Posted inଜାତୀୟ

ଗର୍ଭବତୀ ସ୍ତ୍ରୀଙ୍କୁ ସ୍କୁଟିରେ ବସାଇ ୧୨୦୦ କିମି ପରୀକ୍ଷା କେନ୍ଦ୍ରକୁ ନେଲେ ସ୍ବାମୀ

ରାଞ୍ଚି,୫ା୯: କରୋନା ମହାମାରୀ ଯୋଗୁ ସମଗ୍ର ଦେଶରେ ଗାଡ଼ିମୋଟର ଚଳାଚଳ ବର୍ତ୍ତମାନ ସୁଦ୍ଧା ସ୍ବାଭାବିକ ହୋଇନାହିଁ। ଯେତିକି ଗାଡ଼ି ଚାଲୁଛି ସେଥିରେ ଲୋକେ ମଧ୍ୟ ଯିବାକୁ ଭୟ କରୁଛନ୍ତି। ଏପରି ସ୍ଥିତିରେ ଝାଡ଼ଖଣ୍ଡର ଜଣେ ଯୁବକ ତାଙ୍କ ଗର୍ଭବତୀ ସ୍ତ୍ରୀଙ୍କୁ ସ୍କୁଟିରେ ବସାଇ ୧୨୦୦ କିଲୋମିଟର ଦୂର ପରୀକ୍ଷା କେନ୍ଦ୍ରକୁ ନେଇ ଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସରକାର ସହାୟତା ଦେବାକୁ ଆଗେଇ ଆସିଛନ୍ତି।
ସୂଚନାଯୋଗ୍ୟ, ଝାଡ଼ଖଣ୍ଡର ଗୋଣ୍ଡା ଜିଲାର ଟୋଲା ଗାଁ ବାସିନ୍ଦା ଧନଞ୍ଜୟ କମାର (୨୭) ୬ ମାସର ଗର୍ଭବତୀ ଥିବା ସ୍ତ୍ରୀ ସୋନି ହେମ୍ବ୍ରମଙ୍କୁ ସ୍କୁଟିରେ ବସାଇ ଡିଏଡ୍‌ (ଡିପ୍ଲୋମା ଇନ୍‌ ଏଜୁକେଶନ) ପରୀକ୍ଷା ଦେବାକୁ ଗ୍ବାଲିୟର ଆସିଥିଲେ। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଉକ୍ତ ଦମ୍ପତିଙ୍କୁ ପ୍ରଶାସନ ଆର୍ଥିକ ସହାୟତା କରିବାକୁ ଆଗେଇ ଆସିଥିଲେ। ଗ୍ବାଲିୟର ଜିଲା ପ୍ରଶାସନ ତୁରନ୍ତ ଏହି ଦମ୍ପତିଙ୍କୁ ସୁରକ୍ଷିତ ଭାବେ ଝାଡ଼ଖଣ୍ଡକୁ ଫେରାଇ ଦେବାରେ ଆର୍ଥିକ ସହାୟତା ପ୍ରଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ।
ଧନଞ୍ଜୟ କହିଛନ୍ତି, ଗ୍ବାଲିୟରର ଦେନ୍ଦାଲ ନଗରରେ ସେ ୧୫୦୦ ଟଙ୍କା ଦେଇ ୧୫ ଦିନ ପାଇଁ ଗୋଟିଏ ଘର ଭଡ଼ା ନେଇଥିଲେ। କାରଣ ତାଙ୍କ ସ୍ତ୍ରୀଙ୍କ ପରୀକ୍ଷା ସେପ୍ଟେମ୍ବର ୧୧ ପର୍ଯ୍ୟନ୍ତ ଚାଲିବ। ଗତ ଡିସେମ୍ବରରେ ସେ ସୋନିଙ୍କୁ ବିବାହ କରିଥିଲେ। ସୋନି କହିଛନ୍ତି, ତାଙ୍କର ପରୀକ୍ଷା ଦେବାକୁ ବହୁତ ଇଚ୍ଛା ଥିଲା। ମାତ୍ର ଯିବାଆସିବାରେ ଅସୁବିଧା ହେତୁ ପରୀକ୍ଷା ଦେବେନି ବୋଲି ନିଷ୍ପତ୍ତି ନେଇଥିଲେ। ସ୍ବାମୀଙ୍କ ସାହସ ଯୋଗୁ ସେ ପୁଣି ପରୀକ୍ଷା ଦେବାକୁ ମନସ୍ଥ କରିଥିଲେ। ସ୍ବାମୀଙ୍କ ସହ ସେ ସ୍କୁଟିରେ ବସି ପରୀକ୍ଷା କେନ୍ଦ୍ରକୁ ଆସିଥିଲେ।

ଅନ୍ୟପକ୍ଷରେ ମହିଳା ସଶକ୍ତିକରଣ ଅଧିକାରୀ ଶାଲିନ୍‌ ଶର୍ମା କହିଛନ୍ତି, ଏହି ଦମ୍ପତିଙ୍କୁ ରେଡକ୍ରସ ପକ୍ଷରୁ ୫ ହଜାର ଟଙ୍କା ପ୍ରଦାନ କରାଯାଇଛି। ଏହା ସହିତ ସେମାନଙ୍କୁ ନିରାପଦରେ ଗାଁକୁ ପଠାଯିବ। ସୋନି ଗର୍ଭବତୀ ଥିବା ତାଙ୍କର ଯତ୍ନ ମଧ୍ୟ ନିଆଯାଉଛି। ରବିବାର ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହ ଅଲଟ୍ରାସାଉଣ୍ଡ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଫେସବୁକ୍‌ ଲାଇଭ୍‌ରେ ଆସି ଏମିତି କ’ଣ କହିଦେଲେ ମମତା: ଶୁଣିକି ଛାନିଆ ହେଲା ଭାଜପା!

କୋଲକାତା,୨୫।୮: ପଶ୍ଚିମବଙ୍ଗ ରାଜନୀତିରେ ଜାରି ରହିଥିବା ରାଜନୈତିକ ଟଣାଓଟରା ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀଙ୍କ ବଡ଼ ବୟାନ ସାମ୍ନାକୁ…

ଜିପିଏଲ୍‌ଏଫ୍‌,ସିଆର୍‌ପି ନିଯୁକ୍ତିରେ ଅନିୟମିତତା ଅଭିଯୋଗ: ଗୋଟିଏ ଏସ୍‌ଏଚ୍‌ଜିର ୨ ସଦସ୍ୟାଙ୍କୁ ନିଯୁକ୍ତି ନେଇ ଉଠିଲା ପ୍ରଶ୍ନ

ଲୋଇସିଂହା,୨୫।୮(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ନଅଗାଁ(ଖ) ପଞ୍ଚାୟତରେ ଜିପିଏଲ୍‌ଏଫ୍‌ ଓ ସିଆର୍‌ପି ମେମ୍ବର ନିଯୁକ୍ତିରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଛି। ଏନେଇ ନଅଗାଁ(ଖ) ଗ୍ରାମର…

ଚିନି ଦର ବଢିବା ପ୍ରଶ୍ନରେ ହସିଲେ କୃଷିମନ୍ତ୍ରୀ ଶିବରାଜ, କହିଲେ ଏମିତି…ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ଦେଶର ବିଭିନ୍ନ ସ୍ଥାନରେ ଚିନି ଦର ବଢ଼ିବାକୁ ନେଇ ଚିନ୍ତା ବଢ଼ିଛି। ବିଶେଷକରି ରକ୍ଷାବନ୍ଧନ ପର୍ବ ପୂର୍ବରୁ ଚିନିର ଦର ବୃଦ୍ଧି ଯୋଗୁ ସାଧାରଣ ଲୋକଙ୍କ…

ବଢ଼ିଲା କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ଅଡୁଆ, ହାଇକୋର୍ଟ ଦେଲେ ଏହି ନିର୍ଦ୍ଦେଶ

କଟକ,୨୫।୮(ପ୍ରଭୁକଲ୍ୟାଣ ପାଲ୍): କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ । ନିମ୍ନ ଅଦାଲତରେ ବାରମ୍ବାର ସମୟ ନେଇ ହାଜର ନହେବାରୁ ହାଇକୋର୍ଟ ବିରକ୍ତ ପ୍ରକାଶ କରି…

LPG ଗ୍ରାହକଙ୍କ ପାଇଁ ବଡ଼ ଅପଡେଟ୍‌: ଶୀଘ୍ର କରନ୍ତୁ ଏହି କାମ, ନହେଲେ ବନ୍ଦ ହୋଇଯିବ ଗ୍ୟାସ ସପ୍ଲାଏ!

ନୂଆଦିଲ୍ଲୀ,୨୫।୮: ଘରେ LPG ଗ୍ୟାସ କନେକ୍ସନ ଥିଲେ ଆପଣଙ୍କ ପାଇଁ ରହିଛି ଦୁଇଟି ଗୁରୁତ୍ୱପୂର୍ଣ୍ଣ ଖବର। ପ୍ରଥମେ, LPG e-KYC କରିବାର ଶେଷ ତାରିଖକୁ ତେଲ କମ୍ପାନୀଗୁଡ଼ିକ…

ଆଜି ଚିତ୍ରା ନକ୍ଷତ୍ରରେ ଶୁକ୍ରଙ୍କ ପ୍ରବେଶ: ଏହି ୫ ରାଶିଙ୍କ ଉପରେ ଧନବର୍ଷା, ହେବେ ମାଲାମାଲ୍‌

ଜ୍ୟୋତିଷଶାସ୍ତ୍ର ଅନୁସାରେ, ଐଶ୍ୱର୍ଯ୍ୟ, ସୁଖ-ସୁବିଧା ଓ ଧନର କାରକ ଭାବେ ପରିଚିତ ଶୁକ୍ର ଗ୍ରହ ମଙ୍ଗଳଙ୍କ ନକ୍ଷତ୍ର ଚିତ୍ରାରେ ପ୍ରବେଶ କରିଛନ୍ତି। ଜ୍ୟୋତିଷବିଦଙ୍କ ମତରେ, ଶୁକ୍ରଙ୍କ ଏହି…

ମଣିଷ ମସ୍ତିଷ୍କ କୋଷରେ ଚାଲିବ ସୁପର କମ୍ପ୍ୟୁଟର: ତିଆରିହେଲା ବିଶ୍ୱର ପ୍ରଥମ ‘ଜୀବନ୍ତ ସୁପର କମ୍ପ୍ୟୁଟର’

ସିଙ୍ଗାପୁର,୨୫ା୮:କମ୍ପ୍ୟୁଟର ଏବଂ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) କ୍ଷେତ୍ରରେ ବିଜ୍ଞାନ ପ୍ରକୃତରେ ଏକ ଚମତ୍କାର କରି ଦେଖାଇଛି। ଏଣିକି କେବଳ ସିଲିକନ୍‌ ଚିପ୍‌ ନୁହେଁ, ବରଂ ମଣିଷ ମସ୍ତିଷ୍କର…

ଗୋରଙ୍କ ବୟାନକୁ ନେଇ ହଇଚଇ, ମୋଦି-ଟ୍ରମ୍ପ୍‌ ପ୍ରେସ୍‌ମିଟ୍‌ରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ନ ରଖିବାକୁ ଭାରତ…

ନୂଆଦିଲ୍ଲୀ,୨୫ା୮: ଫ୍ରାନ୍ସରେ ଜି୭ ସମିଟ୍‌ ଅବସରରେ ଗତ ଜୁନ୍‌ ୧୭ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୈଠକ ହୋଇଥିଲା। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri