Posted inଫୁରସତ

ଅଖରୋଟ୍‌ ଭିତରେ ଘର

ବିଭିନ୍ନ ପ୍ରକାରର ଅଜବ ସାମଗ୍ରୀରେ ହୋଇଥିବା କଳାକୃତୀ ତ ଦେଖିଥିବେ। ତେବେ ନିକଟରେ ଜଣେ କଳାକାରଙ୍କ କଳାକୃତୀ ବେଶ୍‌ ଚର୍ଚ୍ଚାରେ ଅଛି। ସେ ଏହି କଳାକୃତୀ ଯେଉଁଥିରେ ତିଆରି କରିଛନ୍ତି ତାକୁ ଦେଖିଲେ ବିଶ୍ୱାସ କରିହେବନି ଯେ, ଏଥିରେ ବି ଏଭଳି ସୁନ୍ଦର କଳାକୃତୀ କରିହେବ। ସେ ଅଖରୋଟରେ କରିଛନ୍ତି ଏହି କଳାକୃତୀ। ଏତେ ଛୋଟ ଜିନିଷକୁ ସେ ଦୁଇ ଫାଳ କରି କାଟି ତା’ର ଭିତର ଅଂଶକୁ ଘରର ଲୁକ୍‌ ଦେଉଛନ୍ତି। ବାଦାମର ଗୋଟିଏ ଭାଗକୁ ସେ କବାଟକୁ ଜଏଣ୍ଟ କଲାଭଳି କବ୍‌ଜା ଲଗାଇ ଜଏଣ୍ଟ କରିଛନ୍ତି। ଆଉ ତା’ର ବିପରୀତ ଭାଗକୁ କବାଟ ଖୋଲିଲା ପରି ଖୋଲିଲେ ଭିତରେ ଘରର ଦୃଶ୍ୟ ଦେଖିବାକୁ ମିଳେ। କେତେବେଳେ ଅଖରୋଟ ଭିତରେ ଷ୍ଟଡି ରୁମ୍‌ ତ କେବେ କିଚେନ, ପୁଣି କେବେ ଏଥିରେ ସେ ବେଡରୁମ୍‌ର ସୁନ୍ଦର ଡିଜାଇନ୍‌ ବେଶ୍‌ ନିଖୁଣଭାବେ କରିଛନ୍ତି। ଛୋଟ ଛୋଟ ଆସବାବ ପତ୍ର, ଫୁଲଦାନୀ, ବହି ଥାକରେ ସଜାଇ ହୋଇ ରହିଥିବା ବହି, ଲ୍ୟାମ୍ପ, ପରଦା ଓ ଅନ୍ୟ ଘରସଜ୍ଜା ସାମଗ୍ରୀରେ ସଜ୍ଜିତ ସେହି ଘରଗୁଡିକ ଏତେ ସୁନ୍ଦର ଲାଗେ ଯେ, ଯେତେ ଦେଖିଲେ ବି ମନ ଭରିବ ନାହିଁ। ଛୋଟ ଛୋଟ ପ୍ରାଣୀ ଯେମିତିକି କୁକୁର ବିଲେଇ ସେହି ଘରେ ବସିଥିବା ଓ ଲାଇଟ୍‌ ଜଳୁଥିବା ବି ଦେଖିପାରିବେ। ଏତେ ଛୋଟ ଅଖରୋଟ ଭିତରେ ଏତେ ଛୋଟ ଛୋଟ ସାମଗ୍ରୀକୁ ନେଇ ଜୀବନ୍ତ ଦୃଶ୍ୟ ତିଆରି କରିବା କେତେଯେ, କଷ୍ଟକର ତାହା କେବଳ ଏହାକୁ ତିଆରି କରିଥିବା କଳାକାର ଜାଣନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ପ୍ରଥମ ସେଲ୍‌ଫି କିଏ ନେଇଥିଲେ ଜାଣନ୍ତି

ଆଜିକାଲି ସେଲଫି କ୍ରେଜ୍‌ ଚାଲିଛି । ଛୋଟରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ସ୍ମାର୍ଟଫୋନରେ ସେଲ୍‌ଫି ନେଇ ସୋସିଆଲ ମିଡିଆରେ ଶେୟାର କରୁଛନ୍ତି। ସେଲଫି କେବଳ ଫଟୋ...

ମହିଳା ସଶକ୍ତୀକରଣ ଓ ଯୋଗ

ଯୋଗ ହେଉଛି ଏକଧରଣର ଐତିହ୍ୟବାହୀ ଶାରୀରବୃତ୍ତ ମାନସିକ ସାଧନ ପ୍ରଣାଳୀ। ଆମ ଦେଶ ଭାରତ ହିଁ ଯୋଗର ଜନ୍ମଭୂମି। ‘ଯୋଗ’ ଶବ୍ଦଟିର ଆକ୍ଷରିକ ଅର୍ଥ ‘ଯୁକ୍ତ...

ଆଜି ବିଶ୍ୱ ସଙ୍ଗୀତ ଦିବସ: ସଙ୍ଗୀତର ଲୋକପ୍ରିୟତା ବଢ଼ାଉଛି ସୋସିଆଲ ମିଡିଆ

ଏବେ ଓଡ଼ିଆ ସଙ୍ଗୀତ କେବଳ ଓଡ଼ିଶାରେ ସୀମିତ ହୋଇନାହିଁ, ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚତ୍ବା ସହ ଲୋକଙ୍କ ହୃଦୟ ଜିଣୁଛି। ଗୀତକୁ ନ ବୁଝିଲେ...

ଗାଡ଼ିରୁ ବ୍ରେକ୍‌ ହେଲେ କିପରି ବଞ୍ଚାଇବେ ଜୀବନ ଜାଣନ୍ତୁ…

ଗାଡ଼ିରୁ ବ୍ରେକ୍‌ ହେଲେ ଏହା ଲୋକଙ୍କ ପାଇଁ ଏକ ବଡ଼ ସମସ୍ୟା ଆଣିଥାଏ। ଏପରି ପରିସ୍ଥିତିରେ ଲୋକମାନେ ପ୍ରାଣ ହରାଇବାର ବିପଦ ରହିଥାଏ। ଯେତେବେଳେ କାର୍‌ର...

ଅନଲାଇନ୍‌ରେ ମଗାଇଥିଲେ ସାମଗ୍ରୀ, ପାର୍ସଲରୁ ବାହାରିଲା ବିଷଧର ନାଗ; ଭିଡିଓ ଦେଖିଲେ…

‘ଆମାଜନ’ରେ ମଗାଇଥିଲେ ସାମଗ୍ରୀ। ହେଲେ ପାର୍ସଲ ଖୋଲିବା ବେଳକୁ ଉଡିଗଲା ହୋସ। କାରଣ ସେଥିରୁ ଅନ୍ୟ ସାମଗ୍ରୀ ନୁହେଁ ବରଂ ଏକ ଜିଅନ୍ତା ସାପ ବାହାରିଥିଲା।...

ଶରଣାର୍ଥୀଙ୍କୁ ସ୍ବୀକୃତି ଦେବାକୁ ପ୍ରୟାସ

ବିଶ୍ୱରେ ଶରଣାର୍ଥୀଙ୍କୁ ସମ୍ମାନିତ କରିବା ଏବଂ ସେମାନଙ୍କ ପ୍ରତି ସମବେଦନା ଓ ସମର୍ଥନ ଜଣାଇବା ଲକ୍ଷ୍ୟରେ ‘ବିଶ୍ୱ ଶରଣାର୍ଥୀ ଦିବସ’ ପ୍ରତିବର୍ଷ ଜୁନ ୨୦ରେ ପାଳନ...

ଅଟିଜମ୍‌ ପିଲାଙ୍କୁ ଆଦର ଲୋଡ଼ା

ପ୍ରତିବର୍ଷ ଜୁନ୍‌ ୧୮କୁ ‘ଓ୍ବାଲର୍‌ଡ ଅଟିଜମ୍‌ ପ୍ରାଇଡ୍‌ ଡେ’ ଭାବେ ପାଳନ କରାଯାଇଆସୁଅଛି। ଏହି ଅବସରରେ ଚଳିତ ବର୍ଷର ସ୍ଲୋଗାନ ରହିଛି ‘ଟେକିଂ ଦ ମାସ୍କ...

ମନକୁ ହାଲୁକା କରେ ପିକ୍‌ନିକ୍‌

ସାରା ବିଶ୍ୱରେ ଜୁନ୍‌ ୧୮ରେ ପାଳନ କରାଯାଉଛି ଇଣ୍ଟରନ୍ୟାଶନାଲ ପିକ୍‌ନିକ୍‌ ଡେ’ ବା ବିଶ୍ୱ ବଣଭୋଜି ଦିବସ। ଏହି ସ୍ବତନ୍ତ୍ର ଦିନରେ ଲୋକମାନେ ପିକ୍‌ନିକ୍‌ ମାଧ୍ୟମରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri