ରାଜଧାନୀରେ ଖୋଲିଲା ଶପିଂ ମଲ୍‌: ସର୍ତ୍ତାବଳୀ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୩ା୮(ବ୍ୟୁରୋ): ରାଜଧାନୀରେ ଖୋଲିଲା ଶପିଂ ମଲ୍‌। ରବିବାର ଲକ୍‌ଡାଉନ୍‌ ସତ୍ତ୍ୱେ ପୂର୍ବାହ୍ନରୁ ଅପରାହ୍ନ ୧ଟା ଯାଏ ମଲ୍‌ ଖୋଲିଛି। ପ୍ରଥମ ଦିନରେ ମଲ୍‌ରେ ପୂର୍ବପେକ୍ଷା ଭିଡ଼ କମ୍‌ ରହିଥିଲା। ପ୍ରାୟ ୫ ମାସ ପରେ ମଲ୍ଟି ବ୍ରାଣ୍ଡ ମଲ୍‌ ଖୋଲିବା ପରେ ଗ୍ରାହକମାନେ ମଲ୍‌ଗୁଡ଼ିକୁ ଯାଇ ବିଭିନ୍ନ ସାମଗ୍ରୀ କିଣା କିଣି କରିଥିବା ଦେଖିବାକୁ ମିଳିଥିଲା। ମଲ୍‌କୁ ପ୍ରବେଶ ପୂର୍ବରୁ ଗ୍ରାହକମାନେ ସାମାଜିକ ଦୂରତ୍ୱ ରକ୍ଷା କରି ମଲ୍‌ ସମ୍ମୁଖରେ ବୃତ୍ତ ଚିହ୍ନିତ ସ୍ଥାନରେ ଛିଡ଼ା ହେବା ସହ ହାତକୁ ସାନିଟାଇଜ କରୁଥିଲେ। ମଲ୍‌ ଫାଟକ ନିକଟରେ ସେମାନଙ୍କ ଥର୍ମାଲ ସ୍କ୍ରିନିିଂ କରାଯାଇଥିଲା। ଯେଉଁ ଗ୍ରାହକଙ୍କର ଫ୍ଲୁ ପରି କୌଣସି ପ୍ରକାର ଲକ୍ଷଣ ଦେଖାଦେଇଥିଲା କିମ୍ବା ତାପମାତ୍ରା ଅଧିକ ଥିଲା ସେମାନଙ୍କୁ ମଲ୍‌ ଭିତରକୁ ପ୍ରବେଶ କରିବାକୁ ଅନୁମତି ମିଳି ନ ଥିଲା।
ଦୋକାନ ବଜାର ଏବଂ ଗୋଟିକିଆ ମଲ୍‌ ଖୋଲିବା ପାଇଁ ପୂର୍ବରୁ ବିଏମ୍‌ସି ଅନୁମତି ଦେଇଥିଲା। କିନ୍ତୁ ମଲ୍‌ଟିବ୍ରାଣ୍ଡ ଶପିଂ ମଲ ଖୋଲିବାକୁ ଅନୁମତି ନ ଥିଲା। ତେବେ ଅନୁମତି ପରେ ରବିବାର ୟୁନିଟ୍‌-୨ ମାର୍କେଟ ବିଲ୍‌ଡିଂସ୍ଥିତ ବିଗ୍‌ ବଜାର, ବିଶାଳ ମେଗା ମାର୍ଟ, ଫ୍ୟାଶନ ସିଟି ଆଦି ଅନେକ ମଲ୍‌ କୋଭିଡ୍‌-୧୯ ନିୟମାବଳୀ ଅନୁପାଳନ କରି ଖୋଲିଥିଲା। ତେବେ ରସୁଲଗଡର ଏସ୍‌ପ୍ଲାନେଡ୍‌, ସତ୍ୟନଗରର ଫୋରମ୍‌ ମାର୍ଟ, ଶହୀଦନଗରର ବିଏମ୍‌ସି ଭବାନୀ ମଲ୍‌, ପାଣ୍ଟାଲୁନସ୍‌‌, ସେଣ୍ଟ୍ରାଲ୍‌, ରେଳ ଷ୍ଟେଶନ ନିକଟ ରିଲାଏନ୍ସ ସୁପର, କଳ୍ପନାଛକର ଉକତ୍ଳ ଗାଲେରିୟା, ୟୁନିଟ୍‌-୨ ମାର୍କେଟ ବିଲ୍‌ଡିଂସ୍ଥିତ ବିଏମ୍‌ସି କେଶରୀ ମଲ, ରୁଦ୍ରପୁରସ୍ଥିତ ସିଫୋନି ମଲ୍‌, ନୟାପଲ୍ଲୀର କ୍ରିଷ୍ଣା ପ୍ଲାଜା ଏବଂ ପାତ୍ରପଡ଼ାର ଡିଏନ୍‌ ରେଗାଲିୟା ଆଦି ମଲ୍‌ ଅନୁମତି ପାଇ ନ ଥିବାରୁ ବନ୍ଦ ରହିଥିଲା। କେତେକ ମଲ୍‌ରେ ରାଶନକୁ ଛାଡ଼ି ଅନ୍ୟ ସମସ୍ତ ଷ୍ଟୋର ବନ୍ଦ ରହିଥିଲା। ଯେଉଁମାନଙ୍କର ଅନ୍‌ଲାଇନ୍‌ ବ୍ୟବସ୍ଥା ଥିଲା, ସେମାନେ କେବଳ ଅନ୍‌ଲାଇନ୍‌ ଡେଲିଭରି ପାଇଁ ମଲ୍‌ ଖୋଲିଥିଲେ ମଧ୍ୟ ଗ୍ରାହକଙ୍କୁ ପ୍ରବେଶ ଅନୁମତି ନ ଥିଲା। ଶନିବାର ଶପିଂ ମଲ୍‌ଗୁଡ଼ିକ ପାଇଁ ବିଏମ୍‌ସି ନୂତନ ଏସ୍‌ଓପି ଜାରି କରିବାରୁ ମଲ୍ଟି ବ୍ରାଣ୍ଡ ମଲ୍‌ ଖୋଲିବା ପାଇଁ ବାଟ ଫିଟିଥିଲା। ଏ ନେଇ ବିଏମ୍‌ସି କମିଶନର ପ୍ରେମ୍‌ଚନ୍ଦ୍ର ଚୌଧାରୀ କହିଛନ୍ତି, ରାଜ୍ୟ ସରକାରଙ୍କ ନୂତନ କଟକଣାରେ ଶପିଂ ମଲ୍‌ ବନ୍ଦ ହେବାର ବ୍ୟବସ୍ଥା ନାହିଁ। ଏଥିପାଇଁ ବିଏମ୍‌ସି ଶପିଂ ମଲଗୁଡ଼ିକ ନିମନ୍ତେ ନୂତନ ଏସ୍‌ଓପି ଜାରି କରିଛି। ଯେଉଁ ମଲ୍‌ ଚାହିଁବ ଏସ୍‌ଓପି ଅନୁପାଳନ କରି ଖୋଲିପାରିବ। ଏସ୍‌ଓପି ସର୍ତ୍ତାବଳୀ ଉଲ୍ଲଘଂନ କଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

ମେ ଦ୍ୱିତୀୟ ସପ୍ତାହ ଆରମ୍ଭ ଯାଏଁ ଜାରି ରହିବ ତାତି!

ଭୁବନେଶ୍ୱର,୨୫।୪: ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ଜାରି ରହିଛି। ସକାଳ ୮ଟା ରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଗୁରୁବାର ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା...

ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌

ଭୁବନେଶ୍ୱର,୨୫।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌। ବେଲପାହାଡ଼ ଗାନ୍ଧି ଛକ ଆମ୍ବଝର ନିକଟ ଭଡ଼ା ଘର ପରିସରରେ ଡ୍ରୋନ୍‌ ପଡିଥିବା ସୂଚନା...

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri