ମହାକାଳପଡ଼ାର ଏହି ସ୍ଥାନରେ ପ୍ରତିଷ୍ଠା ହେବ ଜାହାଜ ନିର୍ମାଣ କାରଖାନା, ଏମ୍‌ପି-ବିଧାୟକଙ୍କ ଉଦ୍ୟମକୁ ନେଇ…

ମହାକାଳପଡ଼ା,୩ା୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): ମହାକାଳପଡ଼ା ବ୍ଲକ ସଭାଗୃହଠାରେ ଅଷ୍ଟମ ପଞ୍ଚାୟତ ସମିତି ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷା ମୀରାରାଣୀ ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ୨୦ ନମ୍ବର ଜିଲା ପରିଷଦ ସଭ୍ୟ ସୁବୋଧ ଲେଙ୍କାଙ୍କ ଅକାଳ ବିୟୋଗରେ ଉପସ୍ଥିତ ସଦସ୍ୟମାନେ ଏକ ମିନିଟ ନୀରବ ପ୍ରାର୍ଥନା କରିଥିଲେ । ପରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯାଇଥିଲା। ପ୍ରଥମେ ବ୍ଲକ ଉପାଧ୍ୟକ୍ଷ ବିଜୟ ଶୁକ୍ଳା ସ୍ବାଗତ ଭାଷଣ ଦେଇଥିଲେ। ପରେ ମଙ୍ଗଳପୁର ପଞ୍ଚାୟତ ସମିତି ସଭ୍ୟ ରଞ୍ଜନ ଚୌଧୁରୀ ବତିଘର ରାମନଗର ଖରିନାସୀ ମୌଜାର ମହାନଦୀ କୂଳରେ ପ୍ରତିଷ୍ଠା ହେବାକୁ ଯାଉଛି ଜାହାଜ ନିର୍ମାଣ ଓ ମରାମତି କାରଖାନା। ଦୁଇ ଦିନ ପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ସ୍ବତନ୍ତ୍ର ବିଜ୍ଞପ୍ତି ପ୍ରକାଶ ପାଇଛି ବୋଲି ବୈଠକରେ ସୂଚନା ଦେଇଥିଲେ। ଏମ୍‌ପି ବୈଜୟନ୍ତ ପଣ୍ଡା ଓ ବିଧାୟକ ଡ. ଦୁର୍ଗା ପ୍ରସନ୍ନ ନାୟକଙ୍କ ଉଦ୍ୟମକୁ ପ୍ରଶଂସା କରାଯାଇଥିଲା। ସେହିପରି ସ୍ବାସ୍ଥ୍ୟ, ଶିକ୍ଷା ପାନୀୟଜଳ ଅଭାବ, ଶିଶୁ ଖାଦ୍ୟ ଯୋଗାଇବା, ଜଳସେଚନ , ଉଦ୍‌ବୃତ୍ତ ବନ୍ୟା ଓ ବର୍ଷାଜଳ ଚାଷ ଜମିରୁ ନିଷ୍କାସନ ଉପରେ ଆଲୋଚନା, ଜଙ୍ଗଲ ଜମି ସମସ୍ୟା, ଆବାସ ଗୃହ ନିର୍ମାଣ ଯୋଜନା ଓ ରାଶନ କାର୍ଡ ବଣ୍ଟନ ଆଦି ଉପରେ ଗୁରୁତ୍ୱାରୋପ କରିଥିଲେ। ବୈଠକରେ ବିଡିଓ ତଥା ତହସିଲଦାର ରବି ନାରାୟଣ ଆଚାର୍ଯ୍ୟ, ବ୍ଲକ ଉପାଧ୍ୟକ୍ଷ ବିଜୟ ଶୁକ୍ଳା, ଏମ୍‌ପି ପ୍ରତିନିଧି ଜୀବନାନନ୍ଦ ସାହୁ, ବିଧାୟକ ପ୍ରତିନିଧି ସରୋଜକାନ୍ତ ସାହୁଙ୍କ ସମେତ ବିଭିନ୍ନ ପଞ୍ଚାୟତ ପ୍ରତିନିଧିମାନେ ନିଜ ନିଜ ଅଞ୍ଚଳର ଯୋଜନା ଉପରେ ଆଲୋଚନା କରିଥିଲେ। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ପରିଡ଼ା ବୈଠକ ପରିଚାଳନା କରିଥିଲେ। ବିଭିନ୍ନ ଲାଇନ୍‌ ଡିପାର୍ଟମେଣ୍ଟ ଅଧିକାରୀ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ହସ୍ପିଟାଲ ଯାଉଥିବା ବେଳେ ନାବାଳିକାଙ୍କୁ ଟେକିନେଲେ ଦୁର୍ବୃତ୍ତ, କାର୍ ଭିତରେ ଗଣବଳାତ୍କାର କରି…

ପାଟନା,୩।୯: ବିହାରର ଔରଙ୍ଗାବାଦ ଜିଲା କୁଟୁମ୍ବା ଥାନା ଅଞ୍ଚଳରୁ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । ଜଣେ ୧୫ ବର୍ଷୀୟା ନାବାଳିକା ଛାତ୍ରୀଙ୍କୁ ଅପହରଣ କରି…

କରିଲୋପାଟଣା କଲେଜ ଅଧ୍ୟକ୍ଷ ଦାୟିତ୍ୱ ହସ୍ତାନ୍ତର ବିବାଦ: ରେକର୍ଡ ଯାଞ୍ଚ

ମାର୍ଶାଘାଇ,୩ା୯(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ମାର୍ଶାଘାଇ ବ୍ଲକ କରିଲୋପାଟଣା ମହାବିଦ୍ୟାଳୟରେ ଅଧ୍ୟକ୍ଷଙ୍କୁ ଦାୟିତ୍ୱ ହସ୍ତାନ୍ତର ନେଇ ବିବାଦ ଘଟଣାରେ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ତଥା କେନ୍ଦ୍ରାପଡ଼ା ଉପ…

ଚାକିରି ଛାଡ଼ିଲେ ବାୟୁସେନାର ଗ୍ରୁପ କ୍ୟାପ୍ଟେନ ଅଭିନନ୍ଦନ: ଏବେ କରୁଛନ୍ତି…

ନୂଆଦିଲ୍ଲୀ,୩।୯: ଭାରତୀୟ ବାୟୁସେନାର ଗ୍ରୁପ କ୍ୟାପ୍ଟେନ ଅଭିନନ୍ଦନ ବର୍ଦ୍ଧମାନଙ୍କ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ଅଭିନନ୍ଦନ ବାୟୁସେନାରୁ ତାଙ୍କ ସେବା ଛାଡି…

୫. ୮ କୋଟିଙ୍କୁ ମିଳିବ ରୋଜଗାର! ବାଇକ ଟ୍ୟାକ୍ସିକୁ ନେଇ ସବୁ ରାଜ୍ୟ ସରକାରଙ୍କୁ ଏହି ନିର୍ଦ୍ଦେଶ ଦେଲେ ଗଡ଼କରୀ

ନୂଆଦିଲ୍ଲୀ,୩।୯: ଦେଶରେ ଟ୍ରାନ୍ସପୋର୍ଟ ବ୍ୟବସ୍ଥାକୁ ଆହୁରି ସହଜ ଓ ରୋଜଗାରମୁଖୀ କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ଯୋଜନା ଉପରେ ଜୋର ଦେଉଛନ୍ତି। କେନ୍ଦ୍ରୀୟ ସଡ଼କ…

ଘରୋଇ କଳହରୁ କରୁଣ ପରିଣତି: ସ୍ତ୍ରୀଙ୍କୁ ପ୍ରେଟୋଲ ଢାଳି ଜାଳିଦେଲେ ସ୍ବାମୀ

ପୁରୀ,୩।୯(ଅଜିତ କୁମାର ମହାନ୍ତି): ପୁରୀ ଜିଲା କୁମ୍ଭାରପଡା ଥାନା ଅଞ୍ଚଳରେ ପାରିବାରିକ କହଳକୁ ନେଇ ଏକ କରୁଣ ତଥା ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ସ୍ବାମୀସ୍ତ୍ରୀଙ୍କ ପବିତ୍ର…

ରୋହିତଙ୍କ ସନ୍ନ୍ୟାସକୁ ନେଇ ସାମ୍ନାକୁ ଆସିଲା ବଡ଼ ଖବର: ଚୟନକର୍ତ୍ତାମାନେ ଦେଇଥିଲେ ଏମିତି ସୂଚନା

ନୂଆଦିଲ୍ଲୀ,୩।୯: ଭାରତୀୟ କ୍ରିକେଟର ‘ହିଟ୍‌ମ୍ୟାନ’ ରୋହିତ ଶର୍ମାଙ୍କୁ ନେଇ ଏକ ବଡ଼ ଖୁଲାସା ସାମ୍ନାକୁ ଆସିଛି। ପ୍ରାୟ ଦୁଇ ମାସ ପୂର୍ବରୁ ରୋହିତଙ୍କ ସନ୍ନ୍ୟାସକୁ ନେଇ ଚର୍ଚ୍ଚା…

ଦୁଗ୍ଧ କମ୍ପାନୀରେ ଭୀଷଣ ଅଗ୍ନିକାଣ୍ଡ:ସବୁକିଛି ଛାର୍‌ଖାର୍‌

କଟକ,୩।୯(ପ୍ରଭୁକଲ୍ୟାଣ ପାଲ୍‌): କଟକରେ ଥିବା ଏକ ଦୁଗ୍ଧ କମ୍ପାନୀରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ଜଗତପୁର ଶିଳ୍ପାଞ୍ଚଳ ମଧ୍ୟରେ ଥିବା ପ୍ରଗତି କ୍ଷୀର କମ୍ପାନୀରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ…

ଖଇରୀଙ୍କ ମୁଣ୍ଡ ଉପରେ ୫ ନାତୁଣୀନାତିଙ୍କ ଭାର: ଦୁଇ ମୁଠା ଖାଦ୍ୟ ପାଇଁ କରୁଛନ୍ତି ସଂଘର୍ଷ

ଜମନକିରା,୩।୯(ରବିନ୍ଦ୍ର ପ୍ରସାଦ ଦାନୀ): ସମୟ ବଦଳିଲେ ମଣିଷର ଭାଗ୍ୟ ବି ବଦଳିଯାଏ। କିନ୍ତୁ କିଛି ଲୋକଙ୍କ ଜୀବନରେ ଏଭଳି ପରିସ୍ଥିତି ଆସେ, ଯେଉଁଠି ଦୁଃଖ କେବେ ସରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri