Posted inଫୁରସତ

ବିଶ୍ୱ ମାନବୀୟ ଦିବସ: ବିପର୍ଯ୍ୟୟରେ ଆଶାର କିରଣ

୨୦୦୩ ଅଗଷ୍ଟ ୧୯ରେ ଇରାକ ବାଗଦାଦସ୍ଥିତ ଜାତିସଂଘ ମୁଖ୍ୟାଳୟରେ ବୋମାମାଡ଼ ଯୋଗୁ ଇରାକରେ ଜାତିସଂଘର ମୁଖ୍ୟ ହ୍ୟୁମାନିଟାରିଆନ ବା ମାନବୀୟ କର୍ମୀ ସର୍ଜିୟୋ ବିଏରା ଡି ମିଲୋଙ୍କ ସମେତ ୨୨ ଜଣଙ୍କ ମୃତ୍ୟୁ ଘଟିଥିଲା । ଏଣୁ ଏହି ଦିନଟିକୁ ବିଶ୍ୱ ମାନବୀୟ ଦିବସ ଭାବେ ପାଳନ କରାଯିବା ଲାଗି ୨୦୦୯ରେ ଜାତିସଂଘ ସାଧାରଣ ପରିଷଦ ନିଷ୍ପତ୍ତି ନେଇଥିଲା। ସେବେଠାରୁ ପ୍ରତିବର୍ଷ ଅଗଷ୍ଟ ୧୯ରେ ଏକ ନିର୍ଦ୍ଦିଷ୍ଟ ସ୍ଲୋଗାନ ନେଇ ଏହି ଦିବସ ପାଳନ କରାଯାଉଛି। ମାନବ ସେବାରେ ସାରା ଜୀବନ ସମର୍ପିତ ରହିଥିବା ଏହି ମାନବୀୟ କର୍ମୀଙ୍କୁ ସମ୍ମାନ ଦେବା ସହ ସେବା ଲାଗି ଜୀବନ ଦେଇଥିବା ଏହି କର୍ମୀମାନଙ୍କ ବଳିଦାନକୁ ଏହି ଦିବସରେ ସ୍ମରଣ କରାଯାଏ । କେବଳ ଏମାନେ ନୁହନ୍ତି ପୃଥିବୀରେ ବିଭିନ୍ନ ପ୍ରାନ୍ତରେ ଅସହାୟ ଲୋକମାନଙ୍କ ଜୀବନ ରକ୍ଷା ପାଇଁ ନିଜ ଜୀବନକୁ ବିପଦରେ ପାକାଉଥିବା କର୍ମୀମାନଙ୍କୁ ମଧ୍ୟ ସମ୍ମାନ ଦେବା ଏହି ଦିବସର ଲକ୍ଷ୍ୟ। ଏହା ମାନବ ସମାଜର କଲ୍ୟାଣରେ ଲାଗିଥିବା କର୍ମୀମାନଙ୍କ ମଧ୍ୟରେ ସାହସ ଓ ଉତ୍ସାହ ବଢ଼ାଇଥାଏ। ଆତଙ୍କବାଦୀ ଓ ହିଂସା ଏବେ ବିଶ୍ୱକୁ ମହାସଙ୍କଟରେ ପକାଇଛି। ଏଣୁ ଏ ସ୍ଥିତିରେ ଏମାନେ ଅହରହ କାର୍ଯ୍ୟରତ। ସିରିଆଠାରୁ ଆରମ୍ଭ କରି ଦକ୍ଷିଣ ସୁଦାନ ଓ ମାଳଦ୍ୱୀପରୁ ଆରମ୍ଭ କରି ଅନାହାର ଜନିତ ମୃତ୍ୟୁ ଘଟୁଥିବା ଆଫ୍ରିକାର ବିଭିନ୍ନ ଅଞ୍ଚଳ ଯାଏ ମାନବୀୟ କର୍ମୀମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆଜିର ଦିନରେ ମାନବ ସେବାରେ ଲାଗିଥିବା ଏହି ମାନବୀୟ କର୍ମୀମାନଙ୍କୁ ସମ୍ମାନ ଦେବା ଆମର ନୈତିକ କର୍ତ୍ତବ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?