୧୧ ଲକ୍ଷ କୋଟି କ୍ଷତି ସହିଲେଣି ନିବେଶକ, ୬ ଦିନ ହେଲା ଖସୁଛିି ଶେୟାର ବଜାର

ମୁମ୍ବାଇ : ଗତ ୬ ଦିନ ହେବ ଦେଶର ଶେୟାର ବଜାର ଉପରେ ନକାରାତ୍ମକ ପ୍ରଭାବ ପଡିଛି। ଏହି ସମୟ ମଧ୍ୟରେ କାରବାର ଲଗାତର ଭାବେ ଖସି ଚାଲିଛି। ଗତ ୬ ଦିନରେ ନିବେଶକଙ୍କୁ ୧୧.୩୧ ଲକ୍ଷ କୋଟି ଟଙ୍କାର କ୍ଷତି ସହିବାକୁ ପଡିଛି। ବିଶ୍ୱ ବଜାର ଚାପରେ ଘରୋଇ ବଜାରର ପୁଞ୍ଜିବଜାରରେ ଗୁରୁବାର ନିବେଶକଙ୍କ କ୍ଷତି ୩.୯୫ ଲକ୍ଷ କୋଟି ଟଙ୍କା ରହିଛି। ୩୦ ଶେୟାର ବିଶିଷ୍ଟ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ ଗୁରୁବାର ୧,୧୧୫ ପଏଣ୍ଟ ଖସିଥିବା ବେଳେ ନିଫ୍ଟି ୧୦,୮୫୦ ପଏଣ୍ଟ ନିମ୍ନରେ ରହିଛି। କରୋନା ଭାଇରସ୍‌ ଏବଂ ବିଶ୍ୱ ଶେୟାର ବଜାର କାରବାର କ୍ଷତିଗ୍ରସ୍ତ ରହିବାରୁ ଏହାର ପ୍ରଭାବ ଭାରତ ବଜାର ଉପରେ ପଡିଛି। କରୋନା ମହାମାରୀର ଦ୍ୱିତୀୟ ଲହର ବର୍ତ୍ତମାନ ଆସିଥିବା ବେଳେ ଏହା ନିବେଶକଙ୍କ ମନରେ ନକାରାତ୍ମକ ଭାବନା ସୃଷ୍ଟି କରିଛି। ସେହିଭଳି ସାରା ବିଶ୍ୱର କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ନିକଟରେ କିଛି ପଦକ୍ଷେପ ନେଇ ନ ଥିବାରୁ ଏହାକୁ ନେଇ ନିବେଶକ ଆଶଙ୍କାରେ ରହିଛନ୍ତି।
ଗୁରୁବାର ସେନ୍‌ସେକ୍ସ ୧୧୧୪.୮୨ ପଏଣ୍ଟ(୨.୯୬%) ନିମ୍ନରେ ରହି ୩୬,୫୫୩.୬୦ ପଏଣ୍ଟରେ କାରବାର ବନ୍ଦ ରହିଥିଲା। ସେହିଭଳି ନିଫ୍ଟି କାରବାର ୩୨୬.୩୦ ପଏଣ୍ଟ (୨.୯୩%) ଖସିବା ଯୋଗୁ କାରବାର ୧୦.୮୦୫.୫୫ ସ୍ତରରେ ବନ୍ଦ ରହିଛି। ଗତ ୬ ଦିନ ମଧ୍ୟରେ ସେନ୍‌ସେକ୍ସ ୨,୭୪୯ ପଏଣ୍ଟ କମିଛି। ଏହି ଅବଧିରେ ନିଫ୍ଟି କାରବାର ୭୯୯ ପଏଣ୍ଟ ନିମ୍ନରେ ରହିଛି। ଏସିଆର ଅନ୍ୟ ପ୍ରମୁଖ ଶେୟାର ବଜାରଗୁଡିକର କାରବାରରେ ମଧ୍ୟ ପ୍ରଭାବ ପରିଲକ୍ଷିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ଏହିଦିନ ଲଞ୍ଚ୍‌ କରିବ ୧୦ ଆଉ ୨୦ଟଙ୍କିଆ ପ୍ଲାଷ୍ଟିକ୍‌ ନୋଟ୍‌! ମୋଦି ସରକାର ଦେଲେ ମଞ୍ଜୁରୀ…

ନୂଆଦିଲ୍ଲୀ, ୧୧।୮: କାଗଜର ଚିରା-ଫଟା, ପୁରୁଣା ଏବଂ ଓଦା ହୋଇଯାଇଥିବା ନୋଟ୍‌କୁ ନେଇ ଅସୁବିଧାରେ ପଡ଼ୁଥିବା ଲୋକଙ୍କ ପାଇଁ ଏକ ବଡ଼ ଏବଂ ଖୁସି ଖବର ସାମ୍ନାକୁ…

ସରକାର ବଢାଇଲେ EV ସବସିଡି, ୫ହଜାର ଯାଏ ମିଳିବ ପ୍ରୋତ୍ସାହନ ରାଶି; ଜାଣନ୍ତୁ ଡେଡ୍‌ଲାଇନ କେବେ…

ନୂଆଦିଲ୍ଲୀ, ୧୧।୮: ଇରାନ-ଆମେରିକା ଯୁଦ୍ଧ ପରେ ଲୋକମାନେ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ଦେଖିବାକୁ ପାଇଥିଲେ। ଏହା ପରେ କେନ୍ଦ୍ର ସରକାର ଦେଶରେ ଇଲେକ୍ଟ୍ରିକ୍ ଗାଡ଼ିଗୁଡ଼ିକୁ ପ୍ରୋତ୍ସାହିତ କରିବା…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରତିମାସରେ କେତେ ଦରମା ମିଳେ? ବଙ୍ଗଳା-ଭତ୍ତା ଛଡା ବେସିକ୍‌ ସାଲାରୀ କେତେ ଜାଣିଲେ ଚମକି ପଡିବେ…

ନୂଆଦିଲ୍ଲୀ, ୧୧।୮: ଆପଣ ଡାକ୍ତର, ଇଞ୍ଜିନିୟର ଏବଂ ସରକାରୀ କର୍ମଚାରୀଙ୍କ ଭଳି ବିଭିନ୍ନ ବୃତ୍ତିଗତଙ୍କ ଦରମା ବିଷୟରେ ଶୁଣିଥିବେ। ଏହି ପରିପ୍ରେକ୍ଷୀରେ, ଭାରତର ପ୍ରଧାନମନ୍ତ୍ରୀଙ୍କ ଦରମା କେତେ…

ବଢ଼ିବ ଡିଜେଲ ଦାମ! ସରକାରଙ୍କ ଏଭଳି ନିଷ୍ପତ୍ତି ପରେ ବଢିଲା…

ନୂଆଦିଲ୍ଲୀ, ୧୧।୮: ଦେଶରେ ପେଟ୍ରୋଲ ପରେ ଡିଜେଲରେ ମଧ୍ୟ ଏଥାନଲ ମିଶାଇବା ଯୋଜନା ଉପରେ ସରକାର ବର୍ତ୍ତମାନ ପାଇଁ ରୋକ ଲଗାଇ ଦେଇଛନ୍ତି। ତେଲ ବିପଣନ କମ୍ପାନୀଗୁଡ଼ିକ…

ଅଗଷ୍ଟ ୧୬ରୁ ୧୦୦୦ଟଙ୍କାର ସିଲିଣ୍ଡର ହୋଇଯିବ ୨୯୦୦! ତୁରନ୍ତ କରନ୍ତୁ ଏହି କାମ, ନଚେତ୍‌…

ନୂଆଦିଲ୍ଲୀ, ୯।୮: ଯଦି ଆପଣଙ୍କର ଏଲପିଜି (LPG) ଗ୍ୟାସ ସଂଯୋଗ ଅଛି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ୧୬ ଅଗଷ୍ଟ ସୁଦ୍ଧା ଇ-କେୱାଇସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri