ଏକ ସମାନ୍ତରାଳ ଜିଏସ୍‌ଟି

ଆମ ଦେଶରେ ପ୍ରତ୍ୟେକ ରାଜନୈତିକ ଦଳ ନିର୍ବାଚନ ଦୃଷ୍ଟିକୋଣରୁ କୃଷକମାନଙ୍କୁ ଅଧିକ ଗୁରୁତ୍ୱ ଦିଅନ୍ତି। ରାଜନୈତିକ ଦଳ ଏମାନଙ୍କର ବିରୋଧୀ ମଧ୍ୟ ହେବାକୁ ଚାହାନ୍ତିନି। ଏମାନଙ୍କୁ ସପକ୍ଷକୁ ଆଣିବାକୁ ଚେଷ୍ଟା କରିଥାନ୍ତି। ଏହି କାରଣରୁ ଏବେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାର ସଂସଦର ଉଭୟ ଗୃହରେ ତିନୋଟି କୃଷି ବିଧେୟକ ପାସ୍‌ କରିଛି। ଯାହାକୁ ବିରୋଧୀଦଳଗୁଡ଼ିକ ବିରୋଧ କରିବା ସହ ଏନ୍‌ଡିଏର ଅଂଶୀଦାର ଦଳ ମଧ୍ୟ ବିରୋଧ କରିଛନ୍ତି। ଏମିତି କି ଏନ୍‌ଡିଏର ଅଂଶୀଦାର ଶିରୋମଣି ଅକାଳି ଦଳ (ଏସ୍‌ଏଡି)ର ନେତ୍ରୀ ତଥା କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ହର୍‌ସିମରତ କୌର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି। କୃଷି ରାଜ୍ୟର ଏକ ମୁଖ୍ୟ ପ୍ରସଙ୍ଗ। ସେଥିପାଇଁ କୃଷି କ୍ଷେତ୍ରରେ କୌଣସି ବୈଧାନିକ ସଂସ୍କାର ଆଣିବା ପୂର୍ବରୁ କେନ୍ଦ୍ର ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ସହମତି ଲୋଡ଼ିବା ଦରକାର। ପରନ୍ତୁ ଏହି ଘଟଣାରେ ତାହା କରାଯାଇ ନାହଁି। ଅତୀତରେ ମଧ୍ୟ ସରକାର ରାଜ୍ୟଗୁଡ଼ିକ ସହ ଆଲୋଚନା ନ କରି ପାର୍ଲାମେଣ୍ଟରେ ବିଧେୟକଗୁଡ଼ିକୁ ପାସ୍‌ କରିବାର ଦୃଷ୍ଟାନ୍ତ ରହିଛି। କୃଷି ବିଧେୟକ କୃଷକମାନଙ୍କ ଜୀବନରେ ପରିବର୍ତ୍ତନ ଆଣିବା ସହ ସେମାନଙ୍କୁ ଲାଭ ଦେବ ବୋଲି କେନ୍ଦ୍ର ସରକାର କହୁଛନ୍ତି। ଏହା କହୁଥିଲେ ବି ସରକାର ତାଙ୍କ ବିଚାରଧାରାର ଦଳମାନଙ୍କୁ ତାଙ୍କ ପକ୍ଷକୁ ନେବାରେ ବିଫଳ ହୋଇଛନ୍ତି। ପ୍ରଥମ କଥା ହେଲା ସରକାର ତାଙ୍କ ସାମ୍ମୁଖ୍ୟର ଅଂଶୀଦାର ଦଳଗୁଡ଼ିକର ସହମତି ବିନା ତରବରିଆ ଭାବେ ଏହି ବିଧେୟକ ଆଣିବା ଦରକାର ନ ଥିଲା। ସରକାରଙ୍କ ଏହି ପଦକ୍ଷେପ ସୁବିଚାରିତ ବୋଲି କୁହାଯାଉଥିତ୍ଲେ ମଧ୍ୟ କାହିଁକି ସରକାର ତାଙ୍କ ସାମ୍ମୁଖ୍ୟର ଅଂଶୀଦାର ଓ ଏହି ବିଧେୟକରୁ ଲାଭ ପାଇବାକୁ ଥିବା ଅଂଶୀଦାରମାନଙ୍କୁ ମନାଇ ପାରୁନାହାନ୍ତି। ଏହି ବିଧେୟକ ସମ୍ପର୍କରେ ଥିବା ବିଭିନ୍ନ ଆଶଙ୍କା ଦୂର କରିବା ଲାଗି ଏକ ଜାତୀୟ ବିତର୍କ ହେବା ଆବଶ୍ୟକ।
ଏହି ସଂସ୍କାର କୃଷକମାନଙ୍କୁ ଅଧିକ ସ୍ବାଧୀନତା ପ୍ରଦାନ କରିବ। ଏହାଦ୍ୱାରା କୃଷକମାନେ ସେମାନଙ୍କ ଉପତ୍ାଦକୁ କାହାକୁ ଓ କେଉଁଠି ବିକ୍ରି କରିବେ ତାହା ସେମାନେ ସ୍ଥିର କରିପାରିବେ। ପ୍ରଥମେ କୃଷକମାନେ ଏପିଏମ୍‌ସି ମାର୍କେଟ ଉପରେ ନିର୍ଭର କରୁଥିଲେ, କିନ୍ତୁ ଏପିଏମ୍‌ସି ସେମାନଙ୍କଠାରୁ ସମ୍ପୂର୍ଣ୍ଣ ଉପତ୍ାଦକୁ ସଂଗ୍ରହ କରୁ ନ ଥିଲା। ଫଳରେ ସେମାନେ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଥିଲେ। ଏପରି କି ଏପିଏମ୍‌ସି ପ୍ରକ୍ରିୟା ଖୁବ୍‌ ମଜବୁତ ଓ ସଂଗଠିତ ଥିବା ମହାରାଷ୍ଟ୍ରରେ ମଧ୍ୟ ଅନେକ ଚାଷୀ ଆମତ୍ହତ୍ୟା କରିଛନ୍ତି। କୃଷକମାନଙ୍କୁ ସେମାନଙ୍କ ଉପତ୍ାଦ ବିକ୍ରି କରିବାକୁ ସ୍ବାଧୀନତା ଦେବା ମାନେ ନୁହେଁ ଯେ ସେମାନେ ଉପତ୍ାଦକୁ ଭଲ ମୂଲ୍ୟରେ ବିକ୍ରି କରିପାରିବେ। ଉତ୍ତମ ମୂଲ୍ୟ ପାଇବାକୁ ହେଲେ ସେମାନଙ୍କ ପାଇଁ ଲୋଡ଼ା ବୈଜ୍ଞାନିକ ପଦ୍ଧତିରେ ନିର୍ମିତ ଗୋଦାମଘର ଓ ଶୀତଳଭଣ୍ଡାର। ଦି ଏସେନ୍‌ସିଆଲ କମୋଡିଟିଜ୍‌ (ଆମେଣ୍ଡ୍‌ମେଣ୍ଟ) ଆକ୍ଟ ବା ଅତ୍ୟାବଶ୍ୟକ ସାମଗ୍ରୀ(ସଂଶୋଧନ) ଆଇନ, କେବଳ ଅସାମାନ୍ୟ ପରିସ୍ଥିତିରେ ଏବେ କେତେକ ନିର୍ଦ୍ଦିଷ୍ଟ ଖାଦ୍ୟ ଉପତ୍ାଦର ଯୋଗାଣ ଉପରେ ନିୟନ୍ତ୍ରଣ ରଖିବାକୁ ଅନୁମତି ପ୍ରଦାନ କରିବ। ମୁଖ୍ୟ ଉପତ୍ାଦ ଯଥା ଖାଦ୍ୟଶସ୍ୟ, ଡାଲି, ତୈଳବୀଜ, ଖାଇବାତେଲ, ପିଆଜ ଏବଂ ଆଳୁକୁ ଏହି ଆଇନ ବାହାରେ ରଖାଯାଇଛି। ମଧ୍ୟସ୍ଥ ଓ ବ୍ୟବସାୟୀମାନେ ଉପତ୍ାଦକୁ ଗଚ୍ଛିତ କରି ରଖିତ୍ବା ଯୋଗୁ ଓଡ଼ିଶାରେ ଲୋକମାନେ ଉପତ୍ାଦର ମୂଲ୍ୟ ହ୍ରାସବୃଦ୍ଧିରେ ଅତ୍ୟଧିତ୍କ ସମସ୍ୟାର ସମ୍ମୁଖୀନ ହୋଇଥା’ନ୍ତି। ଏଣୁ ଏହି ସଂଶୋଧିତ ଆଇନର ଉଦ୍ଦେଶ୍ୟ ପୂରଣ ହୋଇପାରିବ ନାହିଁ। ୨୦୧୭ରେ ଯେତେବେଳେ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଲାଗୁ କରାଯାଇଥିଲା ସେତେବେଳେ କେନ୍ଦ୍ର ରାଜ୍ୟଗୁଡ଼ିକୁ ଟିକସ ସେବା ଓ ସାମଗ୍ରୀଗୁଡ଼ିକ ଉପରେ ଥିବା ଅଧିକାରରୁ ବଞ୍ଚିତ କରିଥିଲା। ସେମାନେ ପାଞ୍ଚବର୍ଷ ଲାଗି କ୍ଷତିପୂରଣ ପାଇବେ ବୋଲି କେନ୍ଦ୍ରଠାରୁ କେବଳ ଆଶ୍ୱାସନା ପାଇଥିଲେ। କିନ୍ତୁ ରାଜ୍ୟ ସରକାରଗୁଡ଼ିକ ଏବେ କୋଭିଡ୍‌-୧୯ ବିରୋଧରେ ଲଢ଼େଇ କରୁଥିବାବେଳେ ଏହାର ସମାଧାନ ହୋଇପାରି ନାହିଁ। ଜିଏସ୍‌ଟି ମାଧ୍ୟମରେ ରାଜ୍ୟ ସରକାରଗୁଡ଼ିକର ଆର୍ଥିକ କ୍ଷମତା ଛଡ଼ାଇ ନେଇଯିବା ଏକ ଖରାପ ପଦକ୍ଷେପ ଥିଲା। ଏବେ କୃଷକମାନଙ୍କ ଜୀବନ ଜୀବିକାକୁ ଗୁରୁତ୍ୱ ଦେଇ ପାସ୍‌ କରାଯାଇଥିବା କୃଷି ବିଧେୟକ ଦ୍ୱାରା କେନ୍ଦ୍ର ଜିଏସ୍‌ଟି ସମ ପରିସ୍ଥିତି ସୃଷ୍ଟି କରିବାକୁ ଚେଷ୍ଟା କରଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଶା ବିନାଶର କାରଣ- ଏହିି କଥାକୁ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ହିମାଚଳପ୍ରଦେଶର ଲତା ଦେବୀ। ସେ ବାମସନ୍‌ ବ୍ଲକ ବାହ୍ଲୋ ପଞ୍ଚାୟତର ସରପଞ୍ଚ ଭାବେ ୫ଟି…

‘ଘିବଲି’ ଦୁନିଆ: ଅପରାଧ ଓ ଆଇନ

ମସାମୟିକ ଧାରାରେ ନିଜକୁ ଅଂଶୀଦାର କରିବାର ମାନସିକତା ବିଶ୍ୱ, ପରିବେଶ ସର୍ବୋପରି ମାନବ ସଭ୍ୟତାକୁ ତା’ର ଅଜ୍ଞାତସାରରେ ବିଲୟର କେଉଁ ଦିଗକୁ ଟାଣିନେଇ ଚାଲିଛି ତାହା ବୋଧହୁଏ…

ନାଗରିକ ସ୍ବାଧୀନତା କ୍ଷୁଣ୍ଣ

୨୦୨୧ ମସିହା ୫ ମାର୍ଚ୍ଚରେ ଭାରତ ସରକାରଙ୍କ ପ୍ରେସ୍‌ ଇନ୍‌ଫର୍ମେଶନ ବ୍ୟୁରୋ (ପିଆଇବି) ପକ୍ଷରୁ ଏକ ବିବୃତି ଜାରି କରାଯାଇଥିଲା, ଯାହାର ଶୀର୍ଷକ ଥିଲା ”ଏକ ସ୍ବାଧୀନ…

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?