ଶାନ୍ତି ପଦଯାତ୍ରାରେ ବିଶ୍ୱଶାନ୍ତିର ବାର୍ତ୍ତା

ଭୁବନେଶ୍ୱର,୨୮।୧୦(ବ୍ୟୁରୋ):ଧଉଳି ଶାନ୍ତିସ୍ତୂପର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଶୁକ୍ରବାରଠାରୁ ଆରମ୍ଭ ହେବ। ଏଥିପାଇଁ ବିଶ୍ୱର ବିଭିନ୍ନ ଦେଶରୁ ବୌଦ୍ଧ ସନ୍ନ୍ୟାସୀଙ୍କ ସମାଗମ ହୋଇଛି। ଗୁରୁବାର ଏହି ବୌଦ୍ଧ ସନ୍ନ୍ୟାସୀମାନେ ଶାନ୍ତି ପଦଯାତ୍ରା ମାଧ୍ୟମରେ ଭୁବନେଶ୍ୱରରୁ ବିଶ୍ୱଶାନ୍ତିର ବାର୍ତ୍ତା ଦେଇଛନ୍ତି। ସକାଳ ପ୍ରାୟ ୯ଟାରେ ଭୁବନେଶ୍ୱର ସର୍କିଟ୍‌ ହାଉସ୍‌ଠାରେ ଅତିରିକ୍ତ ଜିଲାପାଳ ପ୍ରଫୁଲ୍ଲ କୁମାର ସ୍ବାଇଁଙ୍କ ଉପସ୍ଥିତିରେ ଜାପାନର ବୌଦ୍ଧ ଭିକ୍ଷୁ ଟାକା ଓ ଟାକାଡୋ ଅତିଥି ଭାବେ ଯୋଗଦେଇ ଏହି ଶାନ୍ତି ପଦଯାତ୍ରାକୁ ଉଦ୍‌ଘାଟନ କରିଥିଲେ। ଏହି ପଦଯାତ୍ରାରେ ଆମେରିକା, ୟୁକ୍ରେନ୍‌, ଜାପାନ ଆଦି ବିଭିନ୍ନ ଦେଶରୁ ଆସିଥିବା ବୌଦ୍ଧ ଭିକ୍ଷୁ, ସନ୍ନ୍ୟାସୀ ଓ ସାଧୁସନ୍ଥମାନେ ଯୋଗ ଦେଇଥିଲେ। ବୌଦ୍ଧ ଭିକ୍ଷୁ ଓ ଅତିଥିମାନେ ଢୋଲ ବାଦନ ପୂର୍ବକ ଶାନ୍ତି ମନ୍ତ୍ର ‘ନା-ମ୍ୟୁ-ମ୍ୟୋ-ହୋ-ରେନ୍‌-ଗେ-କ୍ୟୋ…’ ଉଚ୍ଚାରଣ କରି ରାଜଭବନ ଛକ ଦେଇ ଏଜି ଛକ ପର୍ଯ୍ୟନ୍ତ ଆସିଥିଲେ। ଏହା ପରେ ସେମାନେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ସ୍ବତନ୍ତ୍ର ବସ୍‌ ଯୋଗେ ଧଉଳି ଛକରେ ପହଞ୍ଚତ୍ବା ପରେ ସେଠାରୁ ଧଉଳି ଶାନ୍ତିସ୍ତୁପ ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ। ଶାନ୍ତିସ୍ତୂପ ପଦଦେଶରେ ଥିବା ସମ୍ରାଟ ଅଶୋକଙ୍କ ଶିଳାଲେଖଠାରେ ପ୍ରାର୍ଥନା କରିଥିଲେ। ଖୋର୍ଦ୍ଧା ଜିଲା ପ୍ରଶାସନ ତଥା ଭୁବନେଶ୍ୱର ଉପଖଣ୍ଡ ପ୍ରଶାସନର ସମସ୍ତ ଅଧିକାରୀ ଓ ଅନ୍ୟ କର୍ମଚାରୀ ସହଯୋଗ କରିଥିଲେ। ଏହି ଅବସରରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ ଖୋର୍ଦ୍ଧା ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ବୌଦ୍ଧ ଭିକ୍ଷୁମାନଙ୍କୁ ସାକ୍ଷାତ କରିଥିଲେ। ସୂଚନାଯୋଗ୍ୟ, ରାଜ୍ୟ ସରକାର, କଳିଙ୍ଗ ନିପ୍ପନ ବୁଦ୍ଧ ସଂଘ ଓ ଧଉଳି ଉନ୍ନୟନ ପରିଷଦ କମିଟି ପକ୍ଷରୁ ଏହି ଜୟନ୍ତୀ ଅନୁଷ୍ଠିତ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନ୍ୟାସନାଲ ପେନଚାକ ପ୍ରତିଯୋଗିତା, ସ୍ବର୍ଣ୍ଣପଦକ ବିଜେତାଙ୍କୁ ଗଞ୍ଜାମରେ ସମ୍ବର୍ଦ୍ଧନା

ଗଞ୍ଜାମ,୨୩ା୯(ବିଦ୍ୟାଧର ସାହୁ ): ଲେହ ଲଦାଖରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ପେନଚାକ ସିଲାଟ ପ୍ରତିଯୋଗିତା 2026 ରେ ଓଡ଼ିଆ ପୁଅ ଶିବପ୍ରସାଦ ଜେନା ଗୋଲ୍ଡ ମେଡାଲ ହାସଲ…

ଆୟ ବର୍ହିଭୂତ ସମ୍ପତ୍ତି ଠାବ, PEO କାର୍ତ୍ତିକେଶ୍ୱର ବେହେରା ଗିରଫ

ବରଗଡ଼,୨୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା କଟାବାହାଲ ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) କାର୍ତ୍ତିକେଶ୍ୱର ବେହେରାଙ୍କୁ ଗିରିଫ କରିଛି ଭିଜିଲାନ୍ ଟିମ୍ । ତାଙ୍କ ଜଣାଶୁଣା ଆୟର…

କେସିଙ୍ଗାରେ ରେକର୍ଡ ବର୍ଷା, ଆତଙ୍କିତ ସ୍ଥାନୀୟ ବାସିନ୍ଦା

କେସିଙ୍ଗା,୨୩।୯(ତୁମେଶ୍ୱର ସାହୁ): ଲଘୁଚାପଜନିତ ବର୍ଷାରେ କେସିଙ୍ଗା ବ୍ଲକର ୨୬ଟି ଗ୍ରାମ ପଞ୍ଚାୟତରେ ଦୀର୍ଘ ଦୁଇଦିନ ଧରି ବର୍ଷା ଲାଗି ରହିଛି ।କେତେବେଳେ ବର୍ଷା ହେଉଛି ତ ଆଉ…

IPL ଅକ୍ସନ୍‌କୁ ନେଇ ବଡ଼ ଘୋଷଣା: ଡିସେମ୍ବରରେ ଏହି ସ୍ଥାନରେ ହେବ….

ନୂଆଦିଲ୍ଲୀ,୨୩।୯: IPLର ଆଗାମୀ ସିଜନ୍‌କୁ ନେଇ ପ୍ରସ୍ତୁତି ଜୋରଦାର ହେଉଥିବା ବେଳେ ଅକ୍ସନକୁ ନେଇ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । BCCI ସଚିବ ଦେବଜିତ ସାଇକିଆଙ୍କ…

ନାଗାବଳୀ କୂଳରେ ଝଲସୁଛି କାଶତଣ୍ଡି, ଧରାପୃଷ୍ଠକୁ ଆସିବେ ଜଗତଜନନୀ

କଲ୍ୟାଣସିଂହପୁର,୨୩ା୯(ଦୀପକ କୁମାର ପରିଡା ): ​ପ୍ରକୃତିର କୋଳରେ ଏବେ ଉତ୍ସବର ଋତୁ । ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ବେଲକନା ଗାଁ ନିକଟସ୍ଥ ନାଗାବଳୀ ନଦୀ…

ଗଞ୍ଜାମ ଜିଲାରେ ଲଗାଣ ବର୍ଷା; ମା’ ତାରାତାରିଣୀ ପାହାଡ଼ରୁ ଧସିଲା ମାଟି ଆତଡା-ପଥର ଖଣ୍ଡ

ପୁରୁଷୋତ୍ତମପୁର,୨୩ା୯(ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଦୁଇଦିନ ହେଲା ବର୍ଷା ଲାଗିରହିଛି । ଏହାର ପ୍ରଭାବରେ ଦକ୍ଷିଣ…

ଫୁଲୁଛି ତାମ୍ପରା ହ୍ରଦ, ତୁରନ୍ତ ଗେଟ୍‌ ଲଗାଇବାକୁ ଚାଷୀଙ୍କ ଦାବି

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ ପ୍ରଭାବରେ ଛତ୍ରପୁର ଏବଂ ଏହାର ଆଖପାଖ ଅଞ୍ଚଳରେ ତୁହାକୁତୁହା ବର୍ଷା ଲାଗିରହିଛି। ଛତ୍ରପୁର ଉପକଣ୍ଠରେ ଥିବା ତାମ୍ପରା…

IMD ଡିଜିଙ୍କ ବଡ଼ ସୂଚନା; ଆହୁରି ୨ ଦିନ ଛେଚିବ ବର୍ଷା, ଆଜି ରାତିରେ ଦକ୍ଷିଣ ଓଡ଼ିଶାରେ ହେବ….

ଭୁବନେଶ୍ବର,୨୩ା୯: ଗଭୀର ଅବପାତର ଗତି ନେଇ ବଡ଼ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଗଭୀର ଅବପାତର ଗତି ମନ୍ଥର ରହିଛି, ସେଥିପାଇଁ ବର୍ଷାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?