Posted inଫୁରସତ

ସୂର୍ଯ୍ୟ ଅସ୍ତ ହେଉ ନ ଥିବା ସ୍ଥାନ

ସୌରମଣ୍ଡଳ ଏବେ ସୁଦ୍ଧା ମଣିଷ ସମାଜ ପାଇଁ ଏକ ଅସରନ୍ତି ରହସ୍ୟମୟ ।
ପୃଥିବୀ ସୂର୍ଯ୍ୟ ଚାରିପଟେ ବୁଲିବା ସହିତ ନିଜ ଚାରିପଟେ ମଧ୍ୟ ବୁଲୁଥାଏ, ଯେଉଁଥିପାଇଁ ଦିନରାତି ହୋଇଥାଏ। ତେବେ ବିଭିନ୍ନ ସ୍ଥାନରେ ଦିନରାତିର ସମୟସୀମା ଭିନ୍ନ ଭିନ୍ନ ହୋଇଥାଏ। କିନ୍ତୁ ଏମିତି ବି କିଛି ବିସ୍ମୟ ସ୍ଥାନ ରହିଛି; ଯେଉଁଠାରେ ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ…

ନରଓ୍ବେ : ନରଓ୍ବେର ହାମରଫେଷ୍ଟ ନାମକ ଏକ ସ୍ଥାନରେ ଆର୍କଟିକ୍‌ ସର୍କଲ ଥିବାରୁ ଏଠାରେ ଖୁବ୍‌ କମ୍‌ ସମୟ ପାଇଁ ସୂର୍ଯ୍ୟାସ୍ତ ହେଉଥିବା ସୂଚନା ରହିଛି। ମୁଖ୍ୟତଃ ମେ’ରୁ ଜୁଲାଇ ମାସ ଭିତରେ ଏଠାରେ ସୂର୍ଯ୍ୟାସ୍ତ ଆଦୌ ହୁଏ ନାହିଁ , ଆଉ ଯଦି ବି ହୁଏ ତାହା ମଧ୍ୟ ରାତ୍ରିରେ ହୋଇ ମାତ୍ର ୪୦ ରୁ ୪୫ ମିନିଟ୍‌ର ବ୍ୟବଧାନ ପରେ ପୁଣିଥରେ ସୂର୍ଯ୍ୟୋଦୟ ହୋଇଯାଏ।
ଫିନ୍‌ଲ୍ୟାଣ୍ଡ : ଏକାଧିକ ଝରଣା ଓ ଦ୍ୱୀପର ଆକର୍ଷଣରେ ଆକର୍ଷିତ ଫିନ୍‌ଲ୍ୟାଣ୍ଡର ପ୍ରାକୃତିକ ସୌନ୍ଦର୍ଯ୍ୟ ସତରେ ବେଶ୍‌ ନିଆରା ଲାଗେ। ତା’ଠୁ ଆହୁରି ନିଆରା ଲାଗେ ଏଠାରେ ସୂର୍ଯ୍ୟାସ୍ତ ହେଉ ନଥିବା ଘଟଣା ସମ୍ପର୍କରେ ଜାଣିଲେ। ଅର୍ଥାତ୍‌ ଖରାଦିନେ ଏଠାରେ ପ୍ରାୟ ୭୩ ଦିନ ପର୍ଯ୍ୟନ୍ତ ସୂର୍ଯ୍ୟ ଅହରହ ନିଜର କିରଣ ବିଚ୍ଛୁରିତ କରିଥାନ୍ତି। କିନ୍ତୁ ଏହାର ଠିକ୍‌ ଓଲଟା ହୋଇଥାଏ ଶୀତଦିନେ। ଶୀତଦିନେ ଏଠାରେ ପ୍ରାୟତଃ ଅନ୍ଧାର ଘୋଟିକି ରହିଥାଏ। ସେଥିପାଇଁ ସ୍ଥାନୀୟ ଲୋକେ ଖରାଦିନେ କମ୍‌ ଓ ଶୀତଦିନେ ଅଧିକ ସମୟ ଶୋଉଥିବାର ଦେଖାଯାଏ। ତେବେ ଏହି ବିରଳ ଦୃଶ୍ୟ ଫିନ୍‌ଲ୍ୟାଣ୍ଡର ସେହି ସ୍ଥାନରେ ଦେଖାଯାଏ, ଯେଉଁଠାରେ କେବଳ ଆର୍କଟିକ୍‌ ସର୍କଲ ରହିଛି।
ସ୍ବିଡେନ୍‌ : କିରୁନା ସ୍ବିଡେନସ୍ଥିତ ଏମିତି ଏକ ସହର, ଯେଉଁଠାରେ ମେ’ରୁ ଅଗଷ୍ଟ ମାସ ମଧ୍ୟରେ ପ୍ରାୟତଃ ଖୁବ୍‌ କମ୍‌ ସମୟ ପାଇଁ ସୂର୍ଯ୍ୟାସ୍ତ ହେଉଥିବା ଦେଖିବାକୁ ମିଳିଥାଏ। ସୂଚନାନୁଯାୟୀ, ଏଠାରେ ସୂର୍ଯ୍ୟ ମଧ୍ୟରାତ୍ରିରେ ଅସ୍ତ ହୋଇ ପୁଣି ଭୋର୍‌ ୪ଟା ବେଳକୁ ଉଦୟ ହୋଇଥାନ୍ତି। ଏଭଳି ବିରଳ ଦୃଶ୍ୟକୁ ଉପଭୋଗ କରିବା ପାଇଁ ଏଠାରେ ପର୍ଯ୍ୟଟକଙ୍କର ବେଶ୍‌ ଭିଡ଼ ଜମୁଥିବା ମଧ୍ୟ ଦେଖିବାକୁ ମିଳେ।
ଆଲାସ୍କା : ମେ’ ମାସ ଶେଷରୁ ଜୁଲାଇ ମାସ ଶେଷ ପର୍ଯ୍ୟନ୍ତ ଆଲାସ୍କାର ବାରୋ (ଯାହା ଉଟକିୟାଗଓ୍ବିକ୍‌ ନାମରେ ମଧ୍ୟ ପରିଚିତ )ନାମକ ସହରରେ ସୂର୍ଯ୍ୟାସ୍ତ ହେଉ ନଥିବା ସୂଚନା ମଧ୍ୟ ରହିଛି। କିନ୍ତୁ ଏହାର କିଛିଦିନ ପରେ ଅର୍ଥାତ୍‌ ଶୀତଦିନେ ଠିକ୍‌ ଏହାର ଓଲଟା ଦେଖିବାକୁ ମିଳିଥାଏ। ଶୀତ ପଡିବା ମାତ୍ରେ ଏଠାରେ ପାଖାପାଖି ୩୦ ଦିନ ପର୍ଯ୍ୟନ୍ତ ଅନ୍ଧକାର ଘୋଟି ରୁହେ, ଯାହାକୁ ସାଧାରଣତଃ ପୋଲାର୍‌ ନାଇଟ୍‌ ବୋଲି କୁହାଯାଇଥାଏ।
ଆଇସ୍‌ଲ୍ୟାଣ୍ଡ : ଗ୍ରେଟ୍‌ ବ୍ରିଟେନ୍‌ ପରେ ଏହା ୟୁରୋପର ଦ୍ୱିତୀୟ ବୃହତ୍ତମ ଦ୍ୱୀପ ଭାବେ ଜଣାଶୁଣା। ତା’ଛଡ଼ା ଏହା ଏମିତି ଏକ ଦେଶ ଯେଉଁଠାରେ ମଶା ଖୁବ୍‌ କମ୍‌ ଦେଖାଯାଇଥାନ୍ତି ବୋଲି ସୂଚନା ମଧ୍ୟ ରହିଛି। କୁହାଯାଏ, ମୁଖ୍ୟତଃ ଜୁନ୍‌ ମାସରେ କୁଆଡେ ଆଇସ୍‌ଲ୍ୟାଣ୍ଡର କେତେକ ଅଞ୍ଚଳରେ ସୂର୍ଯ୍ୟ ଆଦୌ ଅସ୍ତ ହୁଅନ୍ତି ନାହିଁ। ରାତିରେ ବି ଏଠାରେ ସୂର୍ଯ୍ୟାଲୋକ ଏମିତି ଦେଖାଯାଏ, ଲାଗେ ସତେ ଯେମିତି ଦିନ ହୋଇଗଲାଣି। ଏଭଳି ବିରଳ ଦୃଶ୍ୟ ଦେଖିବାକୁ ହେଲେ ପର୍ଯ୍ୟଟକଙ୍କୁ ଏଠାକାର ଆର୍କଟିକ୍‌ ସର୍କଲରେ ଥିବା ଆକୁରେୟରୀ ସହର ଏବଂ ଗ୍ରୀମ୍‌ସୀ ଦ୍ୱୀପକୁ ବୁଲିଯିବାକୁ ହେବ।
କାନାଡ଼ା: ନୁନାବୁତ କାନାଡ଼ାର ଉତ୍ତରପଶ୍ଚିମ ପ୍ରଦେଶରେ ଥିବା ଆର୍କଟିକ୍‌ ସର୍କଲରୁ ମାତ୍ର ଦୁଇ ଡିଗ୍ରୀ ଉଚ୍ଚତାରେ ଥିବା ଏକ ସ୍ଥାନ, ଯେଉଁଠାରେ ପ୍ରାୟ ତିନି ହଜାର ଲୋକ ବସବାସ କରୁଥିବା ସୂଚନା ରହିଛି। ତଥ୍ୟ ଅନୁଯାୟୀ, ଏଠାରେ ଶୀତଦିନେ କୁଆଡ଼େ ପାଖାପାଖି ୩୦ ଦିନ ପର୍ଯ୍ୟନ୍ତ ଘନ ଅନ୍ଧକାର ଘୋଟିଯାଏ। ଅନ୍ୟପକ୍ଷେ ଗ୍ରୀଷ୍ମଋତୁରେ ପ୍ରାୟ ୨ ମାସ ପର୍ଯ୍ୟନ୍ତ ଏଠାରେ ୨୪ ଘଣ୍ଟା ସୂର୍ଯ୍ୟାଲୋକ ଦେଖାଯିବାର ବିରଳ ଦୃଶ୍ୟ ଅନୁଭବ କରିହୁଏ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?