୨ଦିନରେ ୩ ଜୀବନ ନେଇଗଲେ ନାବାଳକ

ଭଦ୍ରକ,୨୧ା୬(ସନାତନ ରାଉତ): ଜଣେ ୧୫ ବର୍ଷୀୟ ନାବାଳକ ଦୁଇଦିନରେ ୩ଜଣଙ୍କ ଜୀବନ ନେଇଯାଇଛନ୍ତି। ପ୍ରଥମେ ନିଜ ଆଈଙ୍କୁ ମାରି ଦେବା ପରେ ଜଣେ ମହିଳା ଓ ତାଙ୍କ ଝିଅକୁ ନିର୍ମମ ଭାବେ ହତ୍ୟା କରିଛନ୍ତି। ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ଗଣିଜାଙ୍ଗ ପଞ୍ଚାୟତରେ। ବୁଧବାର ମା’ ଝିଅ ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତ ନାବାଳକ ଥାନାରେ ଅଟକ ଥିବାବେଳେ ଗୁରୁବାର ଏକ ବୁଦାମୂଳରୁ ତାଙ୍କ ଆଈଙ୍କ ମୃତଦେହ ମିଳିଛି। ପୋଲିସର ପଚରାଉଚରା ବେଳେ ସେ ନିଜ ଆଈଙ୍କୁ ହତ୍ୟା କରିଥିବା ସ୍ବୀକାର କରିଛନ୍ତି। ମଙ୍ଗଳବାର ସେ ଓ ତାଙ୍କ ଆଈ ମାମୁଘରୁ ଫେରୁଥିଲେ। ଉକ୍ତ ରାସ୍ତାରେ ସେ ତାଙ୍କୁ ୨୦ଟଙ୍କା ମାଗିଥିଲେ। କିନ୍ତୁ ସେ ନ ଦେବାରୁ ଯୁକ୍ତିତର୍କ ହୋଇଥିଲା। ଆଈ ପାଖରେ ୨ହଜାର ଟଙ୍କା ଥିବା ସେ ପୂର୍ବରୁ ଦେଖିଥିଲେ। ଟଙ୍କା ନ ଦେବାରୁ ସେ ରାଗିଯାଇ ତାଙ୍କ ତଣ୍ଟି ଚିପି ହତ୍ୟା କରିଥିବା ପୋଲିସ ଆଗରେ ମାନିଛନ୍ତି।
ପ୍ରକାଶ ଯେ, ଗଣିଜାଙ୍ଗ ପଞ୍ଚାୟତର ବଙ୍ଗାଳିସାହି ନିକଟସ୍ଥ ଏକ ବିଲ ମଝିରୁ ବୁଧବାର ଅପରାହ୍ନରେ ମା’ ଝିଅଙ୍କ ମୃତଦେହ ମିଳିଥିଲା। ମହିଳାଙ୍କ ମୃତଦେହ ଉଲଗ୍ନ ଅବସ୍ଥାରେ ବିଲ ମଝିରେ ପଡ଼ିଥିବା ବେଳେ ତାଙ୍କ ୬ବର୍ଷୀୟା ଝିଅର ମୃତଦେହ ଏକ ପୋଲ ତଳୁ ମିଳିଥିଲା। ଏହି ଘଟଣାରେ ଅଭିଯୁକ୍ତ ନାବାଳକଙ୍କୁ ପୋଲିସ ଥାନାରେ ଅଟକ ରଖିଛି। ଗୁରୁବାର ଉକ୍ତ ସ୍ଥାନରେ ବୁଦାମୂଳରୁ ଆଉ ଏକ ମୃତଦେହ ମିଳିବା ପରେ ଅଭିଯୁକ୍ତ ନାବାଳକଙ୍କ ଆଈ ଶ୍ରୀମତୀ ମୁଣ୍ଡା(୬୦) ବୋଲି ଜଣାପଡ଼ିଥିଲା। ନାବାଳକ ତାଙ୍କ ଆଈଙ୍କୁ ହତ୍ୟା କରିଥିବା ସ୍ବୀକାର କରିବା ପରେ ଭଦ୍ରକ ସଦର ଏସ୍‌ଡିପିଓ ସୌରଭ ଓତା ଏବଂ ଗ୍ରାମାଞ୍ଚଳ ଥାନା ଅଧିକାରୀ ଅମିତାଭ ଦାଶ ତାଙ୍କୁ ସାଙ୍ଗରେ ନେଇ ଉକ୍ତ ସ୍ଥାନରୁ ମୃତଦେହ ଜବତ କରିଥିଲେ। ଅପରପକ୍ଷେ ମା’ ଝିଅ ହତ୍ୟାକାଣ୍ଡ ଘଟଣାରେ ମୃତ ମହିଳାଙ୍କ ସ୍ବାମୀ ରାଜୁ ମୁଣ୍ଡାଙ୍କ ଅଭିଯୋଗକ୍ରମେ ଗ୍ରାମାଞ୍ଚଳ ଥାନାରେ ଏକ ହତ୍ୟା ମାମଲା (ନଂ.୪୦୮/୨୪) ରୁଜୁ କରାଯାଇଛି। ମଜୁରି ଟଙ୍କାକୁ ନେଇ ରାଜୁଙ୍କ ସ୍ତ୍ରୀ ସୁକାନ୍ତି ଓ ନାବାଳକଙ୍କ ମଧ୍ୟରେ ପୂର୍ବରୁ ଝଗଡ଼ା ହୋଇଥିଲା। ବୁଧବାର ବରପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପାଖରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିବା ବେଳେ ସେମାନେ ମଦ ପିଇଥିଲେ। ପୂର୍ବ ଝଗଡ଼ାକୁ କେନ୍ଦ୍ରକରି ନାବାଳକ ଜଣକ ସୁକାନ୍ତି ଓ ତାଙ୍କ ଝିଅ ମିନିଙ୍କୁ ତଣ୍ଟି ଚିପି ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ନାବାଳକ ୩ଜଣଙ୍କୁ ହତ୍ୟା କରିଥିବା ବେଳେ ଏଥିରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ସେ ଦିଗରେ ଅଧିକ ତଦନ୍ତ ଚାଲିଛି ବୋଲି ଏସ୍‌ଡିପିଓ କହିଛନ୍ତି। ପ୍ରକାଶଥାଉ କି, ଗ୍ରାମାଞ୍ଚଳ ଥାନା ଅଧୀନ ଜଳଙ୍ଗାର ରାଜୁ ତାଙ୍କ ପରିବାର ସହ ଗଣିଜାଙ୍ଗ ପଞ୍ଚାୟତ ବଣିଆଗୁଡ଼ିରେ ରହି ଶ୍ରମିକ ଭାବେ କାର୍ଯ୍ୟ କରନ୍ତି। ତାଙ୍କ ସ୍ତ୍ରୀ ସୁକାନ୍ତି ଦିନମଜୁରିଆ ଭାବେ ସ୍ଥାନୀୟ ଅଞ୍ଚଳରେ କାମ କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?