Posted inଜାତୀୟ

ସରକାରଙ୍କ କଡ଼ା ନିୟମ, ପ୍ରଦର୍ଶନରେ ସାମିଲ ହେଲେ ମିଳିବନି ସରକାରୀ ଚାକିରି

ଲକ୍ଷ୍ନୌ,୨୯।୧୦: ଉତ୍ତରପ୍ରଦେଶରେ ସରକାରୀ ଚାକିରି ପାଇଁ ଆବେଦନକାରୀଙ୍କ ଚରିତ୍ର ଯାଞ୍ଚ ନିୟମକୁ ଅଧିକ କଡ଼ାକଡ଼ି କରାଯାଇଛି । ନୂଆ ନିର୍ଦ୍ଦେଶ ଅନୁସାରେ, କେବଳ ରାଜନୈତିକ ବିଚାରଧାରା ଆଧାରରେ କୌଣସି ଆବେଦନକାରୀଙ୍କୁ ଅଯୋଗ୍ୟ ଘୋଷଣା କରାଯିବ ନାହିଁ । କିନ୍ତୁ ହିଂସାତ୍ମକ ଆନ୍ଦୋଳନ କିମ୍ବା କାର୍ଯ୍ୟକଳାପରେ ସାମିଲ ଥିବା ବ୍ୟକ୍ତିଙ୍କୁ ସରକାରୀ ଚାକିରି ମିଳିବାରେ ସମସ୍ୟା ହୋଇପାରେ । ନିଯୁକ୍ତି ବିଭାଗର ପ୍ରମୁଖ ସଚିବ ଏମ୍‌ ଦେବରାଜଙ୍କ ପକ୍ଷରୁ ଏହି ନିର୍ଦ୍ଦେଶ ଜାରି ହୋଇଥିବା ସୂଚନା ମିଳିଛି । ରାଜ୍ୟର ସରକାରୀ ବିଭାଗ, ନିଗମ, ପରିଷଦ ଓ ସ୍ଥାନୀୟ ସଂସ୍ଥାଗୁଡ଼ିକରେ ସିଧାସଳଖ ନିଯୁକ୍ତି ସମୟରେ ଆବେଦନକାରୀଙ୍କ ଚରିତ୍ର ଯାଞ୍ଚକୁ ଅଧିକ ଗୁରୁତ୍ୱ ଦିଆଯିବ।

ନିର୍ଦ୍ଦେଶରେ ସ୍ପଷ୍ଟ କରାଯାଇଛି ଯେ କୌଣସି ବ୍ୟକ୍ତିଙ୍କ ରାଜନୈତିକ ବିଚାରଧାରାକୁ ଆଧାର କରି ତାଙ୍କୁ ସରକାରୀ ଚାକିରି ପାଇଁ ଅଯୋଗ୍ୟ ବିବେଚନା କରାଯିବ ନାହିଁ । ତେବେ ହିଂସାତ୍ମକ ଉପାୟରେ ବର୍ତ୍ତମାନର ସାମାଜିକ ବ୍ୟବସ୍ଥାକୁ ବଦଳାଇବା ଉଦ୍ଦେଶ୍ୟ ରଖୁଥିବା ସଂଗଠନର ସଦସ୍ୟ ହୋଇଥିବା ବ୍ୟକ୍ତିଙ୍କୁ ସରକାରୀ ନିଯୁକ୍ତି ପାଇଁ ଅଯୋଗ୍ୟ ବିବେଚନା କରାଯାଇପାରେ। ଏହା ସହିତ, ଯାଞ୍ଚ ତାରିଖର ପୂର୍ବବର୍ତ୍ତୀ ତିନି ବର୍ଷ ମଧ୍ୟରେ ଏଭଳି କାର୍ଯ୍ୟକଳାପରେ ଭାଗ ନେଇଥିବାକୁ ସମ୍ପୃକ୍ତ ବ୍ୟକ୍ତି ଏବେ ବି ସେଥିରେ ସକ୍ରିୟ ଥିବାର ପ୍ରମାଣ ଭାବେ ଧରାଯାଇପାରେ। ତେବେ ଏହି ସମୟ ମଧ୍ୟରେ ତାଙ୍କ ଆଚରଣରେ ପରିବର୍ତ୍ତନ ଆସିଥିବାର ଠୋସ୍‌ ପ୍ରମାଣ ମିଳିଲେ ତାହାକୁ ବିଚାର କରାଯାଇପାରିବ।

ନୂଆ ନିୟମରେ କିଛି ଗୁରୁତ୍ୱପୂର୍ଣ୍ଣ ସ୍ପଷ୍ଟୀକରଣ ମଧ୍ୟ ରହିଛି । କେବଳ ଏଫ୍‌ଆଇଆର୍‌ ରୁଜୁ ହୋଇଥିବା କିମ୍ବା ତଦନ୍ତ ଚାଲିଥିବା କାରଣରୁ କୌଣସି ଆବେଦନକାରୀ ସ୍ୱତଃ ଅଯୋଗ୍ୟ ହେବେ ନାହିଁ । ଚରିତ୍ର ଯାଞ୍ଚ ସମୟରେ ଆବେଦନକାରୀଙ୍କ ପୂର୍ବ ଆଚରଣ ଓ ସମ୍ପୃକ୍ତ ତଥ୍ୟକୁ ବିଚାର କରାଯିବ । ପୋଲିସକୁ ୩୦ ଦିନ ମଧ୍ୟରେ ଚରିତ୍ର ଯାଞ୍ଚ ରିପୋର୍ଟ ଦେବାକୁ ପଡ଼ିବ। ଆବଶ୍ୟକ ପଡ଼ିଲେ ଆବେଦନକାରୀଙ୍କ ପୂର୍ବ କାର୍ଯ୍ୟାଳୟରୁ ମଧ୍ୟ ତଥ୍ୟ ସଂଗ୍ରହ କରାଯାଇପାରିବ। ପୂର୍ବରୁ ସରକାରୀ ସେବାରେ କାର୍ଯ୍ୟରତ କର୍ମଚାରୀଙ୍କ କ୍ଷେତ୍ରରେ ଏହି ନୂଆ ଚରିତ୍ର ଯାଞ୍ଚ ପ୍ରକ୍ରିୟା ଲାଗୁ ହେବ ନାହିଁ ବୋଲି ନିର୍ଦ୍ଦେଶରେ କୁହାଯାଇଛି ।

ଉତ୍ତରପ୍ରଦେଶ ସରକାରଙ୍କ ଏହି ନିର୍ଦ୍ଦେଶ ପରେ ସରକାରୀ ଚାକିରି ଆଶାୟୀଙ୍କ ଚରିତ୍ର ଯାଞ୍ଚ ପ୍ରକ୍ରିୟା ଅଧିକ ଗୁରୁତ୍ୱ ବହନ କରିବ। ବିଶେଷକରି ହିଂସାତ୍ମକ କାର୍ଯ୍ୟକଳାପରେ ସାମିଲ ଥିବା ଅଭିଯୋଗ କିମ୍ବା ପ୍ରମାଣ ନିଯୁକ୍ତି ପ୍ରକ୍ରିୟାରେ ପ୍ରଭାବ ପକାଇପାରେ। ତେବେ କେବଳ ରାଜନୈତିକ ମତାମତ ରଖିବା କିମ୍ବା ଏଫ୍‌ଆଇଆର୍‌ ହେବା ମାତ୍ରକେ ଚାକିରି ପାଇଁ ଅଯୋଗ୍ୟ ହେବାର ନିୟମ ନାହିଁ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା ପ୍ରଭାବ, ଉଜୁଡ଼ିଲା ଧାନ ଫସଲ: ଚାଷୀଙ୍କ ଚିନ୍ତା ବଢିଲା

ବରଗଡ଼,୨୯୧୦(ପ୍ରେମାନନ୍ଦ ଖମାରୀ):ରାଜ୍ୟରେ ସର୍ବାଧିକ ଧାନ ଉତ୍ପାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷୀଙ୍କୁ ସମସ୍ୟା ପିଛା ଛାଡୁନାହିଁ। କେତେବେଳେ ସ୍ବଳ୍ପ ବୃଷ୍ଟିପାତ…

ରାଇକିଆରେ ଅର୍ଣ୍ଣବ ପ୍ରଭାବ: ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି

ରାଇକିଆ,୨୯ା୧୦(ପ୍ରଦୀପ ବେହେରା): ବାତ୍ୟା ଅର୍ଣ୍ଣବର ପ୍ରଭାବରେ ବ୍ୟାପକ କ୍ଷୟକ୍ଷତିର ସମ୍ମୁଖୀନ ହୋଇଛି କନ୍ଧମାଳ ଜିଲା ରାଇକିଆ ବ୍ଲକ୍‌। ଦୁଇ ଦିନର ଅବିଶ୍ରାନ୍ତ ବର୍ଷା ଏବଂ ଗତ ୨୪…

ସିମନବାଡ଼ି ପଞ୍ଚାୟତର ୩ ଗାଁ ଜଳବନ୍ଦୀ, ବ୍ରିଜ୍‌ ଉପରେ ୫ ଫୁଟ ଉଚ୍ଚର ପାଣି, ରୋଗୀଙ୍କୁ ପିଠିରେ ବୋହି…

ଦାରିଙ୍ଗବାଡ଼ି,୨୯ା୧୦(ଅରୁଣ ସାହୁ): ବାତ୍ୟା ଅର୍ଣ୍ଣବ ପ୍ରଭାବରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳ ପ୍ରଭାବିତ ହୋଇଛି। ଉକ୍ତ ବ୍ଲକ ସିମନବାଡ଼ି ପଞ୍ଚାୟତର ୩ ଗାଁ ଏବେ ଜଳବନ୍ଦୀରେ ଦିନ…

ମାତ୍ର ୧୭ ରନ୍‌ରେ ୮ ଉଇକେଟ ନେଇ ଇତିହାସ ରଚିଲେ ଏହି କ୍ରିକେଟର୍‌: ସ୍ବତନ୍ତ୍ର କ୍ଲବ୍‌ରେ ହେଲେ ସାମିଲ

ନୂଆଦିଲ୍ଲୀ,୨୯।୧୦: ରଣଜୀ ଟ୍ରଫିରେ ସୌରାଷ୍ଟ୍ରର ବାମହାତୀ ସ୍ପିନର ପାର୍ଥ ଭୁଟ ନିଜର ଘାତକ ବୋଲିଂରେ ଆସାମର ବ୍ୟାଟିଂ ଲାଇନଅପକୁ ଧ୍ୱସ୍ତ କରିଦେଇଛନ୍ତି। ମାତ୍ର ୧୭ ରନ ଦେଇ…

ଛେଚୁଛି ବର୍ଷା: ପାଣିରେ ବୁଡ଼ିଲା ଚାଷଜମି, ଚିନ୍ତାରେ ଚାଷୀ

ଗଞ୍ଜାମ,୨୯ା୧୦(ବିଦ୍ୟାଧର ସାହୁ): ସାମୁଦ୍ରିକ ଝଡ଼ ଅର୍ଣ୍ଣବ ପ୍ରଭାବରେ ଗଞ୍ଜାମ ସହର ଏବଂ ଆଖପାଖ ଅଞ୍ଚଳରେ ତିନିଦିନ ଧରି ଲଗାଣ ବର୍ଷା ଜାରିରହିଛି l ଏହି ବର୍ଷା ଯୋଗୁୁ…

ହାଟଡିହୀ ତହସିଲରେ ପଲିଥିନ୍‌ ଚୋରି ନାଟକ, ୨ ଦିନ ପରେ ତହସିଲଦାରଙ୍କୁ କର୍ମଚାରୀ ଜଣାଇବା ପରେ…

ହାଟଡିହୀ/ଛେନାପଦୀ,୨୯ା୧୦(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ତହସିଲ କାର୍ଯ୍ୟାଳୟରୁ ୧୫୦ଟି ପଲଥିନ୍‌ ଚୋରି ଘଟଣାର ଦୁଇ ଦିନ ପରେ ଥାନାରେ ଅଭିଯୋଗ ହେବାକୁ ନେଇ ସନ୍ଦେହ…

ଧସିଲା ରାସ୍ତା: ଗାଡ଼ି ଚଳାଚଳ ବନ୍ଦ, ବଢ଼ିଲା ଲୋକଙ୍କ ଦୁଃଖ

ମୋହନା,୨୯ା୧୦(ମନ୍ମଥ ମିଶ୍ର): ଅର୍ଣ୍ଣବଶର ପ୍ରକୋପରେ ଗତ ଦୁଇଦିନ ତୁହାକୁ ତୁହା ଲଗାଣ ବର୍ଷାଦ୍ୱାରା ମୋହନା ଅଞ୍ଚଳରେ ଜଳମଗ୍ନ ଦେଖିବାକୁ ମିଳିଛି। ବୁଧବାର ମଧ୍ୟରାତ୍ରିଠାରୁ ବର୍ଷା କମିବା ଦ୍ବାରା…

ଧୋଇଲା ଭୂତପଙ୍କାଳ ବ୍ରିଜ୍‌: ଦାରିଙ୍ଗବାଡ଼ିରୁ ବ୍ରହ୍ମପୁର ଯାତାୟାତ ଠପ୍‌, ଅନିର୍ଦ୍ଦିଷ୍ଟ କାଳ…

ଦାରିଙ୍ଗବାଡ଼ି,୨୯।୧୦(ଅରୁଣ ସାହୁ): ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷା ଓ ବନ୍ୟାଜନିତ ପରିସ୍ଥିତି ଗମ୍ଭୀର ହୋଇପଡ଼ିଛି। ଗଞ୍ଜାମ ଜିଲାର ଗାଜଲବାଡ଼ି ନିକଟରେ ଥିବା ଭୂତପଙ୍କାଳ ବ୍ରିଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?