ମାଡ଼ି ଆସୁଛି ନୂଆ ମହାମାରୀ: ଚାଇନାରେ ଲୋକଙ୍କଠାରେ ଏଚ୍‌-୧୦-ଏନ୍‌-୩ ଭୁତାଣୁ ଚିହ୍ନଟ…

ବେଜିଂ,୧।୬: କରୋନା ମହାମାରୀର ଅନ୍ତୁଡ଼ିଶାଳ ଚାଇନାର ଉହାନ୍‌ ସହର ପାଲଟିଥିଲା। ଏହାଯୋଗୁୂ ପୃଥିବୀରେ ଦେଖାଦେଇଥିବା ଆତଙ୍କ ଏବେ ବି ଥମିନି। ଏପରିସ୍ଥଳେ ଚାଇନାରେ ପୁଣି ଏକ ନୂଆ ମହାମାରୀ ଭୂତାଣୁ ସଂକ୍ରମଣ ଆରମ୍ଭ ହୋଇଛି। କରୋନାର ତୃତୀୟ ଲହର ନେଇ ଆତଙ୍କ ଦେଖାଦେଇଥିବାବେଳେ ମାଡ଼ି ଆସୁଥିବା ନୂଆ ମହାମାରୀ ଯୋଗୁ ଅନ୍ତର୍ଜାତୀୟସ୍ତରରେ ଚିନ୍ତା ବଢ଼ିବାରେ ଲାଗିଛି। ଚାଇନାରେ ଲୋକଙ୍କଠାରେ ଏଚ୍‌-୧୦-ଏନ୍‌-୩ ଭୁତାଣୁ ଚିହ୍ନଟ ହୋଇଛି। ଚାଇନାର ଝିଙ୍ଗାସୁ ପ୍ରଦେଶର ପୂର୍ବାଞ୍ଚଳରେ ଜଣେ ୪୧ ବର୍ଷ ବୟସ୍କଙ୍କଠାରେ ବାର୍ଡ ଫ୍ଲୁର ଏହି ଭୂତାଣୁ ଚିହ୍ନଟ ହୋଇଥିବା ଚାଇନାର ଜାତୀୟ ସ୍ବାସ୍ଥ୍ୟ କମିଶନ ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି। ଝେନଜିଆଙ୍ଗ ସହରରେ ବାସ କରୁଥିବା ଏହି ବ୍ୟକ୍ତିଙ୍କୁ ଜ୍ୱର ହେବାରୁ ତାଙ୍କୁ ଏପ୍ରିଲ୍‌ ୨୮ରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ନମୁନା ପରୀକ୍ଷା ସମୟରେ ତାଙ୍କଠାରେ ମେ’ ୨୮ରେ ଏଚ୍‌-୧୦-ଏନ୍‌-୩ ଭୂତାଣୁ ଚିହ୍ନଟ ହୋଇଛି। ଏହାର ସଂକ୍ରମଣ ବେଗ କମ୍‌ ରହିଥିବା ଚାଇନାର ଜାତୀୟ ସ୍ବାସ୍ଥ୍ୟ କମିଶନ କହିଛି। ୨୦୧୬-୧୭ରେ ବାର୍ଡ ଫ୍ଲୁର ଏଚ୍‌-୭-ଏନ୍‌-୯ ଷ୍ଟ୍ରେନ୍‌ ଭୂତାଣୁ ଦ୍ୱାରା ଚାଇନାରେ ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗୁଆଙ୍ଗଝୋଉରେ ସୁରକ୍ଷିତ ଅବତରଣ କଲା ଇରାନୀ ବିମାନ: ବୋମା ଗୁଜବ ପରେ ଦିଲ୍ଲୀରେ ମିଳି ନ ଥିଲା ଅବତରଣ ଅନୁମତି

ବେଜିଂ,୩।୧୦: ଇରାନରୁ ବାହାରି ଭାରତ ଓ ଚାଇନା ପର୍ଯ୍ୟନ୍ତ ହଇଚଇ ସୃଷ୍ଟି କରିଥିବା ଇରାନ ବିମାନ ଡବ୍ଲୁ୫୮୧ ଶେଷରେ ନିଜର ଗନ୍ତବ୍ୟ ସ୍ଥଳ ଗୁଆଙ୍ଗଝୋଉରେ ସୁରକ୍ଷିତ...

ମଦ ଶୁଙ୍ଘିଲେ ଆଉ ହେବନି କରୋନା ସଂକ୍ରମଣ, ଦାବି କଲେ ବୈଜ୍ଞାନିକ…

ଓ୍ବାଶିଂଟନ,୬।୭: ପୃଥିବୀରେ କରୋନା ମହାମାରୀ ସଙ୍କଟ ଜାରି ରହିଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ମାର୍ଗଦର୍ଶିକା ଅନ୍ତର୍ଗତ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା...

ମାଡ଼ି ଆସୁଛି ବିପଦ: ଚାଇନାର ଜଳନ୍ତା ରକେଟ ପୃଥିବୀକୁ ଶନିବାର ଦେବ ଧକ୍କା …

ଓ୍ବାଶିଂଟନ,୬।୫: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ସୃଷ୍ଟି କରିଥିବା ଚାଇନା ଯୋଗୁ ଏବେ ନୂଆ ବିପଦ ମାଡ଼ି ଆସୁଛି। ଚାଇନା ଦ୍ୱାରା ମହାକାଶକୁ ପ୍ରେରଣ କରାଯାଇଥିବା...

ଭାରତର ସ୍ବାଧୀନତା ଦିବସ ସମାରୋହରେ ଯୋଗଦେବେ ଆମେରିକା ଗାୟିକା

ଓ୍ବାଶିଂଟନ/ନୂଆଦିଲ୍ଲୀ,୬ା୮: ଏକ ନୂତନ ଶୈଳୀରେ ‘ଜନ ଗଣ ମନ’ ଏବଂ ‘ଓମ୍‌ ଜୟ ଜଗଦୀଶ ହରେ’ ଗାଇଥିବା ଆମେରିକାର ପ୍ରସିଦ୍ଧ ଗାୟିକା ମେରି ମିଲବେନ ଭାରତ...

ଆଫଗାନିସ୍ତାନରେ ବିସ୍ଫୋରଣ: ତାଲିବାନ ଗଭର୍ନର ନିହତ

କାବୁଲ,୯ା୩: ଆଫଗାନିସ୍ତାନରେ କିଛିଦିନ ହେବ ବୋମା ବିସ୍ଫୋରଣ ଖବର ସାମ୍ନାକୁ ଆସୁଛି। ଆଜି ଅର୍ଥାତ୍‌ ଗୁରୁବାର ବି ଆଫଗାନିସ୍ତାନରେ ପୁଣି ଥରେ ବୋମା ବିସ୍ଫୋରଣ ହୋଇଥିବା...

ଅର୍ଥମନ୍ତ୍ରୀଙ୍କ ଆର୍ଥିକ ପ୍ୟାକେଜ ଘୋଷଣା ପରେ ଟୁଇଟ କଲେ ମୋଦି

ନୂଆଦିଲ୍ଲୀ,୧୩।୫: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର ଏକ ଖବରଦାତା ସମ୍ମିଳନୀରେ ୨୦ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି। ଏହି ଘୋଷଣା ପରେ...

କରୋନା ମୃତକଙ୍କ ଅନ୍ତିମ ସଂସ୍କାର ନେଇ ପୁଣେରେ ରାଜନୀତି ଆରମ୍ଭ

ପୁଣେ, ୧୬।୬: କରୋନା ସଂକ୍ରମଣ ତାଲିକାରେ ମହାରାଷ୍ଟ୍ର ଦେଶରେ ସମସ୍ତ ରାଜ୍ୟ ମଧ୍ୟରେ ଶୀର୍ଷରେ ରହିଛି। କରୋନା ମୃତକଙ୍କୁ ବହୁ କ୍ଷେତ୍ରରେ ପରିବାର ସଦସ୍ୟ ଛାଡ଼ି...

ଏଲନ ମସ୍କଙ୍କ ପିଲାଦିନର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ…

ଓ୍ବାଶିଂଟନ,୯।୭ : ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟର ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ବିଲିୟନେୟାର ଏଲନ ମସ୍କ ହେଡଲାଇନରେ ରହିଆସୁଛନ୍ତି। ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି...

Advertisement
Archives

Model This Week