Odisha Elections 2024
Posted inରାଜ୍ୟ

ତାଳଗଛ କରିବ ବଜ୍ରପାତ ମୁକାବିଲା

ଭୁବନେଶ୍ୱର,୯ା୯(ଅନିଲ ଦାସ): ବଜ୍ରପାତ ଯୋଗୁ ରାଜ୍ୟରେ ବହୁ ଜୀବନ ଚାଲିଯାଉଛି। ଏଥିରୁ ଲୋକମାନଙ୍କୁ ବଞ୍ଚାଇବା ପାଇଁ ପାରମ୍ପରିକ ପଦ୍ଧତି ଆପଣାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ବଜ୍ରପାତଜନିତ ମୃତ୍ୟୁକୁ ହ୍ରାସ କରିବାକୁ ରାଜ୍ୟରେ ବହୁ ପରିମାଣରେ ତାଳଗଛ ଲଗାଯିବ। ଗ୍ରାମାଞ୍ଚଳରେ ବହୁ ପରିମାଣରେ ତାଳଗଛ ଲଗାଇବାକୁ ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ବତନ୍ତ୍ର ରିଲିଫ୍‌ କମିଶନର(ଏସ୍‌ଆରସି) ସତ୍ୟବ୍ରତ ସାହୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ବିଭାଗ ଏବଂ କୃଷି ଓ ସଶକ୍ତୀକରଣ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଗତ ସେପ୍ଟେମ୍ବର ୨ ତାରିଖରେ ଗୋଟିଏ ଦିନରେ ବଜ୍ରପାତ ଯୋଗୁ ୧୨ ଜଣଙ୍କ ମୃତ୍ୟୁ ହେବା ପରେ ଏସ୍‌ଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏଭଳି ପଦକ୍ଷେପ ନେବାକୁ ନିଷ୍ପତ୍ତି ନିଆଯାଇଛି। ଅଧିକାଂଶ ବଜ୍ରପାତଜନିତ ମୃତ୍ୟୁ ଗ୍ରାମାଞ୍ଚଳରେ ହେଉଥିବାରୁ ତାଳଗଛ ଏଥିରୁ ସୁରକ୍ଷା ଦେଇପାରିବ। ଏହାକୁ ଦୃଷ୍ଟିରେ ରଖି ଗ୍ରାମାଞ୍ଚଳରେ ବହୁଳ ମାତ୍ରାରେ ତାଳଗଛ ଲଗାଇବାକୁ ଉଭୟ ବିଭାଗକୁ ପରାମର୍ଶ ଦିଆଯାଇଛି। ପୂର୍ବରୁ ରାଜ୍ୟର ଗ୍ରାମାଞ୍ଚଳରେ ବହୁ ପରିମାଣର ତାଳଗଛ ଥିଲା। ଏହା ବଜ୍ରପାତଜନିତ ମୃତ୍ୟୁକୁ ରୋକିବାରେ ସହାୟକ ହେଉଥିଲା। ସହରୀକରଣ ଯୋଗୁ ସମୟ କ୍ରମେ ତାଳଗଛ ଲୋପ ପାଇଯିବାରୁ ବଜ୍ରପାତ ସିଧା ଭୂମିରେ ପଡୁଛି। ଯଦ୍ଦ୍ବାରା ବିଲବାଡ଼ିରେ କାମ କରୁଥିବା କୃଷକ ଓ ଶ୍ରମିକମାନେ ଏହାର ଶିକାର ହେଉଛନ୍ତି। ବିଶେଷ କରି ମଧ୍ୟାହ୍ନ ଓ ସନ୍ଧ୍ୟା ସମୟରେ ବଜ୍ରପାତ ଯୋଗୁ ଅନେକ ଲୋକ ମୃତାହତ ହେଉଛନ୍ତି। ବଜ୍ରପାତ ମୁଖ୍ୟତଃ ଡେଙ୍ଗା ଗଛ ଯଥା ତାଳ ଓ ନଡିଆ ଗଛ ଉପରେ ହୋଇଥାଏ। ପୂର୍ବରୁ ତାଳଗଛ ଯେ କେବଳ ବଜ୍ରପାତରୁ ରକ୍ଷା କରୁ ନ ଥିଲା ବରଂ ଏହାର ଫଳକୁ ଖାଦ୍ୟ ଓ ପାନୀୟ ଆକାରରେ ବ୍ୟବହାର କରାଯାଉଥିଲା। ତାଳଗଛର ବାହୁଙ୍ଗାକୁ ଛପର ଓ ଟୋକେଇ ତିଆରିରେ ବ୍ୟବହୃତ କରାଯାଇପାରିବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି।
ଏଠାରେ ସୂଚନାଯୋଗ୍ୟ, ୨୦୧୮ରେ ସମସ୍ତ ରାଜ୍ୟ ଓ ଜାତୀୟ ରାଜପଥ, ଗ୍ରାମାଞ୍ଚଳ, ସଂରକ୍ଷିତ ଜଙ୍ଗଲ ଓ କ୍ଷେତରେ ତାଳଗଛ ଲଗାଇବାକୁ ଜଙ୍ଗଲ ବିଭାଗ ରାଜ୍ୟର ସମସ୍ତ ବନଖଣ୍ଡକୁ ଜଣାଇଥିଲା। ହେଲେ ତାହା ଫଳପ୍ରଦ ହୋଇପାରି ନାହିଁ। ତାଳଗଛ ବଜ୍ରପାତଜନିତ ମୃତ୍ୟୁକୁ ରୋକିବାରେ ଅନେକାଂଶରେ ସହାୟକ ହେବ ବୋଲି ପରିବେଶବିତ୍‌ ମତ ଦେଉଛନ୍ତି। ବଜ୍ରପାତଜନିତ ମୃତ୍ୟୁକୁ ଜାତୀୟ ବିପର୍ଯ୍ୟୟ ଘୋଷଣା କରିବାକୁ ରାଜ୍ୟ ସରକାର କେନ୍ଦ୍ର ନିକଟରେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଦିବାସୀଙ୍କୁ ମିଳୁନି ମହୁଲର ଉଚିତ ମୂଲ୍ୟ

ରାୟଗଡ଼ା,୧୭।୫(ଆଶିଷ ରଞ୍ଜନ ପଣ୍ଡା): ଜଙ୍ଗଲଜାତ ଦ୍ରବ୍ୟ ମହୁଲ ପାଇଁ ରାୟଗଡ଼ା ଜିଲାର ରହିଛି ସ୍ବତନ୍ତ୍ର ପରିଚୟ। ହେଲେ ମହୁଲ କ୍ରୟ ଉପରେ କୌଣସି ବିଭାଗର ନିୟନ୍ତ୍ରଣ...

ମୁଖ୍ୟମନ୍ତ୍ରୀଙ୍କ ରୋଡ ଶୋ ଦେଖିବାକୁ ଭୁବନେଶ୍ୱରରେ ଜନସମୁଦ୍ର

ଭୁବନେଶ୍ୱର,୧୬ା୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରେ ଏକ ବିଶାଳ ରୋଡ୍‌ ଶୋ’ କରି ଶକ୍ତି ପ୍ରଦର୍ଶନ କରିଛନ୍ତି। ବିଭିନ୍ନ ସ୍ଥାନରେ ଉପସ୍ଥିତ ଜନତା ମୁଖ୍ୟମନ୍ତ୍ରୀଙ୍କୁ ଦେଖିବାକୁ...

ଦାଦନ ରୋକିବାକୁ ପ୍ରୟାସ କରିବି: ଗୋକୁଳାନନ୍ଦ

ବ୍ରହ୍ମପୁର,୧୭ା୫(ଅଶୋକ କୁମାର ସାହୁ):: ଆସିକା ସଂସଦୀୟ କ୍ଷେତ୍ର ଅଧୀନ ପୋଲସରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ୯ଜଣ ବିଧାୟକ ପ୍ରାର୍ଥୀ ହୋଇଛନ୍ତି। ବିଜେଡି ଓ ଭାଜପା ପୁରୁଣା...

Featured Video Play Icon

ମୁଖ୍ୟମନ୍ତ୍ରୀ ନିଜ ପାଇଁ କିଛି କରି ନାହାଁନ୍ତି ଆମ ପାଇଁ ସବୁ କରିଛନ୍ତି

ଭୁବନେଶ୍ୱର,୧୬ା୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରେ ଏକ ବିଶାଳ ରୋଡ୍‌ ଶୋ’ କରି ଶକ୍ତି ପ୍ରଦର୍ଶନ କରିଛନ୍ତି। ବିଭିନ୍ନ ସ୍ଥାନରେ ଉପସ୍ଥିତ ଜନତା ମୁଖ୍ୟମନ୍ତ୍ରୀଙ୍କୁ ଦେଖିବାକୁ...

ଆଜି ଢେଙ୍କାନାଳ-ଅନୁଗୋଳ ଆସୁଛନ୍ତି ମୁଖ୍ୟମନ୍ତ୍ରୀ

ଅନୁଗୋଳ,୧୭।୫ (ଅମିତ କୁମାର ସାମଲ)/ ଢେଙ୍କାନାଳ (ରତନ ନାୟାର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୭ ତାରିଖ ଶୁକ୍ରବାର ଢେଙ୍କନାଳ ଓ ଅନୁଗୋଳ ଗସ୍ତରେ ଆସି ଦଳୀୟ...

ଅତୀତକୁ ବଦଳାଇପାରିବି ନାହିଁ, ଭବିଷ୍ୟତ ତିଆରି କରିପାରିବି: ସଂତୃପ୍ତ

ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଲୋକ ସଭା ସକାଶେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୬୪ ପ୍ରାର୍ଥୀଙ୍କ ମଧ୍ୟରେ ସବୁଠାରୁ ଧନୀ ହେଉଛନ୍ତି କଟକ ସଂସଦୀୟ ଆସନର...

ଭୁବନେଶ୍ୱରରୁ ପ୍ରଚାର ଆରମ୍ଭ କରିବେ ହେମାମାଳିନୀ

ଭୁବନେଶ୍ୱର,୧୭।୫(ଅନୁରାଧା ମହାରଣା): ନିର୍ବାଚନୀ ପ୍ରଚାର ପାଇଁ ଓଡ଼ିଶା ମୁହାଁ ହୋଇଛନ୍ତି ଭାରତୀୟ ଜନତା ପାର୍ଟି (ଭାଜପା)ର କେନ୍ଦ୍ରୀୟ ନେତୃବୃନ୍ଦ। ଏମ୍‌ପି ହେମାମାଳିନୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,...

ଘୋଡ଼ା ଚଢ଼ି ନାମାଙ୍କନପତ୍ର ଦାଖଲ କରିବା ପ୍ରତାପ ଷଡଙ୍ଗୀଙ୍କୁ ପଡ଼ିଲା ମହଙ୍ଗା

ବାଲେଶ୍ୱର,୧୭।୫(ମାନସ ବିଶ୍ୱାଳ):ବାଲେଶ୍ୱର ଲୋକ ସଭା ଆସନ ପାଇଁ ଭାଜପା ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ ୧୪ତାରିଖ ଦିନ ଘୋଡା ଚଢି ନିଜର ନାମାଙ୍କନପତ୍ର ଦାଖଲ କରିବାକୁ ଜିଲାପାଳଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri