Posted inଫୁରସତ

ଅଲିଭ୍‌ ରିଡ୍‌ଲେଙ୍କ ସୁରକ୍ଷାରେ ସମର୍ପିତ ଜୀବନ

ଏକ ପରିବର୍ତ୍ତନ ଆଣିବା ପାଇଁ ଜଣଙ୍କର ଅସୀମିତ ସମ୍ବଳ ରହିବା ଆବଶ୍ୟକ ନାହିଁ। ଏହାକୁ ପ୍ରମାଣିତ କରିଛନ୍ତି ଓଡ଼ିଶାର ୨୪ ବର୍ଷ ବୟସ୍କ ଜଳବାୟୁ କାର୍ଯ୍ୟକର୍ତ୍ତା ସୌମ୍ୟ ରଞ୍ଜନ ବିଶ୍ୱାଳ। ପରିବେଶ ଏବଂ ଅଲିଭ୍‌ ରିଡ୍‌ଲେ (ସାମୁଦ୍ରିକ କଇଁଛ)ଙ୍କ ସୁରକ୍ଷା ପାଇଁ ସେ ନିଜକୁ ସମର୍ପିତ ଦେଇଛନ୍ତି। ତାଙ୍କ ଜୀବନର ଏକ ବଡ଼ ଅଂଶ ସମୁଦ୍ର କୂଳରେ ପାଟ୍ରୋଲିଂ କରିବା ଏବଂ ଦେବୀ ନଦୀ କୂଳରେ ଥିବା ଅଲିଭ୍‌ ରିଡ୍‌ଲେଙ୍କ ଅଣ୍ଡାଦେବା ସ୍ଥାନ ଓ ବେଳାଭୂମି ସଫା କରିବାରେ ଅତିବାହିତ ହୋଇଛି। ପୁରୀ ଜିଲା ଅସ୍ତରଙ୍ଗର ଯୁବକ ସୌମ୍ୟ ଏହି କାର୍ଯ୍ୟକୁ ୧୦ ବର୍ଷ ବୟସରୁ କରିଆସୁଛନ୍ତି।

ପ୍ରତିବର୍ଷ ଅଲିଭ୍‌ ରିଡ୍‌ଲେ ହଜାର ହାଜର ମାଇଲ ଦୂରରୁ ଦେବୀନଦୀ, ଋଷିକୁଲ୍ୟା ନଦୀ ମୁହାଣ ଏବଂ ଗହୀରମଥାକୁ ଆସି ସାମୂହିକ ଅଣ୍ଡାଦାନ ନିମନ୍ତେ ଏକତ୍ର ହୋଇଥାନ୍ତି। ଏମାନଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ଯେତେ ପଦକ୍ଷେପ ନେଲେ ବି ତାହା ଫଳପ୍ରଦ ହୁଏ ନାହିଁ। ଟ୍ରଲର ଯୋଗୁ ବହୁସଂଖ୍ୟକ ଅଲିଭ୍‌ ରିଡ୍‌ଲେଙ୍କ ମୃତ୍ୟୁ ଘଟିଥାଏ। ତେଣୁ ସେମାନଙ୍କୁ କିପରି ସୁରକ୍ଷା ଦିଆଯାଇପାରିବ ସେଥିପାଇଁ ସୌମ୍ୟ ଅଣ୍ଟା ଭିଡ଼ିଛନ୍ତି। ସମୁଦ୍ର କୂଳରେ ଗାଁ ହୋଇଥିବାରୁ ସେ ପିଲାଦିନରୁ ମୃତ କଇଁଛ ବେଳାଭୂମିକୁ ଭାସିଆସିବା ଏବଂ ପ୍ରଦୂଷଣ ହେଉଥିବା ଦେଖି ଆସିଛନ୍ତି। ତାହା ତାଙ୍କୁ ବିବ୍ରତ କରୁଥିବାରୁ ସେ ଅଲିଭ୍‌ ରିଡ୍‌ଲେ ଏବଂ ପରିବେଶ ସୁରକ୍ଷା ନିମନ୍ତେ କିଛି କରିବାକୁ ଆଗେଇ ଆସିଛନ୍ତି। ୨୦୧୪ରେ ଓଡ଼ିଶା ପର୍ଯ୍ୟାବରଣ ସଂରକ୍ଷଣ ଅଭିଯାନ ନାମକ ଏକ ସଂସ୍ଥା କରି ଏହି କାର୍ଯ୍ୟକୁ ଆଗେଇ ନେଇଛନ୍ତି। ମାତ୍ର ୧୫ଜଣ ସଦସ୍ୟରୁ ଆରମ୍ଭ ହୋଇଥିବା ଏହି ସଂସ୍ଥାରେ ଏବେ ଶତାଧିକ ସ୍ବେଚ୍ଛାସେବୀ ରହି ପରିବେଶ ସୁରକ୍ଷା ଦିଗରେ କାମ କରୁଛନ୍ତି। ସମୁଦ୍ର ଉପକୂଳବର୍ତ୍ତୀ ଗାଁକୁ ଯାଇ ସେମାନେ ଲୋକଙ୍କୁ ସଚେତନ କରିଥାନ୍ତି। ଖାଲି ଦେବୀନଦୀ କୂଳରେ ନୁହେଁ, ବରଂ ଓଡ଼ିଶାର ସବୁ ଉପକୂଳବର୍ତ୍ତୀ ଗାଁକୁ ସେମାନେ ସଚେତନତା ଅଭିଯାନରେ ସାମିଲ କରିଛନ୍ତି। ବିଶେଷକରି ଅଲିଭ୍‌ ରିଡ୍‌ଲେଙ୍କ ସୁରକ୍ଷାକୁ ସେମାନେ ପ୍ରାଥମିକତା ଦେଉଛନ୍ତି। ଅଲିଭ୍‌ ରିଡ୍‌ଲେଙ୍କ ଅଣ୍ଡାଦାନଠାରୁ ଆରମ୍ଭ କରି ଛୁଆ ଫୁଟି ବାହାରି ପୁଣି ଫେରିଯିବା ପର୍ଯ୍ୟନ୍ତ ସେମାନେ ସମୁଦ୍ର କୂଳରେ ରାତ୍ରିଯାପନ କରୁଛନ୍ତି। ଏପରିକି ଶିକାରୀଙ୍କଠାରୁ ଅଣ୍ଡା ରକ୍ଷା କରିବା ପାଇଁ ରାତି ସାରା ପାଟ୍ରୋଲିଂ କରିଥାନ୍ତି।

୨୦୧୮ରେ ରାଜ୍ୟ ସରକାର ଯେତେବେଳେ ଅଲିଭ୍‌ ରିଡ୍‌ଲେ କଇଁଛର ସୁରକ୍ଷାକୁ ନେଇ ଓଲି ମାସ୍କଟ ବାହାର କରିଥିଲେ, ସେତେବେଳେ ସୌମ୍ୟ ଏବଂ ତାଙ୍କ ଟିମ୍‌ କୋଣାର୍କରୁ କେନ୍ଦ୍ରାପଡ଼ା ପର୍ଯ୍ୟନ୍ତ ଏକ ସାଇକେଲ ଯାତ୍ରା ଅଭିଯାନ କରିଥିଲେ। ସେଥିରେ ସୌମ୍ୟ ନିଜେ
ଓଲି ମାସ୍କଟ ପିନ୍ଧିଥିଲେ। ତାଙ୍କର ଏହି ସାଇକେଲ ଯାତ୍ରା ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡସରେ ସ୍ଥାନ ପାଇଥିଲା। ସେହିଭଳି ୨୦୧୯ରେ ଗଞ୍ଜାମରୁ ଆଉ ଏକ ଯାତ୍ରା ଆରମ୍ଭ କରିଥିଲେ। ଗୋଟେ ମାସର ଏହି ଯାତ୍ରାରେ ସେମାନେ ରାଜ୍ୟର ସବୁ ଉପକୂଳବର୍ତ୍ତୀ ଗାଁକୁ ଯାଇ ବିଦ୍ୟାଳୟ ଓ କଲେଜ ଛାତ୍ରୀଛାତ୍ର, ମତ୍ସ୍ୟଜୀବୀଙ୍କୁ ସଚେତନ କରିଥିଲେ।
ଭାରତରେ ଜାତିସଂଘ ପକ୍ଷରୁ ‘ଉଇ ଦ ଚେଞ୍ଜ’ ଶୀର୍ଷକ ଜଳବାୟୁ ଅଭିଯାନ ଚାଲିଛି। ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ଆଗେଇ ନେବା ପାଇଁ ସୌମ୍ୟଙ୍କ ସମେତ ୧୭ଜଣ ଯୁବତୀ, ଯୁବକଙ୍କୁ ଜାତିସଂଘ ପକ୍ଷରୁ ନିକଟରେ ଚୟନ କରାଯାଇଛି।

ସୌମ୍ୟ କହିଛନ୍ତି, ଦେବୀ ନଦୀ ମୁହାଣରେ ଯେଉଁ ସାମୂହିକ ଅଣ୍ଡାଦାନ ହେଉଥିଲା ତାହା ଏବେ ଅତୀତ ହେବାକୁ ବସିଲାଣି। ପ୍ରତିବର୍ଷ ଅଲିଭ୍‌ ରିଡ୍‌ଲେ ଅଣ୍ଡା ଦେବା ପାଇଁ ଆସୁଛନ୍ତି। କିନ୍ତୁ ସଂଖ୍ୟା କମିବାରେ ଲାଗିଛି। ଅର୍ଥାତ୍‌ ସରକାରୀ ହିସାବରେ ଦେବୀନଦୀରେ ପ୍ରାୟ ଏକ ହଜାର ଅଲିଭ୍‌ ରିଡ୍‌ଲେଙ୍କ ମୃତ୍ୟୁ ଘଟୁଛି। କିନ୍ତୁ ଆମ ହିସାବରେ ଟ୍ରଲର ଯୋଗୁ ୨୦ହଜାରରୁ ଊର୍ଦ୍ଧ୍ୱ ଅଲିଭ୍‌ ରିଡ୍‌ଲେ ମରୁଛନ୍ତି। ତେଣୁ ସେହି ଦେବୀ ନଦୀ ମୁହାଣକୁ କିପରି ପୁନର୍ଜୀବିତ କରିପାରିବୁ ତାହା ଲକ୍ଷ୍ୟ ରହିଛି। ଏଥିସହିତ ହେନ୍ତାଳ ବଣ ବି ଧୀରେ ଧୀରେ ହ୍ରାସ ପାଉଛି। ସେ ଦିଗରେ ବି କାର୍ଯ୍ୟ କରିବା ପାଇଁ ଚିନ୍ତା କରିଛୁ ବୋଲି ସୌମ୍ୟ କହିଛନ୍ତି। ‘ଧରିତ୍ରୀ’ ପକ୍ଷରୁ ଆୟୋଜିତ ଯୁବ ସମ୍ମିଳନୀ ‘କ୍ଲାଇମେଟ୍‌ ଚେଞ୍ଜ: ଫୋକସ୍‌ ଓଡ଼ିଶା’ରେ ଏକ୍ସପର୍ଟ ପ୍ୟାନେଲିଷ୍ଟ ଭାବେ ଯୋଗଦେବେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?