Posted inଜାତୀୟ

ଶିକ୍ଷାଦାନରେ ଲିଙ୍ଗଗତ ତାରତମ୍ୟ: ପ୍ରାଇମେରୀରେ ମହିଳା ଆଗୁଆ-କଲେଜରେ ପଛୁଆ

ନୂଆଦିଲ୍ଲୀ, ୫।୯: ଦେଶରେ ଶିକ୍ଷାଦାନ କ୍ଷେତ୍ରରେ ଲିଙ୍ଗଗତ ତାରତମ୍ୟ ପରିଲକ୍ଷିତ ହେଉଛି। ପ୍ରାଇମେରୀ ଶିକ୍ଷାଦାନ କ୍ଷେତ୍ରରେ ୧୦୦ ଜଣ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ୧୮୩ ରହିଛି। ପ୍ରାଇମେରୀରେ ମହିଳା ଆଗୁଆ ଥିବାବେଳେ ପରବର୍ତ୍ତୀ ଉଚ୍ଚଶିକ୍ଷା କ୍ଷେତ୍ରରେ ମହିଳାଙ୍କ ସଂଖ୍ୟା କମିବାରେ ଲାଗିଛି। ଏନେଇ ଏମ୍‌ଏଚ୍‌ଆରଡି ପକ୍ଷରୁ ହୋଇଥିବା ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସେକେଣ୍ଡାରୀରେ ପ୍ରତି ୧୦୦ ଜଣ ପୁରୁଷ ଶିକ୍ଷକଙ୍କ ଅନୁପାତ ତୁଳନାରେ ୭୨ ଜଣ ମହିଳା ଶିକ୍ଷକ ରହିଛନ୍ତି। ସିନିୟର ସେକେଣ୍ଡାରୀ ଏବଂ କଲେଜରେ ମହିଳା ଶିକ୍ଷକଙ୍କ ସଂଖ୍ୟା ୭୩ ରହିଛି। ଦେଶର ସ୍କୁଲ ଶିକ୍ଷକଙ୍କ ସଂଖ୍ୟା ୮୭ ଲକ୍ଷରୁ ଅଧିକ ରହିଛି। ସେହିପରି କଲେଜରେ ଶିକ୍ଷକଙ୍କ ସଂଖ୍ୟା ୧୪ ଲକ୍ଷ ଅଛି। ସ୍କୁଲରେ ପ୍ରତି ୨୩ ଜଣ ପିଲାଙ୍କ ପାଇଁ ଜଣେ ଶିକ୍ଷକ ରହିଛନ୍ତି। ଅପରପକ୍ଷରେ କଲେଜରେ ପ୍ରତି ୨୯ ଜଣ ଶିକ୍ଷାର୍ଥୀଙ୍କ ଲାଗି ଜଣେ ଶିକ୍ଷକ ରହିଥିବା ରିପୋର୍ଟରେ ପ୍ରକାଶ ପାଇଛି। ୨୦୧୫ରୁ ୨୦୧୯ ମଧ୍ୟରେ ଗତ ୫ ବର୍ଷରେ ଶିକ୍ଷକଙ୍କ ଉପରେ ବୋଝ ବଢ଼ିଚାଲିଛି। ୨୦୧୫ରେ ପ୍ରତି ୨୩ ଜଣ ପିଲାଙ୍କ ପାଇଁ ଜଣେ ଶିକ୍ଷକ ଥିଲେ। ମାତ୍ର ୨୦୧୯ରେ ପ୍ରତି ୨୯ ଜଣ ପିଲାଙ୍କ ଲାଗି ଜଣେ ଶିକ୍ଷକ ରହିଥିବା ରିପୋର୍ଟରେ ଦର୍ଶାଯାଇଛି। ସ୍କୁଲ ଶିକ୍ଷକଙ୍କ ମଧ୍ୟରୁ ପ୍ରାଇମେରୀରେ ୨୬ ଲକ୍ଷ ୬ ହଜାର ଶିକ୍ଷକ ରହିଛନ୍ତି। ସେହିପରି ପ୍ରି-ପ୍ରାଇମେରୀରେ ୨୬ ଲକ୍ଷ ୧୨ ହଜାର, ସେକେଣ୍ଡାରୀରେ ୧୪ ଲକ୍ଷ ୩୧ ହଜାର, ସିନିୟର ସେକେଣ୍ଡାରୀରେ ୨୦ ଲକ୍ଷ ୪୧ ହଜାର ଶିକ୍ଷକ ଅଛନ୍ତି। ପ୍ରତି ଜଣେ ଶିକ୍ଷକଙ୍କ ପିଛା ଶିକ୍ଷାର୍ଥୀଙ୍କ ସଂଖ୍ୟା ଏସବୁ କ୍ଷେତ୍ରରେ ଯଥାକ୍ରମେ ୨୩, ୧୭, ୨୭ ଏବଂ ୩୭ ରହିଛି। ଦେଶରେ ଉତ୍ତରପ୍ରଦେଶ, ବିହାର,ଝାଡ଼ଖଣ୍ଡ, ଡାମନ ଆଣ୍ଡ୍‌ ଡିୟୁ ଏବଂ ପଶ୍ଚିମବଙ୍ଗ ଆଦି ୫ ରାଜ୍ୟରେ ପ୍ରାଇମେରୀ ଶିକ୍ଷକଙ୍କ ଉପରେ ବୋଝ ଅଧିକ ରହିଛି। ଏସବୁ ରାଜ୍ୟରେ ଜଣେ ଶିକ୍ଷକଙ୍କ ପିଛା ଯଥାକ୍ରମେ ୩୯, ୩୬, ୨୭, ୨୬ ଏବଂ ୨୫ ଜଣ ଶିକ୍ଷାର୍ଥୀ ରହିଛନ୍ତି। ସେହିପରି ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ ଏବଂ ମଧ୍ୟପ୍ରଦେଶ ଆଦି ୫ ରାଜ୍ୟରେ ଅପର ପ୍ରାଇମେରୀ ଶିକ୍ଷକଙ୍କ ଉପରେ ବୋଝ ଅଧିକ ରହିଛି। ଏସବୁ ରାଜ୍ୟରେ ଜଣେ ଶିକ୍ଷକଙ୍କ ପିଛା ଯଥାକ୍ରମେ ୩୧, ୨୭, ୨୪, ୧୯ ଏବଂ ୧୫ ଜଣ ଶିକ୍ଷାର୍ଥୀ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅସରପା ଶବ୍ଦକୁ ନେଇ ଏବେବି ରହିଛି ବିବାଦ, ପୁଣି ଉଠିଲାଣି CJIଙ୍କ କଥା? ଅଭିଜିତ ଦୀପକେଙ୍କ ଆଶ୍ଚର୍ଯ୍ୟଜନକ ଦାବି

ନୂଆଦିଲ୍ଲୀ,୨୫।୮: ‘କକ୍ରୋଚ’ ଶବ୍ଦର ବ୍ୟବହାରକୁ ନେଇ ରାଜନୈତିକ ବିବାଦ ଜାରି ରହିଛି। ଏହା ମଧ୍ୟରେ, କକ୍ରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଦାବି କରିଛନ୍ତି…

ଅଙ୍ଗନୱାଡି ସଂଘର ଅନଶନ ଆରମ୍ଭ, ଉପଜିଲାପାଳଙ୍କୁ ଦେଲେ ଦାବିପତ୍ର

ଗୁଣପୁର,୨୫।୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଅଙ୍ଗନୱାଡି କର୍ମୀମାନେ ଅନଶନ ଆରମ୍ଭ କରିଛନ୍ତି । ବିଭିନ୍ନ ଦାବି ନେଇ ମଙ୍ଗଳବାର ଠାରୁ ଏହି ବିକ୍ଷୋଭ ଆରମ୍ଭ କରିଛନ୍ତି…

ଜୀବିତ ଅଛନ୍ତି ମୋଜତାବା ଖାମେନେଇ; ଇରାନ ପ୍ରଥମ ଥର ପାଇଁ କହିଲା…

ତେହରାନ,୨୫।୮: ଇରାନର ମୋଜତାବା ଖାମେନେଇଙ୍କ ସ୍ଥିତି ସମ୍ପର୍କରେ ଥିବା ରହସ୍ୟର ସମାଧାନ ହୋଇଛି। ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ସମୟରେ ମୋଜତାବା ଖାମେନେଇ ଆହତ ହୋଇଥିଲେ।…

ଯୁବପିଢ଼ି ପାଇଁ ବଡ଼ ଘୋଷଣା କଲେ ସରକାର: ଆଗାମୀ ୬ ମାସରେ ମିଳିବ ୧ ଲକ୍ଷ ସରକାରୀ ନିଯୁକ୍ତି

ନୂଆଦିଲ୍ଲୀ,୨୫।୮: ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ଯୁବପିଢ଼ି ପାଇଁ ବଡ଼ ଘୋଷଣା କରିଛନ୍ତି। ଲକ୍ଷ୍ନୌରେ ୩,୪୪୬ ଜଣ ପ୍ରାବିଧିକ ସହାୟକ ଏବଂ ୧୨୬ ଜଣ…

ଫେସବୁକ୍‌ ଲାଇଭ୍‌ରେ ଆସି ଏମିତି କ’ଣ କହିଦେଲେ ମମତା: ଶୁଣିକି ଛାନିଆ ହେଲା ଭାଜପା!

କୋଲକାତା,୨୫।୮: ପଶ୍ଚିମବଙ୍ଗ ରାଜନୀତିରେ ଜାରି ରହିଥିବା ରାଜନୈତିକ ଟଣାଓଟରା ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀଙ୍କ ବଡ଼ ବୟାନ ସାମ୍ନାକୁ…

ଜିପିଏଲ୍‌ଏଫ୍‌,ସିଆର୍‌ପି ନିଯୁକ୍ତିରେ ଅନିୟମିତତା ଅଭିଯୋଗ: ଗୋଟିଏ ଏସ୍‌ଏଚ୍‌ଜିର ୨ ସଦସ୍ୟାଙ୍କୁ ନିଯୁକ୍ତି ନେଇ ଉଠିଲା ପ୍ରଶ୍ନ

ଲୋଇସିଂହା,୨୫।୮(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ନଅଗାଁ(ଖ) ପଞ୍ଚାୟତରେ ଜିପିଏଲ୍‌ଏଫ୍‌ ଓ ସିଆର୍‌ପି ମେମ୍ବର ନିଯୁକ୍ତିରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଛି। ଏନେଇ ନଅଗାଁ(ଖ) ଗ୍ରାମର…

ଚିନି ଦର ବଢିବା ପ୍ରଶ୍ନରେ ହସିଲେ କୃଷିମନ୍ତ୍ରୀ ଶିବରାଜ, କହିଲେ ଏମିତି…ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ଦେଶର ବିଭିନ୍ନ ସ୍ଥାନରେ ଚିନି ଦର ବଢ଼ିବାକୁ ନେଇ ଚିନ୍ତା ବଢ଼ିଛି। ବିଶେଷକରି ରକ୍ଷାବନ୍ଧନ ପର୍ବ ପୂର୍ବରୁ ଚିନିର ଦର ବୃଦ୍ଧି ଯୋଗୁ ସାଧାରଣ ଲୋକଙ୍କ…

ବଢ଼ିଲା କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ଅଡୁଆ, ହାଇକୋର୍ଟ ଦେଲେ ଏହି ନିର୍ଦ୍ଦେଶ

କଟକ,୨୫।୮(ପ୍ରଭୁକଲ୍ୟାଣ ପାଲ୍): କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ । ନିମ୍ନ ଅଦାଲତରେ ବାରମ୍ବାର ସମୟ ନେଇ ହାଜର ନହେବାରୁ ହାଇକୋର୍ଟ ବିରକ୍ତ ପ୍ରକାଶ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri