ମା’ଙ୍କ ଉତ୍ତମ ଖାଦ୍ୟ ନାତିନାତୁଣୀଙ୍କ ମସ୍ତିଷ୍କକୁ ସୁସ୍ଥ ରଖେ

ନୂଆଦିଲ୍ଲୀ,୭ା୮(ପି.ଟି.): ଜଣେ ମହିଳା ଗର୍ଭଧାରଣର ପ୍ରଥମ ଭାଗରେ ଯଦି ସେଓ ଏବଂ ଗୁଳ୍ମଜାତୀୟ ଖାଦ୍ୟ ଖାଇଥାନ୍ତି, ତେବେ ତାଙ୍କ ପିଲା ଏବଂ ନାତିନାତୁଣୀଙ୍କ ମସ୍ତିଷ୍କ ସ୍ବାସ୍ଥ୍ୟକୁ ସୁରକ୍ଷିତ ରଖିପାରିବ। ମେଲବୋର୍ନର ମୋନାଶ ୟୁନିଭର୍ସିଟିରେ ଜେନେଟିକ୍‌ ମଡେଲ୍‌ ବ୍ୟବହାରରେ କରାଯାଇଥିବା ଅଧ୍ୟୟନରୁ ଏହା ଜଣାପଡ଼ିଛି। ମା’ଙ୍କ ଖାଦ୍ୟ କେବଳ ତାଙ୍କ ପିଲାମାନଙ୍କ ମସ୍ତିଷ୍କ ଉପରେ ପ୍ରଭାବ ପକାଏ ନାହିଁ, ବରଂ ତାଙ୍କ ନାତିନାତୁଣୀଙ୍କ ମସ୍ତିଷ୍କକୁ ମଧ୍ୟ ପ୍ରଭାବିତ କରିଥାଏ। କେତେକ ନିର୍ଦ୍ଦିଷ୍ଟ ଖାଦ୍ୟ ମସ୍ତିଷ୍କର କାର୍ଯ୍ୟ ହ୍ରାସକୁ ରୋକିବାରେ ସହାୟକ ହୋଇପାରେ ବୋଲି ନେଚର ସେଲ୍‌ ବାୟୋଲୋଜିରେ ପ୍ରକାଶିତ ଉକ୍ତ ରିପୋର୍ଟରେ କୁହାଯାଇଛି। ରାଉଣ୍ଡଓ୍ବର୍ମକୁ ଜେନେଟିକ୍‌ ମଡେଲ ଭାବେ ନେଇ ଏହି ଅଧ୍ୟୟନ କରାଯାଇଥିଲା। କାରଣ ରାଉଣ୍ଡଓ୍ବର୍ମର ଅନେକ ଜିନ୍‌ ମାନବ ଶରୀରରେ ଦେଖାଦେଇଥାଏ।

ଗବେଷକମାନଙ୍କ କହିବା ଅନୁଯାୟୀ ସେଓ ଏବଂ ତୁଳସୀ, ରୋଜ୍‌ମେରି, ଥାଇମ୍‌ ଓ ଓରୋଗାନୋ ଆଦି ଗୁଳ୍ମରେ ଥିବା ଅଣୁ ମସ୍ତିଷ୍କର ଯୋଗାଯୋଗ କେବୁଲଗୁଡ଼ିକୁ ଭାଙ୍ଗିବାରୁ ରକ୍ଷା କରିଥାଏ। ଫଳରେ ମସ୍ତିଷ୍କ ଠିକ୍‌ ଭାବେ କାର୍ଯ୍ୟ କରେ। ବରିଷ୍ଠ ପ୍ରଫେସର ରୋଗର ପୋକକ୍‌ ଓ ତାଙ୍କ ଟିମ୍‌ ମସ୍ତିଷ୍କର ସ୍ନାୟୁ ସେଲ୍‌ଗୁଡ଼ିକର ଅନୁଧ୍ୟାନ କରିଥିଲେ, ଯାହା ୮,୫୦,୦୦୦ କିଲୋମିଟର କେବୁଲ (ଆକ୍ସୋନ) ଦେଇ ସେଲ୍‌ଗୁଡ଼ିକୁ ସଂଯୋଗ କରିଥାଏ। ଆକ୍ସୋନଗୁଡ଼ିକ କାର୍ଯ୍ୟକ୍ଷମ ହେବା ଓ ବଞ୍ଚତ୍ରହିବା ପାଇଁ ଜରୁରୀ ଉପାଦାନଗୁଡ଼ିକ ମାଇକ୍ରୋଟୁବୁଲ୍ସ ଥିବା ଆଭ୍ୟନ୍ତରୀଣ ଷ୍ଟ୍ରକ୍ଚର ଦେଇ ପ୍ରବାହିତ ହେବା ଆବଶ୍ୟକ। ତାହା ନ ହେଲେ ଆକ୍ସୋନଗୁଡ଼ିକ ଦୁର୍ବଳ ହୋଇ ମସ୍ତିଷ୍କକୁ ଅକାମୀ ଏବଂ ନ୍ୟୁରୋନାଲ ସେଲ୍‌ଗୁଡ଼ିକର ବିକାଶରେ ବାଧକ ହୋଇଥାଏ ବୋଲି ପୋକକ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ମ୍ୟାଚ୍‌ରେ ଅଧିନାୟକ, ଦ୍ୱିତୀୟ ମ୍ୟାଚ୍‌ରେ ଟିମ୍‌ରୁ ବିଦା! ଚମକାଇଲା ନିଷ୍ପତ୍ତି

ଲଣ୍ଡନ୍, ୨୭।୮: ପାକିସ୍ତାନ କ୍ରିକେଟ୍‌ରେ ସବୁକିଛି ସମ୍ଭବ। ନିଜର ଖେଳ ପ୍ରଦର୍ଶନ ତୁଳନାରେ ଅଜବ ନିଷ୍ପତ୍ତି ପାଇଁ ଚର୍ଚ୍ଚାରେ ରହୁଥିବା ପାକିସ୍ତାନ ଟିମ୍ ପୁଣି ଏକ ଚମକାଇବା…

କିଏ ସେ ଅନୁଷ୍କା ଶର୍ମା? ଯାହାଙ୍କୁ ମିଳିଲା ଟିମ୍‌ ଇଣ୍ଡିଆରେ ବଡ଼ ଦାୟିତ୍ୱ

ମୋହାଲି, ୨୭।୮: ଭାରତୀୟ ମହିଳା କ୍ରିକେଟର ଭବିଷ୍ୟତ ତାରକାଙ୍କୁ ପ୍ରସ୍ତୁତ କରିବା ଲକ୍ଷ୍ୟରେ ବିସିସିଆଇ (BCCI) ଭାରତୀୟ ମହିଳା ‘ଏ’ ଦଳର ଅଷ୍ଟ୍ରେଲିଆ ‘ଏ’ ବିପକ୍ଷ ସିରିଜ୍…

କାଲି କେତେବେଳେ ମିଳିବ ସୁଭଦ୍ରା ଟଙ୍କା? ଜାଣନ୍ତୁ ଫଟାଫଟ୍‌ କେମିତି କରିବେ ଚେକ୍‌…

ଭୁବନେଶ୍ୱର,୨୭।୮: ରାଜ୍ୟର ଲକ୍ଷ ଲକ୍ଷ ମହିଳାଙ୍କ ପାଇଁ ଏକ ବଡ଼ ଖୁସି ଖବର। ପବିତ୍ର ରାଖୀ ପୂର୍ଣ୍ଣିମା ଅବସରରେ ରାଜ୍ୟ ସରକାର ‘ସୁଭଦ୍ରା’ ଯୋଜନାର ୫ମ କିସ୍ତି…

“ସେ ମୋର କିଛି କ୍ଷତି କରିବନି”: ୫ ମାସ ଧରି ନାଗସାପ ସହ ଗୋଟିଏ କୋଠରୀରେ ରହୁଛନ୍ତି ଯୁବକ !

ମୋହନା, ୨୭।୮ (ମନ୍ମଥ ମିଶ୍ର): ଦୀର୍ଘ ୫ ମାସ ଧରି ଗୋଟିଏ କୋଠରୀରେ ବିଷଧର ନାଗସାପ ଓ ମଣିଷ ଏକାଠି ରାତି ବିତାଉଥିବା ଭଳି ଏକ ସ୍ତାବ୍ଧ…

କବାଟ ଖୋଲୁଥିବା ବେଳେ ଗୋଡ଼କୁ ଚୋଟ ମାରିଲା ସାପ, ଚାଲିଗଲା…

ଦିଗପହଣ୍ଡି,୨୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନଙ୍ଗପୁର ଗ୍ରାମର ବି. କନକ ରେଡ୍ଡୀ (୫୫) ନାମ୍ନୀ ଜଣେ ମହିଳାଙ୍କର ସର୍ପାଘାତରେ ମୃତ୍ୟୁ ଘଟିଛି। ଗୁରୁବାର…

CJP ନିର୍ବାଚନ ଲଢିଲେ ଭୋଟ୍‌ ଦେବେ କି? ଚମକାଇଲା ସର୍ଭେ ରିପୋର୍ଟ…ଦିଲ୍ଲୀରେ ପଡିଲା ଚହଳ!

ନୂଆଦିଲ୍ଲୀ,୨୭।୮: ଦିଲ୍ଲୀର ଯନ୍ତର-ମନ୍ତରଠାରେ ହୋଇଥିବା ଛାତ୍ର ଆନ୍ଦୋଳନ ପରେ କକରୋଚ ଜନତା ପାର୍ଟି (CJP) ସାରା ଦେଶରେ ଚର୍ଚ୍ଚାରେ ଅଛି। CJP ପକ୍ଷରୁ ଆଉ ଥରେ ସେପ୍ଟେମ୍ୱର…

ନେପାଳ ବନ୍ୟା; ଖୋର୍ଦ୍ଧାର ଦମ୍ପତି ନିଖୋଜ, ସାନ ଭାଇ କହିଲେ…

ଖୋର୍ଦ୍ଧା,୨୭।୮(ପ୍ରଭାତ ପାଣିଗ୍ରାହୀ) : ନେପାଳ ବନ୍ୟାରେ ଖୋର୍ଦ୍ଧା ଜେମାଦେଇର ଦମ୍ପତି ସନ୍ଦିପ ମହାପାତ୍ର ଓ ସ୍ତ୍ରୀ ସିର୍ଦ୍ଧାର୍ଥୀ ସାହୁ ନିଖୋଜ ହୋଇଯାଇଛନ୍ତି । ଏନେଇ ତାଙ୍କ ସାନ…

‘ଏମ୍‌ଭି ଓସେନ ୱିନର୍‌’ ଜାହାଜ ବୁଡ଼ି ଘଟଣା, ପାରାଦୀପରେ ପହଞ୍ଚିଲେ ୨ ନାବିକ

ପାରାଦୀପ,୨୭।୮(ଶରତ ରାଉତ): ଗତ ୨୨ ତାରିଖରେ ବଙ୍ଗୋପସାଗର ପୋର୍ଟବ୍ଲେୟାର ସୀମାରେ ବୁଡି ଯାଇଥିବା ପଣ୍ୟବାହୀ ଜାହାଜ ଏମଭି ଓସେନ୍ ଓ୍ବିନରର ୨ ଜଣ ଉଦ୍ଧାର ନାବିକ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri