Posted inଫୁରସତ

ଫେସ୍‌ବୁକରେ ଫ୍ରେଣ୍ଡ୍‌ ରିକ୍ୱେଷ୍ଟ ଗ୍ରହଣ ନ କରିବାରୁ ଯୁବକ ନେଲେ ଏମିତି ପଦକ୍ଷେପ

ଆମେରିକାରେ ରହୁଥିବା ଜଣେ ଯୁବକ ତାଙ୍କର ପୂର୍ବତନ ମାଲିକଙ୍କୁ ଲଗାତର ମାରିଦେବାର ଧମକ ଦେଉଥିଲେ। ଫଳରେ ପୋଲିସ ତାଙ୍କୁ ଗିରଫ କରିଛି। କାରଣ ୨୯ ବର୍ଷୀୟ ସାଲେବ ବୁର୍ଜାକ୍‌ ଫେସ୍‌ବୁକ୍‌ରେ ତାଙ୍କ ପୂର୍ବତନ ମାଲିକଙ୍କୁ ଫେସ୍‌ବୁକରେ ଫ୍ରେଣ୍ଡ୍‌ ରିକ୍ୱେଷ୍ଟ ପଠାଇଥିଲେ। ମାତ୍ର ସେ ଗ୍ରହଣ କରି ନ ଥିଲେ। ଏଥିରେ ରାଗିଯାଇ ସାଲେବ ଦୁଇଦିନ ପରେ ତାଙ୍କୁ ହତ୍ୟା ଧମକ ଦେଇଥିଲେ।


ଆମେରିକାର ଉତ୍ତର ଡାକୋଟାରେ ରହୁଥିବା ସାଲେବ ତାଙ୍କ ଫେସ୍‌ବୁକ୍‌ ପ୍ରୋଫାଇଲରେ ଲେଖିଛନ୍ତି, ଜିଆର ଏନର୍ଜି ସର୍ଭିିସରେ ଓ୍ବେୟାରଲାଇନ୍‌ ଅପରେଟର ଭାବେ କାର୍ଯ୍ୟ କରନ୍ତି। ସେ ତାଙ୍କ ମାଲିକଙ୍କୁ ଏତେ ଘୃଣା କରନ୍ତି ଯେ, ତାଙ୍କ ଚାକିରି ପ୍ରୋଫାଇଲରେ ପୂର୍ବତନ ବସ୍‌ କେଲି ଡଙ୍କାନଙ୍କୁ ଗାଳି ଦେଇଛନ୍ତି। ଗତ ୨୪ ଡିସେମ୍ବରରେ ସାଲେବ ତାଙ୍କ ମାଲିକଙ୍କ ନିକଟକୁ ଫ୍ରେଣ୍ଡ୍‌ ରିକ୍ୱେଷ୍ଟ ପଠାଇଥିଲେ। ବସ୍‌ ଏହା ଗ୍ରହଣ ନ କରିବାରୁ ଠିକ୍‌ ଏହାର ଦୁଇଦିନ ପରେ ସେ ମାଲିକଙ୍କ ଧମକ ଦେଇଥିଲେ।

ସେ କହିଥିଲେ, ତୁମେ ଯଦି ମୋର ଫ୍ରେଣ୍ଡ୍‌ ରିକ୍ୱେଷ୍ଟକୁ ଗ୍ରହଣ ନ କର ମୁଁ ତୁମକୁ ଜୀବନରୁ ମାରିଦେବି। ତୁମ ପାଇଁ ମୁଁ ଏକ ପିକ୍‌ଅପ୍‌ ଭ୍ୟାନ୍‌ ବ୍ୟବହାର କରିବି। ଏହି ପୋଷ୍ଟରେ ଏକ ପିକ୍‌ଅପ୍‌ର ଫଟୋ ମଧ୍ୟ ଶେୟାର କରିଥିଲେ। ମାଲିକଙ୍କ ସହ ସେ ସ୍ନାପ୍‌ ଚାଟ୍‌ ଯୋଗେ ଅନେକ ବାର୍ତ୍ତାଳାପ କରିଛନ୍ତି। ଏସବୁକୁ ପୋଲିସ ଯାଞ୍ଚ କରି ହତ୍ୟା ଧମକ ଦେବା ଅଭିଯୋଗରେ ସାଲେବଙ୍କୁ ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଭୟରେ ଓ୍ବାଶିଂ ମେଶିନ୍‌ରେ ଧୋଇଲେ ୧୪ ଲକ୍ଷ, ଓଭାନ୍‌ରେ ଶୁଖାଇଲେ: ଆଉ ତା ପରେ..

ମହାମାରୀ କରୋନା ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି। ଏପରି ସ୍ଥିତିରେ ଭୂତାଣୁକୁ ନେଇ ମନରେ ଭୟ ଆସିବା ସ୍ବାଭାବିକ କଥା। ଲୋକମାନେ କରୋନାକୁ...

ବ୍ୟକ୍ତିତ୍ୱ: ଔପନ୍ୟାସିକ କିରନ୍‌ ନାଗରକର

ସ୍ବାଧୀନୋତ୍ତର ଭାରତବର୍ଷର ସାହିତ୍ୟକୁ ଯେଉଁ କେତେଜଣ ଲେଖକ ବିଶ୍ୱ ସାହିତ୍ୟ ପରିସରରେ ପହଞ୍ଚାଇଛନ୍ତି ସେମାନଙ୍କ ମଧ୍ୟରେ ଜଣେ କିରନ୍‌ ନାଗରକର। ଜଣେ ଭାରତୀୟ ଇଂଲିଶ ଲେଖକ...

ଅପରାଧୀ ପାଇଁ ଜେଲ୍‌

ମଣିଷ ଅପରାଧ କଲେ ହାଜତ ଯାଆନ୍ତି । ଦୋଷ ପାଇଁ ଦଣ୍ଡ ପାଆନ୍ତି । ତେବେ କଥା କହିପାରୁ ନ ଥିବା, ଭାବ ପ୍ରକାଶ କରିପାରୁ...

ସ୍କୁଲ ଖୋଲିଲା: ପ୍ଲାଷ୍ଟିକ୍‌ ଘରେ ପାଠ ପଢ଼ିଲେ ପିଲା

ବ୍ୟାଙ୍କକ୍‌, ୨୬।୮: କରୋନା ମହାମାରୀ ସଂକ୍ରମଣ ଯୋଗୁ ବହୁ ଦେଶରେ ସୁରକ୍ଷା ଦୃଷ୍ଟିରୁ ଲକ୍‌ଡାଉନ୍‌ ଜାରି ରହିଛି। ତେବେ ଇତିମଧ୍ୟରେ ଥାଇଲାଣ୍ଡରେ ସ୍କୁଲ ଖୋଲିଛି। ପିଲାମାନେ...

ବିଶ୍ୱର ସବୁଠାରୁ ବୟସ୍କ ପୁରୁଷ

ନୂଆଦିଲ୍ଲୀ: ବୟସ ବଢ଼ିବା ସହ ରୋଗ ଏବଂ ଦୁଃଖ ମଧ୍ୟ ବଢ଼ିଚାଲେ। ତେଣୁ ଗୋଡ଼ ହାତ ଚାଲି ସଂସାରରୁ ବିଦାୟ ନେବାକୁ ସମନ୍ତେ ଚାହାନ୍ତି। ହେଲେ...

ଥାନାରେ ପହଞ୍ଚତ୍ଲା ୫ ବର୍ଷ ତଳର ଗଧ ଚୋରି ମାମଲା; ମନ୍ଦିରରେ ସ୍ଥିର ହେଲା ମାଲିକାନା

ଭିଲ୍‌ବାଡା, ୫।୭- ଜମି, ସମ୍ପତ୍ତିକୁ ନେଇ ଦୁଇ ପକ୍ଷ ଲୋକଙ୍କ ମଧ୍ୟରେ ବିବାଦ ହୋଇଥିବା ଏକ ସାଧାରଣ କଥା। ଏହାର ସମାଧାନ ପାଇଁ ଲୋକେ ଥାନା,...

ସ୍ମାର୍ଟଫୋନ୍‌ ନ ଥିବା ପିଲାଙ୍କୁ ପଢ଼ାଇବାକୁ ଆସୁଛନ୍ତି ‘ସ୍ପିକର ଟିଚର’

ମୁମ୍ବାଇ, ୮।୯: କରୋନା ସଂକ୍ରମଣ ଯୋଗୁ ସ୍କୁଲ କଲେଜ ବନ୍ଦ ରହିଛି। ଏପରିସ୍ଥଳେ କେତେକ ସ୍କୁଲ ପକ୍ଷରୁ ଅନ୍‌ ଲାଇନ୍‌ ପାଠପଢ଼ା ଜାରି ରହିଛି। ତେବେ...

ବୁଲେଟ୍‌ର ଚାବି ନ ଥାଇ ଏମିତି ଷ୍ଟାର୍ଟ କରିଦେଲେ ଚୋର: ପୋଲିସ ଆଶ୍ଚର୍ଯ୍ୟ, ଦେଖନ୍ତୁ ଭିଡିଓ

ଆଜିକାଲିର ଯୁବପିଢି ବୁଲେଟ୍‌ ଚଢିବାକୁ ପସନ୍ଦ କରୁଛନ୍ତି। ଦାମ୍‌ ଅଧିକ ରହୁଥିଲେ ମଧ୍ୟ ଯୁବକମାନେ ଏହି ଗାଡି କିଣିବାକୁ ଅଭିଭାବକଙ୍କ ନିକଟରେ ଅଡି ବସନ୍ତି। ଦାମ୍‌...

Advertisement
Archives

Model This Week