ଏକ ସମାନ୍ତରାଳ ଜିଏସ୍‌ଟି

ଆମ ଦେଶରେ ପ୍ରତ୍ୟେକ ରାଜନୈତିକ ଦଳ ନିର୍ବାଚନ ଦୃଷ୍ଟିକୋଣରୁ କୃଷକମାନଙ୍କୁ ଅଧିକ ଗୁରୁତ୍ୱ ଦିଅନ୍ତି। ରାଜନୈତିକ ଦଳ ଏମାନଙ୍କର ବିରୋଧୀ ମଧ୍ୟ ହେବାକୁ ଚାହାନ୍ତିନି। ଏମାନଙ୍କୁ ସପକ୍ଷକୁ ଆଣିବାକୁ ଚେଷ୍ଟା କରିଥାନ୍ତି। ଏହି କାରଣରୁ ଏବେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାର ସଂସଦର ଉଭୟ ଗୃହରେ ତିନୋଟି କୃଷି ବିଧେୟକ ପାସ୍‌ କରିଛି। ଯାହାକୁ ବିରୋଧୀଦଳଗୁଡ଼ିକ ବିରୋଧ କରିବା ସହ ଏନ୍‌ଡିଏର ଅଂଶୀଦାର ଦଳ ମଧ୍ୟ ବିରୋଧ କରିଛନ୍ତି। ଏମିତି କି ଏନ୍‌ଡିଏର ଅଂଶୀଦାର ଶିରୋମଣି ଅକାଳି ଦଳ (ଏସ୍‌ଏଡି)ର ନେତ୍ରୀ ତଥା କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ହର୍‌ସିମରତ କୌର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି। କୃଷି ରାଜ୍ୟର ଏକ ମୁଖ୍ୟ ପ୍ରସଙ୍ଗ। ସେଥିପାଇଁ କୃଷି କ୍ଷେତ୍ରରେ କୌଣସି ବୈଧାନିକ ସଂସ୍କାର ଆଣିବା ପୂର୍ବରୁ କେନ୍ଦ୍ର ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ସହମତି ଲୋଡ଼ିବା ଦରକାର। ପରନ୍ତୁ ଏହି ଘଟଣାରେ ତାହା କରାଯାଇ ନାହଁି। ଅତୀତରେ ମଧ୍ୟ ସରକାର ରାଜ୍ୟଗୁଡ଼ିକ ସହ ଆଲୋଚନା ନ କରି ପାର୍ଲାମେଣ୍ଟରେ ବିଧେୟକଗୁଡ଼ିକୁ ପାସ୍‌ କରିବାର ଦୃଷ୍ଟାନ୍ତ ରହିଛି। କୃଷି ବିଧେୟକ କୃଷକମାନଙ୍କ ଜୀବନରେ ପରିବର୍ତ୍ତନ ଆଣିବା ସହ ସେମାନଙ୍କୁ ଲାଭ ଦେବ ବୋଲି କେନ୍ଦ୍ର ସରକାର କହୁଛନ୍ତି। ଏହା କହୁଥିଲେ ବି ସରକାର ତାଙ୍କ ବିଚାରଧାରାର ଦଳମାନଙ୍କୁ ତାଙ୍କ ପକ୍ଷକୁ ନେବାରେ ବିଫଳ ହୋଇଛନ୍ତି। ପ୍ରଥମ କଥା ହେଲା ସରକାର ତାଙ୍କ ସାମ୍ମୁଖ୍ୟର ଅଂଶୀଦାର ଦଳଗୁଡ଼ିକର ସହମତି ବିନା ତରବରିଆ ଭାବେ ଏହି ବିଧେୟକ ଆଣିବା ଦରକାର ନ ଥିଲା। ସରକାରଙ୍କ ଏହି ପଦକ୍ଷେପ ସୁବିଚାରିତ ବୋଲି କୁହାଯାଉଥିତ୍ଲେ ମଧ୍ୟ କାହିଁକି ସରକାର ତାଙ୍କ ସାମ୍ମୁଖ୍ୟର ଅଂଶୀଦାର ଓ ଏହି ବିଧେୟକରୁ ଲାଭ ପାଇବାକୁ ଥିବା ଅଂଶୀଦାରମାନଙ୍କୁ ମନାଇ ପାରୁନାହାନ୍ତି। ଏହି ବିଧେୟକ ସମ୍ପର୍କରେ ଥିବା ବିଭିନ୍ନ ଆଶଙ୍କା ଦୂର କରିବା ଲାଗି ଏକ ଜାତୀୟ ବିତର୍କ ହେବା ଆବଶ୍ୟକ।
ଏହି ସଂସ୍କାର କୃଷକମାନଙ୍କୁ ଅଧିକ ସ୍ବାଧୀନତା ପ୍ରଦାନ କରିବ। ଏହାଦ୍ୱାରା କୃଷକମାନେ ସେମାନଙ୍କ ଉପତ୍ାଦକୁ କାହାକୁ ଓ କେଉଁଠି ବିକ୍ରି କରିବେ ତାହା ସେମାନେ ସ୍ଥିର କରିପାରିବେ। ପ୍ରଥମେ କୃଷକମାନେ ଏପିଏମ୍‌ସି ମାର୍କେଟ ଉପରେ ନିର୍ଭର କରୁଥିଲେ, କିନ୍ତୁ ଏପିଏମ୍‌ସି ସେମାନଙ୍କଠାରୁ ସମ୍ପୂର୍ଣ୍ଣ ଉପତ୍ାଦକୁ ସଂଗ୍ରହ କରୁ ନ ଥିଲା। ଫଳରେ ସେମାନେ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଥିଲେ। ଏପରି କି ଏପିଏମ୍‌ସି ପ୍ରକ୍ରିୟା ଖୁବ୍‌ ମଜବୁତ ଓ ସଂଗଠିତ ଥିବା ମହାରାଷ୍ଟ୍ରରେ ମଧ୍ୟ ଅନେକ ଚାଷୀ ଆମତ୍ହତ୍ୟା କରିଛନ୍ତି। କୃଷକମାନଙ୍କୁ ସେମାନଙ୍କ ଉପତ୍ାଦ ବିକ୍ରି କରିବାକୁ ସ୍ବାଧୀନତା ଦେବା ମାନେ ନୁହେଁ ଯେ ସେମାନେ ଉପତ୍ାଦକୁ ଭଲ ମୂଲ୍ୟରେ ବିକ୍ରି କରିପାରିବେ। ଉତ୍ତମ ମୂଲ୍ୟ ପାଇବାକୁ ହେଲେ ସେମାନଙ୍କ ପାଇଁ ଲୋଡ଼ା ବୈଜ୍ଞାନିକ ପଦ୍ଧତିରେ ନିର୍ମିତ ଗୋଦାମଘର ଓ ଶୀତଳଭଣ୍ଡାର। ଦି ଏସେନ୍‌ସିଆଲ କମୋଡିଟିଜ୍‌ (ଆମେଣ୍ଡ୍‌ମେଣ୍ଟ) ଆକ୍ଟ ବା ଅତ୍ୟାବଶ୍ୟକ ସାମଗ୍ରୀ(ସଂଶୋଧନ) ଆଇନ, କେବଳ ଅସାମାନ୍ୟ ପରିସ୍ଥିତିରେ ଏବେ କେତେକ ନିର୍ଦ୍ଦିଷ୍ଟ ଖାଦ୍ୟ ଉପତ୍ାଦର ଯୋଗାଣ ଉପରେ ନିୟନ୍ତ୍ରଣ ରଖିବାକୁ ଅନୁମତି ପ୍ରଦାନ କରିବ। ମୁଖ୍ୟ ଉପତ୍ାଦ ଯଥା ଖାଦ୍ୟଶସ୍ୟ, ଡାଲି, ତୈଳବୀଜ, ଖାଇବାତେଲ, ପିଆଜ ଏବଂ ଆଳୁକୁ ଏହି ଆଇନ ବାହାରେ ରଖାଯାଇଛି। ମଧ୍ୟସ୍ଥ ଓ ବ୍ୟବସାୟୀମାନେ ଉପତ୍ାଦକୁ ଗଚ୍ଛିତ କରି ରଖିତ୍ବା ଯୋଗୁ ଓଡ଼ିଶାରେ ଲୋକମାନେ ଉପତ୍ାଦର ମୂଲ୍ୟ ହ୍ରାସବୃଦ୍ଧିରେ ଅତ୍ୟଧିତ୍କ ସମସ୍ୟାର ସମ୍ମୁଖୀନ ହୋଇଥା’ନ୍ତି। ଏଣୁ ଏହି ସଂଶୋଧିତ ଆଇନର ଉଦ୍ଦେଶ୍ୟ ପୂରଣ ହୋଇପାରିବ ନାହିଁ। ୨୦୧୭ରେ ଯେତେବେଳେ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଲାଗୁ କରାଯାଇଥିଲା ସେତେବେଳେ କେନ୍ଦ୍ର ରାଜ୍ୟଗୁଡ଼ିକୁ ଟିକସ ସେବା ଓ ସାମଗ୍ରୀଗୁଡ଼ିକ ଉପରେ ଥିବା ଅଧିକାରରୁ ବଞ୍ଚିତ କରିଥିଲା। ସେମାନେ ପାଞ୍ଚବର୍ଷ ଲାଗି କ୍ଷତିପୂରଣ ପାଇବେ ବୋଲି କେନ୍ଦ୍ରଠାରୁ କେବଳ ଆଶ୍ୱାସନା ପାଇଥିଲେ। କିନ୍ତୁ ରାଜ୍ୟ ସରକାରଗୁଡ଼ିକ ଏବେ କୋଭିଡ୍‌-୧୯ ବିରୋଧରେ ଲଢ଼େଇ କରୁଥିବାବେଳେ ଏହାର ସମାଧାନ ହୋଇପାରି ନାହିଁ। ଜିଏସ୍‌ଟି ମାଧ୍ୟମରେ ରାଜ୍ୟ ସରକାରଗୁଡ଼ିକର ଆର୍ଥିକ କ୍ଷମତା ଛଡ଼ାଇ ନେଇଯିବା ଏକ ଖରାପ ପଦକ୍ଷେପ ଥିଲା। ଏବେ କୃଷକମାନଙ୍କ ଜୀବନ ଜୀବିକାକୁ ଗୁରୁତ୍ୱ ଦେଇ ପାସ୍‌ କରାଯାଇଥିବା କୃଷି ବିଧେୟକ ଦ୍ୱାରା କେନ୍ଦ୍ର ଜିଏସ୍‌ଟି ସମ ପରିସ୍ଥିତି ସୃଷ୍ଟି କରିବାକୁ ଚେଷ୍ଟା କରଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବଳ ବୟସ ଥିବାବେଳେ ଜଣେ ଅର୍ଥ ସଞ୍ଚୟ କରେ ବାର୍ଦ୍ଧକ୍ୟରେ ତାହା କାମରେ ଆସିବ ବୋଲି। ହେଲେ ଅନେକ ବ୍ୟକ୍ତି ପରିଣତ ବୟସରେ ସେମାନଙ୍କ ସଞ୍ଚିତ କିମ୍ବା…

ବିଷାକ୍ତ ହସ

ଟ୍ରାଫିକ ଛକର ଲାଲବତୀ ସେଦିନ ବାଧ୍ୟ କରିଥିଲା ଦଣ୍ଡେ ଅଟକିଯିବାକୁ। ଇତ୍ୟବସରରେ ହଠାତ୍‌ ଦୃଷ୍ଟିବଦ୍ଧ ହେଲା ଏକ ବିଷମ ବାକ୍ୟ ଉପରେ, ‘ସୁନ୍ଦରୀ ଝିଅଙ୍କ ହସ, ତମ୍ପ…

ସଚ୍ଚୋଟତା: ଏକ ସ୍ବତଃସ୍ଫୂର୍ତ୍ତ ଅଭିବ୍ୟକ୍ତି

ଆଜିର ଦୁନିଆରେ ଅସାଧୁ ବ୍ୟକ୍ତିଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ ସଚ୍ଚୋଟ ବା ସାଧୁ ବ୍ୟକ୍ତିଙ୍କ ସଂଖ୍ୟା କମ୍‌ ହେଲେ ମଧ୍ୟ ସେମାନେ ଅଛନ୍ତି ବୋଲି ସଂସାର ଚାଲିଛି।…

ନଗଦକୁ ଫେର

ନଗଦ ଅର୍ଥ କାରବାର ପୁରୁଣାକାଳିଆ ଦେଣନେଣ ବ୍ୟବସ୍ଥା ବୋଲି ଅଭିହିତ କରି ଭାରତ ସରକାର ଡିଜିଟାଲ ପେମେଣ୍ଟକୁ ତ୍ୱରାନ୍ବିତ କରିବା ଲାଗି ଦଶନ୍ଧି ଧରି ଜନସାଧାରଣଙ୍କୁ ଉତ୍ସାହିତ…

ଏଇ ଭାରତରେ

ଅନେକ ସମୟରେ ଜଣେ ମହିଳା ପରିବାର ପ୍ରତିପୋଷଣର ଦାୟିତ୍ୱ ବହନ କରିବା ଲାଗି ଏକ ପୁରୁଷକୈନ୍ଦ୍ରିକ ପେସାକୁ ଆଦରିନେବାକୁ ବାଧ୍ୟ ହୋଇଥାନ୍ତି, ଯାହା ଘଟିଛି ଜାନ୍‌ସୀ ବି.ଭି.ଙ୍କ…

ବୈଦିକ ଶିକ୍ଷା ବ୍ୟବସ୍ଥା

ବୈଦିକ ଯୁଗର ଶିକ୍ଷା ପଦ୍ଧତି ନୈତିକ ମୂଲ୍ୟବୋଧ ଉପରେ ଆଧାରିତ ଥିଲା। ଶିକ୍ଷାର କୌଣସି ବ୍ୟବସାୟୀକରଣ ନ ଥିଲା। ବିଦ୍ୟାର୍ଥୀମାନେ ଆବାସିକ ଗୁରୁକୁଳରେ ରହି ଶିକ୍ଷା ଗ୍ରହଣ…

ଏଠି କିଛି ବି ହୋଇପାରେ

କିଛିବର୍ଷ ପୂର୍ବେ ଓଡ଼ିଶାର ଏକ ବୃହତ୍‌ ଜନଜାତି ଶିକ୍ଷାନୁଷ୍ଠାନରେ ଅଧ୍ୟାପନା କରୁଥିଲି। ସେସମୟରେ ସେଠାରେ ଆୟୋଜିତ ହୋଇଥିଲା ଏକ ବିଶେଷ କାର୍ଯ୍ୟକ୍ରମ। ସେହି ଅବସରରେ ହିନ୍ଦୀ ଚଳଚ୍ଚିତ୍ର…

କେବଳ ନଜର ନୁହେଁ

ପଶ୍ଚିମ ଏସିଆରେ ଉତ୍ତେଜନା କମୁନାହିଁ। ଆମେରିକା ଓ ଇସ୍ରାଏଲ ଆଗରେ ଇରାନ୍‌ ନଇଁବାକୁ ନାରାଜ। ବରଂ ମଧ୍ୟପ୍ରାଚ୍ୟରେ ଥିବା ଆମେରିକାର ସାମରିକ ଘାଟି ଉପରେ ତେହରାନ ଆକ୍ରମଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri