଫ୍ରାଙ୍କଫର୍ଟରେ ଥିବା ଭାରତୀୟ ବାଣିଜ୍ୟ ଦୂତାବାସ(କନସୁଲେଟ୍‌)ରେ ଅନୁଷ୍ଠିତ ହୋଇଥିବା ଅଗଷ୍ଟ ୧୫ କାର୍ଯ୍ୟକ୍ରମରେ ଯୋଗ ଦେଇ ଘରକୁ ଫେରୁଥିଲେ। ଏହି ସମୟରେ ସେ ପାକିସ୍ତାନୀ/ଖଲିସ୍ତାନୀ ସମର୍ଥକଙ୍କ ଏକ ଶୋଭାଯାତ୍ରା ଦେଖିବାକୁ ପାଇଥିଲେ। ପ୍ରାୟ ୧୦୦ଜଣ ବିକ୍ଷୋଭକାରୀ ମାଇକ୍‌ ଧରି ଭାରତ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ସ୍ଲୋଗାନ ଦେଉଥିଲେ। ଯେତେବେଳେ ପ୍ରଶାନ୍ତ ତାଙ୍କ ଭିଡିଓ କରିବାକୁ ଚାହିଁଥିଲେ, ସେତେବେଳେ କିଛି ବିକ୍ଷୋଭକାରୀ ତାଙ୍କୁ ଦୁର୍ବବ୍ୟହାର କରିଥିଲେ। ହେଲେ ପ୍ରଶାନ୍ତ ଏକୁଟିଆ ଥାଇ ମଧ୍ୟ ନିଜ ଜାଗାରୁ ଅନ୍ୟତ୍ର ଯାଇ ନ ଥିଲେ। ନା ଭୟଭୀତ ହୋଇଥିଲେ। ଏହି ସମୟରେ ସେ ହାତରେ ତ୍ରିରଙ୍ଗା ଧରିଥିବା ଦେଖାଯାଇଥିଲା।

ଏହାର କିଛି ସମୟ ପରେ ପ୍ରଶାନ୍ତଙ୍କୁ ବିକ୍ଷୋଭକାରୀମାନେ ଘେରି ଯାଇଥିଲେ। ହେଲେ ସେ ନ ଡ଼ରି ‘ଭାରତ ମାତା କି ଜୟ’ ‘ସାରେ ଜହାଁ ସେ ଅଚ୍ଛା’ ଗାଇଥିଲେ। ହିସାଂ ପରିସ୍ଥିତି ହେବା ସନ୍ଦେହକରି ଫ୍ରାଙ୍କଫର୍ଟର ପୋଲିସ ପରିସ୍ଥିତି ସମ୍ଭାଳି ନେଇଥିଲେ। ହେଲେ ଜଣେ ପାକିସ୍ତାନୀ ବିକ୍ଷୋଭକାରୀ ପ୍ରଶାନ୍ତଙ୍କ ଫୋନ୍‌ ଛଡ଼ାଇବାକୁ ଚେଷ୍ଟା କରିଥିଲେ। ତାହା ନ କରିପାରିବା ଯୋଗୁ ତ୍ରିରଙ୍ଗା ଛଡ଼ାଇନେଇଥିଲେ। ପୋଲିସ ଉକ୍ତ ବ୍ୟକ୍ତିଙ୍କୁ ଧରିବାକୁ ଚେଷ୍ଟା କରିବା ପରେ ସେ ଦୌଡ଼ି ପଳାଇଥିଲେ। ପ୍ରଶାନ୍ତ ନିଜେ ଏହି ଭିଡିଓକୁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହାକୁ ଅନେକେ ପସନ୍ଦ କରିବା ସହ ପ୍ରଶାନ୍ତଙ୍କ କାମକୁ ବେଶ୍‌ ପ୍ରଶଂସା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନରଓ୍ବେକୁ ହରାଇ ସେମିଫାଇନାଲରେ ଇଂଲଣ୍ଡ

ମାୟାମି,୧୨ା୭: ଜୁଡେ ବେଲିଂଘମଙ୍କ ଡବଲ ଗୋଲ ବଳରେ ଚଳିତ ଫିଫା ବିଶ୍ୱକପ୍‌ର ତୃତୀୟ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ଇଂଲଣ୍ଡ ୨-୧ ଗୋଲରେ ନରଓ୍ବେକୁ ପରାସ୍ତ କରି ସେମିଫାଇନାଲ…

ଉପ ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ଟାର୍ଗେଟ କଲା ବିଜେଡି

ବରଗଡ଼,୧୨।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଏକ ପାୱାର ସବ୍‌ଷ୍ଟେଶନ ଉଦ୍‌ଘାଟନ କରିବା ପାଇଁ ରବିବାର ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆସିଥିଲେ। ତେବେ ଗତ ସାଧାରଣ ନିର୍ବାଚନ…

ବରଗଡ଼ ରାଜନୀତିରେ ହଇଚଇ, ଉପମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଏମପିଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା

ଅତାବିରା,୧୨ା୭(ଯୁଧିଷ୍ଠିର ମହାପାତ୍ର): ଅତାବିରାରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ଉପସ୍ଥିତିରେ ଆୟୋଜିତ ବହୁମୁଖୀ ଭବନ ଲୋକାର୍ପଣ ଓ ବୁଦ୍ଧିଜୀବୀ ସମ୍ମିଳନୀରେ ବରଗଡ଼ ଜିଲାର ସମସ୍ତ ଭାଜପା ବିଧାୟକ…

ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ଚନ୍ଦ୍ରବାବୁ, ୨୦୪୭ ସୁଦ୍ଧା ଭାରତ…

ଅମରାବତୀ,୧୨।୭: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ବିଶ୍ୱ ସ୍ତରରେ…

ପୁରୁଷୋତ୍ତମପୁର ରଥଯାତ୍ରା ନେଇ ପୋଲିସର ପ୍ରସ୍ତୁତି

ପୁରୁଷୋତ୍ତମପୁର,୧୨ା୭ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସ ପକ୍ଷରୁ ରଥଯାତ୍ରାର ସୁପରିଚାଳନା ନେଇ ଏକ ପ୍ରସ୍ତୁତି ବୈଠକ ଆଇଆଇସି କୁଳମଣିସେଠୀଙ୍କ ତତ୍ତ୍ୱାବଧାନରେ ରବିବାର ଅନୁଷ୍ଠିତ ହୋଇଯାଇଛି।…

ଦିଗପହଣ୍ଡିରେ ହେବ ଖେମୁଣ୍ଡି ଲୋକ ମହୋତ୍ସବ, ୨ ମନ୍ତ୍ରୀ ୪ ବିଧାୟକଙ୍କୁ କରାଯିବ ନିମନ୍ତ୍ରଣ

ଦିଗପହଣ୍ଡି,୧୨।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ରାଜସ୍ବ ବଙ୍ଗଳା ସମ୍ମିଳନୀ କକ୍ଷରେ ରବିବାର ଅପରାହ୍ନରେ ଖେମୁଣ୍ଡି ଲୋକ ମହୋତ୍ସବ ଆୟୋଜନ କରିବା ନିମନ୍ତେ ପ୍ରସ୍ତୁତି ବୈଠକ…

କନ୍ଧମାଳରୁ ଗଞ୍ଜେଇ ଚଲାଣ ବେଳେ ମାଡ଼ି ବସିଲା ପୋଲିସ, ଆଉ ତା’ପରେ…

ଭଞ୍ଜନଗର,୧୨।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ରବିବାର ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ବୁଗୁଡ଼ା ଥାନା…

ଡେଲିଭରି ବୟର ସଙ୍ଗୀନ କାରନାମା! ଅର୍ଡର ଦେବା ପରେ ପଶିଲେ, ମହିଳାଙ୍କୁ ପ୍ରାଇଭେଟ୍ ପାର୍ଟ…

ବେଙ୍ଗାଲୁରୁ,୧୨।୭: ଶନିବାର ବେଙ୍ଗାଲୁରୁରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ଡେଲିଭରି ଏଜେଣ୍ଟ ଘରେ ଜୋରଜବରଦସ୍ତ ପ୍ରବେଶ କରି ମହିଳାଙ୍କ ସମ୍ମୁଖରେ ଅଶ୍ଳୀଳ କାର୍ଯ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri