ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବାସଭବନକୁ ଧସେଇ ପଶିଲା ଛାତ୍ର କଂଗ୍ରେସ

ଭୁବନେଶ୍ୱର,୩୦।୧୦(ବ୍ୟୁରୋ): ପୁରୀ ଜିଲା ଗୋପ ବ୍ଲକ ଜିଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ପାଇଁ ଗଣଶିକ୍ଷା ମନ୍ତ୍ରୀ ଦାୟୀ। ହେଲେ ତାଙ୍କୁ ମନ୍ତ୍ରିପଦରୁ ଏଯାବତ୍‌ ବହିଷ୍କାର କରାଯାଉନି କି ଗିରଫ କରାଯାଉନି। ତେଣୁ ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ପରିଚାଳିତ ଏସଆଇଟି ଏହି ଘଟଣାର ତଦନ୍ତ ଦାବିରେ ଶନିବାର ରାଜଧାନୀରେ ପୁଣି ଥରେ ଛାତ୍ର କଂଗ୍ରେସ ଗର୍ଜିଛି। ଏଥିସହ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ବହିଷ୍କାର କରା ନ ଯିବା ପର୍ଯ୍ୟନ୍ତ ଛାତ୍ର କଂଗ୍ରେସ ଆନ୍ଦୋଳନରୁ ଓହରିବ ନାହିଁ ବୋଲି ସଭାପତି ୟାସିର ନଓ୍ବାଜ କହିଛନ୍ତି। ଗଣଶିକ୍ଷା ମନ୍ତ୍ରୀ ଦାଶଙ୍କ ଗିରଫ ଦାବିରେ ନବୀନ ନିବାସ ଘେରାଉ କରିବା ପାଇଁ ୟାସିରଙ୍କ ନେତୃତ୍ୱରେ ଛାତ୍ର କଂଗ୍ରେସର ଶତାଧିକ କର୍ମୀ ରାସ୍ତାକୁ ଓହ୍ଲାଇ ବିଭିନ୍ନ ସ୍ଲୋଗାନ ଦେବା ସହ ନାରାବାଜି ଦେଇଥିଲେ। ପ୍ରଥମେ ଛାତ୍ର କଂଗ୍ରେସ କର୍ମୀମାନେ ଶିଶୁଭବନ ଛକଠାରୁ ଏକ ରାଲିରେ ଫରେଷ୍ଟପାର୍କ ବାଟ ଦେଇ ନବୀନ ନିବାସମୁହାଁ ହେଉଥିବାବେଳେ ଫରେଷ୍ଟ ପାର୍କ ନିକଟରେ ସେମାନଙ୍କୁ ପୋଲିସ ଅଟକାଇଥିଲା। ଫଳରେ ଉଭୟ ପୋଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାପରେ କିଛି କଂଗ୍ରେସ କର୍ମୀ ବ୍ୟାରିକେଡ୍‌ ଡେଇଁ ଯିବାକୁ ଉଦ୍ୟମ କରୁଥିବାବେଳେ ପୋଲିସ ସେମାନଙ୍କୁ ଟେକି ନେଇ ଯାଇଥିଲା। ଫଳରେ ପୋଲିସ ଓ ଛାତ୍ର କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହେବାରୁ ଉକ୍ତ ସ୍ଥାନ କିଛି ସମୟ ପାଇଁ ରଣକ୍ଷେତ୍ର ପାଲଟି ଯାଇଥିଲା। ଉତକ୍ଷିପ୍ତ ହୋଇ କଂଗ୍ରେସ କର୍ମୀମାନେ ପୋଲିସ ଉପରକୁ ଅଣ୍ଡା ଓ ଟମାଟୋ ମାଡ଼ କରିଥିଲେ। ଏନେଇ ଛାତ୍ର କଂଗ୍ରେସ ସଭାପତି ନୱାଜ କହିଛନ୍ତି, ମୁଖ୍ୟମନ୍ତ୍ରୀ ଗଣଶିକ୍ଷା ମନ୍ତ୍ରୀଙ୍କୁ ସୁରକ୍ଷା ଦେଉଛନ୍ତି। ଏହା ରାଜ୍ୟରେ ଘୋର ଅନ୍ୟାୟ। ଅନ୍ୟପଟେ ପୋଲିସ ଅଧାବାଟରୁ ଅଟକାଇବାରୁ ଛାତ୍ର କଂଗ୍ରେସ କର୍ମୀ ହଠାତ୍‌ ମୋଡ଼ ବଦଳାଇ ସ୍ଥାନୀୟ ଗାନ୍ଧୀମାର୍ଗସ୍ଥିତ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ କ୍ୱାର୍ଟର୍ସକୁ ଯିବାକୁ ବାହାରିଥିଲେ। ମନ୍ତ୍ରୀଙ୍କ ବାସଭବନ ଅଭିମୁଖେ ରାଲିରେ ଯାଉଥିବାବେଳେ ଛାତ୍ର କଂଗ୍ରେସ କର୍ମୀଙ୍କୁ ପୁଣି ପୋଲିସ ରୋକିବାକୁ ଚେଷ୍ଟା କରିଥିଲା। ସେଠାରେ ମଧ୍ୟ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ କିଛି କଂଗ୍ରେସ କର୍ମୀ ଆହତ ହୋଇଥିବା ଜଣାପଡ଼ିଛି। କର୍ମୀମାନେ ମନ୍ତ୍ରୀଙ୍କ କ୍ୱାର୍ଟର୍ସ ଉପରେ ଅଣ୍ଡାମାଡ଼ କରିଥିଲେ। ସ୍ଥିତି ନିୟନ୍ତ୍ରଣ ନିମନ୍ତେ ଘଟଣାସ୍ଥଳରେ ଖୋଦ୍‌ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ, ୨ଜଣ ଏସିପି, ଜଣେ ଆଇଆଇସି ଏବଂ ପୋଲିସ ଫୋର୍ସ ମୁତୟନ ହୋଇଥିଲେ ମଧ୍ୟ କିଛି କର୍ମୀ ମନ୍ତ୍ରୀଙ୍କ ବାସଭବନ ପରିସରକୁ ପଶିଯାଇଥିଲେ। ଅଧିକ ସଂଖ୍ୟାକ ପୋଲିସ ଫୋର୍ସ ମୁତୟନ ହେବାରୁ ୨୦ରୁ ଅଧିକ ଛାତ୍ର କର୍ମୀଙ୍କୁ ଉଠାଇ ନେଇ ଅଟକ ରଖିବା ପରେ ଛାଡି ଦେଇଥିବା ଜଣାପଡ଼ିଛି। ବିକ୍ଷୋଭକାରୀଙ୍କ ଆକ୍ରମଣରେ ପୋଲିସ ଭ୍ୟାନ୍‌ କାଚ ଭାଙ୍ଗିଥିଲେ ସୁଦ୍ଧା ଏନେଇ କୌଣସି ମାମଲା ରୁଜୁ ହୋଇ ନ ଥିବା କୁହାଯାଉଛି। ଏହି ଆନ୍ଦୋଳନରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ରଜତ ଚୌଧୁରୀ, ଶିବାନନ୍ଦ ରାୟ, ମାନସ ଚୌଧୁରୀ, ବିଶ୍ୱଜିତ ଦାଶ, ପ୍ରକାଶ ମିଶ୍ର, ମନୋଜ ଜେନା, ମନୋଜ ବିଶ୍ୱାଳ, କିରଣ ସାହୁ, ନୀହାର ବେହେରା, ରଣଜିତ ପାତ୍ର, ଅଜୟ ସାହୁ, ଆଲୋକ ଲେଙ୍କା, ସୁଶ୍ରୀ ଶାନ୍ତିଲତା, ଅଖିଳେଶ ଯାଦବ, ରାଜଲକ୍ଷ୍ମୀ ସାହୁ, ଜଗଦୀଶ ପ୍ରମୁଖ ଉପସ୍ଥିତ ଥିଲେ।
ସୂଚନାନୁସାରେ, ଜିଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ପୂର୍ବରୁ ଟେଲିଫୋନ ଯୋଗେ ତାଙ୍କ ମୃତ୍ୟୁ ପାଇଁ ୭ଜଣଙ୍କ ନାମ କହିଥିବାବେଳେ ଏଥିରେ ଗଣଶିକ୍ଷା ମନ୍ତ୍ରୀଙ୍କ ନାମ ମଧ୍ୟ ଉଲ୍ଲେଖ କରିଥିଲେ। ଏହାସହ ତାଙ୍କ ୨ଟି ମୋବାଇଲ ଫୋନ୍‌ରେ ସବୁ ପ୍ରମାଣ ରହିଛି। ତେଣୁ ଏହାକୁ ଲୋକଲୋଚନକୁ ଆଣିବାକୁ ସେ ତାଙ୍କ ସାଙ୍ଗଙ୍କୁ ଫୋନରେ କହିଥିଲେ। ହେଲେ ପୋଲିସ ହାତରେ ମୋବାଇଲ ଥିବାରୁ ପ୍ରମାଣ ନଷ୍ଟ ପାଇଁ ଚକ୍ରାନ୍ତ ଚାଲିଛି। ତେଣୁ ଏହାର ନିରପେକ୍ଷ ତଦନ୍ତ ପାଇଁ ପୂର୍ବରୁ ଛାତ୍ର କଂଗ୍ରେସ ଦାବି କରିବା ସହ ଆନ୍ଦୋଳନ ଦେବା ଚେତାବନୀ ଦେଇଥିଲା। ହେଲେ ଘଟଣାକୁଅଧିକ ସମୟ ବିତିଯାଇଥିଲେ ମଧ୍ୟ ମନ୍ତ୍ରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବାରୁ ଶନିବାର ଛାତ୍ର କଂଗ୍ରେସ ପକ୍ଷରୁ ଏହାକୁ ପ୍ରବଳ ମାତ୍ରାରେ ବିରୋଧ କରାଯାଇଥିଲା। ଯଦି ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦାବି ନ ମାନିବେ, ତେବେ ଆଗକୁ ସମସ୍ତ ମନ୍ତ୍ରୀଙ୍କ ବାସଭବନ ଆଗରେ ବିକ୍ଷୋଭ କରାଯିବ ବୋଲି ଛାତ୍ର କଂଗ୍ରେସ ଚେତାବନୀ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ୍‌ ଭାବେ ଏମିତି କାରନାମା କଲେ ଅଭିଷେକ ଶର୍ମା: କ୍ରିକେଟ୍‌ ଜଗତରେ ଖେଳିଗଲା…

ଇନ୍ଦୋର,୧୩।୧୦: ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ୍‌ରେ ନିଜ ବିସ୍ଫୋରକ ବ୍ୟାଟିଂରେ ନୂଆ ରେକର୍ଡ କରିଛନ୍ତି ଭାରତୀୟ ଓପନର୍‌ ଅଭିଷେକ ଶର୍ମା। ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଛକା ମାରିବା…

ସରକାରଙ୍କ ବଡ଼ ଯୋଜନା! ଦୁର୍ଘଟଣାରେ କୃଷକଙ୍କ ମୃତ୍ୟୁ ହେଲେ ପରିବାରକୁ ମିଳିବ ୫ ଲକ୍ଷ ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ, ୧୨।୧୦: ଚାଷୀ ଦିନରାତି ପରିଶ୍ରମ କରି ନିଜ ପରିବାରର ଗୁଜୁରାଣ ମେଣ୍ଟାଇଥାନ୍ତି। କିନ୍ତୁ ବେଳେବେଳେ ଏକ ଦୁର୍ଘଟଣା ପୂରା ପରିବାରର ଜୀବନକୁ ବଦଳାଇ ଦେଇଥାଏ। ପରିବାରର…

ଗାଁକୁ ସମ୍ପୂର୍ଣ୍ଣ ମଦମୁକ୍ତ କରିବା ପାଇଁ ଜିଲାପାଳଙ୍କଠାରେ ପହଞ୍ଚିଲେ ଶତାଧିକ ମହିଳା

ବଲାଙ୍ଗୀର,୧୨ା୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ବ୍ଲକ ବେଲପଡ଼ା ପଞ୍ଚାୟତ ଦେଓଗାଁ ଗ୍ରାମରେ ସମ୍ପୂର୍ଣ୍ଣ ମଦ ବିକ୍ରିକୁ ବନ୍ଦ କରିବା ନେଇ ସୋମବାର ଜିଲାପାଳ ଅଫିସରେ…

ଦୁଇଥର ଗଜକେଶରୀ ଯୋଗ: ଏହି ୪ ରାଶିଙ୍କ ଭାଗ୍ୟରେ ଲାଗିଲା ଲଟେରୀ, ଚାରିଆଡୁ ଆସିବ ଟଙ୍କା!

ବୈଦିକ ଜ୍ୟୋତିଷ ଅନୁସାରେ ଗଜକେଶରୀ ଯୋଗକୁ ଏକ ଶୁଭ ଯୋଗ ଭାବେ ବିବେଚନା କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ଜନ୍ମକୁଣ୍ଡଳୀରେ ଏହି ଯୋଗ ସୃଷ୍ଟି ହେଲେ କ୍ୟାରିୟର,…

ଏଲିଟ ଫିଲ୍ଡିଂ କ୍ଲବରେ ସାମିଲ ହେଲେ ତିଲକ

ଇନ୍ଦୋର,୧୨।୧୦: ଭାରତୀୟ ଟି-୨୦ ଦଳର ଉପଅଧିନାୟକ ତିଳକ ବର୍ମା ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଅନ୍ତର୍ଜାତୀୟ ଟି-୨୦ ସିରିଜର ତୃତୀୟ ମ୍ୟାଚ୍‌ରେ ତିଳକ…

୧୩ରେ ଲଘୁଚାପ: ପାଣିପାଗ ବିଭାଗ କହିଲା ଏହାର ଗତିବିଧି…

ଭୁବନେଶ୍ୱର,୧୨।୧୦ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆସନ୍ତା ୧୩ ଅକ୍ଟୋବର ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ତେବେ ଅନୁକୂଳ ପାଣିପାଗ ଓ ସାମୁଦ୍ରିକ ପରିସ୍ଥିତି…

କ୍ରିକେଟ ମଇଦାନରେ କମାଲ କଲେ ଦ୍ରାବିଡ଼ଙ୍କ ପୁଅ: ବିସ୍ଫୋରକ ଇନିଂସ ଖେଳି ସମସ୍ତଙ୍କୁ କରିଦେଲେ ଚକିତ

ନୂଆଦିଲ୍ଲୀ, ୧୨।୧୦: ପୂର୍ବତନ ଭାରତୀୟ ଅଧିନାୟକ ତଥା ମୁଖ୍ୟ କୋଚ ରାହୁଲ ଦ୍ରାବିଡ଼ଙ୍କ ପୁଅ ଅନୱୟ ଦ୍ରାବିଡ଼ ନିଜର ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ଏବେ ଚର୍ଚ୍ଚାରେ। ଭିନୁ…

ସରକାରୀ କର୍ମଚାରୀଙ୍କ ଦରମା-ପେନସନ ଉପରେ ବଡ଼ ଖବର: ଏହି ରାଜ୍ୟ ଗଠନ କଲା ଅଷ୍ଟମ ବେତନ ଆୟୋଗ

ନୂଆଦିଲ୍ଲୀ, ୧୨।୧୦: କେନ୍ଦ୍ର ସରକାର ୨୦୨୫ ନଭେମ୍ବରରେ ଅଷ୍ଟମ ବେତନ ଆୟୋଗ ଗଠନକୁ ମଞ୍ଜୁରି ଦେଇଥିଲେ। ଏହା ପରେ ଏକ କମିଟି ଗଠନ କରାଯାଇଛି। ଏହି କମିଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?