Posted inଜାତୀୟ

ସତ ହେଲା ଭବିଷ୍ୟବାଣୀ, ଭାରତକୁ ମିଳିଲା ନାହିଁ ଲକ୍‌ଡାଉନର ଲାଭ: ଚିଦାମ୍ବରମ

ନୂଆଦିଲ୍ଲୀ,୫।୯: କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ କରୋନା ଭାଇରସ ସଂକ୍ରମଣକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି କରୋନା ଭାଇରସ ସଂକ୍ରମଣ ସମୟରେ ଭାରତ ଏକମାତ୍ର ଦେଶ ଯିଏ ଲକ୍‌ଡାଉନ ରଣନୀତିର ଲାଭ ଉଠାଇ ପାରିଲା ନାହିଁ। ତେବେ ସେପ୍ଟେମ୍ବର ଶେଷ ସୁଦ୍ଧା ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ୬୫ ଲକ୍ଷ ଛୁଇଁବା ଅନୁମାନ କରିଛନ୍ତି ଚିଦାମ୍ବରମ । ଆଉ ଏବେ ସେପ୍ଟେମ୍ବର ଆରମ୍ଭରେ ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ୪୦ ଲକ୍ଷ ଅତିକ୍ରମ କରିବା ପରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଚିଦାମ୍ବରମ। ସେ କହିଛନ୍ତି, ପୂର୍ବରୁ ମୁଁ ଅନୁମାନ କରିଥିଲି କି ସେପ୍ଟେମ୍ବର ୩୦ ସୁଦ୍ଧା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୫ ଲକ୍ଷ ଛୁଇଁବ। ହେଲେ ମୁଁ ଭୁଲ୍‌ ଥିଲି। ଭାରତରେ ୨୦ ସେପ୍ଟେମ୍ବର ସୁଦ୍ଧା କରୋନା ସଂକ୍ରମିତଙ୍କ ସଂଖ୍ୟା ୫୫ ଲକ୍ଷ ଅତିକ୍ରମ କରି ୬୫ ଲକ୍ଷରେ ପହଞ୍ଚିଯିବ। ଏସବୁ କଥା ଚିଦାମ୍ବରମ ଟୁଇଟ୍‌ କରି ଉଲ୍ଲେଖ କରିଛନ୍ତି। ପରୋକ୍ଷରେ ଏଥିପାଇଁ ସେ କେନ୍ଦ୍ରର ଭାରତୀୟ ଜନତା ପାର୍ଟି(ଭାଜପା) ସରକାରଙ୍କୁ ଦାୟୀ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ର ରାଜନୈତିକ ସ୍ଥିତି: ସୋମବାର ଶୁଣାଣି; ରାଜ୍ୟପାଳଙ୍କଠାରୁ ଦସ୍ତାବିଜ୍‌ ଲୋଡିଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୨୪।୧୧: ମହାରାଷ୍ଟ୍ରରେ ଜାରି ରହିଥିବା ରାଜନୈତିକ ଡ୍ରାମାର ଅନ୍ତ ଘଟୁନି। ରାଜ୍ୟରେ ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡ୍‌ନବିସ୍‌ ଶାସନ ଡୋରି ଧରିଥିବାବେଳେ ଏନେଇ ଶିବସେନା-ଏନ୍‌ସିପି-କଂଗ୍ରେସ ସୁପ୍ରିମ୍‌କୋର୍ଟଙ୍କ...

ନିର୍ଦ୍ଧାରିତ ସମୟର ଗୋଟିଏ ଦିନ ପୂର୍ବରୁ ଶେଷ ହୋଇପାରେ ବଜେଟ ଅଧିବେଶନ

ନୂଆଦିଲ୍ଲୀ,୭ ।୪: ନିର୍ଦ୍ଧାରିତ ସମୟର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ଗୁରୁବାର ପାର୍ଲାମେଣ୍ଟର ବଜେଟ ଅଧିବେଶନ ଶେଷ ହୋଇପାରେ ବୋଲି ବିଶେଷ ସୂତ୍ରରୁ ମିଳିଥିବା ଖବରରୁ...

ଆଜମ ଖାନଙ୍କ ନାଁରେ ଚାର୍ଜଶିଟ୍‌

ରାମପୁର, ୨୨ା୧୨: ରାଜ୍ୟ ସଭାର ପୂର୍ବତନ ସଦସ୍ୟ ସ୍ବର୍ଗତ ଅମର ସିଂଙ୍କ ପରିବାର ବିରୋଧରେ ଧମକପୂର୍ଣ୍ଣ ମନ୍ତବ୍ୟ ପାଇଁ ରାମପୁର ପୋଲିସ ସମାଜବାଦୀ ପାର୍ଟି ଏମ୍‌ପି...

ଥାନାରେ ପଡ଼ି ରହିଛି କୋହଲିଙ୍କ ପ୍ରଥମ ଅଡି କାର

ନୂଆଦିଲ୍ଲୀ, ୧୨।୧୨- ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ନିକଟରେ ବହୁ ବିଳାଶପୂର୍ଣ୍ଣ କାର ରହିଛି। ସେ ଅଡି ଇଣ୍ଡିଆର ଜଣେ ବ୍ରାଣ୍ଡ ଆମ୍ବାସାଡର ମଧ୍ୟ। ପ୍ରତ୍ୟେକ...

କଂଗ୍ରେସର ସିଏଏ ବିରୋଧୀ ମେଳି: ବିରୋଧୀ ଏକତାକୁ ଝଟକା

ନୂଆଦିଲ୍ଲୀ,୧୪ା୧: ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରି ପାର୍ଲାମେଣ୍ଟ ହାଉସ୍‌ରେ ସୋମବାର କଂଗ୍ରେସ ଡାକିଥିବା ବୈଠକକୁ ଝଟକା ଲାଗିଛି। ବୈଠକରେ ୧୫ଟି ଦଳର ନେତାମାନେ...

ଖଲିସ୍ତାନ ପତାକା ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଶିମଲା,୮।୫: ହିମାଚଳପ୍ରଦେଶ ବିଧାନସଭାର ମୁଖ୍ୟ ପ୍ରବେଶ ପଥ ଏବଂ କାନ୍ଥରେ ରବିବାର ଖଲିସ୍ତାନ ପତାକା ଲାଗିଥିବା ଦେଖାଯାଇଛି। ଧର୍ମଶାଳାସ୍ଥିତ ଆସେମ୍ବ୍ଲି ବିଲ୍ଡିଂର କାନ୍ଥରେ ସ୍ଲୋଗାନ ମଧ୍ୟ...

ଟଳିପଡିଲେ ଜଣେ ଆତଙ୍କବାଦୀ

ଶ୍ରୀନଗର,୧୧।୫:ଜମ୍ମୁ-କଶ୍ମୀର ବାନ୍ଦିପୋରାର ସାଲିନ୍ଦର ଜଙ୍ଗଲ ଅଞ୍ଚଳରେ ଏନକାଉଣ୍ଟର ବେଳେ ଜଣେ ଆତଙ୍କବାଦୀଙ୍କ ନିହତ ହୋଇଛନ୍ତି। ଏହା ସହିତ ସୁରକ୍ଷା ବାହିନୀର ଏକ ବଡ ଟିମ୍‌ ସମଗ୍ର...

ୟୁପି ଛାଡ଼ୁଛନ୍ତି ପ୍ରେମୀଯୁଗଳ

ବରେଲି,୨୮ା୧୨: ଉତ୍ତରପ୍ରଦେଶରେ ଧର୍ମାନ୍ତରୀକରଣ ବା ‘ଲଭ ଜିହାଦ୍‌’ ଆଇନ ପ୍ରଚଳନ ପରେ ଅଲଗା ଧର୍ମର ପ୍ରେମୀଯୁଗଳଙ୍କୁ ଘାରିଛି ଗିରଫଦାରୀ ଭୟ। ଉଭୟ ଝିଅ ଓ ପୁଅ...

Advertisement
Archives

Model This Week