ଚିହ୍ନଟ ହେବ ନୂଆ ଲଘୁ ଖଣିଜ ପଦାର୍ଥ ଉତ୍ସ

ଭୁବନେଶ୍ୱର,୧୧।୮(ବ୍ୟୁରୋ): ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି ଲୋକସେବା ଭବନରୁ ସୋମବାର ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ରାଜ୍ୟର ଲଘୁ ଖଣିଜ ପଦାର୍ଥର ସମୀକ୍ଷା କରିଥିଲେ। ସମସ୍ତ ଜିଲାପାଳ, ଅତିରିକ୍ତ ଜିଲାପାଳ, ଉପଜିଲାପାଳ, ତହସିଲଦାର ତଥା ଅତିରିକ୍ତ ତହସିଲଦାରମାନଙ୍କୁ ନେଇ ହୋଇଥିବା ଏହି ସମୀକ୍ଷାରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଅଂଶଗ୍ରହଣ କରିଥିଲେ। ସମୀକ୍ଷା ବେଳେ ମୁଖ୍ୟତଃ ଲଘୁଖଣିଜ ପଦାର୍ଥ ଉତ୍ସର ବନ୍ଦୋବସ୍ତ ଏବଂ କାର୍ଯ୍ୟକ୍ଷମଶୀଳତା, ନୂତନ ଓ ବୃହତ୍‌ ଲଘୁଖଣିଜ ପଦାର୍ଥ ଉତ୍ସର ଚିହ୍ନଟ, ରାଜସ୍ବ ଆଦାୟର ଲକ୍ଷ୍ୟ ପୂରଣ ଉପରେ ଗୁରୁତ୍ବାରୋପ କରାଯାଇଥିଲା। ଲଘୁଖଣିଜ ପଦାର୍ଥ ଉତ୍ସର ବନ୍ଦୋବସ୍ତ ଓ କାର୍ଯ୍ୟକ୍ଷମ ପ୍ରକ୍ରିୟାକୁ ଅଗଷ୍ଟ ୩୧ ସୁଦ୍ଧା ସମ୍ପୂର୍ଣ୍ଣ କରିବା ସହ ଆସନ୍ତା ଏକ ସପ୍ତାହ ମଧ୍ୟରେ ନୂତନ ଉତ୍ସର ଚିହ୍ନଟ ପାଇଁ ମନ୍ତ୍ରୀ ମାରାଣ୍ଡି ସମସ୍ତ ଜିଲାପାଳ ଓ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ୨୦୨୦-୨୧ ଆର୍ଥିକ ବର୍ଷରେ ଲଘୁ ଖଣିଜ ପଦାର୍ଥରୁ ହଜାରେ କୋଟି ଟଙ୍କାର ରାଜସ୍ବ ଆଦାୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାବେଳେ ଏହି ଲକ୍ଷ୍ୟ ହାସଲ କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଥିଲା। ଲଘୁ ଖଣିଜ ପଦାର୍ଥର ଚୋରିକୁ ରୋକିବା ନିମନ୍ତେ ପ୍ରବର୍ତ୍ତନ (ଏନ୍‌ଫୋର୍ସମେଣ୍ଟ) କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି ୩ରୁ ୧୦ କୋଟି କରିବାକୁ ଦାବି

ଭୁବନେଶ୍ୱର,୨୨ା୭(ବ୍ୟୁରୋ): ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି ଅଣ୍ଟୁନି। କୋଭିଡ୍‌ ପରେ ସବୁ ଦରଦାମ୍‌ ବଢ଼ିଲାଣି। ଏହାକୁ ଦୃଷ୍ଟିରେ ରଖି ଉନ୍ନୟନ ପାଣ୍ଠିକୁ ୧୦ କୋଟିକୁ ବୃଦ୍ଧି...

ଶୋଇଥିବା ବେଳେ ସାଙ୍ଗଙ୍କୁ ଟାଙ୍ଗିଆରେ ହାଣିଦେଲେ

ଝାରସୁଗୁଡ଼ା ଅଫିସ,୮।୪: ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଥାନା ଅଧୀନ ରାମପୁର ବିନାସୀପଡ଼ାରେ ଏକ ଅଭାବନୀୟ ଘଟଣା ଘଟିଛି। ଦୁଇ ସାଙ୍ଗଙ୍କ ମଧ୍ୟରେ ବଚସା ହୋଇ ମାରପିଟ...

ହଷ୍ଟେଲରେ ଖାଇବାକୁ ନ ପାଇ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି କାନ୍ଦିଲେ ଛାତ୍ରୀ

ଠାକୁରମୁଣ୍ଡା,୨୩ା୧୦: ହଷ୍ଟେଲରେ ରହୁଥିବା ଛାତ୍ରୀମାନେ ଖାଇବାକୁ ନ ପାଇ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି କାନ୍ଦୁଥିବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ଛାତ୍ରୀଙ୍କ କାନ୍ଦ ଦେଖି...

ଯୁବତୀଙ୍କ ପାଇଁ କ୍ୱାରାଣ୍ଟାଇନରେ ପୂରା ପରିବାର

ସମ୍ବଲପୁର,୫।୭(ବ୍ୟୁରୋ)-ସମ୍ବଲପୁର ସହରର ଅଇଁଠାପାଲି ଥାନା ଅଧୀନ ଏଲ୍‌ଆଇସି କଲୋନୀର ଜଣେ ଯୁବତୀଙ୍କ ପାଇଁ ତାଙ୍କ ପୂରା ପରିବାରକୁ ହୋମ୍‌ କ୍ୱାରାଣ୍ଟାଇନରେ ରହିବାକୁ ପଡ଼ିଛି। ସମ୍ପୃକ୍ତ ଯୁବତୀ...

ନିର୍ମାଣାଧୀନ ବ୍ରିଜ୍‌ ଭୁଶୁଡ଼ିଲା

ଯାଜପୁର ଅଫିସ,୩୧ା୫: ଯାଜପୁର ଜିଲା ପାଣିକୋଇଲି ଥାନା ଅଧୀନ ବ୍ରଜନଗର ପାଖରେ ୧୬ ନମ୍ବର ଜାତୀୟ ରାଜପଥରେ ନିର୍ମାଣାଧୀନ ବ୍ରିଜ୍‌ ସୋମବାର ଭୁଶୁଡ଼ିପଡ଼ିଛି। ପାଣିକୋଇଲିଠାରୁ ୬...

କୋର୍ଟରେ ହାଜର ହେଲେ ଅଭିଯୁକ୍ତ ପୁଞ୍ଜିଲାଲ ମେହେର

ବଲାଙ୍ଗୀର ଅଫିସ,୧୨ା୩: ବହୁଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲାର ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ଶୁକ୍ରବାର ପାଟଣାଗଡ ଏସଡିଜେଏମ୍‌ କୋର୍ଟରେ ହାଜର କରାଯାଇଥିବା ଜଣାପଡିଛି। ପୂର୍ବରୁ...

ଫୋନ୍‌ରେ କଥା ହୋଇ ୭ ମହଲାରୁ ଡେଇଁଥିଲେ ମାନସ

ଭୁବନେଶ୍ୱର,୨୫।୪ (ବ୍ୟୁରୋ): ଖାରବେଳନଗର ଥାନା ଅନ୍ତର୍ଗତ ମାଷ୍ଟରକ୍ୟାଣ୍ଟିନସ୍ଥିତ ଚନ୍ଦ୍ରମା ଆପାର୍ଟମେଣ୍ଟରୁ ଖସି ଆଇନ ଛାତ୍ର ଅନିରାଜ ମାନସ ଟୁଡୁଙ୍କ ମୃତ୍ୟୁ ଘଟଣାରେ ନୂଆ ତଥ୍ୟ ସାମ୍ନାକୁ...

ଧାମନଗରରେ ଲାଗିଲା ୧୪୪ ଧାରା, ୭ ତାରିଖ ଯାଏ ବଳବତ୍ତର

ଭଦ୍ରକ ଅଫିସ,୫।୪: ଭଦ୍ରକ ଜିଲା ଧାମନଗରରେ ୧୪୪ ଧାରା ଜାରି ହୋଇଛି। ମଙ୍ଗଳବାର ରାତି ୯ଟାରୁ ୭ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ଏହା ବଳବତ୍ତର...

Advertisement
Archives

Model This Week