Posted inଫୁରସତ

ନୀରୋଗ ଶରୀର ଓ ସୁସ୍ଥ ପରିବେଶ

ଆମ ଦେଶର ପାରମ୍ପରିକ ରୀତିନୀତି ଅନୁସାରେ ବର୍ଷକ ୬ ଋତୁ ବୋଲି ବିବେଚନା କରାଯାଇଥାଏ। ଋତୁ ଅନୁଯାୟୀ ମନୁଷ୍ୟ ଶରୀରରେ ବିଭିନ୍ନ ପ୍ରକାର ରୋଗ ଦେଖାଯାଇଥାଏ। ବର୍ତ୍ତମାନ ସମଗ୍ର ବିଶ୍ୱରେ ପରିବେଶ ପ୍ରଦୂଷଣ ସ୍ବାସ୍ଥ୍ୟ ପାଇଁ ସତର୍କଘଣ୍ଟି ସାଜିଛି। ଜଙ୍ଗଲ ଧ୍ୱଂସ କରିବା, ବୃକ୍ଷରୋପଣ ନ କରିବା, ସବୁଜ ବନାନିକୁ କାଟି ନଷ୍ଟ କରିବା ଦ୍ୱାରା ଜଳବାୟୁରେ ଅମ୍ଳଜାନ ପରିମାଣ ହ୍ରାସ ପାଉଛି। ଅପରପକ୍ଷେ ଅଙ୍ଗାରକାମ୍ଳ ଗ୍ୟାସର ପରିମାଣ ଦିନକୁ ଦିନ ବଢ଼ି ଚାଲିଛି। ବିଜ୍ଞାନ ମତାନୁଯାୟୀ ମାନବ ଜାତି ପୃଥିବୀ ପୃଷ୍ଠରେ ତିଷ୍ଠି ରହିବା ପାଇଁ ସୁସ୍ଥ ପରିବେଶର ଆବଶ୍ୟକତା ରହିଛି। ତେଣୁ ପରିବେଶକୁ କିପରି ପ୍ରଦୂଷଣମୁକ୍ତ କରାଯାଇପାରିବ, ସେ ନେଇ ଚେଷ୍ଟା କରାଯିବା ଜରୁରୀ। ଏ ନେଇ ଜନସଚେତନତା ସୃଷ୍ଟି କରିବା ଲାଗି ପ୍ରତିବର୍ଷ ଜୁନ୍‌ ୫ ତାରିଖକୁ ‘ବିଶ୍ୱ ପରିବେଶ ଦିବସ’ ଭାବରେ ପାଳନ କରାଯାଇଥାଏ।
ଆଜିର ମନୁଷ୍ୟ ନିଜର କ୍ଷଣସ୍ଥାୟୀ ଉପଯୋଗିତାକୁ ଗୁରୁତ୍ୱ ଦେଇ, ଦୀର୍ଘବର୍ଷ ଧରି ବଣଜଙ୍ଗଲରେ ବଞ୍ଚତ୍ ରହିଥିବା ବିଶାଳକାୟ ବୃକ୍ଷଗୁଡ଼ିକୁ କାଟି ସଫା କରିଦେଉଛି। ନିଜର ସୁବିଧା ପାଇଁ ଜଙ୍ଗଲରେ ଅଗ୍ନି ସଂଯୋଗ କରିବା ହେତୁ ବହୁମୂଲ୍ୟ ପ୍ରାକୃତିକ ସମ୍ପଦ ଅଳ୍ପ ସମୟ ମଧ୍ୟରେ ଜଳିପୋଡି ପାଉଁଶ ହେଇଯାଉଛି। ଏହାଦ୍ୱାରା ବଣଜଙ୍ଗଲରେ ବାସ କରୁଥିବା ବାଘ, ଭାଲୁ, ବାର୍‌ହା, ହାତୀ, ସର୍ପ ଆଦି ବିଭିନ୍ନ ବନ୍ୟଜନ୍ତୁ ସମୂହ ଗ୍ରାମାଭିମୁଖୀ ହେଉଛନ୍ତି। ସେମାନଙ୍କ ଆକ୍ରମଣରେ ଧନଜୀବନ ହାନି ହେଉଛି।
ପ୍ରକୃତି ଓ ପରିବେଶ ଅସନ୍ତୁଳିତ ରହିଲେ ତାହା ପ୍ରାଣିଜଗତ ପାଇଁ କ୍ଷତିକାରକ। ତେଣୁ ସୁସ୍ଥ ଓ ଦୀର୍ଘାୟୁ ପାଇଁ ଉତ୍ତମ ପରିବେଶ ନିହାତି ଜରୁରୀ। ଏହାର ଆଶୁ ପ୍ରତିକାର ନିମନ୍ତେ ଆମର ବାସଗୃହ ତଥା ପାରିପାଶର୍‌ବିକ ସ୍ଥାନରେ ବୃକ୍ଷରୋପଣର ଆବଶ୍ୟକତା ରହିଛି।
– ଡା. ବସନ୍ତ କୁମାର ଷଢ଼ଙ୍ଗୀ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଚନ୍ଦାହାଣ୍ଡି, ନବରଙ୍ଗପୁର
ମୋ : ୭୮୯୪୧୧୨୪୮୭


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri