Posted inଖେଳ

ଗର୍ଭବତୀ ପ୍ରେମିକାଙ୍କୁ ଦେଖି ଭାବପ୍ରବଣ ହେଲେ ଏହି କ୍ରିକେଟର୍‌

କରୋନା ଯୋଗୁ ଇଣ୍ଡିଆନ ପ୍ରିମିୟର ଲିଗର ୧୪ତମ ସିଜିନକୁ ସ୍ଥଗିତ ରଖାଯାଇଛି। ଏହି ଲିଗ ଅଧାରୁ ସ୍ଥଗିତ ରଖିବା ପରେ ଯାତ୍ରା ପ୍ରତିବନ୍ଧକ ଯୋଗୁ ଅଷ୍ଟ୍ରେଲିଆ କ୍ରିକେଟରମାନେ ସିଧାସଳଖ ଘରକୁ ଫେରିପାରି ନ ଥିଲେ। ତାଙ୍କୁ ପ୍ରଥମ କିଛି ଦିନ ମାଳଦ୍ୱୀପରେ ବିତାଇବାକୁ ପଡିଲା ଏବଂ ପରେ ୩୮ ସଦସ୍ୟ ବିଶିଷ୍ଟ ଅଷ୍ଟ୍ରେଲୀୟ ଦଳ ଘରକୁ ଫେରିଥିଲେ। ଅଷ୍ଟ୍ରେଲିଆ ଯିବା ପରେ ମଧ୍ୟ ସେମାନଙ୍କୁ କ୍ୱାରାଣ୍ଟାଇନ୍‌ରେ ରହିବାକୁ ପଡ଼ିଲା। ଫାଷ୍ଟ ବୋଲର ପ୍ୟାଟ କମିନ୍ସ ଏହି ଖେଳାଳିମାନଙ୍କ ମଧ୍ୟରୁ ଜଣେ ଥିଲେ। ସେ ହୋଟେଲର କ୍ୱାରାଣ୍ଟାଇନ୍‌ କେନ୍ଦ୍ରରୁ ବାହାରକୁ ଆସିବା ମାତ୍ରେ ତାଙ୍କ ଗର୍ଭବତୀ ପ୍ରେମିକା ବେକି ବୋଷ୍ଟନଙ୍କୁ ଦେଖି ଭାବପ୍ରବଣ ହୋଇଥିଲେ। ଦୁହେଁ ପରସ୍ପରକୁ ଆଲିଙ୍ଗନ କରିଥିଲେ। ଏହି ଭାବପ୍ରବଣ ମୁହୂର୍ତ୍ତର ଏକ ଭିଡିଓ ଟୁଇଟରରେ ଅଷ୍ଟ୍ରେଲୀୟ କ୍ରୀଡ଼ା ସାମ୍ବାଦିକ ଅମାଣ୍ଡା ବେଲି ପୋଷ୍ଟ କରିଛନ୍ତି। ଭିଡିଓ ସହିତ କ୍ୟାପସନ ଲେଖିଛନ୍ତି, ‘ଦିନର ବିଶେଷ ଭିଡିଓ। ଆଇପିଏଲ ପରେ ପ୍ୟାଟ କମିନ୍ସ ଶେଷରେ ହୋଟେଲରେ ଥିବା କ୍ୱାରାଣ୍ଟାଇନ୍‌ରୁ ବାହାରି ତାଙ୍କ ଗର୍ଭବତୀ ସାଥୀ ବେକିଙ୍କୁ ଭେଟି ଭାବପ୍ରବଣ ହୋଇଯାଇଥିଲେ।

ଏହା ପରେ ଦୁହେଁ ୭୦ କୋଟି ଟଙ୍କା ମୂଲ୍ୟର ନୂତନ ଘରକୁ ଯାଇଥିଲେ। ବେକି ସୋସିଆଲ ମିଡିଆରେ ନିଜର ବେବି ବମ୍ପ ସହ ଏକ ଫଟୋ ଶେୟାର କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ଏକ ନୂଆ ଘରକୁ ସ୍ଥାନାନ୍ତର କରିଛନ୍ତି।

beky boston
କମିନ୍ସଙ୍କ ବ୍ୟତୀତ ଅଷ୍ଟ୍ରେଲିଆର ପୂର୍ବତନ ଉପ-ଅଧିନାୟକ ଡେଭିଡ ୱାର୍ନର, ପୂର୍ବତନ ଅଧିନାୟକ ଷ୍ଟିଭ ସ୍ମିଥ, ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ ମଧ୍ୟ ନିଜ ପରିବାରକୁ ଭେଟିଥିଲେ। ୱାର୍ଣ୍ଣର ତାଙ୍କ ପରିବାର ସହିତ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି। ଏବେ ଆଇପିଏଲର ଅବଶିଷ୍ଟ ମ୍ୟାଚ୍‌ ସେପ୍ଟେମ୍ବର-ଅକ୍ଟୋବରରେ ୟୁଏଇରେ ଅନୁଷ୍ଠିତ ହେବ। ତେବେ ଅଷ୍ଟ୍ରେଲୀୟ କ୍ରିକେଟର ସେତେବେଳେ ଲିଗର ଅଂଶ ହେବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ଲିଗର ଅବଶିଷ୍ଟ ୩୧ଟି ମ୍ୟାଚ ୟୁଏଇରେ ଖେଳାଯିବ। ବିସିସିଆଇର ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ସ୍ପଷ୍ଟ ଭାବେ କହିଛନ୍ତି ଯେ ଜଣେ ବିଦେଶୀ ଖେଳାଳି ଆସନ୍ତୁ କି ନାହିଁ, ଟୁର୍ନାମେଣ୍ଟ ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହ୍ୟାଣ୍ଡବଲ୍‌ ପ୍ରତିଯୋଗିତା: ଭାଗ ନେବ ଓଡ଼ିଶା

ଭୁବନେଶ୍ୱର,୨୯ା୩: ବିହାର ରାଜ୍ୟ ଅଧୀନ ବେଗୁସରାଇଠାରେ ମାର୍ଚ୍ଚ ୩୧ରୁ ୫୨ତମ ଜାତୀୟ ସିନିୟର ପୁରୁଷ ହ୍ୟାଣ୍ଡବଲ୍‌ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ଓଡ଼ିଶାର ଏକ ୧୮...

ଟ୍ରୋଲିଂକୁ ନେଇ ରାଗରେ ନିଆଁବାଣ ହେଲେ ସୋନୁ, କହିଲେ ‘ସେ ଆମ ହିରୋ’

ବମ୍ବେ,୨୯।୩: ଆରମ୍ଭରୁ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୧୭ତମ ସିଜନ ଚର୍ଚ୍ଚାରେ ରହିଆସୁଛି। ସୋସିଆଲ ମିଡିଆରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ଏବଂ ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ...

ପାନ ଦୋକାନିଙ୍କ ପୁଅ ଆଜି ମ୍ୟାଚ ଓ୍ବିନର

ନୂଆଦିଲ୍ଲୀ,୨୯।୩: ଆଇପିଏଲ ୨୦୨୪ର ନବମ ମ୍ୟା ରେ ରାଜସ୍ଥାନ ରୟାଲ୍ସକୁ ଜିତାଇବାରେ ଆବେଶ ଖାନ ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଦଳ ପାଇଁ ଶେଷ ଓଭରରେ...

ବିବାହ ପୂର୍ବରୁୁ ଦୀପିକାଙ୍କ ସହ ଥିଲା ଧୋନିଙ୍କର ସମ୍ପର୍କ?

ନୂଆଦିଲ୍ଲୀ,୨୯।୩: ମହେନ୍ଦ୍ର ସିଂ ଧୋନି ଆଇପିଏଲ ୨୦୨୪ ରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳାଳି ଭାବରେ ଖେଳୁଛନ୍ତି। ୧୭ ତମ ସିଜିନ ଆରମ୍ଭ ହେବାର...

ଦୁଇଫାଳ ମୁମ୍ବାଇ ଇଣ୍ଡିଆନ୍ସ: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସମର୍ଥନରେ ମାଲିକ

ନୂଆଦିଲ୍ଲୀ,୨୯।୩: ପାଞ୍ଚ ଥର ଚାମ୍ପିଅନ୍ ତଥା ତାରକା ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମାଙ୍କଠାରୁ ଅଧିନାୟକତ୍ୱ ଦାୟିତ୍ୱ ଛଡ଼ାଇବା ନିଷ୍ପତିକୁ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଶଂସକମାନେ ଗ୍ରହଣ କରି ପାରୁ...

ଏହି ମହଙ୍ଗା ବୋଲରଙ୍କୁ ଘାରିଛି କୋହଲି ଭୟ: ଆଇପିଏଲ ଇତିହାସରେ ପ୍ରଥମଥର ହେବ ସାମ୍ନା

ବେଙ୍ଗାଲୁରୁ,୨୯।୩: ଆଇପିଏଲ ୨୦୨୪ର ଦଶମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯିବ। ଆରସିବି ଚଳିତ ସିଜନରେ ଏପର୍ଯ୍ୟନ୍ତ ଦୁଇଟି...

ରାଗିଯାଇ କାନ୍ଥରେ ବ୍ୟାଟ୍‌ ପିଟିଦେଲେ ରିଷଭ ପନ୍ତ: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୨୯।୩; ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ରାଜସ୍ଥାନ ରୟାଲ୍ସ ଦିଲ୍ଲୀ କ୍ୟାପିଟାଲକୁ ୧୨ ରନରେ ପରାସ୍ତ କରିଛି। ଏହିପରି...

ଜାତୀୟ ପିକଲବଲ୍‌ରେ ଓଡ଼ିଶାର ସଫଳତା

ଭୁବନେଶ୍ୱର, ୨୮।୩(ତପନ ସ୍ବାଇଁ):ପିକଲବଲ୍‌ ଆସୋସିଏଶନ ଅଫ୍‌ ଓଡ଼ିଶା ଆନୁକୂଲ୍ୟରେ ଆୟୋଜିତ ପ୍ରଥମ ଜାତୀୟ ପିକଲବଲ୍‌ ଟୁର୍ନାମେଣ୍ଟରେ ଓଡ଼ିଶା ପ୍ରତିଯୋଗୀମାନେ ପ୍ରଦର୍ଶନର ଛାପ ଛାଡ଼ିଛନ୍ତି। ଏହି ସମ୍ମାନଜନକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri