ରକ୍ତ ପ୍ୟାକେଟ୍‌କୁ ୧୫୦୦ ଟଙ୍କାରେ ବିକ୍ରି

ନୟାଗଡ଼,୨୪।୭(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରକ୍ତଭଣ୍ଡାରରୁ ରକ୍ତ ରୋଗୀ ପାଉ ନ ଥିବାବେଳେ ଦଲାଲ ନେଉଥିବା ଅଭିଯୋଗ ହୋଇଆସୁଛି। କେତେଜଣ ଦଲାଲ ଡୋନର ସଂଗ୍ରହ କରି ରକ୍ତ ପ୍ୟାକେଟକୁ ୧୫ ଶହ ଟଙ୍କାରେ ବିକ୍ରି କରୁଛନ୍ତି। ଶନିବାର ଅପରାହ୍ନରେ ଜଣେ କ୍ୟାନସର ରୋଗୀଙ୍କ ସମ୍ପର୍କୀୟ ଦଲାଲଙ୍କଠାରୁ ୧୫୦୦ ଟଙ୍କାରେ ରକ୍ତ କିଣିଥିବା ଅଭିଯୋଗ ମିଳିଛି। ରକ୍ତ ବିକ୍ରି ଘଟଣାରେ ରକ୍ତଭଣ୍ଡାରର କର୍ମଚାରୀ ସମ୍ପୃକ୍ତି ଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷେ ରକ୍ତଭଣ୍ଡାରର ସିସିଟିଭି କାମ କରୁ ନ ଥିବାରୁ ଏଠାରେ ଘଟୁଥିବା ଅନିମୟିତତା ଲୁଚି ଯାଉଛି। ରକ୍ତଭଣ୍ଡାରର ସିସିଟିଭି ଅଚଳ ହୋଇଛି ନଁା ଜାଣି ଶୁଣି ଅଚଳ କରାଯାଇଛି ତାହା ତଦନ୍ତସାପେକ୍ଷ। ଏ ନେଇ ରାମଚନ୍ଦ୍ର ଷଡ଼ଙ୍ଗୀ କୁହନ୍ତି, ରକ୍ତଭଣ୍ଡାରରେ ରକ୍ତ ରୋଗୀଙ୍କୁ ମିଳୁନି। ତେବେ ଦଲାଲ କିପରି ରକ୍ତ ବିକ୍ରି କରୁଛନ୍ତି ତାହା ଆଶ୍ଚର୍ଯ୍ୟ ଲାଗୁଛି। ରକ୍ତ ବିକ୍ରି ପଛରେ ଏକ ର଼୍ୟାକେଟ କାମ କରୁଛି। ବିନା ଟେନସନରେ ଭଲ ରୋଜଗାର ହେଉଥିବାରୁ ରକ୍ତ ବିକ୍ରିକୁ ରୋକି ହେଉନି।
ରକ୍ତଭଣ୍ଡାରରେ ୧୦ ୟୁନିଟ୍‌ ରକ୍ତ
ଓଡ଼ିଶା ରେଡକ୍ରସ ରକ୍ତ ଭଣ୍ଡାର ନୟାଗଡ଼ରେ ୧୦ ୟୁନିଟ୍‌ ରକ୍ତ ଗଛିତ ଥିବା ଫଳକ କହୁଛି। ଏ ପଜିଟିଭ୍‌ ୧, ବି ପଜିଟିଭ ୭ଟି, ଓ ନେଗେଟିଭ ୨ଟି ଥିବା ଜଣାପଡ଼ିଛି। ତେବେ ରକ୍ତ ଭଣ୍ଡାରକୁ ଗଲେ ସବୁବେଳେ ଶୁଣିବାକୁ ମିଳୁଛି ରକ୍ତ ନାହିଁ। ଅଧିକାଂଶ ରୋଗୀ କଟକ, ଭୁବନେଶ୍ୱର ରେଫର ହେଉଛନ୍ତି। ଆଉ କିଛି ଦଲାଲଙ୍କ ବାଧ୍ୟବାଧ୍ୟକତାରେ ରକ୍ତ କିଣୁଛନ୍ତି। ଏ ନେଇ ସ୍ବେଚ୍ଛାସେବୀ ବିଭୂତି ପଟ୍ଟନାୟକ କୁହନ୍ତି, ରକ୍ତଦାନ ଶିବିର ହେଉଛି। କିଛି ଲୋକ ଆଗଭର ହୋଇ ରକ୍ତଦାନ ଶିବିର କରୁଛନ୍ତି। ଜିଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ଲୋକଙ୍କ ମନରେ ସଚେତନ ସୃଷ୍ଟି କରାଇ ରକ୍ତଦାନ ଶିବିର କରାଯାଉନି। ଏଣୁ ରକ୍ତର ଅଭାବ ପ୍ରାୟ ସବୁଦିନ ଲାଗି ରହୁଛି। ରକ୍ତଦାନ ଶିବିର ସମୟରେ ରକ୍ତ କିଛିଦିନ ପାଇଁ ସୁବିଧାରେ ମିଳୁଛି। ଅନ୍ୟପକ୍ଷେ ରକ୍ତ ବିକ୍ରି ଅଭିଯୋଗରେ ଲଗାମ ଲଗାଇବା ନିହାତି ଦରକାର। ଏହାକୁ ପ୍ରଶାସନ ପକ୍ଷରୁ ଅସ୍ବୀକାର କରାଯାଉଥିଲେ ହେଁ ଦଲାଲ ରକ୍ତ ବିକ୍ରି କରୁଛନ୍ତି। ସେହିପରି ରକ୍ତଭଣ୍ଡାରର ସିଟିଭିକୁ ସଚଳ କରାଯିବା ଦରକାର। ଏହା ସଚଳ ହେଲେ ରକ୍ତ ବିକ୍ରି ଧରିବାରେ କିଛି ସହଯୋଗ ମିଳିପାରନ୍ତା ବୋଲି କହିଛନ୍ତି।
କିଏ ସେ ପାଣ୍ଡିଆନ
ରକ୍ତ ଭଣ୍ଡାରରରେ ଡୋନର ଦ୍ୱାରା ରକ୍ତ ସଂଗୃହିତ କରି ରକ୍ତ ବିକ୍ରି କରୁଥିବା ଦଲାଲର ନଁା ପାଣ୍ଡିଆନ ଓରଫ ପାଣ୍ଡିଆ ବୋଲି ଚର୍ଚ୍ଚା ହେଉଛି। ପାଣ୍ଡିଆନ ପାଖରେ ପହଞ୍ଚତ୍ଲେ ରକ୍ତଭଣ୍ଡାରରେ ରକ୍ତ ନ ଥିଲେ ମଧ୍ୟ ରକ୍ତ ସୁବିଧାରେ ମିଳି ଯାଉଛି। କେତେଜଣ ଔଷଧ ଦୋକାନୀ ପାଣ୍ଡିଆନର ଠିକଣା ଦେଇ ରୋଗୀଙ୍କ ସମ୍ପର୍କୀୟଙ୍କୁ ତାଙ୍କ ପାଖକୁ ପଠାଉଛନ୍ତି। ପ୍ରଶ୍ନ ଉଠୁଛି କିଏ ସେ ପାଣ୍ଡିଆନ। କାହା ପ୍ରୋତ୍ସାହନ ବା ଇଙ୍ଗିତରେ ବେଆଇନ ଭାବେ ରକ୍ତ ବିକ୍ରି ହୋଇ ଆସୁଛି। ଏ ନେଇ ରକ୍ତଭଣ୍ଡାର ଅଧିକାରୀ ଅଜୟ କୁମାର ବାହିନିପତିଙ୍କୁ ପଚାରିବାରେ ରକ୍ତ ବିକ୍ରି ଘଟଣାର ଅଭିଯୋଗ ମିଳି ନ ଥିଲା। ତେବେ ଘଟଣାର ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?