ଭୋକ ଉପାସରେ ଧାରଣା ଦେଲେ ବୋହୂ

ବାଲେଶ୍ୱର ଅଫିସ, ୧୬।୧୦: ଗଞ୍ଜାମ ପରେ ବାଲେଶ୍ୱର ଜିଲାର ଜଣେ ନବବଧୂ ଶ୍ୱଶୁର ଘରକୁ ପ୍ରବେଶ ନେଇ ରାତି ସାରା ଗେଟ୍‌ ସମ୍ମୁଖରେ ଧାରଣା ଦେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ସହଦେବଖୁଣ୍ଟା ଥାନା ଅଧୀନ ରାଣୀପାଟଣା ବ୍ୟାଙ୍କ କଲୋନୀରେ ଜଣେ ନବବଧୂଙ୍କୁ ଶାଶୁଘର ଲୋକେ ଯୌତୁକ ନିର୍ଯାତନା ଦେଇ ଘରୁ ବାହାର କରିଦେଇଥିଲେ। ଫଳରେ ସେ ଗେଟ୍‌ ସମ୍ମୁଖରେ ଶୁକ୍ରବାର ରାତି ୧୧ଟାଠାରୁ ଅଦ୍ୟାବଧି ନ ଖାଇ ନ ପିଇ ବସି ରହିଛନ୍ତି।

କଲୋନୀର ରାଜେନ୍ଦ୍ର ଗୁପ୍ତା ନାମକ ଯୁବକ ୟୁପି ବଲିଆ ଅଞ୍ଚଳର ସାଲିନୀ ଗୁପ୍ତାଙ୍କୁ ଗତ ଜାନୁଆରୀ ୨୩ ତାରିଖରେ ବୈଦିକ ରୀତିରେ ବିବାହ କରିଥିଲେ। ବିବାହର ଦେଢ଼ମାସ ମଧ୍ୟରେ ଅଧିକ ଯୌତୁକ ଦାବି କରି ଶ୍ୱଶୁରଘର ଲୋକେ ସାଲିନୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ଆରମ୍ଭ କରିଥିଲେ। ଗତ କିଛିଦିନ ତଳେ ସାଲିନୀଙ୍କୁ ତାଙ୍କର କୋଲକାତାରେ ରହୁଥିବା ଭାଇ ଘରକୁ ବୁଲିବା ପାଇଁ ପଠାଇଥିଲେ। ୧୦ଦିନ ରହିବା ପରେ ସାଲିନୀ ଶ୍ୱଶୁର ଘରକୁ ବାହାରିବାରୁ ତାଙ୍କୁ ସ୍ବାମୀ ଓ ଶାଶୁ ଆସିବା ପାଇଁ ମୋବାଇଲରେ ମନା କରିଥିଲେ। ଆସିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ସାଲିନୀ ଗତ ଶୁକ୍ରବାର ତାଙ୍କର ମା’ବାପାଙ୍କ ସହ ବାଲେଶ୍ୱର ଆସି ଘଟଣା ସମ୍ପର୍କରେ ସହଦେବଖୁଣ୍ଟା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଥାନା ପକ୍ଷରୁ ଉଭୟ ପକ୍ଷଙ୍କୁ ଡକାଯାଇ ଘଟଣାରେ ବୁଝାଶୁଝା କରିବା ପରେ ବୋହୂଙ୍କୁ ଶ୍ୱଶୁର ଘରକୁ ନେବା ପାଇଁ କହି ପଠାଇ ଦେଇଥିଲେ। ଥାନାରୁ ଆସିବା ପରେ ଶ୍ୱଶୁର ଘର ଲୋକେ ଗେଟ୍‌ରେ ତାଲା ପକାଇ ଫେରାର ହୋଇଯାଇଥିଲେ। ସାଲିନୀ ଘରକୁ ପ୍ରବେଶ କରିବା ପାଇଁ ରାତି ସାରା ଗେଟ୍‌ ସମ୍ମୁଖରେ ବସିଥିଲେ। କଲୋନୀବାସୀ ରାତିରେ ଏକୁଟିଆ ମହିଳା ରାସ୍ତାରେ ବସିବା ଦେଖି ପୋଲିସକୁ ଖବର ଦେଇଥିଲେ। ଥାନା ପକ୍ଷରୁ ମହିଳାଙ୍କ ସୁରକ୍ଷା ପାଇଁ ଜଣେ ମହିଳା କନଷ୍ଟେବଳଙ୍କୁ ତାଙ୍କ ପାଖରେ ନିଯୁକ୍ତ କରିଛନ୍ତି। ଧୀରେ ଧୀରେ ଘଟଣା ଜାଣିବା ପରେ ନାରୀ ସଂଘ ଓ ମହିଳା କମିଶନ ସଦସ୍ୟ ସେଠାରେ ପହଞ୍ଚତ୍ ଘଟଣା ସମ୍ପର୍କରେ ଜାଣିବା ସହ ସମାଧାନ ନିମନ୍ତେ ଚେଷ୍ଟା କରିଛନ୍ତି। ପଡ଼ୋଶୀମାନେ ସାଲିନୀଙ୍କୁ ଖାଇବା ପାଇଁ ଦେଇଥିଲେ ମଧ୍ୟ ସେ ଖାଇ ନ ଥିଲେ। ଅନ୍ୟପକ୍ଷରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?