ଆଶାର ଅଗ୍ରଦୂତ

ସମଗ୍ର ଦେଶରେ ଏବେ ପୂଜା ଖେଡ୍‌କରଙ୍କ ନାମକୁ ନେଇ ଚର୍ଚ୍ଚା। ବିଶେଷକରି କେନ୍ଦ୍ର ଲୋକ ସେବା ଆୟୋଗ(ୟୁପିଏସ୍‌ସି) ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସଂଶ୍ଳିଷ୍ଟ ବ୍ୟକ୍ତି ଓ ବୁଦ୍ଧିଜୀବୀଙ୍କ ପାଇଁ ପୂଜାଙ୍କ କେଳେଙ୍କାରିଜନିତ ପ୍ରକାଶ ପାଉଥିବା ତଥ୍ୟସବୁ ରୋଚକ ସ୍ତରରେ ପହଞ୍ଚତ୍ବାରେ ଲାଗିଛି। ଜାତି ଓ ଭିନ୍ନକ୍ଷମ ପ୍ରମାଣପତ୍ରର ମିଥ୍ୟା ତଥ୍ୟ ଦେଇ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଚାକିରି ପାଇଥିବା ମହାରାଷ୍ଟ୍ର କ୍ୟାଡରର ଏହି ଶିକ୍ଷାନବିସ(ପ୍ରୋବେସନାରୀ) ଅଧିକାରୀ ବିଭିନ୍ନ ଧରଣର ଚଞ୍ଚକତା କରି ୧୨ ଥର ଏହି ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ପରୀକ୍ଷା ଦେଇପାରିଥିଲେ। ପୂଜାଙ୍କ ପିତା ଜଣେ ଅମଲାତନ୍ତ୍ରୀ ହୋଇଥିବାରୁ ଝିଅର କ୍ୟାରିୟର ପାଇଁ ସେ ଉଚ୍ଚସ୍ତରରେ ଅନେକ କାରସାଦି କରିଥିବା ଆଲୋଚନା ହେଉଛି। ଭାରତର ସବୁଠାରୁ ମର୍ଯ୍ୟାଦାଜନକ ପରୀକ୍ଷା ଭାବେ ସିଭିଲ୍‌ ସର୍ଭିସ ରହିଆସିଛି। ଏଥିରେ ସଫଳତା ହାର ପ୍ରାୟ ୦.୧ ପ୍ରତିଶତ। ଏପରି କି ଜଣେ ପ୍ରତିଭାସମ୍ପନ୍ନ ବିଦ୍ୟାର୍ଥୀ ସହଜରେ ଏହି ଚାକିରି ପାଇଯିବାର କୌଣସି ନିଶ୍ଚିତତା ନ ଥାଏ। ଯେତେ ଯାହା ବି ହେଉ, ପ୍ରତିବର୍ଷ ଅସଂଖ୍ୟ ବିଦ୍ୟାର୍ଥୀ ଏହି ଚାକିରି ପାଇଁ କଠୋର ପରିଶ୍ରମ କରୁଥିବାର ଦେଖାଯାଇଥାଏ। ଯେଉଁମାନେ ଅକୃତକାର୍ଯ୍ୟ ହୋଇଥାଆନ୍ତି, ସେମାନଙ୍କ ମନ ଭାଙ୍ଗିଯାଇଥାଏ। କେତେକ ହତାଶ ହୋଇଯାଉଥିବା ବେଳେ ଆଉ କେତେକ ନୂଆ କ୍ୟାରିୟର ଗଢ଼ିବାରେ ମନୋନିବେଶ କରନ୍ତି। ହତାଶ ହୋଇଯାଉଥିବା ବିଦ୍ୟାର୍ଥୀଙ୍କୁ ସାନ୍ତ୍ୱନା ଦେବା ସହ ନୂଆ କ୍ୟାରିୟର ଦେଖାଇପାରୁଥିବା ବ୍ୟକ୍ତି ବା ସଂସ୍ଥା ସେମାନଙ୍କ ପାଇଁ ଆଶାର ଅଗ୍ରଦୂତ ପାଲଟିଥାଆନ୍ତି। ସେଭଳି ଜଣେ ବ୍ୟକ୍ତିତ୍ୱ ଜିଗ୍ୟାସୁ ଅଗ୍ରଓ୍ବାଲଙ୍କୁ ନେଇ ଏବେ ପୂର୍ବତନ ୟୁପିଏସ୍‌ସି ଆଶାୟୀ (ଏକ୍ସ-ୟୁପିଏସ୍‌ସି ଆସ୍ପିରାଣ୍ଟ)ଙ୍କ ମଧ୍ୟରେ ସକାରାତ୍ମକ ଭାବନା ସୃଷ୍ଟି ହୋଇପାରିଛି। ଅନ୍ତତଃପକ୍ଷେ ଅକୃତକାର୍ଯ୍ୟ ବିଦ୍ୟାର୍ଥୀ ଧରିନେଲେଣି ସିଭିଲ୍‌ ସର୍ଭିସ ପରୀକ୍ଷା ଜୀବନରେ ସଫଳତା ପାଇଁ ଏକ ମାଧ୍ୟମ ହୋଇପାରେ, କିନ୍ତୁ ସେହିଠାରେ ସବୁକିଛି ସରିଯାଉନି।
ଜିଗ୍ୟାସୁ ଅଗ୍ରଓ୍ବାଲ। ଉତ୍ତରପ୍ରଦେଶର ବିଷ୍ଣୋୟୀ ଗ୍ରାମରେ ଜନ୍ମିତ ଏହି ୨୭ ବର୍ଷୀୟ ଯୁବକ ସିଭିଲ୍‌ ସର୍ଭିସ ପରୀକ୍ଷାରେ ସଫଳତା ପାଇ ନ ଥିଲେ ମଧ୍ୟ ସେ ‘ରିବାଉନ୍ସ’ ନାମକ ପରାମର୍ଶ ସଂସ୍ଥା ଖୋଲି ଅନେକଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଯାଇଛନ୍ତି। ତାଙ୍କ ଯାତ୍ରାର କାହାଣୀ ଏହିପରି। ପାଟନାର ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜି (ଏନ୍‌ଆଇଟି)ରୁ ସେ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ଡିଗ୍ରୀ ଅର୍ଜନ କରିଥିଲେ। ତା’ ପରେ ସ୍ବିଡିଶ୍‌-ସୁଇସ୍‌ ମଲ୍ଟିନ୍ୟାଶନାଲ କର୍ପୋରେଶନ ଏବିବି ଲିମିଟେଡ୍‌ରେ ଯୋଗଦେଇଥିଲେ। ଗୋଟେ ଭଲ ଚାକିରି ମିଳିଥିଲେ ମଧ୍ୟ ସେଥିରୁ ଜୀବନର ଲକ୍ଷ୍ୟ ପୂରଣ ହୋଇପାରିବ ବୋଲି ସେ ଭାବିପାରି ନ ଥିଲେ। ତେଣୁ ସେ ସେହି ଚାକିରି ଛାଡ଼ି ସିଭିଲ ସର୍ଭିସ ପ୍ରସ୍ତୁତି ପାଇଁ ମନବଳାଇଥିଲେ। ପ୍ରତିଜ୍ଞା ଥିଲା ୩ ଥର ପରୀକ୍ଷା ଦେବେ। ୨୦୧୯ରୁ ୨୦୨୧ ଯାଏ ଏଥିଲାଗି ପ୍ରସ୍ତୁତ ହେଲେ। ପ୍ରଥମଥର ପ୍ରିଲିମ୍ସରେ ହେଲେ ଅକୃତକାର୍ଯ୍ୟ। ଦ୍ୱିତୀୟଥର ମୁଖ୍ୟ ବା ମେନ୍ସ ପରୀକ୍ଷା ଦେବାକୁ ଯୋଗ୍ୟ ହେଲେ। ହେଲେ ଶେଷଥର ୨୦୨୨ ମେନ୍ସ ତାଲିକାରେ ତାଙ୍କ ନାମ ଦେଖିବାକୁ ନ ପାଇବାରୁ ଆଖିରେ ଲୁହ ଆସିଯାଇଥିଲା। କ’ଣ କରିବେ ଜାଣିପାରି ନ ଥିଲେ। ସମାନ ଦଶା ତାଙ୍କ ସମ୍ପର୍କୀୟ ଭାଇ ଅକ୍ଷତ ଅଗ୍ରଓ୍ବାଲଙ୍କ କ୍ଷେତ୍ରରେ କିଛି ବର୍ଷ ପୂର୍ବରୁ ଘଟିଥିଲା। ଅର୍ଥନୀତିରେ ସ୍ନାତକୋତ୍ତର ଡିଗ୍ରୀ ଅର୍ଜନ କରିବା ପରେ ଅକ୍ଷତ ବର୍ଷକ ପାଇଁ ଚାକିରି କରିଥିଲେ। କିନ୍ତୁ ନବମ ଶ୍ରେଣୀ ପଢ଼ିବା ବେଳୁ ତାଙ୍କର ସିଭିଲ ସର୍ଭାଣ୍ଟ ହେବାର ଲକ୍ଷ୍ୟ ଥିବାରୁ ୟୁପିଏସ୍‌ସି ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ଯାଇ ଚାକିରି ଛାଡ଼ିଥିଲେ। ହେଲେ ଦୁଇଥର ପରୀକ୍ଷାରେ ଅକୃତକାର୍ଯ୍ୟ ହେବା ପରେ ସେ କର୍ପୋରେଟ୍‌ ଚାକିରି କରିଥିଲେ। ଯେତେବେଳେ ଜିଗ୍ୟାସୁ ସିଭିଲ୍‌ ସର୍ଭିସ ଯୁଦ୍ଧରେ ହାରିଗଲେ ତାଙ୍କୁ ସାନ୍ତ୍ୱନା ଦେଇଥିଲେ ଅକ୍ଷତ। ଉଭୟେ ସେମାନଙ୍କ ବନ୍ଧୁ, କଲେଜ ସହପାଠୀ ଓ ଏକ୍ସ-ୟୁପିଏସ୍‌ସି ଆସ୍ପିରାଣ୍ଟଙ୍କୁ ଭେଟିଲେ କିଛି ଗୋଟେ କରିବା ପାଇଁ। କେହି ସେମାନଙ୍କୁ ସାହାଯ୍ୟ କରିବାକୁ ଆସିଲେ ନାହିଁ। ସେହି ନାହିଁ ନାହିଁ ଭିତରେ ଅକ୍ଷତଙ୍କ ସହ ଜିଗ୍ୟାସୁଙ୍କ ବିଫଳତାର ମିଶ୍ରଣ ଘଟିବାରୁ ପରେ ଜନ୍ମ ନେଲା ନୂଆ ଚିନ୍ତା। ଏକ୍ସ-ୟୁପିଏସ୍‌ସି ଆସ୍ପିରାଣ୍ଟଙ୍କୁ ସାହାଯ୍ୟ କରିବା ଲାଗି ଗଢ଼ିଲେ ‘ରିବାଉନ୍ସ’। ଏହା ଆଶାୟୀଙ୍କ ଜୀବନରେ ସଫଳତା ଆଣିବା ପାଇଁ ଦ୍ୱିତୀୟ ସୁଯୋଗ ଦେବାରେ କାର୍ଯ୍ୟରତ।
ଜିଗ୍ୟାସୁ କହନ୍ତି, ଲକ୍ଷ୍ୟ ହାସଲ ପାଇଁ ସେ ୬ ମାସ କେତେକ ଅନ୍‌ଲାଇନ୍‌ କୋର୍ସ କରିବା ସହ ୟୁଟୁବ୍‌ ଭିଡିଓ ଦେଖିଥିଲେ। ୨୦୨୩ ଅଗଷ୍ଟରେ ସେ ଗୋଟେ ପଲିଟିକାଲ କନ୍‌ସଲ୍‌ଟାନ୍ସି ଫାର୍ମରେ ଚାକିରି ପାଇଥିଲେ। କିନ୍ତୁ ଭାଇ ଅକ୍ଷତଙ୍କ ସହ ବାରମ୍ବାର କଥାବାର୍ତ୍ତା ବେଳେ ତାଙ୍କ ମୁଣ୍ଡକୁ ଆସିଥିଲା ‘ରିବାଉନ୍ସ’ର ଚିତ୍ର। ବର୍ତ୍ତମାନ ଏହାରି ମାଧ୍ୟମରେ ସେ ଅକୃତକାର୍ଯ୍ୟ ହୋଇଥିବା ସିଭିଲ ସର୍ଭିସ ଆସ୍ପିରାଣ୍ଟଙ୍କୁ ଭିନ୍ନ କ୍ୟାରିୟର ଉପରେ ପରାମର୍ଶ ଦେଇଚାଲିଛନ୍ତି। ଆଶାୟୀଙ୍କ ଆଗ୍ରହ ଥିବା କ୍ଷେତ୍ର ଓ ଦକ୍ଷତାକୁ ପରଖିବା ପରେ ସେମାନଙ୍କ ପସନ୍ଦର କ୍ୟାରିୟର ବିଷୟରେ ରିବାଉନ୍ସ ପରାମର୍ଶ ଦେଉଛି। ଯେହେତୁ ବିଦ୍ୟାର୍ଥୀମାନେ ଏକ କଠିନ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ, ସେମାନଙ୍କ ଆଗ୍ରହର କ୍ଷେତ୍ର ପାଇଯିବା ପରେ ସେଥିରେ ଚାକିରି ପାଇବା ସହଜ ହେଉଛି। ଏପରିକି କେତେକ ଆଶାୟୀ ବିଶ୍ୱ ବ୍ୟାଙ୍କରେ ନିଯୁକ୍ତି ପାଇଲେଣି। ପ୍ରାରମ୍ଭିକ ସଫଳତା ଦେଖି ଏବେ ଜିଗ୍ୟାସୁ ଓ ଅକ୍ଷତ ଉତ୍ସାହିତ। ଆଗକୁ ସେମାନେ ‘ଅପ୍‌ସ୍କିଲିଂ କୋର୍ସେସ’ ଆରମ୍ଭ କରିବାର ଯୋଜନା ରଖିଛନ୍ତି। କଠିନ ପରିଶ୍ରମ କରିଥିବା ସିଭିଲ ସର୍ଭିସ ଆଶାୟୀ ବିଦ୍ୟାର୍ଥୀଙ୍କ ଜ୍ଞାନ ଓ ବିଚାରଶୀଳ ଚିନ୍ତାଧାରା ତୀକ୍ଷ୍ଣ ରହିଥିବାରୁ ସେମାନେ ବିକଳ୍ପ ପାଇଗଲେ ସେଥିରେ ଭଲ କରିବେ ବୋଲି ‘ରିବାଉନ୍ସ’ର ସହ-ପ୍ରତିଷ୍ଠାତା ଜିଗ୍ୟାସୁ ଆଶା ରଖିଛନ୍ତି।

 

– ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

ହଜିଲା ପୃଷ୍ଠାର କାହାଣୀ

ନିକଟ ଅତୀତରେ ସିଙ୍ଗାପୁର ସରକାର ଗୋଟିଏ ସୁନ୍ଦର ଯୋଜନା କରିଛନ୍ତି। ସାରା ବିଶ୍ୱରେ ଏବେ ପିଲାଠାରୁ ବୁଢ଼ା ଯାଏ, ମୋବାଇଲ ପରଦା ଦେଖିବାର ଅବଧି ବଢ଼ି ବଢ଼ି…

ନୈତିକ ପହରା ନୁହେଁ, ସୁରକ୍ଷା ଜରୁରୀ

ଗତ କିଛିଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ତଥାକଥିତ ‘ନୈତିକ ପହରା’ ନାଁରେ ମହିଳା ବିଶେଷକରି ନାବାଳିକା ଓ ଯୁବତୀଙ୍କ ଉପରେ ବର୍ବରୋଚିତ ଘଟଣା ଘଟିବା ଦେଖାଯାଇଛି।…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

ଅଦୃଶ୍ୟ ପ୍ରାଚୀର

ତଳ ମହଲାରେ ଜଣେ। ଉପର ମହଲାରେ ଆଉ ଜଣେ ଭାଇ। ମାଆ ମରିଯିବା ପରେ ଗୋଟେ ଘର ଦି’ ଭାଗ ହୋଇଗଲା। ସାମାନ୍ୟ ସମ୍ପତ୍ତି ଭାଗବଣ୍ଟା ଲାଗି…

ସେମିକଣ୍ଡକ୍ଟର ପ୍ରକଳ୍ପ ଓ ମରୁଭୂମିର ଚିତ୍ର

ପ୍ରତିବର୍ଷ ଜାତିସଂଘ ତରଫରୁ ଆଦିବାସୀ ଅଧିକାର ଦିବସ ଅଗଷ୍ଟ ୯ରେ ପାଳିତ ହୋଇଥାଏ। ୧୯୪୨ ମସିହାର ଏହି ଦିନରେ ମହାତ୍ମା ଗାନ୍ଧୀ କର ବା ମର ଡାକରା…

ପ୍ରତିଦ୍ୱନ୍ଦ୍ୱିତା ବଢୁ

ଭାରତବର୍ଷରେ ସରକାରୀ ସଂସ୍ଥାଗୁଡ଼ିକର ଲକ୍ଷ୍ୟ ଲୋକକଲ୍ୟାଣ ପାଇଁ ରହିବା କଥା। କିନ୍ତୁ ସରକାରୀ ନୀତି ଉତ୍ତମ ନ ରହିବାରୁ ବହୁ ସଂସ୍ଥା କ୍ଷତିରେ ଚାଲିଥାଏ। ୧୯୯୧ରେ ଉଦାରୀକରଣ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?