୧୧ ଲକ୍ଷ କୋଟି କ୍ଷତି ସହିଲେଣି ନିବେଶକ, ୬ ଦିନ ହେଲା ଖସୁଛିି ଶେୟାର ବଜାର

ମୁମ୍ବାଇ : ଗତ ୬ ଦିନ ହେବ ଦେଶର ଶେୟାର ବଜାର ଉପରେ ନକାରାତ୍ମକ ପ୍ରଭାବ ପଡିଛି। ଏହି ସମୟ ମଧ୍ୟରେ କାରବାର ଲଗାତର ଭାବେ ଖସି ଚାଲିଛି। ଗତ ୬ ଦିନରେ ନିବେଶକଙ୍କୁ ୧୧.୩୧ ଲକ୍ଷ କୋଟି ଟଙ୍କାର କ୍ଷତି ସହିବାକୁ ପଡିଛି। ବିଶ୍ୱ ବଜାର ଚାପରେ ଘରୋଇ ବଜାରର ପୁଞ୍ଜିବଜାରରେ ଗୁରୁବାର ନିବେଶକଙ୍କ କ୍ଷତି ୩.୯୫ ଲକ୍ଷ କୋଟି ଟଙ୍କା ରହିଛି। ୩୦ ଶେୟାର ବିଶିଷ୍ଟ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ ଗୁରୁବାର ୧,୧୧୫ ପଏଣ୍ଟ ଖସିଥିବା ବେଳେ ନିଫ୍ଟି ୧୦,୮୫୦ ପଏଣ୍ଟ ନିମ୍ନରେ ରହିଛି। କରୋନା ଭାଇରସ୍‌ ଏବଂ ବିଶ୍ୱ ଶେୟାର ବଜାର କାରବାର କ୍ଷତିଗ୍ରସ୍ତ ରହିବାରୁ ଏହାର ପ୍ରଭାବ ଭାରତ ବଜାର ଉପରେ ପଡିଛି। କରୋନା ମହାମାରୀର ଦ୍ୱିତୀୟ ଲହର ବର୍ତ୍ତମାନ ଆସିଥିବା ବେଳେ ଏହା ନିବେଶକଙ୍କ ମନରେ ନକାରାତ୍ମକ ଭାବନା ସୃଷ୍ଟି କରିଛି। ସେହିଭଳି ସାରା ବିଶ୍ୱର କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ନିକଟରେ କିଛି ପଦକ୍ଷେପ ନେଇ ନ ଥିବାରୁ ଏହାକୁ ନେଇ ନିବେଶକ ଆଶଙ୍କାରେ ରହିଛନ୍ତି।
ଗୁରୁବାର ସେନ୍‌ସେକ୍ସ ୧୧୧୪.୮୨ ପଏଣ୍ଟ(୨.୯୬%) ନିମ୍ନରେ ରହି ୩୬,୫୫୩.୬୦ ପଏଣ୍ଟରେ କାରବାର ବନ୍ଦ ରହିଥିଲା। ସେହିଭଳି ନିଫ୍ଟି କାରବାର ୩୨୬.୩୦ ପଏଣ୍ଟ (୨.୯୩%) ଖସିବା ଯୋଗୁ କାରବାର ୧୦.୮୦୫.୫୫ ସ୍ତରରେ ବନ୍ଦ ରହିଛି। ଗତ ୬ ଦିନ ମଧ୍ୟରେ ସେନ୍‌ସେକ୍ସ ୨,୭୪୯ ପଏଣ୍ଟ କମିଛି। ଏହି ଅବଧିରେ ନିଫ୍ଟି କାରବାର ୭୯୯ ପଏଣ୍ଟ ନିମ୍ନରେ ରହିଛି। ଏସିଆର ଅନ୍ୟ ପ୍ରମୁଖ ଶେୟାର ବଜାରଗୁଡିକର କାରବାରରେ ମଧ୍ୟ ପ୍ରଭାବ ପରିଲକ୍ଷିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲିନ୍‌ ଆଣ୍ଡ କ୍ଲିୟର୍‌ର ନୂତନ ଉତ୍ପାଦ

ଭୁବନେଶ୍ୱର,୧୯।୬: କ୍ଲିନ ଆଣ୍ଡ କ୍ଲିୟରର ନୂତନ ଉତ୍ପାଦ ‘ଫୋମିଙ୍ଗ ଫେସୱାଶ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ଝିଅମାନେ ସମ୍ମୁଖୀନ ହେଉଥିବା ବ୍ରଣ ଏବଂ...

୧୨ ବିଲିୟନ ଡଲାର ରହସ୍ୟ

ନୂଆଦିଲ୍ଲୀ/ ବେଜିଂ, ୩।୧୧: ଦୁଇ ବଡ଼ ଅର୍ଥନୀତି ଚାଇନା ଓ ଭାରତ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ମତଭେଦରୁ ସମ୍ପର୍କରେ ତିକ୍ତତା ରହିଥିଲେ ହେଁ ବାଣିଜି୍ୟକ କାରବାର...

ପର୍ଯ୍ୟାପ୍ତ ନୁହେଁ ସରକାରଙ୍କ ସହାୟତା: ଅଭିଜିତ

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁ ସାରା ବିଶ୍ୱର ଅର୍ଥ ବ୍ୟବସ୍ଥା ଏବେ କ୍ଷତିଗ୍ରସ୍ତ ହୋଇଛି। ଦେଶଗୁଡିକରେ ମୋଟ ଘରୋଇ ଉତ୍ପାଦ(ଜିଡିପି)ରେ ବୃହତ୍‌ ହ୍ରାସ ଦେଖାଯାଇଛି। ଏ...

ଫେସ୍‌ବୁକ୍‌,ଟୁଇଟରକୁ ପାର୍ଲାମେଣ୍ଟ କମିଟିର ସମନ

ନୂଆଦିଲ୍ଲୀ: ପାର୍ଲାମେଣ୍ଟର ଯୁଗ୍ମ କମିଟି ପକ୍ଷରୁ ସୋସିଆଲ ମିଡିଆ କମ୍ପାନୀ ଫେସ୍‌ବୁକ୍‌ ଏବଂ ଟୁଇଟରକୁ ଗୁରୁବାର ସମନ ଜାରି କରାଯାଇଛି। ଭାଜପା ଏମ୍‌ପି ମୀନାକ୍ଷୀ ଲେଖୀଙ୍କ...

ଏଲ୍‌ଆଇସିର ଆର୍ଥତ୍କ ଫଳାଫଳ

ନୂଆଦିଲ୍ଲୀ,୩୧।୭ -ଲାଇଫ୍‌ ଇନ୍‌ସ୍ୟୁରାନ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ(ଏଲ୍‌ଆଇସି) ପକ୍ଷରୁ ଆର୍ଥତ୍କ ବର୍ଷ ୨୦୧୯-୨୦ ଲାଗି ଆର୍ଥତ୍କ ଫଳାଫଳ ଘୋଷଣା କରାଯାଇଛି। ଏହି ସମୟରେ କମ୍ପାନୀ ନୂଆ...

ମଲ୍ଟି ମୋଡାଲ ହବ୍‌ ହେବ ଭୁବନେଶ୍ୱର ଷ୍ଟେଶନ

ନୂଆଦିଲ୍ଲୀ,୭।୨:  ଭୁବନେଶ୍ୱର ରେଳ ଷ୍ଟେଶନକୁ ବିଶ୍ୱସ୍ତରୀୟ ମଲ୍ଟି ମୋଡାଲ ହବ୍‌ରେ ପରିଣତ କରାଯିବ ବୋଲି ଶୁକ୍ରବାର ରାଜ୍ୟ ସଭାରେ କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋୟଲ ସୂଚନା ଦେଇଛନ୍ତି।...

ଓୟୋରୁ ଛଟେଇ ହେଲେ ୧୦୦୦ରୁ ଉର୍ଦ୍ଧ୍ୱ କର୍ମଚାରୀ

ନୂଆଦିଲ୍ଲୀ,୧୨-୧ : ଓୟୋ ହୋଟେଲ୍ସ ଭାରତ ଏବଂ ଚାଇନାରେ ଥିବା ଏହାର ମୋଟ କର୍ମଚାରୀଙ୍କ ମଧ୍ୟରୁ ୧୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। ସଫ୍ଟବ୍ୟାଙ୍କ ସହଯୋଗ ଦ୍ୱାରା...

ଏମ୍‌ଜିର ସ୍ମାର୍ଟ ଇଭି-କମେଟ ପ୍ରଦର୍ଶିତ

ନୂଆଦିଲ୍ଲୀ,୧୭।୪: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ଏମଜି ମୋଟର ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ସ୍ମାର୍ଟ ଇଲେକଟ୍ରିକ ଭେହିକିଲ (ଇଭି) କମେଟ’ର...

Advertisement
Archives

Model This Week