ଡିଏଚ୍‌ଏଚ୍‌ ଲିଫ୍ଟରେ ନାବାଳିକାଙ୍କୁ ଅସଦାଚରଣ

ନୟାଗଡ଼,୯।୨(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ(ଡିଏଚ୍‌ଏଚ୍‌) ଲିଫ୍ଟରେ ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ ସଫେଇ କର୍ମଚାରୀ ଅସଦାଚରଣ କରିଛନ୍ତି। ଏହି ଘଟଣା ଜଣାପଡିବା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି। ନାବାଳିକା ଲିଫ୍ଟରେ ଚେତାଶୂନ୍ୟ ହେବାପରେ ଅଭିଯୁକ୍ତ ସ୍ବାସ୍ଥ୍ୟ କର୍ମଚାରୀ ଲିଫ୍ଟ ଛାଡି ପଳାଇ ଯାଇଛନ୍ତି। ରୋଗଣୀ ମା’ପାଇଁ ନିରାମୟ କେନ୍ଦ୍ରରୁ ଔଷଧ ଆଣିବାକୁ ଲିଫ୍ଟରେ ଯାଉଥିବାବେଳେ ନାବାଳିକାଙ୍କ ସହ ଏଭଳି ଘଟଣା ଘଟିଛି।
ଏନେଇ ନୟାଗଡ଼ ଟାଉନ ଥାନାରେ ପୀଡ଼ିତାଙ୍କ ବାପା ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ କୁହାଯାଉଥିବା ନୂଆଗାଁ ଥାନା ମହିପୁର ଗାଁର ପ୍ରତାପ କୁମାର ନାହାକ(୪୦)ଙ୍କୁ ପୋଲିସ ଅଟକ ରଖି ପଚରାଉଚୁରା କରୁଛି।
ଅଭିଯୋଗ ଅନୁଯାୟୀ, ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ଅଞ୍ଚଳର ଜଣେ ମହିଳାଙ୍କ ୨ କିଡ୍‌ନୀ ଖରାପ ହୋଇଯାଇଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଗତ ୨୩ ତାରିଖରେ ଭର୍ତ୍ତି କରାଯାଇଥିଲା। ସେ ଏବେ ମେଡିସିନ ୱାର୍ଡରେ ଚିକିତ୍ସିତ ହେଉଛନ୍ତି। ତାଙ୍କର ସେବା କରିବା ପାଇଁ ପାଖରେ ୧୫ ବର୍ଷର ଝିଅ ଅଛନ୍ତି।
ବୁଧବାର ରାତି ପ୍ରାୟ ୯ଟାରେ ମା’ଙ୍କ ପାଇଁ ଔଷଧ ନେବାକୁ ଝିଅ ଲିଫ୍ଟରେ ତଳ ମହଲାର ନିରାମୟ କେନ୍ଦ୍ରକୁ ଆସୁଥିଲେ। ଏହି ସମୟରେ ଜିଲା ମୁଖ୍ୟ ଚିକିତ୍ସାଳୟର ସଫେଇ କର୍ମଚାରୀ ପ୍ରତାପ ଲିଫ୍ଟରେ ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ କରିବା ସହ ତାଙ୍କ ଶରୀରର ବିଭିନ୍ନ ଅଙ୍ଗକୁ ସ୍ପର୍ଶ କରିଥିଲେ । ପୀଡ଼ିତା କାନ୍ଦିବାରୁ ମା’ ଓ ଝିଅକୁ ହତ୍ୟା ଧମକ ଦେଇ ପ୍ରତାପ ତାଙ୍କ ସହ ଅସଦାଚରଣ କରିଥିଲେ। ଏପରି ପରିସ୍ଥିତିରେ ପୀଡ଼ିତା ଲିଫ୍ଟରେ ଅଚେତ ହୋଇ ପଡ଼ିବାରୁ ପ୍ରତାପ ଭୟରେ ପଳାଇ ଯାଇଥିଲେ । କେତେଜଣ ଲୋକ ପୀଡ଼ିତାଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ନାବାଳିକା ୨ ଦିନ ହେଲା ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।
ଏନେଇ ପୀଡ଼ିତାଙ୍କ ବାପା କୁହନ୍ତି, ଜିଲା ମୁଖ୍ୟ ଚିକିତ୍ସାଳୟରେ ଅସଦାଚରଣ ଓ ବଳାତ୍କାର ଉଦ୍ୟମ ପରି ଘଟଣା ଛୋଟ କଥା ନୁହେଁ । ଏଭଳି ଘଟଣା ପରେ ଲିଫ୍ଟରେ ଯିବାକୁ ଝିଅ ବୋହୂମାନେ ଭୟ କଲେଣି । ପୋଲିସ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚୁରା କରୁଛି । ତେବେ ଅଭିଯୁକ୍ତଙ୍କୁ ଚାକିରିରୁ ବହିଷ୍କାର କରାଯିବା ସହ କଠୋର ଦଣ୍ଡରେ ଦଣ୍ଡିତ କରିବାକୁ ସେ ଅନୁରୋଧ କରିଛନ୍ତି । ନୟାଗଡ଼ ଟାଉନ ଥାନା ଆଇଆଇସି ବିଜୟା ସାହୁ ଓ ନୟାଗଡ଼ ଏସ୍‌ଡିପିଓ ସ୍ନେହାଶିଷ ସାହୁ କୁହନ୍ତି, ଅଭିଯୋଗ ପରେ ପୋଲିସ ସଫେଇ କର୍ମଚାରୀ ପ୍ରତାପଙ୍କୁ ଅଟକ ରଖି ପଚରାଉଚୁରା କରୁଛି । ଶୁକ୍ରବାର ଉଭୟଙ୍କୁ ଡାକ୍ତରୀ ମାଇନା କରାଯିବ । ଏ ସଂକ୍ରାନ୍ତରେ ଏକ ମାମଲା(ନଂ.୪୫/୨୪)ରୁଜୁ କରାଯାଇ ତଦନ୍ତ ଚାଲିଛି ବୋଲି ଉଭୟେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟାଜଳ ପରିଚାଳନାରେ ଅବହେଳା ଅଭିଯୋଗ: ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଥାନାରେ ଏତଲା

ଭଞ୍ଜନଗର, ୧୭/୧୧ (ବାବୁଲା ପ୍ରଧାନ): ଗତ ଅକ୍ଟୋବର ୨୯ ତାରିଖରେ ଭଞ୍ଜନଗର ଅଞ୍ଚଳରେ ଘଟିଥିବା ଭୟାବହ ବନ୍ୟା ପାଇଁ ବିଭିନ୍ନ ଜଳଭଣ୍ଡାରର ଜଳ ପରିଚାଳନାରେ ଅବହେଳା ଏବଂ…

IPL 2027 trade: ରାଜସ୍ଥାନ ରୟାଲ୍ସରୁ ଖେଳିବେ ଶାମି, ସାମ୍‌ କୁରାନଙ୍କୁ କିଣିଲା…

ନୂଆଦିଲ୍ଲୀ,୧୭ା୧୧: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିିଏଲ୍‌) ୨୦୨୭ ସିଜନରେ ରାଜସ୍ଥାନ ରୟାଲ୍ସରୁ ଖେଳିବେ ଭେଟେରାନ ଭାରତୀୟ ପେସ୍‌ ବୋଲର ମହମ୍ମଦ ଶାମି। ସେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସରୁ…

ସନ୍ୟାସକୁ ନେଇ ଭାବୁକ ହେଲେ ଧୋନୀ, ସୋସିଆଲ ମିଡିଆରେ ଭିଡିଓ ଛାଡି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୭।୧୧: ଚେନ୍ନାଇ ସୁପର କିଙ୍ଗ୍ସ, ମହାନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ସନ୍ନ୍ୟାସର ଘୋଷଣା କରିସାରିଥିଲା। ଯାହାପରେ ସମସ୍ତେ ଧୋନୀଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ଅପେକ୍ଷା କରି…

ତିକ୍ଷୀରିରେ ବୁଲିଲା ବୁଲଡୋଜର୍: ୧୨୪ ଜବରଦଖଲ ଗୃହ ଉଚ୍ଛେଦ ଅଭିଯାନ

ମହାକାଳପଡ଼ା, ୧୭/୧୧ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଅନ୍ତର୍ଗତ ବହୁଚର୍ଚ୍ଚିତ ତିକ୍ଷୀରି ପଞ୍ଚାୟତର ଟିଖିରୀ ମୌଜାରେ ସରକାରୀ ଜମି ଜବରଦଖଲ କରି ନିର୍ମାଣ…

ବାତ୍ୟାକୁ ନେଇ ୨ଦିନ ସ୍କୁଲ ଛୁଟି ଘୋଷଣା, ଜାଣନ୍ତୁ କେଉଁଠି?

ଭୁବନେଶ୍ୱର, ୧୭।୧୧: ଆସୁଛି ବାତ୍ୟା ଅକୱାନ୍ । ଆଜି ରାତି ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହୋଇପାରେ ବାତ୍ୟା । ବାତ୍ୟାର ନୂଆ ଟ୍ରାକ୍ ମଧ୍ୟ ଜାରି…

କଣ୍ଟିଲୋ ନୀଳମାଧବ ଜୀଉଙ୍କ ପୀଠରେ ଧୁମ୍‌ଧାମ୍‌ରେ ପାଳିତ ହେଲେ ଗୋଷ୍ଠାଷ୍ଟମୀ

ଖଣ୍ଡପଡ଼ା,୧୭ା୧୧(ଅଜୟ କୁମାର ମହାରଣା): ନୟାଗଡ଼ ଜିଲା ଖଣ୍ଡପଡା, ଖଳିସାହି, କୋସକା, ଜଗନ୍ନାଥପ୍ରସାଦ, ବେଣାଗାଡିଆ, ସିଧାମୂଳା, ଶାଳଝରିଆ ଆଦି ଅଞ୍ଚଳରେ ମଙ୍ଗଳବାର ଗୋଷ୍ଠାଷ୍ଟମୀ ଉତ୍ସବ ପାରମ୍ପରିକ ରୀତିରେ ଅନୁଷ୍ଠିତ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିବ ୧୧କୋଟି ଦରମା? ଆଇପିଏଲ ୨୦୨୭ ରେ ମିଳିବ କୋଟି କୋଟି ଟଙ୍କା!

ନୂଆଦିଲ୍‌ଲୀ,୧୭।୧୧: ବୈଭବ ସୂର୍ଯ୍ୟବଂଶୀଙ୍କୁ ରାଜସ୍ଥାନ ରୟାଲ୍ସ ୨୦୨୫ ମେଗା ଅକ୍ସନରେ ୧ କୋଟି ୧୦ ଲକ୍ଷ ଟଙ୍କାରେ କିଣିଥିଲା। ସେତେବେଳେ ବୈଭବଙ୍କ ବୟସ ୧୪ ବର୍ଷ ଥିଲା,…

VIDEO: CSK ମାଲିକାଣୀଙ୍କ ବଡ଼ ଖୁଲାସା, ଧୋନୀ ହିଁ କହିଥିଲେ ସନ୍ୟାସ ନେବାକୁ, ଆଉ ସେହି ସମୟରେ ସମ୍ଭାଳିପାରିଲାନି…

ନୂଆଦିଲ୍ଲୀ,୧୭।୧୧: ଚେନ୍ନାଇ ସୁପର କିଙ୍ଗ୍ସ (CSK) ର ମାଲିକାଣୀ ରୁପା ଗୁରୁନାଥ କୁହନ୍ତି ଯେ ଗତ ଶନିବାର, ତିନି ଦିନ ପୂର୍ୱେ ଏମ.ଏସ. ଧୋନୀ, CSK ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?