ମୋଟରସାଇକେଲ ଧକ୍କାରେ ଚାଲିଗଲା ସ୍କୁଲ ଛାତ୍ରୀଙ୍କ ଜୀବନ

ନୂଆଗାଁ,୧୫।୮(ବିଜୟ ତ୍ରିପାଠୀ )ମୋଟର ସାଇକେଲ ଧକ୍କାରେ ଚାଲିଗଲା ସ୍କୁଲ ଛାତ୍ରୀଙ୍କ ଜୀବନ। ମୃତ ଛାତ୍ରୀ ଜଣକ ହେଉଛନ୍ତି ସୁନ୍ଦରଗଡ ଜିଲା ନୂଆଗାଁ ବ୍ଲକ ହାତିବାରୀ ଥାନା ଅନ୍ତର୍ଗତ ଟିସ୍କ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଷଷ୍ଠ ଶ୍ରେଣୀର ଛାତ୍ରୀ ରାକ୍ଷୀ ପ୍ରଧାନ। ରାକ୍ଷୀଙ୍କୁ ୧୨ବର୍ଷ ବୟସ ହୋଇଥିଲା। ସେ ମଙ୍ଗଳବାର ଗାଡି ଧକ୍କାରେ ମୃତ୍ୟୁବରଣ କରିଥିଲେ। ଏଭଳି ଦୁଃଖଦ ଖବର ଶୁଣି ହାତିବାରୀ ଓ ପୁରୁଣାପାଣି ଅଞ୍ଚଳରେ ଛାତ୍ରୀଛାତ୍ର ତଥା ଅଭିଭାବକଙ୍କ ମହିଲରେ ଶୋକର ଛାୟା ଖେଳିଯାଇଛି।
ସୂଚନା ମୁତାବକ ପୁରୁଣାପାଣି ନିକଟସ୍ଥ ଟିସ୍କ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ରାକ୍ଷୀ ସ୍କୁଲରେ ସ୍ବାଧୀନତାଦିବସ ପାଳନ କରିଥିଲେ। ସ୍କୁଲ କାର୍ଯ୍ୟକ୍ରମ ସରିବାପରେ ମାଧ୍ୟାହ୍ନ ଭୋଜନ ଖାଇ ନିଜ ନିଜ ଘରକୁ ବାହାରିଥିଲେ। ଏହି ସମୟରେ ପୁରୁଣାପାଣିରୁ ହାତିବାରୀ ଆଡକୁ ଏକ ପୋଲସୋର ମୋଟରସାଇକେଲ ଓଡି୧୪ଏଏ୪୦୭୮ ଦ୍ରୁତବେଗରେ ଆସି ରାକ୍ଷୀଙ୍କୁ ଧକ୍କା ଦେଇଥିଲା।
ଫଳରେ ରାକ୍ଷୀ ରାସ୍ତା ଉପରେ କଚାଡି ପଡିଥିଲେ। ତାଙ୍କୁ ତୁରନ୍ତ ହାତିବାରୀ ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇ ଥିଲା। ହେଲେ ସେଠାରେ ପ୍ରାଥମିକ ଚିକିତ୍ସା କରି ରାଉରକେଲା ସ୍ଥିତ ସରକାରୀ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଆର. ଜି. ଏଚ. କୁ ରେଫର କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତଘେଷଣା କରିଥିଲେ। ମୃତ ଛାତ୍ରୀଜଣକ ପୁରୁଣାପାଣି ତେତେର ହାଟିଙ୍ଗ ଗ୍ରାମର ସୁରେଶ ପ୍ରଧାନଙ୍କ ଝିଅ l ଏହିଘଟଣା ପରେ ମୋଟରସାଇକେଲ ଚାଳକ ସୁଖନାଥ ମୁଣ୍ଡାରି ଓ ସହଯୋଗୀ କାଲିଚରଣ ମୁଣ୍ଡାରୀଙ୍କୁ ହାତିବାରୀ ଥାନା ପୋଲିସ ଅଟକ ରଖିଛି। ସୁଖନାଥଙ୍କ ଘର ଲାଙ୍କଇ ଗ୍ରାମରେ ହୋଇଥିବା ବେଳେ ତାଙ୍କ ପଛରେ ବସିଥିବା କାଳୀଚରଣଙ୍କ ଘର ମଣ୍ଡପ ଗ୍ରାମରେ ବୋଲି ଜଣାପଡିଛି। ମୋଟରସାଇକେଲଟିକୁ ପୋଲିସ ଜବତ କରି ଘଟଣାର ତଦନ୍ତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ 

ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…

ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ

ବାଲିପାଟଣା ୨୨।୭(ଅଭିମନ୍ୟୁ ନାୟକ): ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡିପାଞ୍ଚଣ ଗ୍ରାମରେ ଏକ ଜାଗିରି ଜମି ଦଖଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଜଣେ…

ଦିଗପହଣ୍ଡିରେ ଖେମୁଣ୍ଡି ଲୋକ ମହୋତ୍ସବ ଉଦଯାପିତ: ଜିଲାପାଳ କହିଲେ- ସହରରେ ନିର୍ମାଣ ହେବ ସଂସ୍କୃତି ଭବନ

ଦିଗପହଣ୍ଡି,୨୧।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ସୋମବାରଠାରୁ ଦୁଇ ଦିନ ଧରି ଚାଲିଥିବା ଖେମୁଣ୍ଡି ଲୋକ କଳା ମହୋତ୍ସବ ମଙ୍ଗଳବାର ରାତିରେ ସଫଳତାର ସହ…

ପୂଜା ସାରି ଫେରୁଥିବା ବେଳେ ମହିଳାଙ୍କୁ ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥାନାରେ ମାମଲା

ଧାମନଗର,୨୧।୭(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବରଗଡ଼ା ଗ୍ରାମରେ ପୂଜା ସାରି ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଆକ୍ରମଣ କରାଯିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri