Posted inଫୁରସତ

ଗର୍ଭଧାରଣ କଲେ ସମଲିଙ୍ଗୀ ଯୋଡ଼ି

ସିଓଲ: ନିକଟରେ ୨ ଜଣ ଝିଅଙ୍କ ପ୍ରେମ କାହାଣୀ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଦୁହେଁ କିଛି ବର୍ଷ ତଳେ ବିବାହ କରିଥିବାବେଳେ ଏବେ ସେ ମା’ ହେବାକୁ ଯାଉଥିବା ନେଇ ଫଟୋ ଶେୟାର କରିଛନ୍ତି। ସେମାନଙ୍କ ପାଇଁ ଏହା ଅତି ସହଜ ନ ଥିଲା। ଘରର କଟକଣା, ସମାଜର ପ୍ରତିବନ୍ଧକ ସହି ନ ପାରି ସେମାନଙ୍କୁ ପିଲା ଜନ୍ମ କରିବାକୁ ଅନ୍ୟ ଏକ ଦେଶକୁ ଯିବାକୁ ପଡ଼ିଛି। ରିପୋର୍ଟ ମୁତାବକ, ଦକ୍ଷିଣ କୋରିଆର ବାସିନ୍ଦା କିମ୍‌ କ୍ୟୁ-ଜିନ୍‌ ଏବଂ କିମ୍‌ ସେ-ୟେନ ନାମକ ୨ ଜଣ ସମଲିଙ୍ଗୀ। ସେମାନେ ୨୦୧୯ରେ ବିବାହ କରିଥିଲେ। ହେଲେ ଏବେ ତାଙ୍କ ପିଲା ଜନ୍ମ ପାଇଁ ନିୟମକାନୁନ ତାଙ୍କୁ ବାଧା ଦେଉଛି; ଯେଉଁଥିପାଇଁ ସେମାନଙ୍କୁ ଦକ୍ଷିଣ କୋରିଆ ଛାଡ଼ି ବେଲଜିୟମ୍‌ ଯିବାକୁ ପଡ଼ିଛି। ପ୍ରକୃତରେ ଦକ୍ଷିଣ କୋରିଆ ତାଙ୍କ ବିବାହକୁ ମାନ୍ୟତା ଦେଇନାହିଁ। ସମଲିଙ୍ଗୀ ଯୋଡ଼ିଙ୍କ ବିବାହକୁ ପଞ୍ଜୀକରଣ କରିବାକୁ ମନା କରିଦିଆଗଲା। ତେବେ ଦୁହିଁଙ୍କ ବିବାହ ନ୍ୟୁୟର୍କରେ ପଞ୍ଜୀକୃତ ହୋଇଛି। ଏହାପରେ ବିବାହର କିଛି ବର୍ଷ ପରେ ସେମାନେ ପିଲା ପାଇଁ ପ୍ରସ୍ତୁତ ହେଲେ। ସେଥିପାଇଁ ଦୁହିଁଙ୍କୁ ଦେଶ ଭିତରେ ଅନୁମତି ମିଳିଲାନାହିଁ। ଦକ୍ଷିଣ କୋରିଆରେ ଶୁକ୍ରାଣୁ ବ୍ୟାଙ୍କ ମଧ୍ୟ ସେମାନଙ୍କ ପାଇଁ ଅନୁମତି ଦେଲେ ନାହିଁ। କିମ୍‌ କ୍ୟୁ-ଜିନ୍‌ ବେଲଜିୟମ୍‌ର ଜଣେ ସ୍ପର୍ମ ଡୋନରଙ୍କ ସାହାଯ୍ୟରେ ଗର୍ଭଧାରଣ କରିଛନ୍ତି। ଏବେ ତାଙ୍କ ଗର୍ଭଧାରଣକୁ ୮ ମାସ ହେଲାଣି। ସେ ଇନ୍‌ ଭିଟ୍ରୋ ଫର୍ଟିଲାଇଜେଶନ (ଆଇଭିଏଫ୍‌) ପ୍ରଣାଳୀରେ ମା’ ହେବାକୁ ଯାଉଛନ୍ତି। ଦୁହେଁ ଦେଶରେ ସମଲିଙ୍ଗୀଭିତ୍ତିକ ପିତୃତ୍ୱ ବାବଦରେ ସଚେତନତା ବଢ଼ାଇବାକୁ ସେମାନଙ୍କ ଗର୍ଭାବସ୍ଥାକୁ ସାର୍ବଜନୀନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଜିନ୍‌ ଦକ୍ଷିଣ କୋରିଆର ସେହି ହସ୍ପିଟାଲରେ ତାଙ୍କ ପିଲା ଜନ୍ମଦେବାକୁ ଚାହୁଁଛନ୍ତି, ଯେଉଁଠାରେ ତାଙ୍କ ସ୍ତ୍ରୀ ୟେନ ଡାକ୍ତର ଅଛନ୍ତି। ତାଙ୍କ ମା’ ସହ ପିଲା ମଧ୍ୟ ସୁସ୍ଥ ରହିବ ବୋଲି ସେମାନେ ଆଶାବାଦୀ ଅଛନ୍ତି। ପିଲା ଜନ୍ମହେବା ପରେ ଦକ୍ଷିଣ କୋରିଆରେ ସେମାନେ ପିଲାର ନିୟମଗତ ମାତା ହେବେ ନାହିଁ। ସେଥିପାଇଁ ସେମାନେ ଦେଶ ବାହାରେ ରହିବାକୁ ଇଚ୍ଛା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୃତ ଯୁବକଙ୍କ ମିଳିଲା ପରିଚୟ: ସେଲଫି ନେବା ହେଲା କାଳ

କୋକସରା,୩।୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ବ୍ଲକର ପର୍ଯ୍ୟଟନସ୍ଥଳୀ ଗୁଡହାଣ୍ଡି ଡୋକରୀଚଞ୍ଚରାର ଡୋକରୀଦର ଝରଣା ନିକଟରେ ଗୁରୁବାର ଜଣେ ଯୁବକଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ଶୁକ୍ରବାର ସକାଳୁ…

ସମୁଦ୍ର କୂଳ ଲଙ୍ଘିବା ଘଟଣା: ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପୋଡ଼ମପେଟାକୁ ନିଷିଦ୍ଧାଞ୍ଚଳ ଘୋଷଣା

ଗଞ୍ଜାମ/ ଛତ୍ରପୁର,୩।୭ (/ଅନାଥ ତରାଇ/ଦିଲ୍ଲୀପି ସାମଲ/ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକର ପୋଡମପେଟାରେ ସମୁଦ୍ର କୂଳ କ୍ଷୟ ଦିନକୁ ଦିନ ଉଦ୍‌ବେଗଜନକ ରୂପ ନେବାରେ ଲାଗିଛି। ସମୁଦ୍ର ଦ୍ରୁତ…

ଦାଦନ ଖଟି ଯାଇଥିଲେ, ଫେରିଲା ମୃତଦେହ: ତେଲେଙ୍ଗାନାରେ ବିଦ୍ୟୁତ ଆଘାତରେ ଗଜପତିର ଶ୍ରମିକଙ୍କ ମୃତ୍ୟୁ

ପାରଳାଖେମୁଣ୍ଡି,୩।୭(ଗିରିଧାରୀ ପରିଛା): ଗଜପତି ଜିଲାରେ ଦାଦନ ଦୁଃଖର କରୁଣ ଚିତ୍ର ପୁଣି ସାମ୍ନାକୁ ଆସିଛି। ସ୍ଥାନୀୟ ଅଞ୍ଚଳରେ କାମର ଅଭାବ ଯୋଗୁ ଜୀବିକା ଅନ୍ୱେଷଣରେ ବାହାର ରାଜ୍ୟକୁ…

ଡାକ୍ତରଙ୍କ ଆନ୍ଦୋଳନ ଯୋଗୁ ରୋଗୀସେବା ବ୍ୟାହତ: ଦୁର୍ଘଟଣାରେ ଆହତଙ୍କୁ ଚିକିତ୍ସା ନ ମିଳିବାରୁ ବୁର୍ଲା ସ୍ଥାନାନ୍ତର

ବରଗଡ଼,୩।୭(ପ୍ରେମାନନ୍ଦ ଖମାରୀ)- ରାଜ୍ୟରେ ଡାକ୍ତରମାନଙ୍କ ବିଭିନ୍ନ ଦାବିକୁ ନେଇ ଚାଲିଥିବା ଆନ୍ଦୋଳନ ଯୋଗୁ ସାଧାରଣ ସ୍ୱାସ୍ଥ୍ୟସେବା ଗୁରୁତର ଭାବେ ପ୍ରଭାବିତ ହୋଇଛି। ଡାକ୍ତରଖାନା ଗୁଡ଼ିକରେ ରୋଗୀସେବା ତଥା…

୪୦ ବର୍ଷ ପରେ ନ୍ୟୁଜିଲାଣ୍ଡ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ, ଇଣ୍ଡୋନେସିଆରୁ ଅଷ୍ଟ୍ରେଲିଆ ଯାଏ ଦେଖିବାକୁ ମିଳିବ… 

ନୂଆଦିଲ୍ଲୀ,୩।୪: ବିଶ୍ୱର ବଦଳୁଥିବା ଭୂ-ରାଜନୈତିକ ସମୀକରଣ ମଧ୍ୟରେ ଭାରତ ନିଜର ବୈଦେଶିକ ନୀତି ଏବଂ ବାଣିଜ୍ୟିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ପାଇଁ ଏକ ବଡ଼ ପଦକ୍ଷେପ…

ଯୌତୁକ ପାଇଁ ନିର୍ଯ୍ୟାତନା ପରେ  ସ୍ତ୍ରୀଙ୍କୁ ଶ୍ୱାସରୁଦ୍ଧ କରି ହତ୍ୟା ଉଦ୍ୟମ: ସ୍ବାମୀ ଗଲେ ଜେଲ 

ଦିଗପହଣ୍ଡି,୩|୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଶୁଣ୍ଡିପଲ୍ଲୀ ଗ୍ରାମର ବର୍ଷା ସିଂ(୨୦)ଙ୍କୁ ଯୌତୁକ ପାଇଁ ଶ୍ବଶୁର ଘର ଲୋକେ ଶାରୀରିକ ଓ ମାନସିକ ନିର୍ଯ୍ୟାତନା…

ହେଲୋ ପଏଣ୍ଟଠାରେ ୭୭ତମ ବନ ମହୋତ୍ସବ: ଯୋଗଦେଲେ…

ଥୁଆମୂଳ ରାମପୁର, ୩।୭ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କୋଷାବରାସ୍ଥିତ ହେଲୋ ପଏଣ୍ଟଠାରେ ଶୁକ୍ରବାର ଥୁଆମୂଳ ରାମପୁର ଦକ୍ଷିଣ ବନାଞ୍ଚଳ ପକ୍ଷରୁ…

ଶିକ୍ଷକ ଅଭାବ ପାଠ ପଢ଼ାରେ ସମସ୍ୟା : ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୩ ଜଣ ଶିକ୍ଷକ

ରିଷିଡା, ୩/୭ (ସୁଶାନ୍ତ ମଲ୍ଲିକ): ଶିକ୍ଷକ ଅଭାବ ଯୋଗୁଁ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସରକାରୀ ବିଦ୍ୟାଳୟରେ ଶିକ୍ଷାଦାନ ବ୍ୟାହତ ହେଉଥିବା ଅଭିଯୋଗ ହୋଇଛି। କେଉଁଠି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri