କଦଳୀ ଚାଷ କରି ଲକ୍ଷପତି

ନୂଆପଡା,୫।୪ (ମକାରୁ ବେମାଲ):ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ମିଛାପାଲି ପଞ୍ଚାୟତ ବରକୋଟ ଗାଁର ଚାଷୀ କଦଳୀ ଚାଷ କରି ନିଜେ ସ୍ବାବଲମ୍ବୀ ହୋଇ ଅନ୍ୟକୁ ରୋଜଗାର ଯୋଗାଉଛନ୍ତି। ୧୦ ପରିବାର ଦାଦନ ଯାଉଥିଲେ କଦଳୀ ଚାଷ କଲା ପରେ ଗାଁରେ କାମ କରି ପରିବାର ପୋଷଣ କରୁଛନ୍ତି। ଆଗ ଛତିଶଗଡରୁ କଦଳୀ ଆସୁଥିଲା, ଏବେ ଛତିଶଗଡକୁ ଯାଉଛି। ବରକୋଟ ଗାଁର ଲୋକେ ପାରମ୍ପରିକ ଚାଷ ଧାନ, ମାଣ୍ଡିଆ, ଗୁର୍ଜି, ବିରି, ମୁଗ, ହରଡ ଭଳି ଚାଷ କରି ଆସୁଥିଲେ ା ଏହି ଚାଷମାନଙ୍କରେ ଆୟ କମ ହେଉଥିବାରୁ ପନିପରିବା ଚାଷ ଆରମ୍ଭ କରିଥିଲେ ା ଭଲ ଦୁଇ ପଇସା ରୋଜଗାର ଆଶାରେ ଚାଷୀ ପନିପରିବା ଚାଷ ଆଳୁ,ପିଆଜ,ବାଇଗଣ,ପାତଳଘଂଟା, ଲଙ୍କା, ଭେଣ୍ଡି, କଲରା, ପୋଟଳ, ଝୁଲେର ଇତ୍ୟାଦି ଭଳି ଚାଷ କରି ଭଲ ହୋଇଥିଲେ ମଧ୍ୟ ସାଇତି ରଖିବା ପାଇଁ ଶୀତଳଭଣ୍ଡାର କିମ୍ବା ମଣ୍ଡି ବ୍ୟବସ୍ଥା ନ ଥିବାରୁ ଖୁଚୁରା ବେପାରୀଠାରେ କମ ଦରରେ ବିକ୍ରୟ କରୁଥିଲେ ା ଯାହା ବଳକା ରହୁଥିଲା ତାହା ପଚିସଢି ନଷ୍ଟ ହୋଇଯାଉଥିବାରୁ ଚାଷୀଙ୍କୁ କ୍ଷତି ସହିବାକୁ ପଡେ ା ନୂଆପଡା ଉଦ୍ୟାନ ବିଭାଗ ଅଧିକାରୀମାନେ ଏହି ଚାଷ ସହ କଦଳୀ ଚାଷ କରି ଅଧିକ ଲାଭବାନ ହେବ। ୫ ଜଣ ଚାଷୀଙ୍କୁ ଏକା ସାଙ୍ଗରେ ବିହନ ଯୋଗାଇ ଦିଆଯିବ ବୋଲି କହିବାରୁ ଗାଁର ୫ଜଣ ଚାଷୀ ବାବୁଲାଲ ସାହୁ, ଗୁଣନିଧି ସାହୁ, ଧନୁ ସାହୁ, ଭାନୁମତି ସାହୁ ଓ ସଞ୍ଜୟ ସାହୁ ନିଜ କାଗଜାତ ସବୁ ଉଦ୍ୟାନ ବିଭାଗ ନର୍ସରୀ ତରବୋଡକୁ ଯାଇ ଦେଲେ। ଉଦ୍ୟାନ ବିଭାଗ ତରଫରୁ ୨୦୨୩ ମାର୍ଚ୍ଚରେ ଜଣେ ଚାଷୀଙ୍କୁ ଏକର ପ୍ରତି ଜମି ପାଇଁ ୧,୨୩୪ ଲେଖାଏ କଦଳୀ ଚାରା ଓ ପାଣି ଦେବା ପାଇଁ ଡ୍ରିପ ମାଗଣାରେ ଦେଇ ୯ ହଜାର ଟଙ୍କା ଲେଖାଏ ଚାଷ କାର୍ଯ୍ୟରେ ଲଗାଇବା ପାଇଁ ସହାୟତା ରାଶି ୫ ଜଣ ଚାଷୀଙ୍କୁ ଦେଇଥିଲେ। ଚାଷୀ ଗତ ମାର୍ଚ୍ଚରେ ଚାରା ଲଗାଇ ବର୍ତ୍ତମାନ ଅମଳ କରି ବିକ୍ରୟ କରୁଛନ୍ତି ା କଦଳୀ ଚାଷ ଗୋଟିଏ ବର୍ଷ ଭିତରେ ଅମଳ ହୋଇ ଯାଇଥାଏ ା ଗୋଟିଏ କେଣ୍ଡାରେ ୨୫ ରୁ ୩୫ କିଲୋଗ୍ରାମ କଦଳୀ ବାହାରୁଛି ା ଏକରକୁ ୩୦ ରୁ ୩୫ ଶହ କୁଇଣ୍ଟାଲ କଦଳୀ ଉପତ୍ାଦନ କରୁଛନ୍ତି। କଦଳୀ ପାଇଁ ସ୍ବତନ୍ତ୍ର ବଜାର ନ ଥିବାରୁ ଖୁଚୁରା ବେପାରୀଠାରେ ୧୨ ରୁ ୧୫ ଟଙ୍କା ଭିତରେ ବିକ୍ରୟ କରୁଛନ୍ତି। ୧୫ ଟଙ୍କାରେ ବିକ୍ରୟ କଲେ ମଧ୍ୟ ଜଣେ ଚାଷୀ ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ରୋଜଗାର କରି ଲାଭବାନ ହୋଇଛନ୍ତି। ଶିତଳ ଭଣ୍ଡାର ନ ଥିବାରୁ କମ ଦରରେ ଚାଷୀ ବିକ୍ରୟ କରି ଦେଉଛି। ରଖିବା ପାଇଁ ଉପଯୁକ୍ତ ସ୍ଥାନ ଥିଲେ ଚାଷୀ ଅଧିକ ଲାଭବାନ ହୋଇ ପାରନ୍ତା। କମ ଦରରେ ବିକ୍ରୟ କରି ମଧ୍ୟ ଭଲ ଆଦାୟ ହୋଇଛି ବୋଲି ଚାଷୀମାନେ ମଧ୍ୟ ଖୁସିବ୍ୟକ୍ତ କରିଛନ୍ତିି। ଉଦ୍ୟାନ ବିଭାଗର ଅଧିକାରୀମାନଙ୍କୁ ସାଧୁବାଦ ଜଣାଇଛନ୍ତି। କଦଳୀ ଚାଷ ଦ୍ୱାରା ନିଜେ ଉପକୃତ ହେବା ସହ ଗାଁର ୧୦ ପରିବାରର ଲୋକ ଉପକୃତ ହେଉଛନ୍ତି। ଶ୍ରମିକମାନେ ଦାଦନ ଯାଉଥିଲେ। କଦଳୀ ଚାଷ କଲା ପରେ କାମ କରି ଦାଦନ ଯିବା ଛାଡି ଦେଇଛନ୍ତି। ସବୁବେଳେ ୧୦ ଜଣ ଶ୍ରମିକ କାମ କରୁଛନ୍ତି। ଅଞ୍ଚଳର ଲୋକେ ସତେଜ କଦଳୀ କମ ଦରରେ ପାଉଛନ୍ତି ଓ ଖରିଆର ରୋଡର ବେପାରୀମାନେ କୁଇଣ୍ଟାଲ, କୁଇଣ୍ଟାଲ କଦଳୀ ଗାଡିରେ ନେଇ ଛତିଶଗଡ ରାଜ୍ୟ ବାଗବାହାରା, ମହାସମୁନ୍ଦ, ଆରଙ୍ଗ, କୋମାଖାନ ଭଳି ସ୍ଥାନକୁ ପଠାଉଛନ୍ତି। ସବୁ ଚାଷୀଙ୍କ ପାଇଁ ଶିତଳଭଣ୍ଡାର ଓ ମଣ୍ଡିର ବ୍ୟବସ୍ଥା କରାଯାଉ ବୋଲି ଚାଷୀମାନେ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ ଜିଲା ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ ହରେକୃଷ୍ଣ ହାଁସଦାଙ୍କୁ ପଚାରିବାରୁ ଆମେ ପାରମ୍ପାରିକ ଚାଷ ଛାଡି ଅର୍ଥକାରୀ ଫସଲ ଚାଷ କରିବା ପାଇଁ ଉପଦେଶ ଦେଇଥିଲୁ। ସୁନାବେଡା ଅଭୟାରଣ୍ୟ ପାଦଦେଶରେ ଥିବା ବରକୋଟ ଗାଁରେ ୫ ଜଣ ଚାଷୀ କଦଳୀ ଚାଷ କରିଛନ୍ତି। ଏକରକୁ ୪/୫ ଲକ୍ଷ ଟଙ୍କା ଲାଭ ହେବ ବୋଲି କହିଥିଲୁ। ଚାଷୀ ସେତିକି ଲାଭ ମଧ୍ୟ ପାଇଛନ୍ତି। ଆଗକୁ ମଧ୍ୟ ଉଦ୍ୟାନ ବିଭାଗ ତରଫରୁ ସହାୟତା ଦିଆଯିବ ବୋଲି କହିଛନ୍ତିା


Enter your email to get our daily news in your inbox.

All Right Reserved By Dharitri.Com

ବୁରୁଡ଼ି ଗ୍ରାମକୁ ନିର୍ମାଣ ହେବ ସ୍ଥାୟୀ ପକ୍କା ରାସ୍ତା: ସ୍ଥିତି ପରଖିଲେ ବିଡ଼ିଓ, ଖୁସି ପ୍ରକାଶ କଲେ…

ଗୁଡ଼ାରି, ୧୯/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍ ଅନ୍ତର୍ଗତ କଦମା ଗ୍ରାମପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ବୁରୁଡ଼ି ଗ୍ରାମବାସୀଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ହେବାକୁ…

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ମୁଜାଗଡ଼ରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ମହୋତ୍ସବ: ଚମକିଲେ ଯୁବ କ୍ରୀଡ଼ାବିତ୍‌, କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର

ମୁଜାଗଡ଼, ୧୯/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଶନିବାର ମୁଜାଗଡ଼ସ୍ଥିତ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ପାର୍ବଣ ଆସୁଛି, ଚୋରା ମଦ ବିକ୍ରି ବଢ଼ୁଛି: ଡବେରୀ ଗ୍ରାମବାସୀଙ୍କ ଚିନ୍ତା, ଆଇଆଇସିଙ୍କୁ ଭେଟି ଦେଲେ ଦାବିପତ୍ର

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡବେରୀ ଗ୍ରାମରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ…

କ୍ରସର ବେଲ୍ଟ ଭିତରେ ଲୁଚା ହୋଇଥିଲା ଗଞ୍ଜେଇ: ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡ଼ିଲେ, ୫୬ କେଜି ଗଞ୍ଜେଇ ସହ ୪ ଗିରଫ

ବ୍ରହ୍ମପୁର, ୧୯।୯ (ସୁବାସ ଚନ୍ଦ୍ର ପାଢ଼ୀ): ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ବ୍ରହ୍ମପୁର ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ତେବେ ଅବକାରୀ…

ଶେଶାନନ୍ଦଙ୍କ ଜନ୍ମୋତ୍ସବକୁ ନିଆରା ଢଙ୍ଗରେ ପାଳିଲା ଲୋହରାଖଣ୍ଡି ସାହିତ୍ୟ ସଂସଦ

ଭଞ୍ଜନଗର, ୧୯।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀ ଜଗନ୍ନାଥ ରିସର୍ଟଠାରେ ଶନିବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବ୍ଲକର ବରିଷ୍ଠ କର୍ମଚାରୀ ଶେଶାନନ୍ଦ ଆରୁଖଙ୍କ ଜନ୍ମଦିନ ଏକ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?