Posted inଜାତୀୟ

୨୪୬ ମହିଳା ସେନା ଅଧିକାରୀଙ୍କ ପଦୋନ୍ନତି ପାଇଁ ସ୍ବତନ୍ତ୍ର ଚୟନ ବୋର୍ଡ ଗଠିତ: କେନ୍ଦ୍ରର ଜବାବ…

ନୂଆଦିଲ୍ଲୀ,୧୩।୧୨ : କେନ୍ଦ୍ର ସରକାର ମଙ୍ଗଳବାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ୨୪୬ ମହିଳା ସେନା ଅଧିକାରୀଙ୍କ ପଦୋନ୍ନତି ପାଇଁ ଏକ ସ୍ବତନ୍ତ୍ର ଚୟନ ବୋର୍ଡ ଗଠନ କରାଯାଇଛି। ବୋର୍ଡ ଜାନୁଆରୀ ୯ ରେ ଏହି ପ୍ରସଙ୍ଗ ଉପରେ ବିଚାର କରିବ। ବାବିତା ପୁଣିଆଙ୍କ ମାମଲାର ବିଚାରରେ କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ମହିଳା ଅଧିକାରୀଙ୍କ ପଦୋନ୍ନତି କାର୍ଯ୍ୟକାରୀ ହେଉନାହିଁ ବୋଲି ୩୪ ମହିଳା ସେନା ଅଧିକାରୀଙ୍କ ଏକ ଆବେଦନ ଉପରେ ସର୍ବୋଚ୍ଚ ନ୍ୟାୟାଳୟ ଶୁଣାଣି କରୁଛନ୍ତି।

ଭାରତୀୟ ସେନାର ପରାମର୍ଶଦାତା ଆର ବାଲାସୁବ୍ରମଣ୍ୟନ ପ୍ରଧାନ ବିଚାରପତି ଡ.ଓ୍ବାଇ. ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ ପି.ଏସ. ନରସିଂହଙ୍କ ନେନୃତ୍ୱରେ ଗଠିତ ଏକ ବେଞ୍ଚକୁ କହିଛନ୍ତି ଯେ ୯ ଜାନୁୟାରୀ ୨୦୨୩ ରେ ଏହାର ବିଚାର କରାଯିବ। ବେଞ୍ଚ ବୋର୍ଡର ପରିଣାମକୁ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଜାନୁଆରୀ ୩୦ରେ ଏହାର ପରବର୍ତ୍ତୀ ଶୁଣାଣି ହେବ।

ଆଡଭୋକେଟ ରାକେଶ କୁମାରଙ୍କ ମାଧ୍ୟମରେ ଦାଖଲ ହୋଇଥିବା ଏହି ଆବେଦନରେ ଦର୍ଶାଯାଇଛି ଯେ ଏହା ସମ୍ପୂର୍ଣ୍ଣ ଅନୁଚିତ, ମନମୁଖୀ କାର୍ଯ୍ୟ ଏବଂ ବରିଷ୍ଠ ମହିଳା ଅଧିକାରୀଙ୍କ ପ୍ରତି ଅସମ୍ମାନ। ତାଙ୍କର ପଦୋନ୍ନତିକୁ ରୋକା ଗଲା ଏବଂ କେନ୍ଦ୍ର ସରକାର କନିଷ୍ଠ ପୁରୁଷ ଅଧିକାରୀଙ୍କୁ କଲୋନେଲ ପଦରେ ଉନ୍ନୀତ କଲେ।

ପୁରୁଷ ଅଧିକାରୀଙ୍କ ସହ ଯୋଗ୍ୟ ମହିଳା ଅଧିକାରୀଙ୍କ ପଦୋନ୍ନତି ପାଇଁ ଆବେଦନକାରୀମାନେ ତୁରନ୍ତ ଚୟନ ବୋର୍ଡ ଗଠନ ଲାଗି ଦାବି କରିଥିଲେ। ସେମାନେ କହିଥିଲେ ଯେ ତାଙ୍କର ଜୁନିୟର ଅଧିକାରୀଭାବେ ପଦୋନ୍ନତି ଉପରେ ବିଚାର କରାଯାଉ। ଆବେଦନକାରୀ ମହିଳା ଅଧିକାରୀ ମଧ୍ୟ କୋର୍ଟରୁ ପ୍ରକ୍ରିୟା ସ୍ଥଗିତ ରଖିବାକୁ ଦାବି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ମାଟିରେ ଇତିହାସ ରଚିଲା DRDO: LRGRର ସଫଳ ପରୀକ୍ଷଣ, ୬୦ କିମି ଦୂର ଲକ୍ଷ୍ୟକୁ…

ନୂଆଦିଲ୍ଲୀ/ବାଲେଶ୍ୱର, ୮।୭: ଭାରତ ସ୍ୱଦେଶୀ ପ୍ରତିରକ୍ଷା ଜ୍ଞାନକୌଶଳ କ୍ଷେତ୍ରରେ ଆଉ ଏକ ବଡ଼ ସଫଳତା ହାସଲ କରିଛି। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ବୁଧବାର…

ସିଙ୍ଗଡ଼ା କିଣିବା ପାଇଁ ଟ୍ରେନ୍‌ ଅଟକାଇଲେ ଲୋକୋ ପାଇଲଟ୍‌, ଭାଇରାଲ ହେଉଛି ଭିଡିଓ

ଇନ୍ଦୋର,୮ା୭: ମଧ୍ୟପ୍ରଦେଶର ଇନ୍ଦୋରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ଲୋକୋ ପାଇଲଟ୍‌ ଟ୍ରେନ୍‌ ଅଟକାଇ ରାସ୍ତାପାର୍ଶ୍ୱ ଦୋକାନରୁ ସିଙ୍ଗଡ଼ା କିଣୁଥିବାର ଭିଡିଓ ସୋସିଆଲ…

ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ: ମାଁ ଶ୍ୟାମାକାଳୀ ମନ୍ଦିରରେ ବିବାହ ବନ୍ଧନରେ ବାନ୍ଧିହେଲେ ୨ ଦିବ୍ୟାଙ୍ଗ ଯୋଡ଼ି

ବରଗଡ଼,୮।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହରରେ ଅବସ୍ଥିତ ମାଁ ଶ୍ୟାମାକାଳୀ ମନ୍ଦିର ସର୍ବେଶ୍ୱର କଲ୍ୟାଣ ମଣ୍ଡପରେ ବୁଧବାର ଆଦର୍ଶ ବିବାହ ହୋଇଥିଲା। ପାୱାର ଅଫ୍‌ ଦିବ୍ୟାଙ୍ଗ ଅନୁଷ୍ଠାନ ତତ୍ତ୍ୱାବଧାନରେ…

ସୋସିଆଲ ମିଡିଆରେ ଭାଇରାଲ କରିଦେବି… ଯୁବତୀଙ୍କୁ ବଳାତ୍କାର ଅଭିଯୋଗ, ଜେଲ୍ ଗଲେ ଅଭିଯୁକ୍ତ ରାଜମିସ୍ତ୍ରୀ

ଦିଗପହଣ୍ଡି,୮।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁର ଜଣେ ୨୬ ବର୍ଷୀୟା ଯୁବତୀଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ବୁଧବାର…

ବୋରପଦର ଗ୍ରାମ ପଞ୍ଚାୟତରେ ମନରେଗା ଦୁର୍ନୀତି ଅଭିଯୋଗ, ଜିଲାପାଳଙ୍କୁ ଫେରାଦ ହେଲେ ଗ୍ରାମବାସୀ

କର୍ଲାମୁଣ୍ଡା,୮।୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ମନରେଗା ଦୁର୍ନୀତି ନେଇ ବିଭିନ୍ନ ସମୟରେ ଲୋକେ ଅଭିଯୋଗ କରି ଆସୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି…

ଛାତି ପର୍ଯ୍ୟନ୍ତ ପାଣି, ତଥାପି ବନ୍ୟାର ପ୍ରଖର ସ୍ରୋତରେ ନିଜ କାର୍‌କୁ ଛାଡ଼ିଲେନି ମାଲିକ..Viral Video ଦେଖିଲେ…

ଥରେ ଭାବନ୍ତୁ ଆପଣ କାର୍‌ରେ ଥିବେ, ବନ୍ୟାଜଳ ମାଡ଼ି ଆସିବ। କାର୍‌ଟି ବନ୍ୟାଜଳରେ ବୁଡ଼ିଯିବ, ଆପଣ କରିବେ କ’ଣ? କାରକୁ ଛାଡ଼ି ନିଜ ଜୀବନ ବଞ୍ଚାଇବେ ନା…

‘ମୋ ମୁଣ୍ଡ କାଟିଦେଲେ ବି ଭାଜପାକୁ ଯିବିନି…’, ଟିଏମସି କନ୍ଦଳ ଭିତରେ ଗର୍ଜିଲେ ମହୁଆ, କରିଦେଲେ ବଡ଼ ଖୁଲାସା

କୋଲକାତା,୮।୭: ପଶ୍ଚିମବଙ୍ଗରେ ଗତ ୧୫ ବର୍ଷ ଧରି କ୍ଷମତାରେ ଥିବା ମମତା ବାନାର୍ଜୀଙ୍କ ନେତୃତ୍ୱରେ ତୃଣମୂଳ କଂଗ୍ରେସ (TMC) ବର୍ତ୍ତମାନ ଏକ କଷ୍ଟକର ପରିସ୍ଥିତିର ସମ୍ମୁଖୀନ ହେଉଛି।…

ଭାଙ୍ଗିଲା ସବୁ ରେକର୍ଡ; ଗୋଟିଏ ଦିନରେ ୬,୭୦୦ ଟଙ୍କା ଶସ୍ତା ହେଲା ରୁପା, ସୁନା ବି…

ନୂଆଦିଲ୍ଲୀ, ୮।୭: ଯଦି ଆପଣ ସୁନା କିମ୍ବା ରୁପା କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର ଅଛି। ଆନ୍ତର୍ଜାତୀୟ ବଜାରଠାରୁ ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri