ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ଅଭିଯୋଗ କରିବାର ୧ ମାସ ପରେ, ଜଗବନ୍ଧ ଗ୍ରାମରୁ ଗଡିଲା ଲକ୍ଷ୍ମୀ ବସ

ଡୁଙ୍ଗୁରିପାଲି ୨୦।୩(ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ସ୍ଥିତ ଗଜବନ୍ଧ ଗ୍ରାମପଞ୍ଚାୟତରେ ବୁଧବାର ସକାଳ ୭ଟାରୁ ଲକ୍ଷ୍ମୀ ବସ ବାହାରି ଡୁଙ୍ଗୁରିପାଲି ବ୍ଲକ ସଦର ମହକୁମାରକୁ ଚାଲି ଥିବାରୁ ଗଜବନ୍ଧ ଗ୍ରାମବାସୀଙ୍କ ଆନନ୍ଦ ଖୁସି ଦେଖାଯାଇଛି |ସରକାରଙ୍କ ଗାଁ କୁ ଗାଁ ବ୍ଲକରୁ ଜିଲାକୁ ଚାଲୁ ଥିବା ଲକ୍ଷ୍ମୀ ବସ ଯୋଜନାରେ  ଚାଲୁ ଥିବା ବେଳେ ବିଭିନ୍ନ ସ୍ଥାନକୁ ଯିବା ଆସିବାରେ ଗଜବନ୍ଧଗ୍ରାମ ବାସୀ ସେହି ସୁବିଧାରୁ ବଞ୍ଚିତ ଥିଲେ|ଗ୍ରାମବାସୀ ଅନେକ ଥର  ବିଭାଗୀୟ ଅଧିକାରୀଙ୍କୁ ଦୁଃଖ ଜଣାଇଥିଲେ ମଧ୍ୟ ତାଙ୍କ ଗୁହାରି କେହିଁ ଶୁଣୁ ନ ଥିଲେ |ଏ ନେଇ ଗ୍ରାମବାସୀ ଗତ ୧୭ ଫେବୃଆରୀ ସୋମବାର ଦିନ ଡୁଙ୍ଗୁରିପାଲି ବ୍ଲକ ସଭାଗୃହରେ ଜିଲାପାଲ ଙ୍କ ଅଭିଯୋଗ ଶୁଣାଣି ଶିବିରରେ ଗ୍ରାମରୁ ଏକ ଲକ୍ଷ୍ମୀ ବସ ଯାତାୟତ କରିବା ନେଇ ଲିଖିତ ଅଭିଯୋଗ କରିଥିଲେ |ଅଭିଯୋଗକୁ ଜିଲାପାଳ ଅନ୍ୟ ଦାସ ଗ୍ରହଣ କରି ଲକ୍ଷ୍ମୀ ବସ ଯିବା ଆସିବା ନେଇ ପ୍ରତିଶ୍ରୁତି ଦେଇଥିଲେ |ଗ୍ରାମବାସୀ ଅଭିଯୋଗ କରିବାର ୧ ମାସ ପରେ ଗ୍ରାମକୁ ଅର୍ଥାତ ବୁଧବାର ଦିନ ଗଜବନ୍ଧ ଗ୍ରାମକୁ ଲକ୍ଷ୍ମୀ ବସ ଆସି ଯାତାୟତ କରିବାରୁ ଗ୍ରାମବାସୀ ଙ୍କ ଠାରେ ଆନନ୍ଦ ଦେଖାଯାଇଛି |ବୁଧବାର ଲକ୍ଷ୍ମୀ ବସ ସକାଳ ୭ ଟା ରେ ପହଁଚି ବାରୁ ଗ୍ରାମବାସୀ ପ୍ରଥମେ ବସ କୁ ପୂଜାଅର୍ଚନା କରିଥିଲେ |ଗଜବନ୍ଧ ଗ୍ରାମରେ  ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ, ଡାକ ଘର, ମହାବିଦ୍ୟାଳୟ, ହାଇସ ସ୍କୁଲ, ବ୍ୟାଙ୍କ, ପେକ୍ସ, ବିଭିନ୍ନ ସରକାରୀ କାର୍ଯ୍ୟାଳୟ ରହିଛି, ହେଲେ ଡୁଙ୍ଗୁରିପାଲି ବ୍ଲକ ଓ ବିଭିନ୍ନ ସ୍ଥାନକୁ ମେଡିକାଲ କାମ, ଛାତ୍ରୀଛାତ୍ର ମାନେ ପାଠ ପଢ଼ିଯିବାରେ ବହୁତ ଅସୁବିଧାର ଶମ୍ଭୁଖୀନ ହେଉଥିଲେ |ଲକ୍ଷ୍ମୀ ବସ ଯିବା ଆସିବା କରିବା ଦ୍ଵାରା ଗ୍ରାମବାସୀ ଙ୍କ ଠାରେ ଆନନ୍ଦ ଦେଖାଯାଇଛି |ଲକ୍ଷ୍ମୀ ବସ ଗ୍ରାମରୁ ଗଡ଼ିବା ସମୟରେ ରୀନା ଭୋଇ, ପଦ୍ମିନୀ ମୁଦୁଲି, ରଂଜିତା ଷାଣ୍ଢ, ମଞ୍ଜୁ ସାହୁ, ପୁଷ୍ପା ସାହୁ, ସୁଜେଇ ପଶାୟତା, ବିଜୟ ବେରିହା,ବଦ୍ରୀ ମେହେର, ନେପାଳ ରଣା, ରାଜୁ ଷାଣ୍ଢ,ନଳିନୀ ବିଶ୍ୱାଳ,ପଦ୍ମା ଷାଣ୍ଢ,ଝରଣା ବୁଡ଼େକ,ବବିତା ଖେତୀ ପ୍ରମୁଖ ଗ୍ରାମବାସୀ  ଉପସ୍ଥିତ ଥିଲେ |


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ବଳାତ୍କାର, ହତ୍ୟା ଅଭିଯୋଗରେ ଜଣଙ୍କୁ ପିଟି ମାରିଦେଲେ

ବାରୁଇପୁର(ପଶ୍ଚିମବଙ୍ଗ),୭।୭: ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲା ଅନ୍ତର୍ଗତ ବାରୁଇପୁର ଅଞ୍ଚଳରେ ଜଣେ ୧୧ ବର୍ଷୀୟା ବାଳିକାଙ୍କ ମୃତଦେହ ରବିବାର ମିଳିବା ପରେ ତାଙ୍କୁ ବଳାତ୍କାର ପରେ…

ବେଳାଭୂମି ଅବକ୍ଷୟ ପ୍ରସଙ୍ଗ:ଜିଲାପାଳଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନ ସ୍ଥଗିତ

ଗଞ୍ଜାମ,୬।୭(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହେଉଛି ସମୁଦ୍ର l ସମୁଦ୍ରର ଉଚ୍ଚ ଜୁଆର ଯୋଗୁ ଗୋଖର କୁଦାଠାରୁ ପୋଡମ ପେଟା, ବଟେଶ୍ୱର ବେଳାଭୂମି ଦେଇ ପ୍ରାୟଗି…

ରୋନାଲ୍ଡୋଙ୍କ ବିଶ୍ୱକପ୍‌ ସ୍ବପ୍ନ ଶେଷ: ବିଶ୍ୱକପ୍‌ରୁ ବିଦା ହେଲା ପର୍ତ୍ତୁଗାଲ

ଆର୍ଲିଂଟନ,୭ା୭:ଇଞ୍ଜୁରି ଟାଇମ୍‌ରେ ମିକେଲ ମେରିନୋଙ୍କ ଗୋଲ ବଳରେ ସୋମବାର ରାତିରେ ଅନୁଷ୍ଠିତ ଚଳିତ ବିଶ୍ୱକପ୍‌ର ଏକ ପ୍ରି-କ୍ୱାର୍ଟର ଫାଇନାଲରେ ସ୍ପେନ ୧-୦ ଗୋଲରେ ପର୍ତ୍ତୁଗାଲକୁ ପରାସ୍ତ କରି…

ବନ ମହୋତ୍ସବରେ, ଚାରା ରୋପଣ କଲେ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ

ଦିଗପହଣ୍ଡି,୭।୭(ଅଶେଷ ନାଥ ମିଶ୍ର):  ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଆନୁକୂଲ୍ୟରେ ୭୭ ତମ ବନ ମହୋତ୍ସବ ସପ୍ତାହ ପାଳନ ହୋଇଯାଇଛି । ସୋମବାର ଦିଗପହଣ୍ଡି…

ପ୍ରବଳ ବର୍ଷାରେ ମୁମ୍ବାଇ ବେହାଲ;ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ, ୧୩ ମୃତ

ମୁମ୍ବାଇ,୭।୭: ମୁମ୍ବାଇ ଓ ଆଖପାଖ ଜିଲାରେ ୩/୪ ଦିନ ହେଲା ପ୍ରବଳ ବର୍ଷା ଲାଗିରହିଥିବାବେଳେ ଦେଶର ଆର୍ଥିକ ରାଜଧାନୀ ଏକପ୍ରକାର ଅଚଳ ହୋଇଯାଇଛି। ବର୍ଷାଜନିତ ଘଟଣାରେ ୧୩ଜଣଙ୍କ…

ଜେଲରେ ୨ ବିରୋଧୀ ଗୋଷ୍ଠୀ ମଧ୍ୟରେ ସଂଘର୍ଷ: ୨୫ ମୃତ

କଲମ୍ବୋ,୬ା୭(ପି.ଟି.):ଶ୍ରୀଲଙ୍କାର ପଶ୍ଚିମ ଉପକୂଳ ସହର ନେଗୋମ୍ବୋରସ୍ଥିତ ଏକ ଜେଲରେ ସଂଘର୍ଷ ଘଟି ୨୫ ଜଣଙ୍କ ମୃତ୍ୟୁ ଘଟିଥିବା କର୍ତ୍ତୃପକ୍ଷ ସୋମବାର କହିଛନ୍ତି। ସାମର୍ଥ୍ୟଠାରୁ ଅଧିକ ବନ୍ଦୀ ରହିଥିବା…

ଇନ୍ଦ୍ରାବତୀ ଜଳ ଭଣ୍ଡାରରୁ ମିଳିଲା ୨୭ କେଜିର ଭାକୁର

ଭବାନୀପାଟଣା,୬।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଇନ୍ଦ୍ରାବତୀ ବତୀ ଜଳ ଭଣ୍ଡାର କେବଳ ଜଳସେଚନ କି ବିଦ୍ୟୁତ ଉତ୍ପାଦନ ପାଇଁ ନୁହେଁ ବରଂ ମାଛ ଉତ୍ପାଦନ ପାଇଁ…

ଯୁବକଙ୍କୁ ଆକ୍ରମଣ ମାମଲା: ଜେଲ୍‌ ଗଲେ ଅଭିଯୁକ୍ତ

ରିଷିଡା,୬।୭(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରିଷିଡା ଫାଣ୍ଡି ଅଧୀନ ବଡଡୁଙ୍ଗୁରୀଗୁଡା ଗ୍ରାମରେ ରବିବାର ଅପରାହ୍ନରେ ଘଟିଥିବା ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ଜଣେ ଯୁବକଙ୍କୁ ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri