Posted inଫୁରସତ

ମା’ ୭୫ ଲକ୍ଷ ଟଙ୍କାର ଉପହାର ଦେବାରୁ ପ୍ରବଳ ରାଗିଗଲେ ପୁଅ; ଜାଣନ୍ତୁ କାହିଁକି

ସାଧାରଣତଃ ପିଲାମାନେ ମା’ ବାପାଙ୍କଠାରୁ ଉପହାର ନେବାକୁ ଚାହିଁ ବସିଥାନ୍ତି। କେହି କେହି ପିଲା ଉପହାର ନେବାକୁ ଅଳି ମଧ୍ୟ କରନ୍ତି। କିନ୍ତୁ ଜଣେ ଯୁବକ ଏସବୁଠାରୁ ବହୁ ଦୂରରେ। ସେ ନିଜ ଧନୀ ମାତାପିତାଙ୍କ ଦାମୀ ଉପହାର ଦେଖି ଖପ୍ପା ହୋଇଯାଇଛନ୍ତି। ଫଳସ୍ବରୂପ ନିଜ ଟୁଇଟର୍‌ ମାତାପିତାଙ୍କ ଉପରେ ରାଗି ଏକ ପୋଷ୍ଟ ଶେୟାର କରିଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ୟୁଆନ୍‌ ନାମକ ଏହି ଯୁବକ ଜଣଙ୍କ ଟୁଇଟର୍‌ରେ ଏକ ପୋଷ୍ଟ କରିଥିଲେ। ଯେଉଁଥିରେ ସେ ଲେଖିଲେ, ମୁଁ ମୋ ମାତାପିତାଙ୍କ ଉପରେ ବହୁତ ରାଗିଛି। ମୁଁ ଗତ ୩ ବର୍ଷ ହେବ କୌଣସି କାମ କରୁନାହିଁ। ତଥାପି ସେମାନେ ମୋତେ ଆର୍ଥିକ ସହାୟତା କରିଆସୁଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ମୋ କଲେଜରେ କିଛି ସାଙ୍ଗ ଥିଲେ ସେମାନଙ୍କର ଟଙ୍କା ସମସ୍ୟା ରହିଥିଲା। କିନ୍ତୁ ମୋ ମାତାପିତା ଧନୀ ହୋଇଥିବାରୁ ମୁଁ ଏହି ସମସ୍ୟା ଦେଇ ଗତି କରି ନାହିଁ। ମୋ ପରିବାର ମୋତେ ସର୍ବଦା ଟଙ୍କା ଦେଇ କେବଳ ମୋତେ ସାହାରା ଦେଇନାହାନ୍ତି ବରଂ ମୋତେ ବିଗାଡି ଦେଇଛନ୍ତି। ଏହାଦ୍ୱାରା ମୋର ବ୍ୟକ୍ତିଗତ ଉନ୍ନତି ଅଟକି ରହିଛି। ସେ ମୋତେ କେବଳ ବାସନ ମାଜିବା, ଝାଡୁ ମାରିବା ଭଳି କାମ କରିବାକୁ ଦେଇନାହାନ୍ତି। ଗତବର୍ଷ ମୋ ମା’ ମୋତେ ୭୫ ଲକ୍ଷ ଟଙ୍କାର ଉପହାର ଦେଇଥିଲେ। ମୁଁ କୌଣସି କାମ କରୁ ନ ଥିବାରୁ ଏହି ଉପହାର ଦେଖି ମୁଁ ପ୍ରବଳ ରାଗିଯାଇଥିଲି ବୋଲି ୟୁଆନ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri