ରତ୍ନଭଣ୍ଡାର ଯାଞ୍ଚ ପାଇଁ ଏଏସ୍‌ଆଇ ଡିଜିଙ୍କୁ ଚିଠି ଲେଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ,୨୪ା୮: ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ ଏବଂ ମରାମତି ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏଏସ୍‌ଆଇ ଡିଜିଙ୍କୁ ରାତାରାତି ଚିଠି ଲେଖିଛନ୍ତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଏ ସମ୍ପର୍କରେ ଚିଠି ଲେଖିଥିବା ସୂଚନା ଦେଇଛନ୍ତି। ଖୁବ୍‌ଶୀଘ୍ର ଯାଞ୍ଚ କରି ମରାମତି କାର୍ଯ୍ୟ ପୂର୍ଣ୍ଣାଙ୍ଗ କରିବାକୁ ଚିଠି ଲେଖାଯାଇଛି। ଏଥିସହିତ ଉନ୍ନତମାନର ଅନୁଷ୍ଠାନ ଦ୍ୱାରା ଯାଞ୍ଚ ପ୍ରକ୍ରିୟା କରିବା ପାଇଁ ମୁଖ୍ୟ ପ୍ରଶାସକ ନିବେଦନ ମଧ୍ୟ କରିଛନ୍ତି। ଲେଜର ସ୍କାନିଂ ଓ ଜିପିଆର୍‌ଏସ୍‌ ଦ୍ୱାରା ଯାଞ୍ଚ ପାଇଁ ମୁଖ୍ୟ ପ୍ରଶାସକ ଅନୁରୋଧ କରିଛନ୍ତି। ଯାଞ୍ଚ ବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସହଯୋଗ ଯୋଗାଇ ଦିଆଯିବ ବୋଲି ଚିଠିରେ ଉଲ୍ଲେଖ ରହିଛି।

ସୂଚନାଯୋଗ୍ୟ, ଶୁକ୍ରବାର ଶ୍ରୀମନ୍ଦିର ରତ୍ନଭଣ୍ଡାରର ଖାଲି ସିନ୍ଦୁକ ଓ ଆଲମିରା ସ୍ଥାନାନ୍ତର ପ୍ରକ୍ରିୟା  ଶେଷ ହୋଇଥିଲା। ବାହାର ରତ୍ନଭଣ୍ଡାରରେ ଥିବା ଗୋଟିଏ ଲୁହା ସିନ୍ଦୁକ, ଭିତର ରତ୍ନଭଣ୍ଡାରରେ ଥିବା ୨ଟି କାଠ ଆଲମିରା, ଗୋଟିଏ ଲୁହା ଆଲମିରା, ୨ଟି କାଠ ସିନ୍ଦୁକକୁ ମିଶାଇ ମୋଟ ୭ଟି ଆଲମିରା ଓ ସିନ୍ଦୁକକୁ ଶ୍ରୀମନ୍ଦିର ପଶ୍ଚିମଦ୍ବାର ପାର୍ଶ୍ବ ନୀଳାଦ୍ରି ମ୍ୟୁଜିୟମ୍‌ ନିକଟ ଗୃହକୁ ସ୍ଥାନାନ୍ତର  କରାଯାଇଥିଲା। କାଠ ଆଲମିରା ଓ ସିନ୍ଦୁକ ପୋକ ଖାଇ ନଷ୍ଟ ହୋଇଯାଇଛି। ସିନ୍ଦୁକ ବାହାରିବାରେ ଅସୁବିଧା ହେବାରୁ ବାହାର ଭଣ୍ଡାରଘର କାଠ ଦ୍ବାର କଟାଯାଇଥିଲା। ପରେ ଏହାକୁ ମରାମତି କରାଯାଇଛି। ମାର୍ଗଦର୍ଶିକା ଆଧାରରେ ଶ୍ରୀମନ୍ଦିର ଭିତର ଓ ବାହାର ରତ୍ନଭଣ୍ଡାର ସ୍ଥିତି ଅନୁଧ୍ୟାନ ଓ ଆବଶ୍ୟକ ମରାମତି କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ  ଡ. ପାଢ଼ୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କିଏ ଏହି ମହିଳା ଖେଳାଳି? ଯାହାଙ୍କ ବ୍ୟାଟରେ ଅଟୋଗ୍ରାଫ୍ ଦେଲେ ମୋଦି

ନୂଆଦିଲ୍ଲୀ,୧୦।୭: ଅଷ୍ଟ୍ରେଲିଆ ଗସ୍ତର ତୃତୀୟ ଦିନରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେଲବୋର୍ନ କ୍ରିକେଟ୍ ଗ୍ରାଉଣ୍ଡ ପରିଦର୍ଶନ କରିଥିଲେ, ଯେଉଁଠାରେ ସେ ଅନେକ ଖେଳାଳିଙ୍କୁ ଭେଟିଥିଲେ। ସେ ଯେଉଁ…

ପୋଲିସକୁ ଚିହ୍ନିବେ କେମିତି? କନଷ୍ଟେବଳଙ୍କଠାରୁ ଆରମ୍ଭ କରି ଆଇଜି-ଡିଜି ପର୍ଯ୍ୟନ୍ତ ଜାଣନ୍ତୁ ଏହି…

ପୋଲିସ ବିଭାଗରେ ଅନେକ ପଦ ପଦବୀ ରହିଛି। ମାତ୍ର ସାଧାରଣ ଲୋକଟିଏ ଏହି ଖାକି ପୋଷାକରୁ ସେମାନେ କିଏ କେଉଁ ପଦବୀରେ ଅଛନ୍ତି ଜାଣିବା ପାଇଁ ବେଳେବେଳେ…

ଗୋଟିଏ ପରେ ଗୋଟିଏ ଭୁଲ କରୁଛନ୍ତି ଗୌତମ ଗମ୍ଭୀର-ଶ୍ରେୟସ ଆୟର! ଟିମ ଇଣ୍ଡିଆର ପରିସ୍ଥିତି ଆହୁରି ଖରାପ ହୋଇ ଯିବନାହିଁ ତ…

ନୂଆଦିଲ୍ଲୀ,୧୦।୭: ୨୦୨୬ ଟି୨୦ ବିଶ୍ୱକପ ଜିତିବା ପରେ ଭାରତୀୟ କ୍ରିକେଟ ଦଳ ବିଜୟରେ ଅଭ୍ୟସ୍ତ ହୋଇଯାଇଥିଲା; ସିରିଜ ହାରିବା ପ୍ରଶ୍ନବାଚୀ ବାହାରେ ଥିଲା। ତା’ପରେ ଶ୍ରେୟସ ଆୟର…

୨୦ ଦିନରେ ୨ ପିଢିକୁ ହରାଇଲା ଆମ ପରିବାର…ରାଷ୍ଟ୍ରପତିଙ୍କୁ ଭାବପ୍ରବଣ ଇମେଲ ପଠାଇଲେ କେତନଙ୍କ ପିତା

ପୁନେ,୧୦।୭: ମହାରାଷ୍ଟ୍ରର ପୁଣେରୁ ହାଇପ୍ରୋଫାଇଲ କେତନ ଅଗ୍ରୱାଲ ହତ୍ୟା ମାମଲାରେ ନ୍ୟାୟ ପାଇଁ ଆବେଦନ ଏବେ ଦେଶର ସର୍ବୋଚ୍ଚ କାର୍ଯ୍ୟାଳୟରେ ପହଞ୍ଚିଛି। କେତନଙ୍କ ପିତା ବିଶାଲ ଅଗ୍ରୱାଲ…

ଟଙ୍କିକିଆ ମୁଦ୍ରା ତିଆରି କରିବାରେ ଏତିକି ଟଙ୍କା ଖର୍ଚ୍ଚ କରନ୍ତି ସରକାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୭: ଟଙ୍କିକିଆ ମୁଦ୍ରା ଦୈନନ୍ଦିନ କାରବାରରେ ସବୁଠୁ ଅଧିକ ବ୍ୟବହାର ହୁଏ। ଏହାକୁ ତିଆରି କରିବାର ଖର୍ଚ୍ଚ ଏହାର ମୂଲ୍ୟଠାରୁ ଅଧିକ। ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା…

ପାଣ୍ଡିଆନଙ୍କ ଭେନେଜୁଏଲା ଗସ୍ତକୁ ନେଇ ବଢିଲାଣି ଚର୍ଚ୍ଚା, ଭୂମିକମ୍ପ ପରେ କାହିଁକି ଭେନେଜୁଏଲା ଯାତ୍ରା କରିଥିଲେ ଭାରତର ‘ସାଇକ୍ଲୋନ ମ୍ୟାନ’? ଜାଣନ୍ତୁ…

ନୂଆଦିଲ୍ଲୀ/କାରାକସ,୧୦।୭: ପୂର୍ବତନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘନିଷ୍ଠ ସହଯୋଗୀ ଏବଂ ବିପର୍ଯ୍ୟୟ ପରିଚାଳନା ବିଶେଷଜ୍ଞ ଭିକେ ପାଣ୍ଡିଆନ ସମ୍ପ୍ରତି ଭୂମିକମ୍ପ ପ୍ରଭାବିତ ଭେନେଜୁଏଲା ଗସ୍ତ କରିଥିଲେ।…

ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ଏକାଦଶ ଗ୍ରାମସଭା: ଏକର ପିଛା ଏତିକି କୋଟି ଦାବି କଲେ ଗ୍ରାମବାସୀ, ସମସ୍ତେ ଚକିତ

ପାଟଣା,୧୦।୭(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ତହସିଲ ଅର୍ନ୍ତଗତ ଚେମେଣା ଓ ଯମୁନା ପଶି ପଞ୍ଚାୟତର ୧୨ଟି ମୌଜାର ଜମିକୁ ନେଇ ଜେଏସଡବ୍ଲୁ ଓ ପୋସ୍କୋ ପ୍ରସ୍ତାବିତ…

ଭାରତର କ୍ଷତରେ ଲୁଣ ଲଗାଇଲା ଇଂଲଣ୍ଡ, ଅଧିନାୟକ ହ୍ୟାରି ବ୍ରୁକ କହିଲେ, ‘ମୁଁ ଏହାକୁ ପ୍ରକୃତରେ ଉପଭୋଗ କରିଥିଲି…’

ନୂଆଦିଲ୍ଲୀ,୧୦।୭: ବ୍ରିଷ୍ଟଲରେ ଖେଳାଯାଇଥିବା ଚତୁର୍ଥ ଟି-୨୦ ମ୍ୟାଚରେ ଇଂଲଣ୍ଡ ଭାରତୀୟ କ୍ରିକେଟ ଦଳକୁ ୯ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହିତ ଇଂଲଣ୍ଡ ୩-୦ରେ ସିରିଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri