ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିରୋଧରେ ମାମଲା ଦାଏର

ପୁରୀ ଅଫିସ,୨୧।୪: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଧୀନରେ ବେଆଇନ ଖନନ ଓ ନିର୍ମାଣ ବିରୋଧରେ ବୁଧବାର ପୁରୀ ଓକିଲ ସଂଘ ତରଫରୁ ସିଭିଲ ଜଜ୍‌ ସିନିୟର ଡିଭିଜନ୍‌ଙ୍କ କୋର୍ଟରେ ମକଦ୍ଦମା ଦାଏର ହୋଇଛି। ଆମ୍‌ସାର୍‌ ଆକ୍ଟ-୧୯୫୮ର ଉଲ୍ଲଂଘନ କରି ରାଜ୍ୟ ସରକାର, ଶ୍ରୀମନ୍ଦିର ପରିଚାଳନା କମିଟି, ଟାଟା କମ୍ପାନୀ, ଓବିସିସି ଭଳି ଅଂଶୀଦାରମାନେ ପ୍ରକଳ୍ପ କାର୍ଯ୍ୟରେ ସାମିଲ ଥିବା ମକଦ୍ଦମାରେ ଉଲ୍ଲେଖ ରହିଛି। ଶ୍ରୀମନ୍ଦିରର ୧୦୦ ମିଟର ପରିଧି ମଧ୍ୟରେ ନିର୍ମାଣ କାର୍ଯ୍ୟ ବେଆଇନ ହୋଇଥିବାବେଳେ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା, ଜାତୀୟ ସ୍ମାରକୀ ପ୍ରାଧିକରଣ ଏବଂ କେନ୍ଦ୍ର ସରକାରଙ୍କ ସଂସ୍କୃତି ବିଭାଗକୁ ଅଣଦେଖା କରାଯାଇଛି। ଖୋଲା ଖୋଲି ଭାବେ ଆଇନ ଉଲ୍ଲଂଘନ ସତ୍ତ୍ୱେ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ଏଣୁ ସମସ୍ତଙ୍କୁ ପକ୍ଷଭୁକ୍ତ କରି ଦେୱାନୀ ମାମଲା ଦାଏର ହୋଇଛି। ଦେୱାନୀ ଆଇନ ଧାରା ୯୧ ଓ ଅର୍ଡର ରୁଲ୍‌ ୮ରେ ୧୧ ଜଣଙ୍କୁ ପ୍ରତିବାଦୀ ଭାବେ ପକ୍ଷଭୁକ୍ତ କରାଯାଇଛି। ଜିଲାପାଳ, ଶ୍ରୀମନ୍ଦିର ପରିଚାଳନା କମିଟି, ଟାଟା ପ୍ରୋଜେକ୍ଟ ଏମ୍‌ଡି, ଟାଟା ପ୍ରୋଜେକ୍ଟ କାର୍ଯ୍ୟନିର୍ବାହୀ ଅଧିକାରୀ, ଓବିସିସି, ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ଡିଜି, ପୁରୀ ଏଏସ୍‌ଆଇର ସଂରକ୍ଷଣ ସହାୟକ, ଏଏସ୍‌ଆଇ ସୁପରିଣ୍ଟେଣ୍ଡେଣ୍ଟ, ନ୍ୟାଶନାଲ ମନୁମେଣ୍ଟ ଅଥରିଟି (ଏନ୍‌ଏମ୍‌ଏ), କେନ୍ଦ୍ର ସଂସ୍କୃତି ବିଭାଗ ଏବଂ ପୁରୀ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷଙ୍କୁ ପକ୍ଷଭୁକ୍ତ କରାଯାଇଛି। ବାଦୀ ଭାବେ ପୁରୀ ବାର୍‌ ଆସୋସିଏସନ୍‌, ଲୋକନାଥ ସୁଆର, କାଶୀନାଥ ଖୁଣ୍ଟିଆ ଓ ବିଶ୍ୱନାଥ ଦାସ ରହିଛନ୍ତି। ଏଥିରେ ମଧ୍ୟବର୍ତ୍ତୀକାଳୀନ ଆବେଦନରେ ରାଜ୍ୟ ସରକାର, ଟାଟା, ଓବିସିସି, ଶ୍ରୀମନ୍ଦିର ପ୍ରଶାସନକୁ ପକ୍ଷଭୁକ୍ତ କରି କାମ ବନ୍ଦ ପାଇଁ ଆଇନଜୀବୀ ସଂଘ ନିବେଦନ କରିଛି। ଅନୁମତି ବିନା ନିର୍ମାଣ କାର୍ଯ୍ୟ ଚାଲିଥିବାରୁ କୋର୍ଟଙ୍କ ହସ୍ତକ୍ଷେପ ଏକାନ୍ତ ଜରୁରୀ ବୋଲି ଆଇନଜୀବୀ ଶରତ କୁମାର ରାୟଗୁରୁ କହିଛନ୍ତି। ଉଲ୍ଲେଖଯୋଗ୍ୟ, ପୁରୀ ଓକିଲ ସଂଘ ପକ୍ଷରୁ ଏକ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ କରାଯାଇ ପ୍ରଥମେ ଖନନ ସ୍ଥଳୀ ପରିଦର୍ଶନ କରାଯାଇଥିଲା। ଏହାପରେ ପୁରୀ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଥିଲା। ଏହି ଏତଲା ଆଧାରରେ ଅଭିଯୋଗ ଦାଖଲ ନ ହେବାରୁ ସଂଘ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଥିଲା। ଏସ୍‌ପିଙ୍କ ସହଯୋଗ ନ ମିଳିବା ପରେ ଏନେଇ ପ୍ରଥମେ ଏସ୍‌ଡିଜେଏମ୍‌ କୋର୍ଟରେ ମକଦ୍ଦମା ଦାଏର କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri